STORYMIRROR

ଶିଶିର ସାହୁ ମନୋଜ

Classics

3  

ଶିଶିର ସାହୁ ମନୋଜ

Classics

ତେନ୍ତୁଳି ଓ ଲିମ୍ବ କଥା

ତେନ୍ତୁଳି ଓ ଲିମ୍ବ କଥା

1 min
213

ଥରେ ପୂର୍ବଭାରତୀୟ ଦ୍ବୀପପୁଞ୍ଜର ଜଣେ 

ରାଜା ଭାରତର ତେନ୍ତୁଳି ଫଳ ଖାଇ 

ଅତି ଆମୋଦିତ ହେଲେ 

ସେ ଏହି ତେନ୍ତୁଳି ଗଛରୁ ଏତେ ପ୍ରଭାବିତ ହେଲେ ଯେ ନିଜ ଦେଶରେ ଘୋଷଣା କରିଦେଲେ 

ସମସ୍ତ ପ୍ରଜା ଆଜିଠୁଁ ତେନ୍ତୁଳି ଗଛ ଲଗେଇବେ,

ଏହାର ପତ୍ର ଶାଗ କରିବେ...

ଏହାର ମଞ୍ଜିକୁ ତରକାରୀ କରି ଖାଇବେ ....

ଏହାର କାଠରେ ଘର ତୋଳିବେ....

ଏ ଗଛର ମୂଳରେ ଦ୍ବୀପହର କାଳରେ 

ଶୟନ କିମ୍ବା ଉପବେଶନ କରିବେ....

ଏହାର ବାହି କୁ ଦାନ୍ତକାଠି କରିବେ ଆଦି ଆଦି..

ରାଜ ଆଜ୍ଞା ପାଳନ ହେଲା...


ହେଲେ ଦେଖାଗଲା ଦେଶରେ 

ଲୋକଙ୍କର ଦିନକୁ ଦିନ ସ୍ବାସ୍ଥ୍ୟହାନୀ ହେବାକୁ ଲାଗିଲା....

ରାଜା ଚିନ୍ତାରେ ପଡି଼ଗଲେ....

ଦିନେ ସେ ରାଜାଙ୍କର

କଳିଙ୍ଗ ଦେଶର ଜଣେ ସାଧବଙ୍କ ସହ ଭେଟ ହେଲା....

ରାଜା ଅନ୍ୟ କଥା ସବୁ ହେଲାପରେ 

ତାଙ୍କୁ ତେନ୍ତୁଳି ଗଛର ଅପକାରିତା ଯୋଗୁଁ ସୃଷ୍ଟି ହୋଇଥିବା ଅପକାରିତା ସବୁ କହି ଶୁଣେଇଲେ...

ସାଧବପୁଅ 

ସେଇଠୁ ରାଜାଙ୍କୁ 

କିଛି ଦିନ ସମୟ ଦିଅନ୍ତୁ 

ସେ ଏ ସମସ୍ୟାର ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇ ବୋଇତରେ ବସି କଳିଙ୍ଗ ଫେରିଲେ....


କିଛିଦିନ ପରେ 

ରାଜଦରବାର ବସିଥାଏ ...

କଳିଙ୍ଗର ସାଧବପୁଅ କେତୁଟା ଗଛ 

ଆଉ କେତେ 'କୋରଟିଆ ବୋଝ'

ମଞ୍ଜି ଆଣି ସେଠାରେ ଉପସ୍ଥିତ ହୋଇଲେ....


ରାଜା ବୋଲନ୍ତି ଏ କିସ ?


ସାଧବପୁଅ କହିଲେ 

ଏ ହେଉଛି ଲିମ୍ବଗଛ.....

ଏହାର ପତ୍ର ପିତା,ଫଳ ପାଚିଲେ ମିଠା...

ଆପଣ ଏ ଗଛର ଫୁଲକୁ ଏମନ୍ତ ଉପାୟରେ ତରକାରୀ କରି ଖାଇପାରିବେ....

ଏହାର ଫଳ ଖାଇପାରିବେ....

  ଏ ଗଛ ମଧ୍ଯ ଛାୟାପ୍ରଦାନକାରି 

ଏ ଗଛ ମୂଳରେ ବସିପାରିବେ....

ଏହାର ବକ୍କଳ ଚର୍ମରୋଗ ଆରୋଗ୍ୟକାରୀ...

ଏ ଗଛର ପତ୍ର,ମୂଳ ପ୍ରତ୍ୟେକ ଅଙ୍ଗ ଔଷଧୀୟ ଗୁଣରେ ପରିପୂର୍ଣ୍ଣ....


ରାଜା ସେ ଗଛର ଗୁଣ ଜାଣି ତାହାକୁ 

ତାଙ୍କ ରାଜ୍ୟରେ ଲଗାଇବାକୁ ଆଦେଶ ଦେଲେ 

ଏବଂ ସାଧବପୁଅକୁ ଶତସହସ୍ର ସ୍ବର୍ଣ୍ଣମୂଦ୍ରା ଦେଇ ସମ୍ମାନ ସହକାରେ ବିଦାକଲେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics