Sunanda Mohanty

Inspirational

2.0  

Sunanda Mohanty

Inspirational

ତିନି ତୁଣ୍ଡରେ ଛେଳି କୁକୁର ନୁହେଁ

ତିନି ତୁଣ୍ଡରେ ଛେଳି କୁକୁର ନୁହେଁ

2 mins
157


ସ୍ୱପ୍ନ ତ ଅନେକ ଥାଏ। ତା ଭିତରୁ ଭଲ ଘରଟିଏ କରିବାର ସ୍ଵପ୍ନ ଭାରି ନିଆରା। ସ୍ଵାମୀ ସ୍ତ୍ରୀ ଦୁହିଁଙ୍କର ଜି.ପି.ଏଫ୍., ଗ୍ରାମରେ ଥିବା କିଛି ଜମି ବିକ୍ରି ପଇସା, ତଥା କିଛି ସଂଚିତ ଧନ ସହ ବ୍ୟାଙ୍କ ଋଣ ଖର୍ଚ୍ଚ କରୁ କରୁ ବନିଗଲା ଏକ ମହଲ। ପ୍ରତିଷ୍ଠା ଦିନ ନିମନ୍ତ୍ରିତ ହୋଇଥିଲେ, ବନ୍ଧୁ ବାନ୍ଧବ, ଚିହ୍ନା ଜଣା, ଉଭୟଙ୍କର ସହକର୍ମୀ। ବଢିଆ ସାଜସଜ୍ଜା ସାଙ୍ଗକୁ ଆଜିକାଲିର ଲାଇଟ ଡେକୋରେସନରେ ଆମେ ଦୁହେଁ ଶାନ୍ତିର ଉର୍ଦ୍ଧ୍ୱରେ ମୁଗ୍ଧ ହେଇଯାଇଥିଲୁ, ଭୁଲିଯାଉଥିଲୁ କଷ୍ଟ, କରଜ, ଉଧାର, ପରିଶ୍ରମ, କାରଣ ଘରଟି ବାସ୍ତବରେ ଆମ ସ୍ଵପ୍ନରୁ ଅଲଗା ଗୋଟେ ମହଲ ସଦୃଶ ଜଣାପଡ଼ୁଥିଲା। ନିକଟତମ ବନ୍ଧୁବାନ୍ଧବ ଚୁପି ଚୁପି କଥା ହେଉଥିଲେ, ବହୁତ ପଇସା ଖର୍ଚ୍ଚ କରିଛନ୍ତି ମହାନ୍ତି ବାବୁ ଏ ମହଲରେ।

ଖାଇବା ପିଇବା ମଧ୍ୟ ବାହାଘର ବ୍ରତଘରଠୁ ବଳି ହୋଇଥିଲା ସୁସ୍ୱାଦୁ ତଥା ସ୍ୱାଦିଷ୍ଟ। ସମସ୍ତେ ହାତ ଚାଟି ଖାଇଥିଲେ। ପୁଅ ଝିଅ ନାଚ ଗୀତର ଆୟୋଜନ ମଧ୍ୟ କରାଇଥିଲେ। ଖାଇ ପି ବନ୍ଧୁବାନ୍ଧବ, ଚିହ୍ନା ଜଣା ସମସ୍ତେ ବୁଲି ବୁଲି ଘର ଦେଖିବା ଭିତରେ, ବାସ୍ତୁଦୋଷ ବାହାର କରି କିଏ କହୁଥିଲା, ରୋଷେଇଘର ଏପଟେ ଦ୍ଵାର ହୋଇନଥାନ୍ତା, କିଏ କହୁଥିଲା ସିଡ଼ି ବାସ୍ତୁ ଅନୁଯାୟୀ କରାଯାଇନହିଁ ତ କିଏ କହୁଥିଲା,, ପାଇଖିନା ସବୁ ଠିକ୍ ଠାକ୍ ବସିନି, ଏମିତି ଅନେକ କଥା ଶୁଣି ମନର ଶାନ୍ତି ଆଉ ହୃଦୟର ମୁଗ୍ଧତା ଭାଙ୍ଗିପଡିଥିଲା ଟୁକୁଡ଼ା ଟୁକୁଡ଼ା ହୋଇ। ପୁଣି ପ୍ରତିକାର ବ୍ୟବସ୍ଥା କରନ୍ତୁ ବୋଲି କେହି କେହି ମନ୍ତବ୍ୟ ରଖିଲା ବେଳେ, ଜିନିଷ ପତ୍ର ରଖାରଖି ମଧ୍ୟ ବାସ୍ତୁ ଅନୁସାରେ ଠିକ୍ ହୋଇନି କହି କିଏ କହୁଥିଲା ଫ୍ରିଜଟା ଏପଟକୁ ନୁହେଁ ସେପଟକୁ ତ ଆକ୍ୱାରିଅମଟି ସବାସାଧାରଣ ଯିବା ଆସିବା ସ୍ଥାନରେ କରିଥିଲେ ଭଲ ହୋଇଥାନ୍ତା। ପୁଣି କିଏ କହୁଥିଲା ଭିଟା ମାଟି ଘର ଜମି ବିକ୍ରୀ କରି କିଛି ଭଲ କଲେନି।

ଘର ପ୍ରତିଷ୍ଠା ତ ସରିଗଲା, ହେଲେ ସନ୍ତୁଷ୍ଟି ବଦଳରେ ବିଭିନ୍ନ ପ୍ରକାର ନାସ୍ତି ସୂଚକ ଚିନ୍ତାଧାରାରେ ବୁଡି କାଳେ କିଛି ଅଘଟଣ ହେବ ଭାବି, ଘରଟିକୁ ବିକ୍ରି କରିବାକୁ କାଗଜ ପତ୍ର ରେଡି କରିବାକୁ ଲାଗିଲେ, ମହାନ୍ତି ବାବୁ। ପରିବାରର ସମସ୍ତେ ବାରଣ କଲେ ବି ବୁଝୁନଥିଲେ ମହାନ୍ତି ବାବୁ, ଯେହେତୁ, ବୋହୁ ଓ ଝିଅ ଭୀଷଣ ଅସୁସ୍ଥ ହୋଇ ପଡ଼ି, ପୁଅ ଓ ଜୋଇଁ ଉଭୟ ହସ୍ପିଟାଲରେ ହିଁ ଥିଲେ। ଆଶଙ୍କାରେ ଉଦବେଳିତ ମହାନ୍ତି ବାବୁ ଓ ତାଙ୍କ ପତ୍ନୀ ବାସ୍ତୁ ଦୋଷରୁ ଏସବୁ ହେଉଛି ବୋଲି ନିଶ୍ଚିନ୍ତ ହୋଇ ଘରଟିକୁ ଯେମିତି ହେଲେ ବିକ୍ରୀ କରିବେ ବୋଲି ସ୍ଥିର କରିସାରିଥିଲେ।

ବୋହୁ ଓ ଝିଅ ହସପିଟାଲରୁ ଫେରିଲେ, ବାପା ମାଆଙ୍କୁ ମୁଣ୍ଡିଆ ମାରିଥିଲେ, ଆଉ ପୁଅ ଓ ଜୋଇଁ ହସି ହସି, ଏ ଘରକୁ ଅତି ଶିଘ୍ର, ଜେଜେ ଓ ଜେଜେମା ଫେରି ଆସୁଛନ୍ତି ବୋଲି କହି ସମୁଦୀ ସମୁଦୁଣୀଙ୍କୁ ଜଣାଇ ଦିଅ, କହି ପୁଅ ବାହାରକୁ ଚାଲିଗଲା ପରେ ବାସ୍ତୁ ଦୋଷ ନିର୍ଣ୍ଣୟ କରୁଥିବା ତଥା ଆକଳନ କରି ହିସାବ ଦେଉଥିବା, ଏବଂ ପ୍ରତିକାର କରିବାକୁ ବ୍ୟବସ୍ଥା କରିବାକୁ କହୁଥିବା ଚିହ୍ନା ପରିଚୟ ସାଙ୍ଗ ସାଥି ସବୁ ଘର କିଣିବାକୁ ଦରଦାମ ସ୍ଥିର କରିବାକୁ ଆସିଯାଇ ଦେଖୁଥିଲେ, ମହାନ୍ତି ଦମ୍ପତ୍ତି ମନ୍ଦି କୁ ଯାଇଛନ୍ତି, ଆଉ ଘର ସାମ୍ନାରେ ଲେଖାଯାଇଛି, ଆମ ସ୍ଵପ୍ନର ମହଲ ବିକ୍ରି ହେବାର ନାହିଁ।



Rate this content
Log in

Similar oriya story from Inspirational