Trushna Das

Inspirational

4  

Trushna Das

Inspirational

ଟପର

ଟପର

4 mins
220


କରୋନା ସମୟ ଚାଲିଛି । ଲକଡାଉନ ପରେ ଲକଡାଉନ ଚାଳିଛି । ସମସ୍ତଙ୍କ ମନରେ କରୋନାର ଆତଙ୍କ । ଭବିଷ୍ୟତକୁ ନେଇ ସବୁ ଚିନ୍ତିତ । 


ଠିକ ଏହି ସମୟରେ ବିନୁର ଦଶମ ଶ୍ରେଣୀ । ସେ ବାପା ମାଆଙ୍କ ଗୋଟିଏ ବୋଲି ପୁଅ । ବାପା ମାଆ ତାର ପଢାରେ କୌଣସି ଅଭାବ ରଖି ନାହାଁନ୍ତି।ଛୋଟ ବେଳୁ ତାର ଓ ତା ବାପା ମାଆଙ୍କ ଇଚ୍ଛା ଯେ ସମଗ୍ର ରାଜ୍ୟରେ ସେ ପ୍ରଥମ ସ୍ଥାନରେ ମ୍ୟାଟ୍ରିକରେ ଉତ୍ତୀର୍ଣ୍ଣ ହେବେ । ବିନୁ ବି ଏବେ ଯାଏଁ ସବୁ ପରୀକ୍ଷାରେ 98% ପାଖାପାଖି ନମ୍ବର ରଖିଛି । ମ୍ୟାଟ୍ରିକ ପରୀକ୍ଷା ପାଇଁ ପୁରା ପ୍ରସ୍ତୁତ।


ହେଲେ ପରିସ୍ଥିତିର ଏ କେମିତି କା ଖେଳ । କରୋନାରେ ଲୋକମାନେ ତ୍ରାହି ତ୍ରାହି ହେଲେଣି । ବଞ୍ଚିବା କଷ୍ଟ ହୋଇ ଗଲାଣି । କରୋନା ମୃତ୍ୟୁର ତାଣ୍ଡବଲୀଳା ରଚୁଛୀ।ଏମିତି ପରିସ୍ଥିତିରେ ପରୀକ୍ଷା ହେଲେ ପିଲା ଓ ଶିକ୍ଷକମାନଙ୍କ ଜୀବନ ପାଇଁ ବିପଦ । ମ୍ୟାଟ୍ରିକ ପରୀକ୍ଷା ହେବ କି ନାହିଁ ପ୍ରଶ୍ନ ଉଠୁଛି । ସି.ବି.ଏସ୍.ସି ଦଶମ ପରୀକ୍ଷା ତ ବାତିଲ୍ ହୋଇ ଗଲା । ବିନୁ ଭଗବାନଙ୍କୁ ପାର୍ଥନା କରୁ ଥାଏ ଯେମିତି ବି ହେଉ ପରୀକ୍ଷା ହେଉ । 


ଯାହା ବି ହେଉ କାଲି ଜଣାପଡିବ ଯେ ମ୍ୟାଟ୍ରିକ ପରୀକ୍ଷା ହେବ କି ନାହିଁ । ରାତିରେ ଠିକ ସେ ନିଦ ହେଉ ନାହିଁ ବିନୁକୁ।ବିନୁ ଖାଲି ଛଟପଟ ହେଉଥାଏ । ସକାଳ ହେଲା.... ନିଉଜରେ ଦେଖିଲା ଯେ ପରୀକ୍ଷା ହେବ । ବିନୁ ମନ ବହୁତ ଖୁସି । ସେ ଆହୁରି ଦିନ ରାତି ପରିଶ୍ରମ କରି ପଢୁଛି । 


ପରୀକ୍ଷା ଦିନ ଯେତେ ପାଖଉଛି ବିନୁ ସେତେ ମନ ଦେଇ ପଢୁଛି । ଶେଷରେ ପରୀକ୍ଷା ହୋଇଛି । ପରୀକ୍ଷା ବି ବହୁତ ଭଲ ହୋଇଛି।


ପରୀକ୍ଷା ଫଳ ପ୍ରକାଶ ପାଇବା ସମୟ ଯେତେ ପାଖଉଛି ବିନୁ ସେତେ ବିଚଳିତ ହେଉଛି । ପରୀକ୍ଷା ତ ଭଲ ହୋଇଛି..... ହେଲେ ପ୍ରଥମ ହେବ କି ନାହିଁ ..... ପିଲା ଦିନରୁ ଯେଉଁ ସପନ ଦେଖିଛି ପୁରଣ ହେବ କି ନାହିଁ? ବାପାମାଆଙ୍କ ସପନ ପୂରଣ ହେବ କି ନାହିଁ ...... ସାର ଦିଦିଙ୍କ ଆଉ ବନ୍ଧୁବାନ୍ଧବଙ୍କ ବହୁତ ଆଶା..... କଣ ହେବ.... ପ୍ରଥମ ହେବ ତ ? ଏ ପରି ପ୍ରଶ୍ନ ବିନୁର ମନକୁ ବ୍ୟାକୁଳ କରୁଥାଏ । 


ବିନୁର ବାପା ଆଉ ମାଆ ବିନୁକୁ ବହୁତ ବୁଝାନ୍ତି । ଶେଷରେ ପରୀକ୍ଷା ଫଳ ପ୍ରକାଶ ପାଇବା ଦିନ ଆସିଛି । ପରୀକ୍ଷା ଫଳ ଦେଖିବା ପାଇଁ ଗୋଟିଏ ପଟେ ଉତ୍ସାହ ବି ଲାଗୁ ଥାଏ ଆଉ ଗୋଟିଏ ପଟେ ଡର ବି ଲାଗୁ ଥାଏ । 


ଠିକ ପରୀକ୍ଷାଫଳ ପାଇବା ସମୟରେ ଇଣ୍ଟରନେଟ କଟିଗଲା । ବିନୁ ଆହୁରି ଅଧୈର୍ଯ୍ୟ ହେଲା । 


କିଛି ସମୟ ପରେ ବିନୁର ବାପାଙ୍କ ମୋବାଇଲ ବାଜି ଉଠିଲା । ବିନୁ ଚମକି ଗଲା..... ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକଙ୍କ ଫୋନ ଆସିଛି । ବାପା ଫୋନରେ ଟିକେ କଣ କଥା ହେଇ କି ବିନୁକୁ ଡାକି ଫୋନ ଦେଲେ । ବିନୁ ଡରି ଡରି ଫୋନ ନେଲା ।


ପ୍ରଧାନ ଶିକ୍ଷକଙ୍କ ସହ କଥା ହଉ ହଉ ଆଖିରୁ ଲୁହ ବହିଗଲା । ସେପଟୁ ସାର ତାକୁ ସମ୍ବର୍ଦ୍ଧନା ଜଣାଇଲେ ଯେ ସେ ଓଡ଼ିଶାରେ ମ୍ୟାଟ୍ରିକ ଟପର।


ବାପା ମାଆ ବିନୁକୁ କୁଣ୍ଢାଇ ଗେଲା କରୁଥାଆନ୍ତି । ସାଙ୍ଗେ ସାଙ୍ଗ ମିଡ଼ିଆ ଲୋକ ଆସି ଘରେ ପହଞ୍ଚିଲେ । ସବୁ ବିନୁର ଇଣ୍ଟରଭ୍ୟୁ ନେଲେ । ବନ୍ଧୁ ବାନ୍ଧବ,ସାଙ୍ଗସାଥି ଫୋନ କରି congratulations ଜଣାଉ ଥାଆନ୍ତି।ବାପା ଖୁସିରେ ନାଚି ଯାଉଛନ୍ତି । ଖୁସିରେ ଟିକେ ପରେ ଟିକେ ଗେଲା କରୁଛନ୍ତି।


ଠିକ ସେହି ସମୟରେ ହଠାତ୍ ମାଆ ଆସି ବିନୁକୁ ଡାକିଲେ । ବିନୁ ଚମକି ମାଆ ଆଡକୁ ଚାହିଁଲେ । ମାଆ କହିଲେ ଉଠିବୁ ନାହିଁ କି । ତୋ ପରୀକ୍ଷା ହେବ କି ନାହିଁ ଆଜି ନିଷ୍ପତ୍ତି ନିଆଯିବ ଯେ । 


ବିନୁ ଆଖି ଛଳଛଳ ହୋଇ ଗଲା । ସପନ ଭାଙ୍ଗିଗଲା । ମାଆଙ୍କ ଖାଲି ମଥା ଜୀବନର ବାସ୍ତବତାକୁ ଆଣି ଦେଲା । କରୋନା ମହାମାରୀରେ ବିନୁର ବାପା ଚାରି ମାସ ତଳେ ସମସ୍ତଙ୍କୁ ଛାଡି ଆର ପାରିକୁ ପଳାଇଛନ୍ତି । କରୋନାରେ ବାପା ପାଖାପାଖି ଏକ ମାସ ପୀଡିତ ହୋଇ ଶେଷରେ ହସପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କଲେ । 


ବିନୁର ବାପା ଜଣେ ଡାକ୍ତର ଥିଲେ । ହସପିଟାଲ ଡ୍ୟୁଟି ଯିବା ସମୟରେ ବାପା ବିନୁକୁ କହିଥିଲେ ତୁ ମୋ ପାଇଁ ବ୍ୟସ୍ତ ହେବୁ ନାହିଁ । ମୁଁ ସବୁବେଳେ ତୋ ପାଖରେ ଅଛି । ମନ ଦେଇ ପଢ ଓ ତୋ ମାଆ କଥା ବୁଝୁ ଥିବୁ।ମୁଁ ଜଲଦି ପଳାଇ ଆସିବି।


ଫୋନରେ ବାପା ସହ ବିନୁ ଓ ତା ମାଆ କଥା ହେଉ ଥାଆନ୍ତି।ହଠାତ ଦିନେ ତା ବାପା ଫୋନ କରି ବିନୁର ମାଆଙ୍କୁ ଜଣାଇଲେ ଯେ ସେ କରୋନା ପଜିଟିଭ । ହେଲେ ଏ ବିଷୟରେ ବିନୁକୁ କହିବା ପାଇଁ ମନା କଲେ । ବିନୁ କିଛି ଜାଣି ନ ଥିଲା । କିଛି ଦିନ ଧରି ବାପାଙ୍କ ସହ କଥା ନ ହେବାରୁ ଓ ମାଆଙ୍କ ଶୁଖିଲା ମୁହଁ ଦେଖି ସେ ଦିନେ ତା ବାପାଙ୍କ ଜଣେ ଡାକ୍ତର ସାଙ୍ଗଙ୍କୁ ଫୋନ କରି ଜାଣିଲା ତା ବାପାଙ୍କ ଅବସ୍ଥା ଭଲ ନାହିଁ । କରୋନା ଶୀକାରରୁ ଆଉ ବାପା ଘୁରି କି ଆସିଲେ ନାହିଁ । ଏମିତି ମୃତ୍ୟୁ ଯେ ବିନୁ ଓ ତା ମାଆଙ୍କୁ ଡାକ୍ତର ଓ ପୋଲିସ ବାପାଙ୍କ ଶେଷ ସ୍ପର୍ଶ ବି କରିବାକୁ ଦେଲେ ନାହିଁ । ସେହି ଦିନ ଠାରୁ ବିନୁ ବହୁତ ଏକୁଟିଆ ଅନୁଭବ କରୁ ଥିଲା । ତଥାପି ମାଆଙ୍କ ସମ୍ଭାଳିବାକୁ ଯାଇ ଆଉ ବାପାଙ୍କ ସପନ ପୁରଣ କରିବା ପାଇଁ ଦିନ ରାତି ଏକ କରି ପଢୁଥିଲା । 


ବିନୁର ମାଆ ଜଣେ ଶିକ୍ଷୟିତ୍ରୀ ଥିଲେ । ତେଣୁ ଘର ଚଳିବାରେ ଅସୁବିଧା ନ ଥିଲା । ତଥାପି ସ୍ୱାମୀ ଚାଲି ଯିବାର ଦୁଃଖ ନିଜ ମନରେ ଲୁଚାଇ ରଖିଛନ୍ତି...... କେବଳ ବିନୁକୁ ସାହସ ଦେଇ ତାର ଉଜ୍ଜଳ ଭବିଷ୍ୟତ କରିବା ପାଇଁ।ସବୁବେଳେ ବିନୁର ମାଆ ତାକୁ ଦୃଢ଼ କରିବା ପାଇଁ ଚେଷ୍ଟା କରନ୍ତି । ନିଜ ଦୁଃଖକୁ ନିଜ ଛାତିରେ ଲୁଚାଇ ବିନୁ ପାଖରେ ଦୃଢ ହୋଇ ଛିଡ଼ା ହୋଇଛନ୍ତି ।


ବିନୁ ବାପା ମରିବା ପରେ ମନରେ ସ୍ଥିର କରିଛି ଯେ ସେ ବି ଡାକ୍ତର ହେବ । ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିବ । ସବୁ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଦରକାର ପଡିଲେ ନିଜ ଜୀବନକୁ ମଧ୍ୟ ପାଣି ଛଡାଇ ଦେବ । ବାପାଙ୍କ ପରି ସେ ବି ମାନବ ସେବାରେ ନିଜକୁ ନିୟୋଜିତ କରିବ । 


ବିନୁ ନିଜ କୋହକୁ ମନରେ ଲୁଚାଇ ଗଲା ଓ ଟିଭି ଖୋଲି ନିଉଜ ଚ୍ୟାନେଲ ଲଗାଇଲା । ନିଉଜ ଦେଖି ବିନୁ ନିଜକୁ ସମ୍ଭାଳି ପାରିଲା ନାହିଁ..... ପରୀକ୍ଷା ବାତିଲ୍ ହୋଇ ଯାଇଛି । ମାନେ ସମସ୍ତଙ୍କ ସପନ ଅଧୁରା ରହିଗଲା।ଆଉ ସେ ଟପର ହୋଇ ପାରିବ ନାହିଁ।ବାପାଙ୍କ ସପନ ଆଉ ପୂରଣ ହେବ ନାହିଁ! 


ଭୋ ଭୋ ହୋଇ ବିନୁ କାନ୍ଦିଲା । 


ମାଆ ଆସି ବିନୁକୁ କହିଲେ ଆରେ କାନ୍ଦୁଛୁ କାହିଁକି? ତୁ ତ ଜାଣୁ ତୋ ବାପା ତୋ ଆଖିର ଲୁହ ଦେଖି ପାରନ୍ତି ନାହିଁ । ତୁ କାନ୍ଦିଲେ ତୋ ବାପାଙ୍କ ଆତ୍ମାକୁ କଷ୍ଟ ହେବ । 


ବିନୁ ହେଲେ ମାଆ..... ବାପାଙ୍କ ସପନ ତ ଅଧୁରା ରହିଗଲା।


ବିନୁର ମାଆ କିଏ କହିଲା ଅଧୁରା ରହି ଯିବ ବୋଲି । ମ୍ୟାଟ୍ରିକ ପରୀକ୍ଷା ନ ହେଲା ତ କଣ ହେଲା 2ରେ ଟପର ହୋଇ ତ ପାରିବୁ । ଏବେ ଠାରୁ ଧ୍ୟାନ ଦେଇ ପଢ ନିଶ୍ଚୟ ସଫଳ ହେବୁ । 


ସେଇ ଦିନ ଠାରୁ ବିନୁ 2 ବିଜ୍ଞାନ ପାଠ ପଢା ଏକାଗ୍ରତା ନେଇ ପଢା ଆରମ୍ଭ କଲା।ବାପାଙ୍କ ଶେଷ ଇଚ୍ଛା ପୂରଣ କରିବା ଜିଦ ଆଜି ବିନୁକୁ 2 ବିଜ୍ଞାନରେ ଟପର କରିଛି । ପାଇବାର ଇଚ୍ଛା ଆଜି ବିନୁକୁ ସଫଳ କରାଇଛି । ସେ ପଟେ ପୁଣି ପ୍ରଥମ ଥର ଏଣ୍ଟ୍ରାନସ ଦେଇ ବିନୁ ଡାକ୍ତରୀ ପଢା ପାଇଁ ଓଡ଼ିଶାର ସବୁଠାରୁ ବଡ ମେଡିକାଲ କଲେଜରେ ପଢିବା ସୁଯୋଗ ପାଇଛି।



Rate this content
Log in

Similar oriya story from Inspirational