ତାଲା
ତାଲା
ମିଶ୍ର ସାର୍ ଖାତା ଦେଖୁଥାନ୍ତି l ପ୍ରଶ୍ନଟି ଥିଲା ତାଲା ବିଷୟରେ ରଚନା l ଗୋଟିଏ ପିଲା ଲେଖିଛି –
“ତାଲା ଦୁଇ ପ୍ରକାରର l ଗୋଟିଏ ଦେଖାଯାଏ l ଅନ୍ୟଟି ଶୁଣାଯାଏ l ପ୍ରଥମଟି ଲୁହା କିମ୍ବା ପିତ୍ତଳରେ ତିଆରି, ଯେଉଁଗୁଡିକ ବାକ୍ସରେ କିମ୍ବା ଘରେ ଲଗାଯାଏ l ଅନ୍ୟଟି ମନରେ ତିଆରି l ଦେଖାଯାଏନି l ଜେଜେମାଆ କହୁଥିଲେ, ବାହାଘର ପରେ ବାପାଙ୍କ ମୁହଁରେ ତାଲା ଲାଗିଗଲା l ଏବେ ବୋଉ କହୁଛି, ଏବେ ଜେଜେମାଆ ଆଉ ଜେଜେବାବାଙ୍କ ମୁହଁରେ ଲାଗିଛି l”