ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଠକ ମହାଜନ

ଠକ ମହାଜନ

2 mins
7.7K


ଶ୍ରୀ ସୁଜାତା ସିହ୍ନା

ଫୌଜିଆ ନାମରେ ବୁଢ଼ୀଟିଏ ରହୁଥିଲା l ତାର ନିଜର ବୋଲି ଏ ଦୁନିଆରେ କେହି ନ ଥିଲେ l ବହୁତ ବୟସ ହୋଇଯିବା ହେତୁ ସେ ଦିନେ ଭବିଲା ମରିବା ପୂର୍ବରୁ ତୀର୍ଥ କରିବାକୁ ଯିବି l ତେଣୁ ସେ ତା’ ପାଖରେ ଥିବା ଦୁଇଶହ ସ୍ଵର୍ଣ୍ଣମୁଦ୍ରା ନିଜ ଖର୍ଚ୍ଚ ପାଇ ରଖି ବାକି ସାତଶହ ସ୍ଵର୍ଣ୍ଣମୁଦ୍ରା ଏକ ଚମଡ଼ା ଥଳିରେ ରଖି ତାକୁ ଲାଖ ଦ୍ଵାରା ତାର ମୁହଁ ବନ୍ଦ କରିଦେଲା l ତା’ପରେ ସେ ସେହି ଥଳିଟିକୁ ନେଇ ପଡ଼ୋଶୀ ମହାଜନଙ୍କୁ ଦେଇ କହିଲା –‘ ଲାଲାଜୀ ମୁଁ ତୀର୍ଥ ଯାତ୍ରାରେ ଯାଉଛି – ତେଣୁ ମୋର ସାରା ଜୀବନ ସଞ୍ଚିତ ଧନ ସାତଶହ ସ୍ଵର୍ଣ୍ଣମୁଦ୍ରା ଏହି ଥଳିରେ ଅଛି lଏହାକୁ ଆପଣ ଦୟାକରି ରଖି ଥାଆନ୍ତୁ l ମୁଁ ଯଦି ତୀର୍ଥରୁ ବଞ୍ଚିକରି ଫେରି ଆସେ ତେବେ ମୁଁ ଏହାକୁ ନେବି l ଆଉ ଯଦି ମୁଁ ନ ଫେରେ ତା’ହେଲେ ଏସବୁ ଆପଣଙ୍କର ‘ କହି ଫୌଜିଆ ତୀର୍ଥ କରିବା ପାଇଁ ଚାଲିଗଲା l

ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଫୌଜିଆ ଆଉ ଫେରିଲା ନାହିଁ l ମହାଜନ ଭାବିଲା ବୋଧହୁଏ ବୁଢ଼ୀ ମରିହଜି ଗଲା l ଭାବି ସେ ସବୁଧନ ନେଇ ସେଥିରେ ପିତଳ ଓ ତମ୍ବା ମୁଦ୍ରାସବୁ ରଖିଦେଲା l କିନ୍ତୁ ଏହାର କିଛି ଦିନ ପରେ ବୁଢ଼ୀ ଆସି ପହଞ୍ଚି ମହାଜନଙ୍କୁ ନିଜର ଥଳି ମାଗିଲା l ମହାଜନ ତାକୁ ସଙ୍ଗେ ସଙ୍ଗେ ତାର ଥଳି ଫେରାଇ ଦେଲା l ବୁଢ଼ୀ ଘରକୁ ଆସି ଥଳି ଖୋଲି ଦେଖେ ତ ସେଥିରେ ସ୍ଵର୍ଣ୍ଣମୁଦ୍ରା ବଦଳରେ ଲିହା ଓ ତମ୍ବାର ମୁଡ୍ରାମାନ ରହିଛି l ସେ ଜାଇଁ ମହାଜନକୁ କହିଲା- ମୋର ସାତଶହ ସ୍ଵର୍ଣ୍ଣମୁଦ୍ରା ବଦଳରେ ଏଥିରେ କ’ଣ ଲୁହା ତମବାର ମୁଦ୍ରା ସବୁ ରହିଛି ? ଏହା ଶୁଣି ମହାଜନ କହିଲା- ଏ ଥଳି ଭିତରେ କ’ଣ ଥିଲା ମତେ ଦେଖେଇ କରି ରଖିଥିଲ ? ତୁମେ ଯେମିତି ଦେଇଥିଲ ମୁଁ ସେମିତି ତମକୁ ଫେରାଇ ଦେଇଛି l

ମହାଜନ ତାକୁ ଠକି ଦେଇଛି ଭାବି ଏ ସିଦ୍ଧାଯାଇ ବାଦଶାହ ଆକବରଙ୍କ ପାଖରେ ପହଞ୍ଚିଲା l ସେ ସମସ୍ତ କଥା ବାଦଶାହଙ୍କୁ ଜଣାଇ ତାକୁ ନ୍ୟାୟ ମିଳୁ ବୋଲି ଗୁହାରି କହିଲା l ମହାଜନ ବିରୁଦ୍ଧରେ କୌଣସି ପ୍ରମାଣ ନ ଥିବାରୁ ବାଦଶାହା ଏ ମାମଲା ବୀରବଲକୁ ସମର୍ପି ଦେଲେ l ବୀରବଲ ବୁଢ଼ୀକୁ ପଚାରିଲେ ସେ ଥଳିରେ ଯେଉଁ ମୋହର ଥିଲା ସେଥିରେ କିଛି ପ୍ରମାଣ ଥିଲା l ବୁଢ଼ୀ କହିଲା- ହଜୁର ! ମୁଁ ସବୁ ମୁଦ୍ରାରେ ଲେଖାଏଁ ଛୋଟ କଣା କରିଦେଇଥିଲି l ବୀରବଲ ବୁଢ଼ୀ ଠାରୁ ସ୍ଵର୍ଣ୍ଣମୁଦ୍ରା ଓ ଚମଡ଼ା ଥଳିଟିକୁ ରଖିଦେଇ ତାକୁ ତା’ର ଘରକୁ ପଠାଇ ଦେଲେ l

ବୀରବଲ ସେହି ପ୍ରକାରର କେତେଗୁଡ଼ିଏ ଚମଡ଼ା ଥଌ ମଗାଇ ସବୁଥିରେ ଗୋଟିଏ ଲେଖାଏଁ କଣା କରିଦେଇ ସେ ସବୁକୁ ନିଜ ନଗରରେ ଥିବା ପ୍ରସିଦ୍ଧ ମୋଚିମାନଙ୍କ ପାଖକୁ ଗୋଟିଏ ଲେଖାଏଁ ରଫୁ କରିବା ପାଇଁ ପଠାଇ ଦେଲେ l ସବୁ ଥଳି ରଫୁ ହୋଇ ଆସିବା ପରେ କେବଳ ଗୋଟିଏ ଥଳୀର ରଫୁ ସିଲେଇ ହୋଇଥିବା ପରି ଜଣା ପଡୁ ନଥିଲା l ସେ ସଙ୍ଗେ ସଙ୍ଗେ ସେହି ମୋଚିକୁ ଡ଼ାକି ପଠାଇଲେ l ବହୁତ ଧମକ ଚମକ ଦେବାପରେ ମୋଚିଟି ଡରି ଡ଼ରି କହିଲା ଆଜ୍ଞା ! ମତେ ଜଣେ ମହାଜନ ପିତଳ ଓ ତମ୍ବା ମୁଦ୍ରାରେ ଭର୍ତ୍ତି ଗୋଟିଏ ଥଳି ଦେଇଥିଲେ ରଫୁ କରିବା ପାଇଁ ଏବଂ ତା’ ବଦଳରେ ସେ ମତେ ଏହି ଦୁଇଟି ସ୍ଵର୍ଣ୍ଣମୁଦ୍ରା ଦେଲେ l ବୀରବଲ ସ୍ଵର୍ଣ୍ଣମୁଦ୍ରାଟିକୁ ଦେଖି ଜାଣିପାରିଲେ ଏ ମୁଦ୍ରାଟି ହେଉଛି ଏହି ବୁଢ଼ୀର l ସେ ସଙ୍ଗେ ସଙ୍ଗେ ମହାଜନ ଓ ବୁଢ଼ୀକୁ ଡାକି ପଠାଇଲେ l ମହାଜନ ବାଦଶାହଙ୍କ ଆଗରେ ଉପସ୍ଥିତ ବୁଢ଼ୀ ଓ ମୋଚିକୁ ଦେଖି ନିଜ ସ୍ଵୀକାର କଲା ଓ ବୁଢ଼ୀର ସମସ୍ତ ସ୍ଵର୍ଣ୍ଣମୁଦ୍ରା ଫେରାଇ ଦେଲା l


Rate this content
Log in

Similar oriya story from Children