Kalyani Nanda

Thriller Others

3  

Kalyani Nanda

Thriller Others

ଠାକୁର ଅଛନ୍ତି ଚଉବାହାକୁ

ଠାକୁର ଅଛନ୍ତି ଚଉବାହାକୁ

2 mins
11.6K



ଡିଅର ଡାଏରୀ,

ଦଶ ଦିନ ବିତି ଗଲାଣି ଏ ଭିତରେ ଗୃହବନ୍ଦୀ ହୋଇ ରହିବାରେ। ସକାଳ ହେଉଛି, ସନ୍ଧ୍ୟା ହେଉଛି, ରାତି ଘନେଇ ଆସୁଛି, କିନ୍ତୁ ପେଟର କ୍ଷୁଧା, ନିଦ ଏସବୁର କୌଣସି ପରିବର୍ତ୍ତନ ନାହିଁ । ମୁଁ କିମ୍ବା ପୁଅ ଘରର ଜିନିଷ ଦୋକାନରୁ ଆଣିବାକୁ ବେଳେ ବେଳେ ଯାଉଛୁ। କିନ୍ତୁ ଘରର ବାକିମାନେ ? ? ସେଇ ଚାରିକାନ୍ଥ ଭିତରେ ବନ୍ଦ। କେତେବେଳେ କେମିତି ବାଲକୋନି ରେ ବସି ଖୋଲା ଆକାଶ ଦେଖୁଛନ୍ତି ନହେଲେ ବର୍ତ୍ତମାନ ସ୍ଥିତିରେ ପ୍ରଦୂଷଣ ରହିତ ଖୋଲା ପବନର ସ୍ପର୍ଶ ଟିକିଏ ଅନୁଭବ କରୁଛନ୍ତି । ଏଇ ବନ୍ଦୀ ଜୀବନ କଥା ଭାବି, ମୋ ମନକୁ ଗୋଟିଏ କଥା ଆସୁଥାଏ, ଯେଉଁ ଜୀବ ଜନ୍ତୁ ଙ୍କୁ ପୋଷା ମନାଇ ପିଞ୍ଜରା ରେ ବନ୍ଦୀ କରି ଆମେ ମଣିଷ ମାନେ ରଖିଥାଉ, ସତରେ କଣ ସେମାନଙ୍କୁ ଭଲ ଲାଗୁଥିବ ? ଏଇ କଥାରୁ ମୋ ମନକୁ ଏକ ଅଦ୍ଭୁତ ଖିଆଲ ଆସିଲା । ଆଉ କିଛି ଦିନ ପରେ ପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ହେବ। ପ୍ରଭୁ ତାପରେ ଅଣସର ଘରେ ରୋଗରେ ପଡି , ପଥି ଖାଇ ରଥଯାତ୍ରା ଯାଏ ବନ୍ଦୀ ହୋଇ ରହିବେ । ଭକ୍ତଙ୍କୁ ଦର୍ଶନ ବି ଦେବେନି । ଏକାଥରକେ ରଥଯାତ୍ରା ରେ ବଡଦାଣ୍ଡ କୁ ବାହାରି ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବେ । ଏମିତି ତ ନୁହେଁ ଯେ , ପ୍ରଭୁ ତ କରୁଣା ସାଗର । କୀଟପତଙ୍ଗ ଠାରୁ ସମସ୍ତ ଜୀବଜଗତ ତାଙ୍କ ରି ସୃଷ୍ଟି । ସମସ୍ତଙ୍କ ଅନ୍ତରର କଥା ପ୍ରଭୁ ଜାଣନ୍ତି। ଏଇ ନୀରିହ ଜୀବଜନ୍ତୁଙ୍କୁ ମଣିଷ ବନ୍ଦୀ କରି ଚିଡିଆ ଘରେ ରଖୁଛି, ଘର ଭିତରେ ପୋଷା ମନାଇ ରଖୁଛି, ସେଇ କଷ୍ଟ ପ୍ରଭୁ ନିଜେ ଅଙ୍ଗେ ନିଭାଇବା ପାଇଁ ଚାହୁଁ ନାହାନ୍ତି ତ ? ସତରେ କି ଅଦ୍ଭୂତ ପରିକଳ୍ପନା ମୁଁ କରୁଛି ! ! ହସ ମାଡିଲା ନିଜର ଏମିତି ଚିନ୍ତାଧାରା ପ୍ରତି । ଏତିକି ବେଳେ ସୁଜାତା ଆସି ମୁହଁ ଶୁଖାଇ ମୋ ପାଖରେ ବସିଲେ । ମୁଁ ତାଙ୍କ ଆଡେ ପ୍ରଶ୍ନଭରା ଚାହାଣୀରେ ଚାହିଁବାରୁ ସେ କହିଲେ, " କଣ ଚାହୁଁଛ ଏମିତି ? ଏଥର କେତେ ମନ କରିଥିଲେ ପୁରୀ ଯାଇ ରଥଯାତ୍ରା ଦେଖି ଦୁଇ, ଚାରିଦିନ ସେଠି ବୁଲାବୁଲି କରି ଆସିବା । ହେଲେ କି କରୋନା ଆସିଲା, କି ଲକ୍ ଡାଉନ ହେଲା ଯେ ଘରୁ ତ ବାହାରି ହେଉନି, ଆଉ ପୁରୀ ଯିବା କଣ ?" ମୁଁ ଅଳ୍ପ ହସି କହିଲି," ବ୍ଯସ୍ତ କାଇଁ ହେଉଛ ? ସଂସାରରେ କୋଉ ଜିନିଷ ଭଲା ସବୁଦିନ ପାଇଁ ରହିଛି ନା ରହିବ ? ଏ ସମୟ ବି ଚାଲିଯିବ।ସବୁ ସେଇ କାଳିଆ ଠାକୁର ମାୟା । ସେ ଗଢୁଛି, ସେହିଁ ଭାଙ୍ଗୁଛି । ଚିନ୍ତା କାହିଁକି କରୁଛ? ଠାକୁର ଅଛନ୍ତି ପରା ଚଉବାହାକୁ। ତା ଉପରେ ଭରସା ରଖ । କାଳିଆ ଚାହିଁଲେ ନିଶ୍ଚୟ ଯିବା । ବିଳମ୍ବ ହୋଇପାରେ। ବଞ୍ଚିଥିଲେ ପୁଣି ସବୁକିଛି ଆଗପରି ହୋଇଯିବ । ସବୁ ଠିକ ହେବ।"ମୋ କଥା ଶୁଣି ସୁଜାତା ଙ୍କ ମୁହଁରେ ଆଶା ଓ ବିଶ୍ବାସର ଏକ ନିରୋଳା ହସ ଧାରେ ଫୁଟି ଉଠିଲା ।


Rate this content
Log in

Similar oriya story from Thriller