Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Manas Kumar Behera

Others

2.5  

Manas Kumar Behera

Others

ପାଠୁଆ ଓ ଅପାଠୁଆ

ପାଠୁଆ ଓ ଅପାଠୁଆ

3 mins
594


ମନୋଜ ଓ ପ୍ରଶାନ୍ତ ପିଲାବେଳର ସାଙ୍ଗ ।ଉଭୟ ସାଙ୍ଗହେଇ ନାଚଗୀତଠୁ ଆରମ୍ଭ କରି ସବୁଥିରେ ବିଦ୍ୟାଳୟରେ ଭାଗନିଅନ୍ତି । ପରୀକ୍ଷାରେ ମନୋଜ ଅଧିକ ନମ୍ବର ଆଣେ ଆଉ ପ୍ରଶାନ୍ତ ଫେଲ ହୁଏ ।ମାତ୍ର ୧୪ ବର୍ଷ ବୟସରେ ଅଷ୍ଟମ ଶ୍ରେଣୀ ପଢାଛାଡି ବାହାରିଲା କଟକ ସହର । ମାୟା ନଗରୀ ,ଏଠି ଭାଗ୍ୟ ପରୀକ୍ଷା ହୁଏ ,କିଏ ଅମୀର ପାଲଟି ଯାଏ ତ କାହାର କପାଳ ଫାଟେ ।ଭାଗ୍ୟ ସହ ଯିଏ ନିଜକୁ କର୍ମବୀର ହୋଇପାରିଲା ସେ ଉଧେଇଲା । ତାର ମାମୁର କୃପାରୁ ଜଣେ ମାରୱାଡିର ଫେନସି ଦୋକାନରେ ରହିଲା ।ମାସକୁ ଦରମା ୨ ହଜାର ଆଉ ଖାଇବା ପିଇବା ସବୁ ମାଗଣା ।ମଝିରେ ମଝିରେ ବୋନସ ବି ଅଛି ।ପୁଣି ମାଲିକର ଅନୁପସ୍ଥିତିରେ ଚୋରିଚାରି ଅଛି । ଘରେ ମାଆ ବାପା ଭଉଣୀ ।ବାପା ମାଆ ରୋଜଗାରରେ ଘର ଚଳି ପୁଣି ବହକେ । ସବୁ ଗାଁ ଫଣ୍ଡରେ ସୁଧିଆ ଲାଗେ ।


ମନୋଜଟି ଭାରି ବୁଦ୍ଧିଆ ଆଉ ପାଠରେ ଆଗୁଆ ପିଲା ।ଗାଁ ସ୍କୁଲରେ ଦଶମ ଶ୍ରେଣୀ ଟପର ହେଲାପରେ +2 ପଢିବାକୁ ବି ଟଙ୍କା ନାହିଁ । ତା ବାପା ହାତ ଉଧାରି କରି ଭାରି କଷ୍ଟେମଷ୍ଟେ କଲେଜରେ ନାଁ ଲେଖେଇ ଦେଲେ ।ଖାଲି କଲେଜରେ ନାଁ ଲେଖିଦେଲେ ତ ସବୁ ସରିଯାଏନା । ବାହାଘର ପରେ ବୁହାଘର ପରି ଖାତା ବହି ଅମୁକ ସମୁକ ରେ ଟଙ୍କା ଯୋଗାଡ ଅସମ୍ଭବ ହେଇ ପଡୁଥାଏ । ସମୟ ବାହାର କରି ଅଳ୍ପ କିଛି ଟିଉସନ କରି +2 ପରୀକ୍ଷା ସରିଲା । କଲେଜ ଟପର । ପୁଣି ଚିନ୍ତା ବଢିଗଲା । କଣ କରିବ କିଛି ଭାବି ପାରିବଲୀନି ।ପରିଶେଷରେ ସିଟି କରି ସମାଜକୁ ଆଲୋକ ଦେବାକୁ ଚିନ୍ତା କଲା ।ଗାଁ ମାଷ୍ଟ୍ରେ ହୋଇ ଗାଁ ର ତ ସେବା କରିବ ।ନିଜ ହାତରେ ନୂଆ ଭାରତ ନିର୍ମାଣର ଜଣେ ବିନ୍ଧାଣି ହେବ । ପୁଣି ନିଜ ଗାଁ ମାଟି ସ୍ୱର୍ଗଠାରୁ ବଡ । ପରମ ସୌଭାଗ୍ୟ ତାର । ଆର୍ଥିକ ସଙ୍କଟ ସତ୍ୱେ ସିଟିରେ ଭଲନମ୍ବର ରଖି ଚାକେରୀ ଅପେକ୍ଷାରେ ।


ପ୍ରଶାନ୍ତ ଘର ଦିନକୁ ଦିନ ବଦଳିବାକୁ ଲାଗିଲାଣି ।ଝାଟିମାଟିର ଘର ବିଜୁପକ୍କାଘର ଯୋଜନାରେ ନୂଆ ରୂପରଙ୍ଗରେ ସଜେଇ ହୋଇଗଲାଣି ।ଗାଁ ରାଜନୀତିରେ ମାଆବାପା ନାଁରେ ଦି ଦିଟା ଘର କରିସାରିଲାଣି ।ବାଡିରେ ଟ୍ୟୁବୱେଲ ପାଇଖାନା ।ବ୍ୟାଙ୍କ ଖାତାରେ ଲକ୍ଷଲକ୍ଷ ଟଙ୍କା । ପୁଣି ଟ୍ୟାକ୍ସି ଭଡାରେ ଲଗାଉଛି । ଛୋଟଛୋଟ କଣ୍ଟ୍ରାକ୍ଟି କରୁଛି । ସମୟ ସୁଅରେ ସୁନ୍ଦରୀ ଆଉ କଲେଜ ପଢୁଆ ଝିଟିଏ ତାର ଜୀବନ ସାଥି ହୋଇଛି । ଦିନେ ସଂନ୍ଧ୍ୟାରେ ସାଙ୍ଗମାନଙ୍କ ସହ ବସି ଗପସପ କରୁକରୁ ମନୋଜକୁ କଟାକ୍ଷ କରିବାକୁ ପଛାଇ ନାହାଁନ୍ତି । ହସିହସି ମନୋଜ କହିଛି ଆଜିକାଲି ମହାକାଳ ଫଳର ଚାହିଦା ବେଶି ।ଶିକ୍ଷିତ ସ୍ୱଳ୍ପ ଆୟଧାରୀ ପରେପକାରୀ ମଣିଷକୁ କିଏ ପଚାରେ , ସମସ୍ତଙ୍କର ନଜର ଅନ୍ୟର ଧନ,ସମ୍ପତ୍ତି ଆଉ ସୁନ୍ଦରତା ଉପରେ । ପ୍ରତ୍ୟେକ ପିତା ଧନୀଶାଳି ଜ୍ୱାଇଁ ଚାହାଁନ୍ତି । ପ୍ରତ୍ୟେକ ଯୁବକ ଯୁବତୀ ସୁନ୍ଦର ଚେହେରା ଆଉ ଟଙ୍କା ପଚରେ ପାଗଳ ।ସମସ୍ତେ ମିଛରେ ଖୋଜନ୍ତି ଭଲ ମଣିଷ ହେଲେ ଧନ ଆଉ ରୂପ ଯେଉଁଠି ସେଇଠି ହଜିଯାଆନ୍ତି । ଆଜି ତ ବେପାରୀଟିଏ ଶିକ୍ଷକ ଠାରୁ ବହୁଗୁଣା ଦାମୀ ହୋଇଗଲାଣି ।ସତରେ ଯେବେ ମଣିଷ ବୁଝିବ ବେପାରୀ ଆଉ ଗୁରୁର ମର୍ଯ୍ୟାଦା ସେତେବେଳେ ଦେଶରେ ଶାନ୍ତି ଆସିବ । ଅର୍ଥର ପାହାଡ ତଳେ ଆଜି ବିବେକ ,ଚରିତ୍ର ,ନ୍ୟାୟ,ଧର୍ମ ଲୁଚିଯାଇଛି । କହି କାନ୍ଦିପକାଇଲା ମନୋଜ ।


ସମୟ ଓ ଜୁଆର ଭଟ୍ଟା କାହାକୁ ଅପେକ୍ଷା କରେନା । ପୂର୍ଣ୍ଣମୀ ଆମାବାସ୍ୟାରେ ନିଜର ପ୍ରକୋପ ଦେଖାଇଲା ପରି ମଣିଷ ପାଖରେ ଧନ ,ସୁନ୍ଦରତା ଥିଲେ ଦେଖେଇ ହୁଏ । କହିବୁଲେ ତା ସମ କେହି ନାହିଁ ହେଲେ ସେ ଜାଣିପାରେନା ଜୁଆର ପରେ ଭଟ୍ଟା ପଡେ ବୋଲି । ଆଜି ଯିଏ ସୁନ୍ଦର କାଲି ଯେ ସେ ବିକଟାଳ ନହେବ ବୋଲି କେବଳ ସମୟ ଉତ୍ତର ଦେବ ।କାଳବଳେ ଅଳ୍ପ ବେତନ ଭେଗୀ ମନୋଜ ଗାଁଠୁ ଦୂର ରାଇଜରେ ଶିକ୍ଷକତା ଜୀବନ ଆରମ୍ଭ କରିଛି । ତାର ଜୀବନ ସାଥୀ ହୋଇଛି ସଂପୂର୍ଣ୍ଣା। ପୁରୁଷୋତ୍ତମ କ୍ଷେତ୍ରର ଝିଅ ସେ । ଗୁଣଗ୍ରାମ କେଉଁଥିରେ ଉଣା ନାହିଁ ତାର । ମଧ୍ୟମ ଉଚ୍ଚତା ବିଶିଷ୍ଟ ସାବନା ରଙ୍ଗର ହୃଷ୍ଟପୃଷ୍ଟ ରମଣୀ ସେ । ସବୁବେଳେ ହସହସ ମୁଖ । ଉଭୟ ଉଭୟଙ୍କ ପ୍ରତି ଆନ୍ଦନରେ ସ୍ନେହଭରା ବ୍ୟବହାର । ଝିଅ ଚିନୁକୁ ନେଇ ତାଙ୍କ ସଂସାର ରଥ ଆଗକୁ ଆଗକୁ ମାଡି ଚାଲିଥାଏ ।ତାଙ୍କର ବଡ ସଂପତ୍ତି ଥିଲା ଉତ୍ତମ ବୁଝାବଣା । ସେପଟେ ପ୍ରଶାନ୍ତ ଧିରେଧିରେ ଧନଶାଳୀ,ପ୍ରଭାବଶାଳୀ ହେବାରେ ଲାଗିଥାଏ ।ସମୟ ତା ପାଖରେ ଭାରି ଅଭାବ ।ଚାରି ଚାରିଟା ବସ,ଆଠଟା ଟ୍ରକ ,ଇଟା ଫ୍ୟାକ୍ଟ୍ରି,ସିମେଣ୍ଟ ଗୋଦାମ ।ରାତି ଚାରିରୁ ରାତି ବାର ବାହାରେ କଟେ । ଘରକୁ ଫେରିଲେ ସ୍ତ୍ରୀ ସହ ଝଗଡା । କେତେବେଳେ ଖର୍ଚ୍ଚର ହିସାବକୁ ନେଇ ତ କେତେବେଳେ ମଦ ଯୋଗୁଁ । ସ୍ୱାମୀସ୍ତ୍ରୀ ସଂପର୍କ ଯେମିତିକି କେବଳ ଶାରୀରିକ ସଂପର୍କ ଆଉ ପିଲା ଛୁଆ ଜନ୍ମ ପାଇଁ କେବଳ । ଉଭୟଙ୍କ ମୁଖରେ ହସ ଲିଭଲିଭି ଆସୁଥିଲା ଧନ ଓ ସୁନ୍ଦରର ପବନରେ l


Rate this content
Log in