ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

ତାରା ରଶ୍ମି ଓ ମାରିଆ

ତାରା ରଶ୍ମି ଓ ମାରିଆ

2 mins
6.8K


ଶ୍ରୀମତୀ ସୁଜାତା ସିହ୍ନା

ପିଲାଦିନରୁ ମାରିଆ ବାପା ମାଆ ଛେଉଣ୍ଡ l ଗାଆଁ ଲୋକମାନେ ତାକୁ ଦୟାକରି ଖାଇବାକୁ ଓ ପିନ୍ଧିବାକୁ ଦେଇଥାଆନ୍ତି ବେଳେ ବେଳେ ତାକୁ ଖାଲି ପେଟରେ ଶୋଇବାକୁ ପଡେ l ସବୁ ତାର ଦୁର୍ଭାଗ୍ୟ ଭାବି ଭଗବାନଙ୍କୁ ଡ଼ିଓଏସ ଦେଇ ଥାଏ l ନ ହେଲେ କ’ଣ ତାର ବାପା ମାଆ ତାକୁ ଏମିତି ଏତେ ବଡ ଦୁନିଆରେ ଏକା କରି ଯାଇ ଥାଆନ୍ତେ l ଦିନେ ସେ ଭାବିଲା ନା ! ଏମିତି ଜୀବନ ଆଉ ରଖିବନି ଭାବି ସେ ଜଙ୍ଗଲ ଆଡକୁ ଚାଲିଲା l

ଶୀତ ଦିନ l କୋହଲା ପବନ ବହୁଥାଏ l ସେ ସାଙ୍ଗରେ ଗୋଟିଏ ଚାଦର, ଟୋପି ଓ ଖାଇବା ପାଇଁ ଦୁଇପଟ ରୁଟି ନେଇ ଥାଏ l ବହୁତ ବାଟ ଚାଲିବା ପରେ ଦେଖିଲା ଏକ ବୁଢା ଟିଏ ନଇଁ ନଇଁ ଆସୁଛି l ସେ ତାକୁ ଦେଖି କହିଲା- ଝିଅ ! ମୁଁ ଚାରିଦିନି ହେଲା କିଛି ଖାଇନି l ମତେ କିଛି ଖାଇବାକୁ ଦେ ! ମାରୀଆ ତା ପାଖରେ ଥିବା ରୁଟି ଦୁଇପଟ ବୁଢାକୁ ଖୁଆଇ ଦେଇ ଆଗକୁ ଚାଲିଲା l କିଛିବାଟ ଯିବାପରେ ଏକ ବୁଢୀ ସହ ତାର ଭେଟ ହେଲା l ସେ ଥଣ୍ଡାରେ ଥରୁଥିଲା l ବୁଢୀଟି ଯାକି ଯୁକି ହୋଇ ଏକ ଗଛ ମୂଳେ ଶୋଇଥିଲା l ବୁଢୀର କଷ୍ଟ ଦେଖି ସେ ସହି ନ ପାରି ତା ପାଖରେ ଥିବା ଚଦରଟିକୁ ତାକୁ ଘୋଡାଇ ଦେଇ ଆଗକୁ ଚାଲିଲା l କିଛି ବାଟ ଯିବା ପରେ ତାକୁ କିଏ ପଛରୁ ଡାକୁଥିବା ପରି ଲାଗିଲା l ସେ ସେଇଠି ଅଟକି ପଛକୁ ଚାହିଁ ଦେଖିଲା ଜଣେ ଛୋଟ ବାଳକ ତା ପଛେ ପଛେ ଧାଇଁଛି l ତା’ପରେ ସେ ପାଖକୁ ଆସି କହିଲା- ମତେ ଭାରି ଶୀତ ହେଉଛି l ତୁମର ସେହି ଟୋପିଟିକୁ ମତେ ଦିଅନ୍ତ ନି l ଏହା ଶୁଣୀ ମାରୀଆ ତାକୁ ଟୋପିଟିକୁ ଦେଇ ଆଗକୁ ଚାଲିଲା l

କିଛି ବାଟ ଯିବା ପରେ ସେ ଦେଖିଲା ଏକ ତା’ରି ଭଳି ଝିଅ ଗଛ ମୂଳେ ଅଚେତ ହୋଇ ପଡିରହିଛି l ସେ ଝରଣାରୁ ପାଣି ଆଣି ତା ମୁହଁରେ ଛିଞ୍ଚିବା କ୍ଷଣି ତା’ର ଚେତା ଆସିଲା l ସେ ତାକୁ ପଚାରିଲା, ତୁମେ ଏମିତି ଖାଲି ଦେହରେ ଏଠି ବୁଲୁଛ କାହିଁକି ? ଝିଅଟି କହିଲା- ମୋ ଫ୍ରକଟି ଓଦା ହୋଇ ଯାଇଛି l ପିନ୍ଧିବାକୁ କିଛି ନାହିଁ l ଏହା ଶୁଣି ମାରିଆ ମନରେ ଦୟା ହେଲା l ସେ ପିନ୍ଧିଥିବା ଫ୍ରକଟିକୁ ଓହ୍ଲାଇ ତାକୁ ଦେଇ ଆଗକୁ ଚାଲିଲା l

କିଛି ବାଟ ଯିବା ପରେ ତାକୁ ଭାରି ହାଲିଆ ଲାଗିଲା l ଆଉ ଆଗକୁ ଯାଇ ପାରିଲା ନାହିଁ l ଥରି ଥରି ଗୋଟିଏ ଗଛ ମୂଳେ ବସିଗଲା l ଭାବିଲା ଆଜି ଏହି ଶୀତରେ ହିଁ ତାର ଜୀବନ ଚାଲିଯିବ l ଏମିତି ଭାବି ଭାବି ସେ ଆକାଶକୁ ଚାହିଁଲା l ଦେଖିଲା ତା ମୁଣ୍ଡ ଉପରେ ଥିବା ତାରାମାନେ ତାକୁ ହାତଠାରି ଡାକୁଛନ୍ତି ସେ କହିଲା- ହେ ତାରାମାନେ !ମୋ ବାପା ମାଆଙ୍କ ଭଳି ମତେ ବି ତୁମ ପାଖକୁ ନେଇ ଯାଅ ଲ୍ମୁନ ଆଉ ଏତେ ଦୁଃଖ କଷ୍ଟ ସାହି ପାରୁନି କହି କାନ୍ଦିବାକୁ ଲାଗିଲା l କିଛି ସମୟ ପରେ ତାରାମାନଙ୍କ ଦେହରୁ ଧଳା ରଶ୍ମି ସବୁ ଆସି ମାରିଆ ଦେହରେ ଗୁଡେଇ ହୋଇ ଗଲା l ମାରିଆ ନିଜ ଦେହକୁ ଦେଖିଲା ତା ଦେହରେ ହିରାଲୀଳା ଖଚିତ ସୁନ୍ଦର ପୋଷାକ ସହ ସୁନା ରୂପାର ଗହଣା ଲଦି ହୋଇଯାଇଛି l ସେ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇ ତାରାମାନଙ୍କୁ ଧନ୍ୟବାଦ ଦେଇ ଖୁସିରେ ଗାଆଁ ଆଡକୁ ଦୌଡିଲା l ସେହି ଦିନଠାରୁ ତାର ଆଉ ଅଭାବ ରହିଲା ନାହିଁ l

ମାରିଆ ଗରୀବ ହେଲେ ମଧ୍ୟ ଭାରୀ ପର ଉପକାରୀ ଝିଅଟିଏ ଥିଲା l ତେଣୁ ତାରାମାନଙ୍କ ଦୟାରୁ ସବୁ ଦିନ ପାଇଁ ତାର ଅଭାବ କଷଣ ଦୂର ହୋଇଗଲା l


Rate this content
Log in

Similar oriya story from Children