Nityananda Sahu

Tragedy Inspirational

3  

Nityananda Sahu

Tragedy Inspirational

ସୁନା ବୋହୂ-ଭାଗ -୬

ସୁନା ବୋହୂ-ଭାଗ -୬

7 mins
204


【ଭାଗ - ୬】 


【ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ, ପ୍ରିୟବ୍ରତ ବାବୁ ଙ୍କର ଘରେ ପୁତ୍ର ଦେଖା କାର୍ଯ୍ୟକ୍ରମ ଚାଲିଥିବା ସମୟରେ, ହଠାତ ପୁଅ(ଅଭି) କଣ ପାଇଁ ଅନ୍ୟତ୍ର ଡକାଇ କହିବାକୁ ଚାହୁଁଛି, ତାହା ଆଜି ପ୍ରଶ୍ନ ହୋଇ ମନରେ ଆନ୍ଦୋଳିତ କରୁଛି।

       ଏବେ ଆଗକୁ 】 

   କଣ ହେଲା ଅଭି, ହଠାତ୍ ଆମ ଦୁଇ ଜଣ ଙ୍କୁ ଡାକିଲୁ ?? ତୋର ଆଉ ଅନୁସୟା ଭିତରେ କିଛି ମନ ମାଳିନ୍ୟ ହୋଇଛି କି ?? ନିହାରିକା ଆଉ ମୋ ମନର ପ୍ରଶ୍ନ ବାଚୀରେ ଅଭି କିଛି କ୍ଷଣ ଚୁପ ରହି, କିଛି ନ କହି ଆମ ଦୁଇ ଜଣକ ଗୋଡ଼ ଧରି ବସି ପଡ଼ିଲା ।

---- ମୋର ଭୂଲ ହୋଇଯାଇଛି । ମତେ କ୍ଷମା କରି ଦିଆନ୍ତୁ !!!

------ କଣ ହୋଇଛି ଅଭି, ତୁ କଣ କରିଛୁ ମୋ ଧନ (ନିହାରିକା ପଚାରିଲା ) 

------ଆଜି ଆପଣଙ୍କୁ ସତ କହୁଛି, ମୋ ମନରେ ଭୟ ଥିଲା । ବୟସରେ ମୋ ଶରୀର ବଡ଼ ହୋଇଯାଇ ପାରେ କିନ୍ତୁ ଠିକ ନିଷ୍ପତ୍ତି ନେବାରେ ଆଜି ବି ମୁଁ ଛୁଆ । ଆପଣଙ୍କ ପ୍ରଶ୍ନ ( ଭଲ ପାଇବା)କୁ ନେଇ ଯେତେବେଳେ ପଚାରିଲେ, ମୁଁ ଡରି ଯାଇଥିଲି । ଭାବିଥିଲି,କାଳେ ହଁ କରିଦେଲେ ଆପଣ ମାନଙ୍କର ମନ ଉଣା ହେବ । ପୁଅ ବଡ଼ ହୋଇଗଲାଣି, ଚାକିରୀ ବି କରିସାରିଲାଣି,ଆଉ ତା ମନ ପସନ୍ଦର ଝିଅ ବି ଖୋଜି ସରିଲାଣି । ଆଉ ଆମ(ବାପା, ମା) ଉପରେ ତାର ବୋହୂ ପସନ୍ଦ କରିବାର ବିଶ୍ୱାସ ନାହିଁ, ଏମିତି ଅନେକ ମୋ ମନରେ ସବୁ ବେଳେ ଚାଲିଥିଲା । ସେଥିପାଇଁ ମୁଁ, କେବେ ବି ଆପଣ ମାନଙ୍କର ମନ ଦୁଃଖ କରିବାକୁ ଚାହୁଁ ନ ଥିଲି । ପିଲାଟି ଦିନରୁ ମତେ ଲାଳନ ପାଳନ କରି ଛୋଟରୁ ବଡ଼ କରିଛନ୍ତି । ମୋର ଯାହା ବି ଦରକାର,କହିବା ଆଗରୁ ସବୁ ଆଶାକୁ ପୂରଣ କରି ଦେଉଥିଲେ । ଆଉ ଆଜି ମୁଁ କେମିତି ସାହସ କରି ଆପଣ ଙ୍କୁ କହି ପାରିଥାନ୍ତି, ମୁଁ ଯୋଗ୍ୟ ହୋଇଗଲେଣି । ଏବେ ମୋର ଅଧିକାର ଆଛି ନିଜ ପସନ୍ଦର ଝିଅ ସହ ବିବାହ କରିବା ପାଇଁ କିନ୍ତୁ ମୁଁ ସେମିତି କରି ପରିବିନି। ବାପା ମାଆ କେବେ ବି ପିଲାଙ୍କ ପାଇଁ କୌଣସି ଭୁଲ ନିଷ୍ପତ୍ତି ନିଅନ୍ତି ନାହିଁ । 

   ଆପଣଙ୍କର ଭଲ ପାଇବା ଆଗରେ ମୋ ପ୍ରେମ ସଂସାରରେ କିଛି ବି ନୁହେଁ । ଆପଣ ଙ୍କର ତ୍ୟାଗ ଆଉ ବଳିଦାନ ଆଗରେ କିଛି ବର୍ଷର ଭଲ ପାଇବାର ମୌଳିକତା ବା, କେମିତି ମୁଣ୍ଡ ଟେକି କହି ପାରିବ ମହାନ ବୋଲି । ସେଥିପାଇଁ ମୁଁ ନିଜକୁ ଅଯୋଗ୍ୟ କରିଦେଇଥିଲି ଅନୁସାୟାଙ୍କ ଭଲ ପାଇବା ପାଖରେ । 

   ଆପଣ, (ବାପା) ମୋ ପାଇଁ ଏତେ ଚିନ୍ତା କରିବା, ତଥା ଉତ୍ତମ ସାଥି ଖୋଜିବା ପାଇଁ ଯାହା', ଯାହା ବି କରୁଥିଲେ, ସବୁ ମତେ ମାମୁଁ ଫୋନରେ କହୁଥିଲେ । କିନ୍ତୁ ଆପଣ ମାନେ ମୋ ମନ କଥାକୁ ବୁଝି ଥରୁଟିଏ ବି ମତେ ନ ଜଣେଇ ମାମୁଁଙ୍କ ଦ୍ଵାରା ଅନୁସୟା ସହ ମୋ ବାହାଘର ଠିକ କରେଇ ଦେଲେ । ଯେତେବେଳେ ମୁଁ ଅନୁ ପ୍ରଥମେ ଆମ ଘରେ ଦେଖିଲି, ମୋ ନିଜକୁ ଆପଣଙ୍କ ସାମ୍ନାରେ ଠିଆ ହେବା ପାଇଁ ଯୋଗ୍ୟ ଭାବିଲି ନାହିଁ । ସେଥିପାଇଁ ମତେ ଦୟାକରି କ୍ଷମା କରି ଦିଅନ୍ତୁ । 


-------- ସଂସାରରେ ସବୁ ବାପା ମା କି, ପିଲାମାନେ ସମାନ ନୁହଁନ୍ତି । ଭଲ ପାଇବା କେବେ ପାପ ନୁହେଁରେ ବାବୁ । ଭଲ ପାଇବାର ବିଶ୍ୱାସ ଆଉ ପରିଭାଷା ପରିବାରର ସଂସ୍କାର ସହ ଜଡିତ । ଆମେ ଖୁସି ଆଜି ଯେ, ତୁ ଆଜି ବି ତୋ ଭଲ ପାଇବା ପାଖରେ ନିଜର ବାପା ମା ଙ୍କୁ ବଡ଼ କରିଦେଲୁ । ଆଜି ବି ସମାଜରେ ଏହି ଭଲ ପାଇବା ବାହାଘରକୁ ନେଇ ଆନେକ ମତାନ୍ତର ଆଉ ବାଦ ବିବାଦ ଫଳରେ ଘରେଇ ହିଂସା ଆଉ କଳହର ଶିକାର ବେଳେ ବେଳେ ବାପା ମାଆ କି ସନ୍ତାନକୁ ସହିବାକୁ ହୁଏ । ମୁଁ ଆଜି ବହୁତ ଖୁସି ଅଭି ତୋ ପାଇଁ । ଏତକ କହି ନିହାରିକା ଅଭିକୁ ଆଉଁସି ଦେଉଥିଲେ ।

-------- ଆଜି ତୋ ପରି ପୁଅ ପାଇଁ ମୁଁ ବି ଗର୍ବିତ । ଆଉ ଆଜି ଯଦି ତୋ ବାହାଘର ପାଇଁ କିଏ ଶ୍ରେୟ ନିଏ, ସେ ହେଉଛି ତୋ ମା" । କାହିଁକି ନା ମା" ହିଁ ପକୃତ ବାପା ଅପେକ୍ଷା ପୁଅକୁ ବେଶି ଚିହ୍ନି ପାରିଥାଏ । 

--------ଥାଉ ଏତେ ଆଉ ମତେ ପ୍ରଶଂସା କର ନି ?? ତୁମେ ବି ସବୁ ଜାଣି ଅଭିକୁ କେବେ ପଚାରିଛ କି ??? ତୋ ମନ ପସନ୍ଦର ଝିଅ, ଆମ ଦୁଇ ଜଣଙ୍କର ପସନ୍ଦ ହୋଇଛି । ସେଥିପାଇଁ ଆମେ ବହୁତ ଖୁସି ।

-------- ସବୁ ଠିକ ଯେ,ମା" ଆମ ପରିବାର ସହ ଅନୁ ଯେ କେତେ ନିଜକୁ ଖାପ ଖୁଆଇ ଚଳି ପାରିବ, ତାହା ମୋ ମନରେ ଟିକେ ସନ୍ଦେହ ସୃଷ୍ଟି କରୁଛି । କାହିଁକି ନା ସେ ପୁରା ମର୍ଡନ ଝିଅ। ସଂସ୍କାର, ସଂସ୍କୃତି ଆଉ ପରମ୍ପରା ଏତେ କିଛି ଜାଣିନି । 

-------ବାହା ହେଲା ପରେ ମୁଁ ତାକୁ ସବୁ ଶିଖେଇ ଦେବି ନି । ପାଠ ଶାଠ ପଢିଲା ପିଲା, ସବୁ ଧୀରେ ଧୀରେ ଶିଖି ଯିବ । ତୁ ବ୍ୟସ୍ତ ଜମା ହଅନି । ମୋ ଉପରେ ସବୁ ଦାୟିତ୍ବ ଛାଡି ଦେ । ନିହାରିକା ଅଭିକୁ ବୁଝେଇ ବା ଭିତରେ ....

----- ଆରେ ଝିଅ ଘର ସେପଟେ ଅପେକ୍ଷା କରିଥିବେ, ଆଉ ବିଳମ୍ବ କଲେ ସେମାନେ ଖରାପ ଭାବିବେ । ପରେ ବାକି ସବୁ କଥା ହେବ । ଏବେ ଚାଲ ଯିବା ।

-------ହଁ ଠିକ କହିଛ । ଅଭି ତୁ ଜମା ମନ ଉଣା କର ନି । ତୋ ବାପା କି ମୁଁ କେହି ବି ତୋ ଉପରେ ଅଭିମାନ କରି ନୁ । ଏବେ ଆସେ ଯିବା । 


    ଆମେ ରୁମରୁ କଥା ହୋଇ ଆସିଲା ବେଳକୁ, ଡ୍ରଇଂ ରୁମରେ ମା" ଅନୁସୟାକୁ ପାଖରେ ବସେଇ କଣ ସବୁ କହୁଥିଲେ । ଆମକୁ ଦେଖି ପଚାରିଲେ, 


--------ଆରେ ପ୍ରିୟ କଣ ହେଲା କିରେ ??? ଅଭି କଣ କହୁଛି।

------- ସେ କଥା କଣ କି ମା" ଅଭି ଲାଜ କରୁଥିଲା ତା ମନ କଥା କହିବାକୁ, ସେଥିପାଇଁ ଘର ଭିତରେ ସେ ବିବାହ ପ୍ରସ୍ତାବରେ ରାଜି ବୋଲି କହୁଥିଲା ।

କି ଯୁଗ ହେଲା ଲୋ ମା, ପୁଅ ଆମର ସରମ କରୁଛି ଆଉ ଭାବି ବୋହୂ ପୁରା ଇ- ସ୍ମାର୍ଟ ଲାଗୁଚି । ବୁଝିଲୁ ମା'( ଅନୁସୟାକୁ ) ରାମ ଟା ପୁରା ଲାଜ କୁଳା । କେମିତି ଘର ଦ୍ୱାର କରିବ କେଜାଣି । ଏତେ ବଡ଼ ହେଲାଣି, ରାତି ପାହିଲେ ବାହା ହେବ, ହେଲେ ଦେଖୁନୁ ମା" ପଣତ ଧରି ସବୁ ବେଳେ ବୁଲୁଛି । କେମିତି ଯେ ଘର ସଂସାର କରିବ, ଭଗବାନ ଙ୍କୁ ଜଣା !!!! 


 --- ବୁଝିଲୁ ମା" ଅନୁ ( ଅନସୂୟା ) କଥା କେତୋଟି କହୁଛି,ମନ ଦେଇ ଶୁଣ । 

----ହଁ ଜେଜେ ମା"ଆପଣ କୁହନ୍ତୁ ।ମୁଁ ଶୁଣୁଛି 

  

  ବହା ହୋଇଗଲେ ଯେ ଝିଅଟି ଘରର ଲକ୍ଷ୍ମୀ କି ସୁ- ଗୃହିଣୀ ହୋଇ ଯାଏନି । ସେଥିପାଇଁ ବହୁତ କିଛି ଶିକ୍ଷା ଆଉ ଘରେଇ ସଂସ୍କାରର ଆବଶ୍ୟକତା ରହିଛି । ଯେମିତିକି :-

୧) ବାହା ହେଲା ପରେ, କେହି ନ ଉଠିବା ଆଗରୁ, ପ୍ରତ୍ୟୁଷରୁ ଉଠି ଘର ସମସ୍ତ ବାସି କାର୍ଯ୍ୟ ସାରିବା । ନିତ୍ୟ କର୍ମ ରବି ଙ୍କର ଆସିବା ଆଗରୁ ସାରି, ପୂଜା ପାଠ, ଧୂପ, ଚନ୍ଦନ ଦେଇ ଠାକୁର ପୂଜା, ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରିବା । ସକାଳୁ ସମସ୍ତଙ୍କ ଲାଗି ଭୋଜନ ପ୍ରସ୍ତୁତି କରିବାକୁ ହୋଇଥାଏ।

୨) ବ୍ୟବହାରରେ ନମ୍ର । ଗୁରୁ ଗୁରୁଜନେ ସମ୍ମାନ ପୂର୍ଵକ, ସର୍ବଦା ଓଢଣୀ ତଳେ ମୁଖ ମଣ୍ଡଳ ତଥା ହସ୍ତ ପାଦ ଲୁଚେଇ ରଖିବା ଦରକାର । 

୩) ଘରର ମୁରବିଙ୍କ ସମ୍ନାରେ ମୁହଁ ଖୋଲି କହିବା ଉଚିତ ନୁହେଁ । କାହା ସହ ବି ପରିବାରରେ ପାତର ଅନ୍ତର କରିବା ଠିକ ନୁହେଁ। 

୪) ଗୃହ କର୍ତ୍ତା ଙ୍କର ବିନା ଅନୁମତିରେ ଏରୁଣ୍ଡି ଡେଇଁ କୁଆଡେ ଯିବାର ନାହିଁ ।

୫) ପ୍ରଚଳିତ ପାରମ୍ପରିକ ବାର, ବ୍ରତରେ ନିଜର କାୟା ସୁଦ୍ଧ କରିବା ଏବଂ ସତିତ୍ୱ ରକ୍ଷା କରିବା ଜଣେ ନାରୀର ମୁଖ୍ୟ କର୍ତ୍ତବ୍ୟ।

୬) କଣ୍ଠ ସ୍ୱର ସୁ ମଧୁର ଏବଂ ଧୀର ସ୍ଥିର ହେବ ।

୭) ଅତିଥି, ଅଭାଗତ୍ୟ, ସାଧୁ, ଭିକ୍ଷା ବୃତି କରୁଥିବା ଲୋକଙ୍କୁ ଭକ୍ତିପୂତ ଆତିଥ୍ୟ ପ୍ରଦାନ କରିବା ।

୮) ଘରେ ଥିବା, ଠାକୁର, ଗୋ ମତା, ଶିଶୁ,ବୃଦ୍ଧ ଓ ବୃଦ୍ଧାମାନଙ୍କ କଥା ପ୍ରଥମେ ବୁଝିବା ।

୯) ଦାନ, ଦୟା,କ୍ଷମା, ଏବଂ ପାର୍ଥନା ଦ୍ୱାରା ପୁଣ୍ୟ ଅର୍ଜନ କରିବା ।

୧୦) କଳି ହୁଡ଼ି ନ ହେବା, ଘରର ଗୁମର କାହା ଆଗେ ପ୍ରକାଶ ନ କରିବା ।

୧୧) ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ରଖିବା, ତଥା ଘର ମୁରବିଙ୍କ ସମ୍ନାରେ ଉଭୟ ଦୋଷାରୋପ ନ କରିବା । ଆପୋଷ କଥା ବାର୍ତ୍ତା ନିଜର ଶୟନ କକ୍ଷରେ ସମାଧାନ କରିବା । ଉଭୟ ଉଭୟ ଙ୍କୁ ସମ୍ମାନ ଦେବା ।

୧୨) ବିଛଣାକୁ ଯିବା ପୂର୍ବରୁ ସମସ୍ତଙ୍କର ସେବା କରିବା ।

୧୩) ସ୍ୱାଧୀନ ଭାବରେ କୁଆଡେ ଯିବା ଆସିବା ନ କରିବା । ନିଜର ଦାୟିତ୍ୱକୁ ଭୁଲି ସଜେଇ ହୋଇ ସବୁବେଳେ ଅସମୟରେ ଶୋଇ ରହିବା ଆଦି କରିବା ଅନୁଚିତ ।

୧୪) ସର୍ବଦା ଶାଶୁ ଘର ଏବଂ ବାପ ଘର ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା କରିବା । 


  ଯେଉଁ ନାରୀ ଏ ସବୁ କରିବା ସହ ଘରର ସମ୍ମାନକୁ ବଜାଇ ରଖେ, ସେଇ ଘରେ ସର୍ବଦା ମାତା ଲକ୍ଷ୍ମୀ ବାସ କରନ୍ତି।

ସେଥିପାଇଁ କଥାରେ ଆଛି, ଦୁହିତା ଦୁଇ କୂଳକୁ ହିତା ।

 ଆଉ ଗୋଟେ କଥା କହୁଛି ଶୁଣ, ବାହାଘର ପରେ ପିତା ମାତା ମାନେ ଝିଅକୁ ବୁଝେଇ କୁହନ୍ତି, ମା"ରେ ଆଜିଠାରୁ ଆମ ଘର ଭୁଲି ଶାଶୁ ଘରର ସେବା ମନ ଦେଇ କରିବୁ । ସେ ହିଁ ତୋ ପାଇଁ ସ୍ୱର୍ଗ ।

  କହିବାର ଅର୍ଥ ଏହା ଯେ, ଯଦି ଝିଅଟି ବିବାହ ପରେ ନିଜର ଶାଶୁ ଘର ଅପେକ୍ଷା ବାପ ଘରକୁ ବେଶି ପ୍ରାଧାନ୍ୟ ଦିଏ, ସେ ସଂସାର ଜଞ୍ଜାଳ ମଧ୍ୟରେ କେବେ ବି ଖୁସିରେ ରହି ପାରେ ନାହିଁ । ତା ମାନେ ନୁହେଁ, ନିଜର ଜନ୍ମିତ ପିତା ମାତାଙ୍କୁ ଭୁଲି ଯିବ, ଠିକ ସେୟା ନୁହେଁ, ନିଜର ବାପା ମା "ଙ୍କର ସେବା କରିବ,କିନ୍ତୁ ବାପଘର ପ୍ରତି ଅତ୍ୟଧିକ ଆସକ୍ତି ଫଳରେ, ନିଜର ଘର ପାଇଁ କେଉଁଠି ଉପଯୁକ୍ତ ତାହା ଠିକ ସେ ସମ୍ପାଦନା କରି ପାରେ ନାହିଁ । 

  ସେଥିପାଇଁ ତାର ସାବଧାନ ଅବଲମ୍ବନ ପୂର୍ଵକ ନିଜର ଜନ୍ମ ଘର ଏବଂ ଶାଶୁ ଘର ମଧ୍ୟରେ ସେ ନିଜକୁ ଜଗି ରଖି ଚଳିବାକୁ ହୋଇଥାଏ । 

   ତା ହେଲେ ଜଣେ ସୁ- ଗୃହିଣୀ ହୋଇ ପାରିବ । 


ଆପଣଙ୍କର ପ୍ରତି କଥାକୁ ଜେଜେ ମା" ମୁଁ ଅକ୍ଷର ଅକ୍ଷରେ ପାଳନ କରିବି ।କଥା ଦେଉଛି । ପାଦ ଛୁଇଁ ସମସ୍ତଙ୍କର ଆଶୀର୍ବାଦ ନିଏ । ଦୁହିଁଙ୍କୁ ସମସ୍ତେ ଆଶୀର୍ବାଦ କରିବା ସହ ନିର୍ବନ୍ଧ ଦିନ ଧାର୍ଯ୍ୟ ପୂର୍ଵକ ପ୍ରସ୍ତୁତି ସାରିବା ଆରମ୍ଭ ପାଇଁ ପରାମର୍ଶ ନେଇ ବିଦାୟ ନିଅନ୍ତି ।

   ବିଦାୟ ନେଇ, ସେମାନେ(ଅନୁସୟାର ପରିବାର) ଘରୁ ଚାଲି ଯାଉଥିଲେ । ଆମ ଘରେ ସମସ୍ତେ ଖୁସିରେ ଥିଲେ । 

  କିନ୍ତୁ ଜେଜେ ମା" ଙ୍କର ମନ ଟିକେ ଉଣା ଥିଲା ପରି ଲାଗୁଥିଲା ।ମନେ ମନେ କହି ହଉଥିଲେ, ଏତେ ପାଠ ଶାଠ ଝିଅଟି ପଢ଼ିଛି, ଚାକିରୀ କରିଛି ହେଲେ ଘର କରଣା ସଠଣା ବିଷୟରେ କିଛି ବି ଜାଣିଲା ପରି ଲାଗୁନି । କଣ ଯେ ହେବ ଏ ଘରର, ସବୁ ବିଧାତାର ଇଛା । 

  ଜେଜେ ମା" ଙ୍କର କଥା ଶୁଣି, ସମସ୍ତେ ସମସ୍ତଙ୍କର ମୁହଁକୁ ବିସ୍ମୟର ସହ ଦେଖୁଥିଲୁ । 

   

        *******************

 ଅନ୍ୟ ଦୃଶ୍ୟରେ ପୁଅକୁ ଦେଖି ସାରି କାରରେ ଗଲା ବେଳେ ଅନୁସୟାର ମା" କହି ହଉଥିଲେ ସମସ୍ତଙ୍କୁ ଶୁଣେଇ, ମଣିଷ କେଉଁ ପରିବାରରେ ଆସି ଫସିଲା କେଜାଣି, ଆସିଲା ବେଳରୁ ଖାଲି ସଂସ୍କାର ଆଉ ପରମ୍ପରାର ପ୍ରବଚନ ।

  ---ହୁଁ ଆଜି କାଲିର ଦୁନିଆଁରେ କଣ ଖାସିୟତ ଅଛି ଏ ସବୁର । ମୋ ଝିଅ କଣ ସେ ଘରେକୁ ଚାକରାଣୀ ହୋଇ ଯାଉଛି କି ???₹ ପାଠ ଶାଠ ପଢ଼ିଛି, ଚାକିରୀ କରିଛି । ସେ କଣ ପାଇଁ ପାଇଟି କାମ କରିବ । ଖାଲି ତୁମ ବାପ ଝିଅ ଙ୍କର ମୁହଁକୁ ଚାହିଁ ମୁଁ ଚୁପ ଥିଲି । 

  ବୁଝିଲୁ ଅନୁ, ପୁଅ ଟା ସରଳ ଆଉ ଭଲ ଚାକିରୀ କରିଛି ବୋଲି ମୁଁ ରାଜି ହୋଇଛି, ନ ହେଲେ ତୋ ବାହାଘର ମୁଁ ସେ ଘରେ ଜମା କରି ନ ଥାନ୍ତି ।

 ----ବୁଝିଲ" ହୀରା ମଣି ( ଅନୁସୟାର ମା"), ଝିଅ ତା'ର ଘର ସଂସାର କରିବ । ତାକୁ ଛାଡି ଦିଅ ନା, କେଉଁଠି ଭୂଲ ଆଉ ଠିକ ଭାବିକି ସେ ନିଷ୍ପତି ନେବ ନି । ତୁମେ କାହିଁକି ବ୍ୟସ୍ତ ହେଉଛ । ଆମ ଝିଅ ଯୋଗ୍ୟତା ଉପରେ ପ୍ରଶ୍ନ କରିବା କଣ ତୁମର ଠିକ ହେଉଛି । ନା" କଣ କହୁଛୁ ମା ( ଅନୁସୟା) ।

   ହଁ ବାପା ଆପଣ ଠିକ କହୁଛନ୍ତି । ଖାଲି ବାହାଘର ସରି ଯାଉ, ମୁଁ ସବୁ ନିଜେ ନିଜେ ସମ୍ଭାଳି ନେବି, ଆପଣ ମାନେ ଦେଖିବେ ନି ?????

   

         କ୍ରମଶଃ .............



Rate this content
Log in

Similar oriya story from Tragedy