Pradeep Kumar Panda

Inspirational

2  

Pradeep Kumar Panda

Inspirational

ସୁନ୍ଦର ଗପଟିଏ

ସୁନ୍ଦର ଗପଟିଏ

2 mins
3.0K


ସୁନ୍ଦର ଗପଟିଏ

"ବଢ଼ି ଆସୁଛି ଆପଣ ମାନେ ଦୟାକରି ଯଥାଶୀଘ୍ର ନିକଟସ୍ଥ ଉଚ୍ଚ ସ୍ଥାନକୁ ଚାଲି ଯାଆନ୍ତୁ "

ବାରମ୍ବାର ହେଉଥିବା ସରକାରୀ ଘୋଷଣା ଶୁଣି ପୁରା ଗାଁର ଲୋକେ ସଜାଗ ହୋଇଗଲେ !ଅବିଳମ୍ବେ ସମ୍ପୂର୍ଣ ଗାଁ ଖାଲି ହୋଇଗଲା !ଯେ ଯାହା ପାରିଲା ସାଙ୍ଗ ରେ ନେଇ ଉଚ୍ଚ ସ୍ଥାନ କୁ ଚାଲି ଗଲେ !

କିନ୍ତୁ ଗଲେ ନାହିଁ ଗାଁ ମନ୍ଦିର ପୂଜକ ହରି ନନା !ସମସ୍ତେ ବୁଝାସୁଝା କଲେ ବି ସେ ମାନିଲେ ନାହିଁ କହିଲେ

"ମୁଁ ପ୍ରଭୁ ଙ୍କ ପାଦତଳେ ତାଙ୍କରି ସେବାରେ କଟାଇ ଦେଇଛି ମୋର ଦୃଢ ବିଶ୍ୱାସ ସେ ମୋର ରକ୍ଷା କରିବେ ! ଏଇ ପାଣି ମୋର କଣ କରିବ? ପୁଣି ମନ୍ଦିର ତ ଉଚ୍ଚ ସ୍ଥାନ ରେ ଅଛି !""

ନିଜେ ଯିବା ଆଗରୁ ଶେଷ ଥର ପାଇଁ ବୁଝାଇ ଦେଖିଥିଲେ ସରପଞ୍ଚ ହେଲେ ମାନି ନ ଥିଲେ ହରି ନନା !

ପାଣି ବଢ଼ି ଚାଲିଥିଲା !ଧୀରେ ଧୀରେ ମନ୍ଦିର ପାହାଚ ଡେଉଁଥିଲା ପାଣି !ସେତେବେଳେ ଏକ ଉଦ୍ଧାରକାରୀ ଦଳ ଡ଼ଙ୍ଗା ନେଇ କି ଆସିଥିଲେ ମନ୍ଦିର ପାଖକୁ ହେଲେ ସେମାନଂକୁ ବି ସମାନ ଜବାବ ଦେଇ ଠାକୁର ଙ୍କ ପିଣ୍ଡି ଉପରକୁ ଚଢ଼ି ଯାଇଥିଲେ ନନା !

ଘୋ ଘୋ ଗର୍ଜନ ସହ ମାଡି ଆସୁଥିବା ପାଣି କେତେବେଳୁ ମନ୍ଦିରର ତିନି ଚତୁର୍ଥାଂଶକୁ ବୁଡାଇ ସାରିଥିଲା !ମନ୍ଦିରର ଅଁଳାବେଢା ଉପରେ ଠିଆ ହୋଇ ଠାକୁରଙ୍କୁ ଆକୁଳ ପ୍ରାର୍ଥନା କରୁଥିଲେ ନନା !

ଠିକ ସେତେବେଳେ ଏକ ହେଲିକେପ୍ଟରରେ ଆସିଥିବା ଏକ ଉଦ୍ଧାରକାରୀ ଦଳଙ୍କ ନଜର ନନାଙ୍କ ଉପରେ ପଡିଥିଲା ହେଲେ ସେଇ ସମାନ କଥା ନନାଙ୍କର;

"ମୋ ଠାକୁର ମୋତେ ରକ୍ଷା କରିବେ। ପାଣି ଆଉ ବଢ଼ିବନି !ମୋର ଦୃଢ ବିଶ୍ୱାସ ଅଛି" କହି ସେମାନଙ୍କ ସହ ମଧ୍ୟ ଯାଇ ନ ଥିଲେ ନନା !

କିନ୍ତୁ ନନାଙ୍କ ଆଶା ନିରାଶାରେ ପରିଣତ ହୋଇଥିଲା !ଏକ ବିରାଟ ଲହଡି ଆସି ଭସାଇ ନେଇଥିଲା ନନାଙ୍କୁ ଆଉ ଛେଚି ଦେଇଥିଲା ସାମ୍ନା ପାହାଡ଼ରେ !ସେଇଠାରେ ହିଁ ପ୍ରାଣ ହରାଇଲେ ନନା !

ସାଙ୍ଗେ ସାଙ୍ଗେ ନନାଙ୍କ ଆତ୍ମାକୁ ହାଜର କରାଗଲା ଭଗବାନଙ୍କ ନିକଟରେ !ଏକ ଉଚ୍ଚ ଆସନରେ ବସିଥିଲେ ପ୍ରଭୁ ଚକ୍ରଧର !ମୁଖମଣ୍ଡଳ ର ଶୋଭାବର୍ଦ୍ଧନ କରୁଥିଲା ଧାରେ ହସ !ଧୂପ ଗୁଗୁଲର ବାସ୍ନା ରେ ଚହଟି ଉଠୁଥିଲା ସ୍ଥାନଟି !

ପ୍ରବଳ କ୍ରୋଧରେ ଜର୍ଜରିତ ଥିଲେ ନନା ।କହିଲେ,

""ପ୍ରଭୁ ମୁଁ ତ ଆପଣଙ୍କ ଭକ୍ତ ଥିଲି !ଆପଣଙ୍କୁ ଅଗାଧ ବିଶ୍ୱାସ କରୁଥିଲି ତେବେ କାହିଁକି ମୋର ଏ ଦଶା ହେଲା ପ୍ରଭୁ? ଆପଣ ଆସିଲେନି କାହିଁକି?

ନନାଙ୍କ କଥା ଶୁଣି ହସିଥିଲେ ପ୍ରଭୁ କହିଲେ,

"ନା ବତ୍ସ ମୁଁ ତ ଆସିଥିଲି ହେଲେ ତୁମେ ମୋତେ ଚିହ୍ନି ପାରିଲ ନାହିଁ !

ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ ନନା ଭାବୁଥିଲେ କାହିଁ ସେ ତ ଜାଣି ପାରିଲେନି! ହେଲେ ପ୍ରଭୁ କହୁଥିଲେ,

ମୁଁ ଆସିଥିଲି ସରପଞ୍ଚ ରୂପରେ, ଉଦ୍ଧାରକାରୀ ରୂପରେ ଡଙ୍ଗା ତଥା ହେଲିକେପ୍ଟର ନେଇ କିନ୍ତୁ ତୁମେ ତ ଚିହ୍ନିବାକୁ ଚେଷ୍ଟା ହିଁ କଲନି!

ସବୁକଥା ମନେ ପଡିଯାଉଥିଲା, କାନମୁଣ୍ଡା ଆଉଁସୁ ଥିଲେ ନନା !

ଆଜିର ସ୍ଥିତି ବି ଠିକ ଏମିତି ଅଛି !ଆମେ ସମସ୍ତେ ଅଛୁ ନନାଙ୍କ ସ୍ଥାନରେ ହେଲେ ଜଗନ୍ନାଥ ନିଜେ ଆସି ତ ଆମକୁ ଉଦ୍ଧାର କରିବେନି !ସେଥିପାଇଁ ସେ ସରକାର, ପ୍ରଶାସନ ତଥା ଡାକ୍ତର ଗଣଙ୍କୁ କାମରେ ଲଗାଇଛନ୍ତି ଏଇ କରୋନା ଆତଙ୍କକୁ ପ୍ରତିହତ କରିବା ପାଇଁ !

ଆଜିକା ଦିନରେ ସେମାନେ ଭଗବାନ ଙ୍କ ପ୍ରତିନିଧି !ତାଙ୍କ କଥାକୁ ଭଗବାନଙ୍କ ନିର୍ଦେଶ ଭାବି ପାଳନ କଲେ ହିଁ ଆମର କଲ୍ୟାଣ ହେବ ।


Rate this content
Log in

Similar oriya story from Inspirational