STORYMIRROR

Trushna Das

Abstract Drama Romance

4  

Trushna Das

Abstract Drama Romance

ସୁଶାନ୍ତ ସିଂ ରାଜପୁତ

ସୁଶାନ୍ତ ସିଂ ରାଜପୁତ

2 mins
280

ସୁଶାନ୍ତ ସିଂ ରାଜପୁତ ନିଜର ଅଭିନୟ ଏକ ଟେଲିଭିଜନର ଧାରାବାହିକ ପବିତ୍ର ବନ୍ଧନରୁ ଆରମ୍ଭ କରିଛନ୍ତି।ସେ ସେହି ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ କାମ ଆରମ୍ଭ କରିଥିଲେ। ତାଙ୍କର ଅଭିନୟକୁ ସମସ୍ତେ ପସନ୍ଦ କରିଛନ୍ତି।ସେଠାରେ ଅଭିନୟ ସମୟରେ ସେ ତାଙ୍କ ସହ କାମ କରୁଥିବା ସେହି ଧାରାବାହିକର ମୁଖ୍ୟ ଅଭିନେତ୍ରୀ ଅଲିସାଙ୍କୁ ସେ ପ୍ରେମ କରିଛନ୍ତି। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। 


ଏମିତି ଦୁଇ ବର୍ଷ ବିତି ଯାଇଥାଏ। ଏବେ ସୁଶାନ୍ତ ଆଉ ଅଲିସାଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି।ସମସ୍ତେ ସେ ଦୁହିଁଙ୍କ ଯୋଡ଼ିକୁ ବହୁତ ପସନ୍ଦ କରୁଥିଲେ।ଇତି ମଧ୍ୟରେ ସୁଶାନ୍ତଙ୍କୁ ସିନେମାରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରିବାରେ ସୁଯୋଗ ମିଳିଥିଲା।ସେଥିପାଇଁ ସେ ଆଉ ପବିତ୍ର ବନ୍ଧନରେ ଅଭିନୟ କରିପାରିଲେ ନାହିଁ।


ସୁଶାନ୍ତଙ୍କ ଅଭିନୟରେ ଦର୍ଶକ ବହୁତ ଖୁସି। ତାଙ୍କ ପ୍ରଥମ ସିନେମାଟି ସୁପରହିଟ୍ ହେଲା।ତାପରେ ତାଙ୍କୁ ବହୁତ ସିନେମାରେ ମୁଖ୍ୟ ଅଭିନେତା ଭାବରେ ସୁଯୋଗ ମିଳିଛି। ସିନେମା ଅଭିନୟରେ ସୁଶାନ୍ତ ବ୍ୟସ୍ତ ରହୁଥିଲେ। ସେ ଆଗ ପରି ଅଲିସାଙ୍କୁ ଆଉ ସମୟ ଦେଇ ପାରି ନାହାଁନ୍ତି।ଦୁହିଁଙ୍କ ମଧ୍ୟରେ ଭୂଲ ବୁଝାମଣା ଆରମ୍ଭ ହୋଇଛି।କିଛି ମାସ ପରେ ଦୁହିଁଙ୍କର ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି, ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି। 




ଏମିତି କିଛି ବର୍ଷ କଟି ଯାଇଛି। ହେଲେ ଏବେ ବି ସୁଶାନ୍ତ ଅଲିସାଙ୍କୁ ଭଲ ପାଉଛନ୍ତି...ଅଲିସା ବି ସୁଶାନ୍ତଙ୍କୁ ମନେ ମନେ ଭଲ ପାଉଛନ୍ତି। ହେଲେ ଦୁହେଁ ସ୍ବାଭିମାନ ପାଇଁ ଦୁହିଁଙ୍କୁ କହି ପାରୁ ନାହାଁନ୍ତି।ଏ କଥା ସେମାନେ ନିଜର ପ୍ରଥମ ଧାରାବାହିକର ପ୍ରଯୋଜକ ଏଲିନାଙ୍କ ପାଖରେ ପ୍ରକାଶ କରିଛନ୍ତି। 




ଇତି ମଧ୍ୟରେ ଅଲିସା ବି ସିନେ ଜଗତରେ ହିରୋଇନ୍ ହୋଇ ସାରିଛନ୍ତି। ବହୁତ ଏୱାର୍ଡରେ ସୁଶାନ୍ତ ଆଉ ଅଲିସାଙ୍କ ଦେଖା ହୁଏ। କିନ୍ତୁ ଦୁହେଁ ଦୁହିଁଙ୍କ ମନ କଥା ମନରେ ରଖି ଦିଅନ୍ତି। 




ଏଲିନା ସୁଶାନ୍ତ ଆଉ ଅଲିସାଙ୍କ ମନ କଥା ବୁଝି ପାରୁଥିଲେ। ଶେଷରେ ସେ ଦୁହିଁଙ୍କୁ ମିଶାଇବା ପାଇଁ ସୁଶାନ୍ତ ଓ ଅଲିସାଙ୍କୁ ନେଇ ଏକ ସିନେମା ତିଆରିର ଯୋଜନା କଲେ। ଏଲିନା ଦୁହିଁଙ୍କର ଭଲ ବନ୍ଧୁ ହୋଇ ଥିବାରୁ ଦୁହେଁ ତାଙ୍କ କଥା ରଖିବାକୁ ଯାଇ ସେ ସିନେମାରେ ଏକତ୍ର ଅଭିନୟ ପାଇଁ ରାଜି ହୋଇଛନ୍ତି । 




ସିନେମାଟି ରୋମାନ୍ସରେ ଭରପୂର ଥିଲା।ସେଥିରେ ହିରୋ ହିରୋଇନଙ୍କ ବିବାହ ଅଲଗା ହୋଇ ଆଉ ଥରେ ମିଶିବା ଥିଲା।ସେ ସିନେମାରେ ଅଭିନୟ ସମୟରେ ସୁଶାନ୍ତ ଆଉ ଅଲିସା ନିଜର ଭାବନାକୁ ଆଉ ସମ୍ଭାଳି ପାରି ନ ଥିଲେ। ଦୁହେଁ ଦୁହିଁଙ୍କୁ ମନ କଥା ଖୋଲି କହି ଦେଇ ଥିଲେ ଏବଂ ଜଳଦି ବିବାହ କରିବେ ବୋଲି ସ୍ଥିର କଲେ। 




ସିନେମା ସୁଟିଂ ସରିଗଲା। ସିନେମାଟି ସୁପର ହିଟ ହେଲା। ସେ ସିନେମାଟି ସେ ବର୍ଷର ସବୁଠାରୁ ଲୋକପ୍ରିୟ ସିନେମା ଏବଂ ସୁଶାନ୍ତଙ୍କୁ ଲୋକପ୍ରିୟ ଅଭିନେତା ଓ ଅଲିସାଙ୍କୁ ଲୋକପ୍ରିୟ ଅଭିନେତ୍ରୀ ଭାବରେ ପୁରଷ୍କାର ମିଳିଲା।ପୁରଷ୍କାର ନେବା ସମୟରେ ଶୁସାନ୍ତ ଏବଂ ଅଲିସା ବିବାହ ଖୁବ୍ ଶୀଘ୍ର କରିବେ ବୋଲି ଘୋଷଣା କଲେ।ଏହା ଶୁଣି ତାଙ୍କର ଫ୍ରେଣ୍ଡସ୍ ମାନେ ବହୁତ ଖୁସି ହୋଇ ଗଲେ। 




ସୁଶାନ୍ତ ଓ ଅଲିସା ବହୁତ ଶୀଘ୍ର ବିବାହ ମଧ୍ୟ କଲେ। ବିବାହ ପରେ ଦୁହେଁ ଏକତ୍ର ବହୁତ ସୁପର ହିଟ ସିନେମା କଲେ। କଛି ବର୍ଷ ଭିତରେ ସୁଶାନ୍ତ ନିଜେ ପ୍ରଯୋଜକ ଭାବରେ ନିଜର ପ୍ରଡକ୍ସନ ହାଉସ୍ କଲେ।ସେଥିରେ ଅଲିସା ତାଙ୍କୁ ସାହାଯ୍ୟ କରୁଥିଲେ।କିଛି ବର୍ଷ ମଧ୍ୟରେ ସେମାନଙ୍କର ଗୋଟିଏ ପୁଅ ଆଉ ଗୋଟିଏ ଝିଅ ହେଲା। ସୁଶାନ୍ତ ଓ ଅଲିସାଙ୍କ ପରିବାର ଏବେ ହସଖୁସିରେ ଭରପୁର। 




କାଶ୍ ମୋର ଏ କାଳ୍ପନିକ କାହାଣୀଟି ସତ ହୋଇ ଥାଆନ୍ତା।ସେ ଏବେ ବି ଏ ଦୁନିଆରେ ଥାଆନ୍ତେ। ସୁଶାନ୍ତ ଏବେ ଆମ ଭିତରେ ଆଉ ନାହାଁନ୍ତି।ତାଙ୍କର ମୃତ୍ୟୁ ଏବେ ବି ରହସ୍ୟମୟ। ଆଶା କରୁଛୁ ଆମେ ତାଙ୍କ ମୃତ୍ୟୁ ପଛର ସତ କଥା ସମସ୍ତଙ୍କ ଆଗକୁ ଆସୁ ଆଉ ତାଙ୍କୁ ନ୍ୟାୟ ମିଳୁ। ଲଭ ୟୁ ଏଣ୍ଡ ମିଶ୍ ୟୁ ସୁଶାନ୍ତ ସିଂ ରାଜପୁତ।


Rate this content
Log in

Similar oriya story from Abstract