ତରଜୁରେ ଅତୀତ ଓ ବର୍ତ୍ତମାନ
ତରଜୁରେ ଅତୀତ ଓ ବର୍ତ୍ତମାନ
ଯେତେ ଥିଲା ଅସଜଡ଼ା ମୋହ ସବୁ କୁ ତୁଟେଇ ମୁଁ ଚାଲିଯିବି ତୁମେ କହିବ ଯଦି ଏହି କ୍ଷଣି ତୁମ ଠାରୁ ବହୁତ ଦୂର କୁ ଅରୁନ୍ ଯେଉଁ ଠି ତୁମ ର ଛାଇ ବି ମତେ ସ୍ପର୍ଶ କରିପାରିବେନି ।
ବହୁତ ସହିଲି ତୁମ ଆକ୍ଷେପ ଆରୋପ ଆଉ ତୁମ ଗାଳି ଆଉ ମାଡ଼ ବି ବିବାହ ଆମର ଆମ ଇଛା ଅନୁସାରେ ହେଇ ଥିଲା ମୁଁ ତୁମ କୁ ରାଜିଥିଲି ବିବାହ କରିବାପାଇଁ ଆଉ ତୁମ ର ଯଦି ଅଲଗା କିଛି ସମ୍ପର୍କ ଥିଲା ତୁମ ବାପା ଆଉ ମାଆ ଙ୍କୁ ଜଣାଇବା ର ଥିଲା ।ହେଲେ ତୁମେ ଚୁପ ରହିଲ ସେ ସମୟ ରେ କଣ ପାଇଁ??? ଗୋଟେ ଝିଅ ର ମନ କଥା ଭାବନା ହୃଦୟ ର ବେଦନା ର ସ୍ୱର ତୁମେ କଣ ବୁଝିପାରିଲାନି ନା ଶୁଣିପାରିଲ ନି କ୍ଷତ ଉପରେ କ୍ଷତ ଦେଇ ଚାଲିଲ କିଛି ଅସଜ ଡା ମୋହ ଯଦି ଥାଏ ମୋ ପ୍ରତି ତୁମେ ଆଟଲିଷ୍ଟ ମତେ କହି ତ ପାରିଥାନ୍ତପ୍ରଥମ ଦେଖାରୁ। ଛି!! ଛି!! ନିଜ ଉପରେ ଏବେ ଘୃଣା ଲାଗୁଛି ମତେ !!!
ସତ ରେ ତୁମର ମିଛ ପ୍ରେମ ରେ ଅନ୍ଧ ହୋଇ ମୁଁ ତୁମ ସହିତ ଦଶ ବର୍ଷ କାଟିଦେଲି ଆଉ ଏବେ ତୁମ ଛୁଆ ର ମାଆ ମୁଁ !!
ଆଉ ତୁମେ କହୁଛ ମୋ ପ୍ରତି ତୁମ ପ୍ରେମ ମିଛ ତୁମେ ପୁରୁଣା ପ୍ରେମ ପାଖ କୁ ଫେରି ଯିବାକୁ ଚାହିଁ ତୁମେ ଯଦି ଯିବାର ଥିଲା ମୋ ଜୀଵନ ସହିତ କାହିଁକି??ଖେଳୁ ଥିଲା ।
ଆଉ ଏବେ ତୁମ ପୁଅ ର ନିରୀହ ଆଖି କୁ ଦେଖି କଣ ତାକୁ କହି ବୁଝେଇ ବି ମୁଁ !!!! ତୁମ ପ୍ରତି ତା ମୋହ କୁ କେମିତି ତୁଟାଇବ ମୁଁ କିଛି କହିବ ହଁ ତୁମେ କଣ କହିବ କ୍ଷଣି କ ଅସଜଡ଼ା ମୋହ ପାଇଁ ତୁମେ ତୁମ ପୁଅ ଆଖି ର ନିରୀହ ଭଲପାଇବା କୁ ସହଜେ ଭୁଲିଇପାରିବ ତୁମେ !!! ଆଖି ଥିବା ତାର ତୁମକୁ ଆଉ ମତେ ନେଇ ସ୍ୱପ୍ନ କୁ କେମିତି ଭୁଲିବ ଅରୁନ୍ !!!ଆଉ ଅରୁନ୍ ପୁଅ ଚିକୁନ ଆଖି କୁ ଚାହୁଁ ଥିଲେ !!!ସେଥିରେ ଥିଲା ଶିଶୁ ମନ ର କଅଁଳ ନିରୀହ ଏକ ଅନୁରୋଧ ପାପା ଆମକୁ ଛାଡି ତୁମେ ଯାଅ ନାହିଁ ପ୍ଲଜ ଆମ ତୁମ ବିନା ବଞ୍ଚିପାରିବୁନି ।ମୁଁ ଆଉ ତୁମ ଆଗ ର କିଛି ଅଳିଅରଦଳି କରିବିନି କୁଆଡେ ଯିବାକୁ ବି କହିବିନି କିଛି ଆଣିବାକୁ ବି ନୁହେଁ ହେଲେ ତୁମେ ଆମ ପାଖ ରେ ରୁହ ଏତିକି କହୁ କହୁ ତା ଆଖି ରୁ ଲୁହ ର ସାଗର ଚାଲିଆସିଲା।
ଅରୁନ୍ ସାମ୍ନା ରେ ବର୍ତ୍ତମାନ ର ଦର୍ପଣ ରେ ଅତୀତ ତା ଝାପ୍ସା ଦିଶୁଥାଏ ।ମୃଣାଳି କଥା ଭାବୁଥାନ୍ତି ସେ କେତେ ବର୍ଷ ରେ ଦେଖା ହେଇଥିଲା ସେ ହଠାତ ରାସ୍ତା ରେ ବସ ରେ ଅଫିସ ଗଲା ବେଳେ ଅତୀତ ର ପ୍ରଥମ ପ୍ରେମ ଜାଗ୍ରତ ହେଲା ତାକୁ ଦେଖି ତାଙ୍କ ମନ ରେ ହେଲେ ଏ କଣ ?? ମୃଣାଳି ର ଶୂନ୍ୟ ମଥା ଦେଖି ଚମକି ଗଲେ ସେ!!ତା ପାଖ କୁ ଯିବାର ପ୍ରୟାସ କରିଥିଲେ ହାତ ରେ କାଗଜ ଟିରେ ନିଜ ଫୋନ ନମ୍ବର ଲେଖି ନିବେଦନ କରିଥିଲେ ତାଙ୍କୁ ଟିକେ ଫୋନ କରିବାକୁ ଅତୀତ ର ପୃଷ୍ଠା ଗୁଡିକ ଜେମିତି ଚାବୁକ ର ପ୍ରହାର ପରି ତାଙ୍କୁ ଲାଗୁଥିଲା ସତେ ରେ ସେ କେଡେ ବଡ଼ ଭୂଲ୍ କରିଛନ୍ତି ଦଶ ବର୍ଷ ହେବ ମୃଣାଳି ର ଖବର ଅନ୍ତର କିଛି ବି ବୁଝି ନାହିଁନ୍ତି ।ଯାହାକୁ ସେ ଦିନେ ଏତେ ଭଲପାଉଥିଲେ ଆଜି ସେ ତାକୁ କେମିତି ଭୁଲିଗଲେ ତାକୁ ହେଲେ ଅର୍ଚ୍ଚନା ଙ୍କର କି ଦୋଷ ତାଙ୍କୁ ତ ସେ ବିବାହ ମଣ୍ଡପରେ ବୈଦିକ ରୀତି ରେ ବିବାହ କରିଥିଲେ ଆଜି କୁ ଦଶ ବର୍ଷ ତଳେ ।କେତେ ଦିନ ପରେ ହଠାତ ଫୋନ ଆସେ ଗୋଟେ ଅଜଣା ନମ୍ବର ରୁ କିଏ ତୁମେ ମୁଁ ସେହି ମୃଣାଳି ଯାହାକୁ ତୁମେ ମନ ପ୍ରାଣ ଦେଇ ଭଲ ପାଉଥିଲ ଅରୁନ୍ ଆଉ ଆଜି ବି ଭଲପାଉଛି ମତେ ମୁଁ ହାରିଯାଇଛି ଅରୁନ୍ ମତେ ସମ୍ଭଳି ନିଅ ତୁମେ ତୁମ ଛଡା ଆଉ କେହି ନାହାନ୍ତି ମୋର ନିଜ ର ଗୋଟେ ଦୁର୍ଘଟଣା ରେ ସମସ୍ତଙ୍କୁ ହରେଇଛି ମୁଁ ଅରୁନ୍ ଙ୍କର କାନ ରେ ବାଜୁଥିଲା ପ୍ରତ୍ୟେକ ଟି ଶବ୍ଦ ଯାହା ମୃଣାଳି ତାଙ୍କୁ କହୁଥିଲେ ।ହେଲା ଅର୍ଚ୍ଚନା ଯାହାକୁ ମୁଁ ହାତ ଧରି ବାହା ହେଇଛି ତାର କଣ ଦୋଷ ସବୁ ତ ଭାଗ୍ୟ ର ଦୋଷ ଏଥିରେ କିଏ କଣ କରିପାରିବ ।ମନ ଅଥୟ କିଛି ସମୟ ଭାବି ବା ପରେ ଅରୁନ୍ ଚିକୁନ କୁ କୋଳେଇ ନେଇ ଗେଲ କଲେ ଆଉ ଫୋନ ଟିକୁ ସ୍ବେଚ ଅପ ।
ସମାପ୍ତ।
