STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ତୁ ମୋ ଆରମ୍ଭ ତୁ ମୋ ଶେଷ

ତୁ ମୋ ଆରମ୍ଭ ତୁ ମୋ ଶେଷ

1 min
428

  ଗାଈଟିଏ ଛଡ଼ା ବୁଢ଼ୀଟିର କେହି ନଥିଲେ. ଗାଇଟିକୁ ସୁନାଚାନ୍ଦ ବୋଲି ଡାକୁଥାଏ ବୁଢୀଟି. କ୍ଷୀର ବିକି, ସେଇ ପଇସାରେ ସଉଦା ପତ୍ର କିଣି ବାକି କ୍ଷୀର ଟିକେ ରୁଟି ରେ ପକାଇ ଖାଇ ବୁଢୀଟି ସତେଜ ଥାଏ. 

  ଏଵେ ବୁଢୀଟି ଡରିଯାଇଛି, କାରଣ ଗାଈସବୁ ଚୋରିଯିବା ଭୟରେ ସେ ଆତଙ୍କିତ ହୋଇପଡିଛି, ରାତିସାରା ଗାଈକୁ ଜଗି ଜଗି ବୁଢ଼ୀର ଦେହ ମନ ଏଵେ ଆଉ ଭଲରହୁନି. ସୁନାଚାନ୍ଦ ର ଦେଖାଶୁଣା ଠିକ ଭାବେ କରିନପାରିବାରୁ ଦୁଃଖିତ ବୁଢ଼ୀ. ଆଶଙ୍କା ଓ ଆତଙ୍କ ଭିତରେ ରହି ବୁଢ଼ୀମାଉସୀ ଭାଙ୍ଗି ପଡିଲା ବେଳେ ପଡୋଶୀ ଘର ପୁଅ ବୁଲୁ ବୁଢ଼ୀମାଉସୀଙ୍କୁ ଭରସା ଦେଲା. 

  ରାଜସ୍ଥାନର ଜୟପୁରରେ ଡିପ୍ଲୋମା କରୁଥିବା ପଞ୍ଜାବର ଜୈନିକ ଛାତ୍ର, ଗୋମାତାଙ୍କ ସୁରକ୍ଷା ପାଇଁ ଏଵେ ଏକ ଇଞ୍ଜେକ୍ସନ ବାହାର କରିଛନ୍ତି, ସେହି ଇଞ୍ଜେକ୍ସନ ଗୋମାତାଙ୍କୁ ଦେଇଦେଲେ ଗୋମାତା ବା ଗୋରୁଗାଈଙ୍କର କିଛିବି କ୍ଷତି ହେବ ନାହିଁ ସତ, ହେଲେ ମନ୍ଦ ଉଦେଶ୍ୟରେ ଗାଈଗୋରୁଙ୍କୁ ମାଂସ ପାଇଁ ବିକ୍ରି କଲେ, ମାଂସହାରୀ ର ମୃତ୍ୟୁ ଅନିବାର୍ଯ୍ୟ, ଏବଂ ଏସବୁ ଖବର ପ୍ରଚାର ଓ ପ୍ରସାର ଜୋରସୋର ହେବାରୁ ଗାଇ ଚୋର ମାନଙ୍କର ଚେତା ପଶିଛି ଓ ଗାଇ ଲୁଟେରା ଆଉ ଗାଇ ଚୋରୀ କରୁନାହାନ୍ତି, ତେଣୁ ତୁମେ ବ୍ୟସ୍ତ ହୁଅନା ବୁଢୀମାଉସି ବୋଲି କହୁଥିଲା ବୁଲୁ l

  ତଥାପି ବୁଢୀମାଉସି ବୁଝି ପାରୁନଥିଲା ତ ବୁଝେଇଦେଇଥିଲା ବୁଲୁ, ତୁମକୁ କିଛି ବି କରିବାକୁ ପଡ଼ିବନି, କି ଇଞ୍ଜେକ୍ସନ କିଣି ଗାଈକୁ ଦେବା ଦରକାର ନାହିଁ, ଯାହା ପଦକ୍ଷେପ ନେଉଛନ୍ତି ସରକାର, ଆମେ ସଚେତନ ନାଗରିକ ହିସାବରେ ସେଇକଥା ଗ୍ରାମ ଓ ସହର ମାନଙ୍କରେ ପ୍ରଚାର ଓ ପ୍ରସାର କରୁଛୁ ଯୁବଗୋଷ୍ଠୀ, ତେଣୁ ତୁମେ ନିର୍ଦ୍ୱନ୍ଦ ରେ ରୁହ. ଖୁସିରେ ସୁନାଚାନ୍ଦକୁ ଆଉଁସି ବୁଢ଼ୀ ମାଉସୀ ଜୀବନ ସଂଗୀତ ଗାଉଥିଲେ, ତୁ ମୋ ଆରମ୍ଭ ତୁ ମୋ ଶେଷ l

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract