Manas Kumar Behera

Abstract Tragedy Inspirational

4  

Manas Kumar Behera

Abstract Tragedy Inspirational

ଟୋପାଏ ପାଣି

ଟୋପାଏ ପାଣି

3 mins
23.8K


ରତ୍ନାକର ବଡଜେନା , ଜଣେ ବିଶିଷ୍ଟ ଶିଳ୍ପପତି ହିସାବରେ ବେଶ ପରିଚିତ । ମା କମଳିନୀ ତାଙ୍କୁ ଧନ ଦଉଲତରେ କିଛି ବି ଉଣା କରି ନାହାଁନ୍ତି । ପାଞ୍ଚପାଞ୍ଚଟା ନାମୀଦାମୀ ଶିଳ୍ପ କାରଖାନା,ଚାରିଚାରିଟାବଡବଡ ହୋଟେଲ , ଶହ ଶହ ବଡବଡ ବସ୍ ଯୋଉଗୁଡାକ ରାଜ୍ୟରାଜ୍ୟ ଭିତରେ ସେବା ଯୋଗାଏ । ବ୍ୟାଙ୍କ ବାଲାନ୍ସ ଅମାପ । ମାଆଙ୍କ କୃପାରୁ ଗୋଟିଏ ବୋଲି ଝିଅ ତାଙ୍କର ବିଳାସିନୀ । ରୂପ ଯେମିତି ବୁଦ୍ଧି ବି ସେମିତି । ବାପଝିଅ ମିଶି ବ୍ୟବସାୟକୁ ସୁରୁଖୁରୁରେ ଚଲାଇଛନ୍ତି ।


 ନାଁ ଯେମିତି କାମ ସେମିତି ବିଳାସିନୀର । ଅଲିଅଳି ଝିଅ ହୋଇଥିବାରୁ ବେଶ ଆନନ୍ଦରେ ଦିନସରେ ତାର । ବିଳାସିନୀକୁ ବିଳାସର ପାହାଡ କହିଲେ ବି ଅଚ୍ୟୁକ୍ତି ହେବନି । ତାର ହାତ ପାହାଁନ୍ତାରେ ସବୁସୁଖ ଖଞ୍ଜାହୋଇ ଥୁଆ ହୋଇଛି । ଯାହା ଇଛାକଲା ତାହା କଲା ବାଧା ଦେବାକୁ କେହି ନାହିଁ । ପାଣିରେ ଘଣ୍ଟାଘଣ୍ଟା ଗାଧେଇବା ତାର ଭାରି ସଉକ । ଗାଧୁଆଘର କଣ୍ଠଶିଳ୍ପୀ ସେ । ଗୁଣୁଗୁଣୁ ହୋଇ କେତେ ଗୀତ,ଛନ୍ଦ ଗାଇପକାଏ ନିଇତି । ସବୁଦିନ ଚାକରାଣୀ ମିଲି ଗାଧୁଆ କୁଣ୍ଡରେ ନାନା ସୁବାସିତ ଫୁଲ ପକେଇଯାଏ ତା ପାଇଁ , ଆରାମରେ କୋମଳ ସଜଫୁଟା ଦେହକୁ ଧୋଇନିଏ ବିଳାସିନୀ । ପୋଷାକ ପିନ୍ଧା,ମେକପ ନେବା, ଭଲଭଲ ଖାଦ୍ୟ ପାନୀୟରେ ତାର ଟିକେ ବି କମ୍ପରମାଇଜ ନାହିଁ ।


ଏମିତି ରାଜଭୋଗରେ କିଛିଦିନ ବିତି ଯାଇଛି । ସାଙ୍ଗମାନଙ୍କ ସହ ବିଳାସିନୀ ରାଜସ୍ଥାନ ବୁଲିବାକୁ ଯାଇଥାଏ । ଯୁଆନ ବୟସରେ ତରୁଣୀଗଣ , ଦେହରେ ଉଦାମତା ,ଉନ୍ମାଦନା ଭରି ରହିଥାଏ । ନୂଆ ନୂଆ ଜାଗା ବୁଲିଦେଖୁଥାନ୍ତି , ଅନେକ ଅନୁଭୂତି ପାଉଥାନ୍ତି, ଜୀବନକୁ ଉପଭୋଗ କରୁଥାନ୍ତି ତା ସହ ବଡବଡ ହୋଟେଲରେ ରାତ୍ରୀଯାପନ ସହ ସୁସ୍ୱାଦୁ ଖାଦ୍ୟପାନୀୟର ବ୍ୟବସ୍ଥା ହେଉଥାଏ । ଏମିତିରେ ପ୍ରାୟ ସବୁ ଅଞ୍ଚଳବୁଲି ଦେଖବା ସରିଆସୁଥାଏ । ମରୁଭୂମିର ଦୃଶ୍ୟଦେଖିବାକୁ ତାର ଭାରିଇଛା ହେଲା । ସକାଳୁ ସକାଳୁ ସମସ୍ତେ ବାହାରି ପଡିଲେ । ସାଥିରେ ଦାମୀ ପାଣିବୋତଲ କିଛି ବାରମଜା ,କିଛି ସ୍ନାକ୍ସ ଧରିଥାନ୍ତି । ସକାଳର ଥଣ୍ଡାଥଣ୍ଡା ପାଗକୁ ଶୀତଳଭରା ପବନ ସେମାନଙ୍କର ମନ ମୋହିନେଉଥାଏ । ମରୁବାଲିରେ ଆଗକୁ ଆଗକୁ ଚାଲିଥାନ୍ତି । ବିସ୍ତୀର୍ଣ୍ଣ ବାଲୁକାରାଶି ,ସମୁଦ୍ରପ୍ରାୟ ଅାଖି ପାଉନି ।ଯେତେ ଦୂରକୁ ଦେଖିବ ସେତେ ସୁନ୍ଦର ଲାଗିବ , ନୂଆନୂଆ ଲାଗିବ । ମଝିରେମଝିରେ ନୂଆନୂଆ ଜୀବମାନଙ୍କୁ ଦେଖି ସମସ୍ତେ ଖୁସି ହୋଇଯାଆନ୍ତି । କିଛି ସମୟ ରହି ପୁଣି ଆଗକୁ ଆଗକୁ ମାଡି ଚାଲିଛନ୍ତି ।


ମରୁବାଲିରେ ଅନେକ କଣ୍ଟା ଜାତୀୟ ବୃକ୍ଷ ଦେଖାଯାଏ ।ପରିବେଶ ଅନୁସାରେ ପତ୍ରଗୁଡିକ କଣ୍ଚା ହୋଇଯାଇଥାଏ । ବସନ୍ତ ଋତୁ ହୋଇଥିବାରୁ ବିଭିନ୍ନ ପ୍ରକାର କଣ୍ଟକିତ ଗଛରେ ନାନା ରଙ୍ଗ ଓ ଆକାରର ଫୁଲ ଫୁଟିଥାଏ । ମରୁବାଲିରେ ତାହା ଠାଏଠାଏ ଉପବନର ଭ୍ରମ ସୃଷ୍ଟି କରେ ।ପବନ ଯୋଗୁଁ ବାଲିରେ ଅନେକ ଗାତ ଓ ବାଲିପାହାଡ ବି ଦେଖାଯାଏ ଏସବୁ ବିଳାସିନୀର ମନକୁ କିଣି ନେଉଥିଲା । ହଠାତ୍ ସେ ନିଜକୁ ତୃଷାର୍ତ୍ତ ମନେ କରିଛି , ପାଣି ସରିଯାଇଛି । ତାକୁ ଭୀଷଣ ଶୋଷ । କଣ କରିବେ କିଛି ବୁଦ୍ଧି ଦିଶୁନି ।ଜଣେ ସାଙ୍ଗ କହିଉଠିଛି 

- ହେଇ ଦେଖ ସେଠି ପାଣି ଦେଖାଯାଉଛି , ଚାଲ ସେଠୁ ପିଇବା 

- କ'ଣ ? ସେ ପାଣି ମୁଁ ପିଇବି , ଅପରିଷ୍କାର ମରୁଭୂମି ପାଣି , ନା ହୋଇପାରିବନି 

- ତୁ ବୁଝୁନୁ କାହିଁକି ଯେ । ପାଣି ବିନା ଆମେ ବଞ୍ଚିବା କେମିତି ?, ଚାଲ ପିଇ ନେବା ।

- ଯିଏ ସିବାସିତ ଜଳରେ ଗାଧାଏ, ଆକ୍ୱାଗାର୍ଡ ପାଣି ପିଏ ,ସିଏ ଏ ନର୍ଦ୍ଦମା ପାଣି ପିଇବ ! ନା ହୋଇପାରିବନି ।

- ଚାଲ ସମସ୍ତେ ଆମେ ଆମ ଜୀବନ ବଞ୍ଚାଇବା । ଜଳ ହିଁ ଜୀବନ , ସେ ଯୋଉ ପାଣି ହେଉ 

ସମସ୍ତେ ଆଗକୁ ବାହାରିଲେ , ବାଧ୍ୟ ହୋଇ ବିଳାସିନୀ ବି ଗଲା । 


ଏମିତି ଶୋଷରେ ସମସ୍ତେ ଚାଲୁଥାନ୍ତି ହେଲେ ବାଟ ସରୁ ନଥାଏ । ହେଇ ଆଗରେ ପାଣି ଆଗରେ ପାଣି କହି କହି ତାକୁ ବୁହେବାଟ ଚଲେଇଲେଣି ତଥାପି ପାଣିର ଦେଖା ନାହିଁ । ଟିକେ ଚାଲୁଥାନ୍ତି ଟିକେ ବସୁଥାନ୍ତି , ଶୋଷରେ ଗଳା ଶୁଖିଯାଉଥାଏ , ଦେହରୁ ଜୀବନ ଛାଡିଗଲା ପରି ଲାଗୁଥାଏ । 


ମରୁଭୂମିରେ ମରୀଚିକା ଏକ ଅଜବ ସୃଷ୍ଟି । ଜଳାଶ୍ରୟର ଭ୍ରମମାତ୍ର ।ଯେତେ ଚିତ୍କାର କରି ଖୋଜିଲେ ବି ପାଣି ନାହିଁ । ଏମତି ଯାଉଯାଉ ସେମାନେ କିଛି ଗାତ ଦେଖିଲେ । କୌଣସି ଓଜନିଆ ବଡ ଜୀବର ପାଦ ଦବିଯାଇ ଗାତ ହୋଇଛି । ସେଥିରେ ଭରି ରହିଛି ଜଳ । ଜୀବ ପରମକୁ ପାଇଗଲେ ଯେମିତି, ଭକ୍ତ ଭଗବାନଙ୍କୁ ପାଇଲେ ଆଉ ଭ୍ରମର ଫୁଲକୁ ପାଇଲେ ଯେମିତି ସେମିତି ଶ୍ରଦ୍ଧାରେ ସମସ୍ତେ ପିଇ ଚାଲିଲେ ଟୋପାଏ ପାଣି । 


Rate this content
Log in

Similar oriya story from Abstract