STORYMIRROR

Aravinda Das

Comedy

2  

Aravinda Das

Comedy

ଠାକୁର ଓ ନୋଟବନ୍ଦୀ ର ସାଇଡ ଇଫେକ୍ଟ

ଠାକୁର ଓ ନୋଟବନ୍ଦୀ ର ସାଇଡ ଇଫେକ୍ଟ

1 min
14.4K


ଅନନ୍ତ ଶୟନରେ ଶାୟିତ ଲୀଳାମୟ ଭଗବାନ ବିଷ୍ଣୁ । ପାଖରେ ମା ଲକ୍ଷ୍ମୀ । ବୈକୁଣ୍ଠ ପୁର ସମ୍ମୁଖରେ ଦଣ୍ଡାୟମାନ କିଛି ଦେବ,ଦେଵୀ ଗଣ । ସମସ୍ତଙ୍କର      ଅଭିଯୋଗ ସମାନ।  "ମାତା ଲକ୍ଷ୍ମୀ, ଆମେ ସମସ୍ତେ ବଡ଼ ଅଦ୍ଭୁତ ଅସୁବିଧାରେ ପଡିଛୁ। ପ୍ରଭୁଙ୍କୁ ଟିକେ ଆମ କଥା ଜଣାନ୍ତୁ।" ମା ଲକ୍ଷ୍ମୀ କହିଲେ, " ପ୍ରଭୁ ଏବେ ଯୋଗନିଦ୍ରାରେ। ଯାହା କହିବା କଥା ମୋତେ କୁହନ୍ତୁ।"

ଟିକିଏ ମୁହଁ ଚାହାଁଚାହିଁ ହୋଇ ସେମାନେ କହିଲେ, " ପ୍ରଭୁଙ୍କୁ ବା କଣ ଅଛପା ? ଭାରତରେ ଏବେ ନୋଟ ବନ୍ଦୀ ଯୋଗୁଁ ବଡ଼ ନୋଟ ସବୁ ଅଚଳ। ଭକ୍ତମାନେ ସେଇ ଅଚଳ ଟଙ୍କା ସବୁ ଆମ ମନ୍ଦିର ହୁଣ୍ଡିରେ ପକାଇ ଦେଇ ଚାଲିଯାଉଛନ୍ତି। ଆମେ କଣ କରିବୁ ? ଏଇ ସୁଯୋଗରେ ମନ୍ଦିର କର୍ମକର୍ତ୍ତା ମାନେ ହୁଣ୍ଡିରେ ଥିବା ସାନ ନୋଟ ଓ ଖୁଚୁରା ନେଇ ,ନିଜର ଅଚଳ ବଡ଼ ନୋଟକୁ ବି ବଦଳାଇ ଦେଉଛନ୍ତି। ସମସ୍ତେ ସାଧୁ ହେବାକୁ ଚେଷ୍ଟା କରି ଆମକୁ ଅସାଧୁ କରୁଛନ୍ତି। ବ୍ୟାଙ୍କକୁ ଆମେ କି ସଫେଇ ଦେବୁ ? ଠାକୁର ହୋଇ ଆମ ପାଖରୁ ଯଦି ଅଧିକ ଅଚଳ ନୋଟ ବାହାରେ, ତେବେ ବଦନାମ ତ ଆମେ ହେବୁ।ଆମକୁ ଉପାୟ କୁହ ମା।"

ଗମ୍ଭୀର ସ୍ୱରରେ ଲକ୍ଷ୍ମୀ କହିଲେ, " କାହାକୁ ଆପଣ ଅଭିଯୋଗ କରିବାକୁ ଆସିଛନ୍ତି ? ଖୋଦ ଭଗବାନ ବିଷ୍ଣୁଙ୍କ ବଡ଼ ବଡ଼ ମନ୍ଦିର ହୁଣ୍ଡିରେ ପରା କୋଟି କୋଟି ଅଚଳ ନୋଟ ଯୋଗୁଁ ଇନକମ ଟ୍ୟାକ୍ସ ବିଭାଗରୁ ନୋଟିସ ଆସିଛି ।ଧନ,ସମ୍ପତ୍ତିର ଦେବୀ ହିସାବରେ ଏସବୁ ଝାମେଲା ପାଇଁ ସେ ମୋତେ ଦାୟୀ କରୁଛନ୍ତି । ଆପଣ ମାନେ କୁହନ୍ତୁ ଦୋଷ କାହାର ?କିଏ ଦାୟୀ ? ଏକସ୍ୱରରେ ସବୁ ଦେବ ଦେବୀ ମାନେ କହିଉଠିଲେ," ଏସବୁ ନାଟର ଗୋବର୍ଦ୍ଧନ ହେଲେ......କାହିଁକି କେଜାଣି ସମସ୍ତେ ଚୁପ୍ ହୋଇଗଲେ। ଯୋଗନିଦ୍ରାରେ ହସୁଥିଲେ ବିଷ୍ଣୁ।

(ନୋଟବନ୍ଦୀ ଘୋଷଣାର ବର୍ଷ ପୂର୍ତ୍ତ ଉପଲକ୍ଷେ)

(ଅରବିନ୍ଦ ଦାସ)


સામગ્રીને રેટ આપો
લોગિન

Similar oriya story from Comedy