ସୁନା ନାକୀ ବୋହୂ
ସୁନା ନାକୀ ବୋହୂ
ଗୋଟିଏ ଚାଉଳରେ ଗଢ଼ା ଝିଅଟିଏ ହୀରl, ଗ୍ରାଜୁଏସନ ଫାଇନାଲ ଇୟର l ଚାରି ଭଉଣୀରେ ହୀରl ବଡ଼ l ଗୋରା ତକ ତକ ଚେହେରା l ବାପା କହିଲେ ଅନ୍ୟ ଭଉଣୀ ମାନଙ୍କ ମୁହଁକୁ ଚାହିଁ ତାକୁ ବାହା ହେଇ ଯିବାକୁ l ବର ଜୁଡ଼ିସିଆଲ ଆଡ଼ଭୋକେଟ l ଦେଖିବାକୁ ଖୁବ ଗୋଟିଏ ହ୍ୟାଣ୍ଡସମ ନ ହେଲେ ବି ସରକାରୀ ଓକିଲ l ତେଣୁ ଆଖି ବନ୍ଦ କରି ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିନେଲେ l ମା'(ଶାଶୁ )ଅବସର ପ୍ରାପ୍ତl ହାଇସ୍କୁଲ ଶିକ୍ଷୟତ୍ରୀ l ହୀରl ଫାଇନାଲ ଇୟର ପରୀକ୍ଷା ଦେଇ ପାରିଲାନି, ଶାଶୁଘରେ ପାଦ ଦେଲା l ବାପା ତାଙ୍କର ଯଥାଶକ୍ତି ବରକୁ ଉପହାର ଦେଇ କନ୍ୟାଦାନ କଲେ l ହୀରା କୁ ବୁଝାଇ ଦେଲେ ମା'ରେ ଆଜି ଠୁ ସେ ଘର ତୋ ନିଜ ଘର l ସେଠି ସମସ୍ତେ ନିଜର, ସମସ୍ତଙ୍କ ମନ ନେଇ ଚଳିବୁ l ମନ ଅଭିମାନରେ ଭରି ରହି ଥିଲେ ମଧ୍ୟ ସାନ ଭଉଣୀ ମାନଙ୍କ ମୁହଁକୁ ଚାହିଁ ହୀରା ବାପାଙ୍କର ସବୁ କଥା ରେ ହଁ ଭରିଲା l
ବରକନ୍ୟା ଯଥା ସମୟ ରେ ପହଁଚିଲେ l ଘରେ ପାଦ ନ ଦେଉଣୁ ହୀରାର ମୁଣ୍ଡରେ ଚାଳ ବାଜିଲା l ନଣନ୍ଦ ଚିତ୍କାର କରି କହିଲେ, କଣ ଖାଲି ହାତରେ ଘରେ ପଶିଯିବ, ପକାଅ ସୁନା ହାର ଟିଏ କିମ୍ବା ତିରିଶ ହଜାର ଟଙ୍କା l ନହେଲେ ମୁଁ ଦ୍ୱାର ମୁହଁରୁ ଉଠି ପାରିବିନି l ସାନ ଭଉଣୀ ହାତରେ ବାପା ହଜାରେ ଟଙ୍କା ଦେଇ ଥିଲେ ଯାହା ସେ ଦେଲା, ମାତ୍ର ହୀରାକୁ ନାନା ଅସହ୍ୟ କଥା ସହ୍ୟ କରିବାକୁ ପଡିଲା l
ତହିଁ ପରଦିନ ସମସ୍ତ ପ୍ରଣlମି ଲୁଗା ଓ ନଣନ୍ଦ ପେଡି ଖୋଲି ଶାଶୁ ଓ ନଣନ୍ଦ ଗୋଟି ଗୋଟିର ଦରଦାମ ଦେଖୁ ଥାନ୍ତି l ହଠାତ ନଣନ୍ଦପେଡି ଖୋଲିଲା ପରେ ନଣନ୍ଦ ସେଇଟାକୁ ଜୋରରେ ପାଟି କରି ଦୂରକୁ ଫିଙ୍ଗି ଦେଲେ l ଘରେ ବନ୍ଧୁ ବାନ୍ଧବ ଭର୍ତ୍ତି l ହୀରା ର ହୃଦୟଟା ଭାଙ୍ଗି ଖଣ୍ଡ ଖଣ୍ଡ ହେଇଗଲା, ଯେତେବେଳେ ପରିବାରର କେହି ଜଣେ ବି ନଣନ୍ଦ ଙ୍କ ଏ ବ୍ୟବହାରରେ ଆପତ୍ତି କଲେ ନାହିଁ l ତଥାପି ସେତେବେଳକୁ ଦୁଇ ଦିନ ହେଇ ଗଲାଣି ନା, ବନ୍ଧୁ ବାନ୍ଧବ ହୀରାର ରୂପ ଓ ଗୁଣରେ ଏତେ ବିମୁଗ୍ଧ ହୋଇ ଯାଇଥିଲେ ଯେ ନଣନ୍ଦକୁ ପଛରେ ଛି ଛାକର କଲେ l ଆଗରେ କହି ସମ୍ପର୍କ ଖରାପ କରିବାକୁ କିଏ ବା ଚାହିଁବ !
ହୀରା ଭାବିଥିଲା ବାହାଘର ପରେ ଫାଇନାଲ ଇୟର ଟା କମପ୍ଳିଟ କରିବ, ହେଲେ ଏମାନଙ୍କ ବ୍ୟବହାର ଦେଖି ତା'ପାଟିରୁ ଆଉ ଭାଷା ବାହାରୁ ନ ଥାଏ l ରାତି 4ଟା ନ ବାଜୁଣୁ ବିଛଣା ଛାଡିବ l ଘର ଓଳେଇବା, ପୋଛିବା, ବାସନ ମାଜିବା, ଫୁଲ ତୋଳିବା, ଠାକୁର ପୂଜା ଏସବୁ ସାରିଲା ବେଳକୁ 6ଟା ବାଜି ସାରିଥାଏ l ବାବୁଙ୍କର ଗର୍ଜନ ଶୁଭେ ' ଏ ଘରେ ମଣିଷ ଚା'କପେ ବି ଠିକ ସମୟରେ ପାଇବନି l 'ତାଙ୍କୁ ଚା'ତିଆରି କରି ଦେଇ ସାରିଲା ବେଳକୁ ଶାଶୁଙ୍କର ଚିତ୍କାର ଆରେ ମୋ କଲରା ଜୁସଟା ଆଣେ ରେ, ସେପଟେ ନଣନ୍ଦଙ୍କର ଜଳଖିଆ l ଏ ସବୁ କରୁ କରୁ 8ଟା କିମ୍ବା 9ଟା ବାଜିଯାଏ, ହୀରା ପାଟିରେ ପାଣି ଟୋପାଏ ବି ଦେବାକୁ ସମୟ ପାଏନି l କେହି ବି ତାକୁ ଏ ସମ୍ପର୍କରେ କିଛି ପଚାରନ୍ତି ନାହିଁ l ନୂଆ କରି ବିବାହ କରିଥିବା ଝିଅଟିଏ ମନରେ କି ପ୍ରଭାବ ପଡୁଥିବ ଏ କଥା ଈଶ୍ବର ହିଁ ଏକମାତ୍ର କହି ପାରିବେ l ତଥାପି ମା'ବାପା ଙ୍କର ସମ୍ମାନ, ସାନଭଉଣୀ ମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ଏ ଗରଳ ମୟ ଜୀବନକୁ ଆଦରି ନେଲା ହୀରl l ୟା ଭିତରେ ଦୁଇ ଦୁଇଟା ଝିଅର ମା' ବି ହେଲା l
&nb
sp; ଶଶୁର ନ ଥିଲେ l ଶାଶୁ କହିଲେ ବୋହୂ ପାଠ ତ ପଢିଛି, ଚାକିରୀ କରୁ l ବସି ଖାଇଲେ ପରା ନଈବାଲି ସରେ l ତେଣୁ ପ୍ଲସ ଟୁ, ସିଟି ଯୋଗ୍ୟତା ରେ ପ୍ରlଇମେରୀ ଟିଚର ଟିଏ ହେଇ ପାରିଲା ହୀରା l ଏବେ ତା'ର ଜୀବନ ଆହୁରି ଜଟିଳ ହୋଇ ଉଠିଲା l ଶାଶୁ ହଲିଲା ପାଣିରେ ହାତ ଦିଅନ୍ତି ନାହଁ l ନଣନ୍ଦ ନିଜ ଶାଶୁ ଘରକୁ ନ ଯାଇ ଏଇଠି ରହନ୍ତି, ଘଣ୍ଟାକୁ ତାଙ୍କର ଗୋଟିଏ ବରାଦ l ସ୍ୱାମୀ ଆଡ଼ଭୋକେଟ, ତେଣୁ ସମୟ ଅସମୟ ସବୁ ସମୟରେ ତାଙ୍କ ପାଖରେ କ୍ଲାଏଣ୍ଟ ଙ୍କର ଭିଡ଼ ଲାଗି ରହେ l ଦିନରେ ହଜାରେ ଥର ତାଙ୍କ କ୍ଲାଏଣ୍ଟ ମାନଙ୍କ ପାଇଁ ଚା'ତିଆରି କର l ଯଦି ଟିକିଏ ବିଳମ୍ବ ହେଇଯାଏ, ସ୍ୱାମୀ ରୋଷେଇ ଘରକୁ ଆସି କହନ୍ତି, "କଣ ତୁମ ହାତରୁ ଚା' ପିଇବେ ବୋଲି ସେମାନେ ଦିନ ସାରା ଏଇଠି ବସି ରହିବେ? " ବିଚାରି ହୀରା ଭାତହାଣ୍ଡି ଚୂଲା ରୁ ଉଠେଇ ଆଗ ଚା'କରି ଦେଇ ଆସିବ l
ଛୋଟ ଝିଅ ଟିକିଟେ ହେଇଛି, ହୀରା କୁ ବାଧ୍ୟ କରାଗଲା ଚାକିରୀ କରିବାକୁ l ଘରେ ପିଲାକୁ କେହି ରଖନ୍ତେ l ସ୍ୱାମୀ କହିଲେ ତୁମେ ତ ଜାଣିଛ ମା'ର ହାତ ବିନ୍ଧା ଅଛି, ସେ ଛୁଆ କୁ କେମିତି ସମ୍ଭାଳିବ, ଭଲ ହେଵ ତୁମେ ସାଙ୍ଗରେ ନେଇକି ଯାଅ, ଷ୍ଟାଫ କମନ ରୁମ ରେ ଶୋଆଇ ଦେଇ କ୍ଲାସ କରିବ l
ତଥାପି ହୀରା ଡରିଯାଇ ନାହିଁ l ଘର ଠାରୁ ସ୍କୁଲ 40କିଲୋମିଟର l ବସ ରେ ଯିବାକୁ ପଡିବ ଟ୍ରେନର ସୁବିଧା ନାହିଁ l ଯେତେ କଷ୍ଟ ହେଉ ପଛେ 9ଟା ସୁଦ୍ଧା ସମସ୍ତଙ୍କର ସାରାଦିନ ର ସବୁ ଆବଶ୍ୟକତା ମାନେ ସକାଳ ଜଳଖିଆ ପୁଣି ମଧ୍ୟାହ୍ନ ଭୋଜନ ସବୁ ଠିକଠାକ ବାଢି ରଖି ଦେଇ ଛୁଆର ସମସ୍ତ ଆବଶ୍ୟକ ସାମଗ୍ରୀ ସଜାଡି, ତାକୁ ପ୍ରସ୍ତୁତ କରି, ନିଜେ ପ୍ରସ୍ତୁତ ହେଇ ସ୍କୁଲ ଅଭିମୁଖେ ଯାଉଥିବା ବସକୁ ଉଠେ l ବେଳେ ବେଳେ ବସ ଛାଡି ଦେଉ ଥାଏ ସେ ପହଞ୍ଚେ, ଧନ୍ୟବାଦ ଦିଏ ସେ କଣ୍ଡକଟର କୁ ହୀରା କୁ ନ ନେଲେ ସେ ବସକୁ ଛାଡେ ନାହିଁ l କୁନି ପିଲାଟି ବସର ଯାତ୍ରୀ ମାନଙ୍କର କୋଳ ରୁ କୋଳ କୁ ଡେଇଁ ବଡ଼ ହେଉ ଥାଏ, ବଡ଼ ଝିଅ ମଧ୍ୟ ସ୍କୁଲ ଯାଉଥାଏ l
ହଠାତ ଦିନେ ହୀରା ର ମା' ଭୀଷଣ ଅସୁସ୍ଥ ହୋଇପଡିଲେ, ଡାକ୍ତର କହିଲେ ତାଙ୍କର ସବୁ ଇଚ୍ଛା ପୂରଣ କରି ଦିଅନ୍ତୁ l ସେ ହୀରାକୁ ଭେଟିବାକୁ ଚାହିଁଲେ ତାଙ୍କର ଶେଷ ସମୟରେ l ସାନ ଭଉଣୀ ଆସିଲା ତାକୁ ନେଇଯିବ l ହେଲେ ସ୍ୱାମୀ କହିଲେ ତୁମେ କଣ ଜାଣିନ ମୋ ମା'ଙ୍କର କେମିତି ହାଇ ବ୍ଲଡ଼ ପ୍ରେସର, ତାଙ୍କୁ ଛାଡି ତୁମେ ଯିବା କଥା ଚିନ୍ତା ବି କରିପାରୁଛ କେମିତି ! ନିରୁତ୍ତର ହୀରା, ବିବାହ ବେଦୀରୁ ଉଠିବା ପରେ ବାପା କହିଥିବା ଦୁଇ ଧାଡି ତା'ର ମନେ ପଡିଗଲା l ଆଖିରୁ ଦୁଇ ଧାର ଅଶ୍ରୁ ଅଜାଣତ ରେ ବୋହି ଗଲା l ସାନ ଭଉଣୀକୁ ବୁଝାଇ ଶୁଝାଇ ଘରକୁ ପଠାଇ ଦେଲା, ଦୁର୍ଭାଗ୍ୟକୁ ମା' ତା'ର ଇହଧାମ ତ୍ୟାଗ କଲେ, ଆଉ ସେ ଶେଷ ଦର୍ଶନ ବି କରି ପାରିଲାନି l
ତଥାପି ହୀରା ନିଜକୁ ବୁଝାଇଲା l ଶେଷ ନିଶ୍ୱାସ ଥିବା ଯାଏ ସେ ଏ ଘରକୁ, ୟାର ପ୍ରତ୍ୟେକ ସଦସ୍ୟ ଙ୍କୁ ସେ ନିଜର ଭାବିବ, ସେମାନେ ଭାବନ୍ତୁ କି ନ ଭାବନ୍ତୁ l ଜୀବନର ଅଧା ସମୟ ସେ ଏ ଘରର ସେବାରେ ଦିନରାତି ଲାଗିଛି, ଦୁଃଖ ତ ଏତିକି ଆଜି ଯାଏ ସେ ତା ସ୍ୱାମୀଙ୍କର ପସନ୍ଦର ସ୍ତ୍ରୀ ଟିଏ ବୋଲି କେବେ ଅନୁଭବ କରିନି କିମ୍ବା ନିଜ ଶାଶୁ ଙ୍କର ସୁନlନାକୀ ବୋହୂ ଟିଏ ହେଇ ପାରିଲାନି !!