Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

PRANATI MAHAPATRA

Tragedy Others

4.0  

PRANATI MAHAPATRA

Tragedy Others

ଟୋପାଏ ସିନ୍ଦୁର

ଟୋପାଏ ସିନ୍ଦୁର

3 mins
231


ଜୀବନର ସାଇତା ସମ୍ପତ୍ତି ବିଲୀନ ହୋଇଯାଇଛି କେଉଁ ଏକ ଅଶୁଭ ମୂହୁର୍ତ୍ତର ଅବା ରାହୁ ଗ୍ରାସ ତିମିର ଅନ୍ଧକାର ଘେରା ନୀରବ ନିସ୍ତବ୍ଧ ନିଶାର୍ଦ୍ଧରେ,ଶ୍ଵାନ ଶୃଗାଳଙ୍କ ରଡିରେ।


ନିଶାର୍ଦ୍ଧରେ ବି ସମୁଦ୍ର ଘୋ ଘୋ ଗର୍ଜନ କରୁଛି,ଖୋଜି ଚାଲିଛି ତାର ସ୍ଵପ୍ନର ସଞ୍ଚିତ ସାଇତା ଅମୂଲ୍ୟ ରତ୍ନକୁ।

ଯିଏ ଭଲପାଇ ଥିଲା ନିସ୍ଵାର୍ଥପର ଭାବରେ,କେବଳ ଟିକେ ମଧୁର ମଧୁରାମୃତ ପାଇଁ।


ରାଜ ପରିବାର ନ ହେଲେ ବି ରାଜାଘର ଝିଅ ଠାରୁ କୌଣସି ଗୁଣରେ କମ୍ ନୁହେଁ ମାଳତୀ।ଜମିଦାର ଜଗନ୍ନାଥ ମହାପାତ୍ରଙ୍କ ଅଲିଅଳି ତିନି ନମ୍ବର ଝିଅ।ଏକାଦଶ ଯାଏ ପାଠପଢ଼ା ସାଙ୍ଗକୁ ରାମାୟଣ ମହାଭାରତ, ପାଲା ଦାସକାଠିଆ ସବୁ ଗାଇବାରେ ଧୁରନ୍ଧର।ରୂପ ସହ ଗୁଣ ବି ଚମତ୍କାର।


ବିବାହଯୋଗ୍ୟା କନ୍ୟା ପାଇଁ ଆଖପାଖ ଦଶଖଣ୍ଡ ଗାଆଁରୁ ବରପକ୍ଷ ପ୍ରସ୍ତାବ ଆସିଲା।ଜମିଦାର ସାହେବ ଲୋକ ଲଗାଇ ସବୁ ବୁଝିଲେ।କେଉଁଠି ବର ଦେଖିବାକୁ ସୁନ୍ଦର ହେଲେ କଣ ହେବ ନିରକ୍ଷର ତ କେଉଁଠି ଉଚ୍ଚଶିକ୍ଷା ଥିଲେ ବି ନାମଜାଦା ଘର ହୋଇ ନ ଥାଏ।ଏମିତି ଏମିତି ପ୍ରସ୍ତାବ ଯାଇ ଗୋଟିଏ ପ୍ରସ୍ତାବ ଉପରେ ନଜର ଲାଖି ରହିଲା ଜମିଦାର ବାବୁଙ୍କର।ପିଲାଟି ସେତେବେଳେ ସମୟରେ ଅର୍ଥାତ ଆଜକୁ ୫୫/୬୦ ବର୍ଷ ତଳେ, ସାଇନ୍ସ ଏମ.ଏ., ରେଭେନ୍ସା ମହାବିଦ୍ୟାଳୟରୁ ପାସ କରିଥାଏ।ବାପା ବି ଜମିଦାର।ଜଗନ୍ନାଥ ବାବୁ ନିଜ ଲୋକ ହାତରେ ଖବର ପଠାଇଥିଲେ ପୁଅ ଦେଖିବାକୁ।

    ଗୋଟିଏ ନିର୍ଦ୍ଦିଷ୍ଟ ଦିନବାର ଠିକ କରି ଗଲେ।ପୁଅ ପସନ୍ଦ ବି ହୋଇଗଲା।


ବହୁ ପ୍ରତୀକ୍ଷିତ ସମୟ ମାଳତୀ ପାଇଁ।ସୁନେଲି ସ୍ଵପ୍ନରେ ସ୍ଵପ୍ନାୟିତ ସେ ସମୟ କୁଆଁରା କୁଆଁରୀ ମାନଙ୍କର।ନୂଆ ଲୋକ।ପୁଅ ଝିଅ ପାଇଁ, ଝିଅ ପୁଅ ପାଇଁ।ବର ହାତରେ ପିନ୍ଧେଇ ଦେବେ କନ୍ୟାର ମଥାରେ ଟୋପାଏ ସିନ୍ଦୁର।ସେହି ଟୋପାଏ ସିନ୍ଦୁର ପିନ୍ଧି ସାରିବା ପରେ ବଦଳି ଯିବ ଝିଅଟିର ପରିଚୟ, ବଦଳି ଯିବ ଘର ପରିବାର ଆତ୍ମୀୟ ସ୍ଵଜନଙ୍କ ପାଖରେ ତା ପୂର୍ବ ଠିକଣା।ସେହି ଦିନଠାରୁ ଆପଣାର ହୋଇଯିବେ ପର ତ ପର ହେବେ ଅତି ଆପଣାର।ଯାହାଙ୍କୁ ଦେଖି ନ ଥାଏ, ଜାଣି ନ ଥାଏ ସେ ହୋଇଯିବେ ଇହକାଳ ପରକାଳର ସାତଜନ୍ମ ନୁହେଁ ଜନ୍ମଜନ୍ମର ସୁଖଦୁଃଖ ହସକାନ୍ଦର ସାଥି।ଅନେକ ଦିନର ସ୍ଵପ୍ନ ସତ ହୋଇଗଲା।ମଥାରେ ମୋହର ବସିଗଲା ମାଳତୀ ର।

ବଡ଼ ଧୁମଧାମରେ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ।ଯାନି ଯୌତୁକ, ଟଙ୍କା ସୁନା ,ଘରର ଆସବାବପତ୍ର ନିଜ ସମ୍ମାନ ଓ ବରପକ୍ଷ ସମ୍ମାନ ଠାରୁ ଢେର ଅଧିକ ଦେଇଥିଲେ।

  ଦେଖିବା ଲୋକ ଟେରା ହୋଇଯାଇଥିଲେ ଏସବୁ ଦେଖି।ଖୁବ ହସଖୁସିରେ ଆନନ୍ଦରେ ଝିଅ ମାଳତୀ ରହିଲା ଶାଶୁଘରେ।ଶାଶୁଘରେ ଶାଶୁ ଶଶୁର ବି ଭାରି ଭଲ ପାଆନ୍ତି ବୋହୁ କୁ।ଗୋଟିଏ ବୋଲି ବୋହୁ।ବଡ଼ ଆଦର ଯତ୍ନ କରନ୍ତି।

ସମୟ କାହାକୁ ଅପେକ୍ଷା କରି ନ ଥାଏ।ସେ ସମୟ ଅନୁସାରେ ଗୋଟିଏ ପୁଅ ଝିଅ ବି ଆସିଗଲେ କୋଳକୁ।

ଇତି ମଧ୍ୟରେ ଶାଶୁ ଶଶୁର ବି ପରପାରିକୁ ଚାଲିଗଲେ ।ପୁନର୍ବାର ପୁଅଝିଅ ଦୁଇଜଣ କୋଳମଣ୍ଡନ କଲେ।ଏବେ ଚାରି ପୁଅଝିଅ ଙ୍କର ଜନନୀ ମାଳତୀ ଦେବୀ ।

ଏଇଠି ଆସିଲା ବିପର୍ଯ୍ୟୟ।ହଠାତ କାହାର କୁ ଦୃଷ୍ଟି ପଡିଲା ମାଳତୀ ଦେବୀଙ୍କର ମଥାରେ ଶୋଭାବର୍ଦ୍ଧନ କରୁଥିବା ସେଇ ଟୋପାଏ ସିନ୍ଦୁର ଉପରେ।ସ୍ଵାମୀ ମଥା ଯନ୍ତ୍ରଣା ରେ ଜର୍ଜରିତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହେଲେ।ଅନେକ ପରୀକ୍ଷା ନୀରିକ୍ଷା ପରେ ଯାହା ଜଣାପଡିଲା, ସେ କଥା ଶୁଣି ଅଧୈର୍ଯ୍ୟ ହୋଇ ଦୁଃଖରେ ଫାଟିପଡିଲେ ମାଳତୀ।ସ୍ଵାମୀ ଙ୍କର ବ୍ରେନ ଟ୍ୟୁମର।କେଉଁ ମୂହୁର୍ତ୍ତରେ କ୍ୟାନସର ହୋଇଯିବ କିଛି ଠିକ ନାହିଁ।ଅପରେସନ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।ନଚେତ ଅବସ୍ଥା ଅସମ୍ଭାଳ ବୋଲି ସିଧା ସିଧା କହିଦେଇଛନ୍ତି।


  ଯାହା ହେଉ ସିନ୍ଦୁରର ସୁରକ୍ଷା ପାଇଁ ଡାକ୍ତର ବାବୁଙ୍କର ସବୁ କଥାରେ ରାଜି ହୋଇଛନ୍ତି ମାଳତୀ।ଠିକ ସମୟରେ ଅପରେସନ ହେଲା, ଏବଂ ଅପରେସନ ସକ୍ସେସ ବୋଲି ବି ଅଭିଜ୍ଞ ଚିକିତ୍ସକ ମାନେ କହିଲେ।କିଛି ଦିନ ପରେ ଘରକୁ ଆସିଲେ।ସିନ୍ଦୁର ଉପରେ ଆଉ କାହାର ନଜର ନ ଲାଗିବା ପାଇଁ ଅନେକ ପୂଜାର୍ଚ୍ଚନା କରିବାକୁ ଲାଗିଲେ।


    ହଠାତ ରାତି ଦୁଇ କି ତିନି ହେବ ।ପ୍ରବଳ ଯନ୍ତ୍ରଣାରେ ଚିତ୍କାର କଲେ ସ୍ଵାମୀ।ପିଲାମାନେ ତ ଛୋଟ ଛୋଟ।ପଡିଶା ଘର ଲୋକଙ୍କ ମାଧ୍ୟମରେ ରାତି ରାତି କଟକ ନେଇ ଗଲେ ସ୍ଵାମୀଙ୍କୁ।ଏଥର ଅପରେସନ ହୋଇଥିବା ଟ୍ୟୁମର ପାଖରେ ଅନେକ ଗୁଡିଏ ଟ୍ୟୁମର ହୋଇ ପଚି ଯାଇଥିବା କଥା କହିଲେ ଡାକ୍ତର।ଅତିଶୀଘ୍ର ଅପରେସନ ଆବଶ୍ୟକ। ନ ହେଲେ ରୋଗୀର ଜୀବନ ବିପନ୍ନ।ଅନ୍ୟୋପାୟ ନ ପାଇ ଶୀଘ୍ର ଅପରେସନ ପାଇଁ ପ୍ରସ୍ତୁତ ହୋଇ ଡାକ୍ତରଙ୍କୁ ଅପରେସନ ପାଇଁ ସହମତି କଲେ ମାଳତୀ।

ଦୀର୍ଘ ସମୟ ଅପରେସନ କରିବା ପରେ ଡାକ୍ତର ମାନେ ଅପରେସନ ଘରୁ ବାହାରକୁ ଆସିଲେ।ଔଷଧ, ସାଲାଇନ ବି ଦେଇ ଚିକିତ୍ସା କଲେ।ଗୋଟିଏ ମାସ ପରେ ଘରକୁ ଆସିଲେ ସ୍ଵାମୀଙ୍କୁ ନେଇ।ଏଥର ସ୍ଵାମୀ ସମ୍ପୁର୍ଣ୍ଣ ସୁସ୍ଥ ଓ ସିନ୍ଦୁର ବି ସୁରକ୍ଷିତ।ବେଶ୍ ଆନନ୍ଦିତ ପରିବାରର ସମସ୍ତେ ।ହସଖୁସିରେ ପୂର୍ବବତ ଚାଲିଲା ପରିବାର।

କିନ୍ତୁ କିଏ ଜାଣିଥିଲା ଦୀପଟି ଲିଭିବା ଆଗରୁ ଜୋରରେ ଜଳେ ବୋଲି।ବୋଧହୁଏ ଡାକ୍ତର ମାନେ ଜାଣିଥିଲେ।ଅପରେସନ ହୋଇ ଘରକୁ ଫେରିବା ବର୍ଷେ ପରେ।ପୁନର୍ବାର ଯନ୍ତ୍ରଣା ଆରମ୍ଭ ହୋଇଥିଲା।ଟଙ୍କା ପଇସା ଯୋଗାଡ କରି ପଡିଶା ଘର ଲୋକଙ୍କୁ କହି ଡାକ୍ତର ପାଖକୁ ନେବାପାଇଁ ଯୋଗାଡ଼ କରିବା ସମୟରେ ସିନ୍ଦୁର ହଜିଗଲା, ଲିଭିଗଲା ସ୍ଵାମୀଙ୍କର ଜୀବନ ଦୀପ।ଭଲ ଲାଗୁଛି ଭଲ ଲାଗୁଛି କହୁଥିବା ଲୋକର ପାଟି ସବୁଦିନ ପାଇଁ ପଡିଗଲା।

ଦେଇ ପାରିଲେ ନାହିଁ ସୁରକ୍ଷା ସିନ୍ଦୁରକୁ।ଜନ୍ମଜନ୍ମର ସାଥି ଆଜି ଯନ୍ତ୍ରଣା କାତରରେ ଚାଲିଗଲେ ପରକରି ପରପାରିକୁ।

ଟୋପାଏ ସିନ୍ଦୁରକୁ ରଖି ପାରିଲେ ନାହିଁ ସାଇତି ମାଳତୀ ଦେବୀ।

ପିଲାମାନେ ଆଜି ନିଜ ଗୋଡରେ ନିଜେ ଠିଆ ହୋଇଛନ୍ତି ସତ,ହେଲେ ଗଣ୍ଡେଭାତ ଗୋଟିଏ ପେଟକୁ ଦେବାପାଇଁ ଅସମର୍ଥ।ଜୀବନ ସାରା ଦୁଃଖ କଷ୍ଟ ସହ ସଂଗ୍ରାମ କରି କରି ପରିଣତ ବୟସରେ ଅସହାୟ ନିସହାୟ ହୋଇ ଖୋଜି ଚାଲିଛନ୍ତି ଜନ୍ମଜନ୍ମର ଅଫେରା ସାଥିର ସେହି ଟୋପାଏ ସିନ୍ଦୁରକୁ।


Rate this content
Log in

More oriya story from PRANATI MAHAPATRA

Similar oriya story from Tragedy