Nityananda Sahu

Tragedy Inspirational

3  

Nityananda Sahu

Tragedy Inspirational

ସୁନା ବୋହୂ-ଭାଗ-୪

ସୁନା ବୋହୂ-ଭାଗ-୪

5 mins
187


【 ଭାଗ -୪】 


【ପୂର୍ଵ ଭାଗରେ ଆପଣମାନେ ପଢିଥିଲେ, ପ୍ରିୟବ୍ରତ ବାବୁ ପୁତ୍ର ବଧୂ ଚୟନ କରିବାକୁ ଯାଇ ଦେଖୁ ଥିବା ଝିଅଟି ଯେ ପୁଅର ମନ ପସନ୍ଦର, ତାହା ଝିଅକୁ ଦେଖିଲା ପରେ ବୁଝି ଯାଇଛନ୍ତି।

     ଆଉ ତା ପରେ ??????? 】 


ଘରୋଇ ଜୀବନରେ ସଂସ୍କାର ଆଉ ଆଚରଣ ଗତ ପରମ୍ପରାରେ ମଣିଷ ବେଳେବେଳେ ଜଣେ ଅନ୍ୟ ଜଣର ମନର ପରିଭାଷାକୁ ବୁଝିବା କଷ୍ଟ ହୋଇପଡେ । ପରବର୍ତ୍ତୀ ସମୟରେ ସେଇ ବୁଝାମଣା ଗତ ଆସୁବିଧା ପାଇଁ, କିଛି ମୁହୂର୍ତ୍ତ ସମ୍ପର୍କରେ ତିକ୍ତତା ଦେଖା ଯାଏ । ମୋର ବା ଭୁଲ କେଉଁଠି ରହିଲା । ବାହାଘର ପାଇଁ ଝିଅ ଖୋଜିବା ଆଗରୁ, ମୁଁ ଘରେ ସମସ୍ତଙ୍କ ସମ୍ନାରେ ରାମକୁ ପଚାରିଥିଲି, ତା ମନର କଥା କିନ୍ତୁ ମୋ ପସନ୍ଦର ଝିଅ ସହ ତା'ର ବିବାହ ହେବ ବୋଲି କହିଥିଲା। ଆଜି ମୋ ଅଜାଣତରେ ତା ମାମୁଁ ସହ ମିଶି ମତେ କ'ଣ ଜଣେଇବାକୁ ଚାହୁଁଛି ???

    ଭାଇନା କ'ଣ ଭାବୁଛନ୍ତି ?? କିଛି ପଚାରିବେନି ଝିଅକୁ । ସେ କେତେ ସମୟ ଆଉ ଏମିତି ଆମ ସମ୍ନାରେ ବସିବ ।

  ହଁ,ପଚାରିବାରେ ଆଉ ବା କଣ ଅଛି । ଆଜିକାଲି ପ୍ରଶ୍ନ ପଚାରିବାର ପରମ୍ପରା ଆଉ ନାହିଁ । ପୁଅ ଝିଅ ଦୁହେଁ ଦୁହିଙ୍କର ପସନ୍ଦ ହଲେ, ବାହାଘର କରିବା କଥା । ମୋର ଝିଅ ପସନ୍ଦ ହୋଇଛି । 

    ସମୁଦି ଆପଣ କୌଣସି ଶୁଭ ମୁହୂର୍ତ୍ତରେ ମୋ ଘରକୁ ଆସି ପୁଅ ଦେଖିଲା ପରେ, ପସନ୍ଦ ଆସିଲେ, ବାହାଘରର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିବା ।

 ଆପଣ ଠିକ କହୁଛନ୍ତି ସମୁଦି । ଆଜିକାଲିର ପିଲାମାନେ ନିଜ ମନ ପସନ୍ଦର ପିଲା ଖୋଜୁଛନ୍ତି । ପିତା ମାତାଙ୍କର ନିଷ୍ପତ୍ତିରେ କେତେ ଜଣ ବା ବିବାହ କରୁଛନ୍ତି । ବୈବାହିକ ଜୀବନ ଶୈଳୀ ବଦଳିବାକୁ ଲାଗିଛି । ଆଉ ପୂର୍ଵ ପରି ବାହାଘର ହେଉ ନାହିଁ । 

    ମୁଁ ପୁଅକୁ ଫଟୋରେ ଦେଖିଛି । ଯାହା ରବି ବାବୁ ମତେ ମଧ୍ୟସ୍ତି ହାତରେ ପଠେଇ ଥିଲେ । ଆପଣ ଯଦି କିଛି ଖରାପ ଭାବିବେନି କଥାଟିଏ କହିବାକୁ ଇଛା ପ୍ରକାଶ କରିଛି ।

---- ହଁ ନିର୍ଦ୍ୱନ୍ଦ୍ୱରେ କହି ପାରିବେ । 

------ଆମେ ଆସନ୍ତା ଶନିବାର ଦିନ ଆପଙ୍କର ଘରକୁ ଆସୁଛୁ । ଝିଅ ବି ସାଙ୍ଗରେ ଆସିବ । ସେଠି ପୁଅ ଝିଅ ଦୁହେଁ ଦୁହିଁଙ୍କୁ ପସନ୍ଦ କଲେ । ବାହାଘର ପାଇଁ ଆଗେଇବା । ଆଉ କଣ ସେ ପୂର୍ଵ ପରମ୍ପରା ଅଛି । ବନ୍ଧୁ ପରିଜନ ଡକେଇ, ଝିଅ କି ପୁଅର ଚୟନ କରିବାର । ପସନ୍ଦ ଆସିଲେ ନିର୍ବନ୍ଧ ଦିନ ସମସ୍ତଙ୍କୁ ଏକତ୍ରିତ କରେଇ,ଗୋଟେ ଜାଗାରେ ପ୍ରି -ୱେଡିଙ୍ଗ କାର୍ଯ୍ୟକ୍ରମ କେଉଁ ଏକ ସୁନ୍ଦର ବିବାହ ମଣ୍ଡପ ଦେଖି ଆୟୋଜନ କରି ଦେବା । 

  ----- ସବୁ ଠିକ ଯେ ସମୁଦି । ପୁରାତନ ପରମ୍ପରାରେ ସର୍ବସମ୍ମତି କ୍ରମେ ବାହାଘର କରିବାରେ ଭୁଲ କେଉଁଠି । ମୁଁ" ବିତ ସେଇ ପ୍ରଥାରେ ବାହାଘର କରିଛି । ମୋ ବୈବାହିକ ଜୀବନ ଖୁସରେ କଟୁଛି । ଏବେ ସେ ପରମ୍ପରାକୁ ବଦଳେଇବାକୁ ମତେ କାହିଁ ଠିକ ଲାଗୁନି । 


----- ଅଧୁନା ସମାଜରେ ଚିରାଚରିତ ଯେଉଁ ସବୁ କାର୍ଯ୍ୟକ୍ରମ କରା ଯାଉଛି । ତାହା ସହ ସାମିଲ ନ ହଲେ, ପିଲାମାନେ ଆମକୁ ପ୍ରାଚ୍ୟ ଯୁଗର ଆଖ୍ୟା ଦେଇ ଦେବେ । ମୁଁ ବି ଚାହେଁ, ସେମିତି ପରମ୍ପରାର ବାହାଘର କିନ୍ତୁ ସାମାଜିକ ଚଳଣିରେ ଆମକୁ ଆବୋଧ ହେବାକୁ ପଡିବ ସମୁଦି ।

----- ଆଛା ହେଉ,ଆପଣ ପ୍ରଥମେ ପୁଅକୁ ଦେଖନ୍ତୁ । ତା ପରେ ମୁଁ ଘରର ସମସ୍ତଙ୍କର ସହ କଥା ହୋଇ ଆପଣଙ୍କୁ ନିଷ୍ପତି ଜଣେଇବି।

    

    କାରରେ ଫେରିଲା ବାଟରେ ମୋ ନିରବତାକୁ ଶାଳକ ବୁଝି ସାରିଥିଲେ । ସେ ବି ମତେ କିଛି କହି ପାରୁନଥିଲା । ମାର୍ବଲ ସୋ ରୁମରେ ଖୁବ ଶୀଘ୍ର ଅଡ଼ର୍ର ପଠେଇବା ପାଇଁ କହି, ଆଉ ଅବଶିଷ୍ଟ ଟଙ୍କା ଜମା କରି ଘରକୁ ଫେରି ଆସିଲୁ। ଘର ସମ୍ମୁଖରେ କାର ପାର୍କିଂ କରି ବାରଣ୍ଡାରେ ଚୌକି ଉପରେ ଥମ କରି ବସି ପଡ଼ିଲି । ରବି ଘର ଭିତରକୁ ଚାଲିଗଲା । 

------ଝିଅ ତୋର ପସନ୍ଦ ଆସିଲା !!!! ଦେଖିବାକୁ ସୁନ୍ଦର ଅଛି ତ??? 

------- ମାଆଙ୍କର ପ୍ରଶ୍ନରେ ହଁ ଭରିଲା ପରେ, ଝିଅର ଫଟୋ ମୋବାଇଲରୁ ବାହାର କରି ଦେଖେଇବାରୁ । ମାଆ ବି ଝିଅଙ୍କୁ ପସନ୍ଦ କଲେ । 

   ଘର ଭିତରୁ ନିହାରିକା (ପତ୍ନୀ) ମତେ ଦେଖି ହସି ହସି ଆସୁଥିଲେ । ଆଛା ତୁମେ ମାର୍ବଲ କଥା ବୁଝିଛନା, ଭୁଲି ଗଲ। ।

----ହଁ ବୁଝିକି ଆସିଛି । ମୁଁ ଭାବିଥିଲି ପ୍ରଥମେ ତୁମେ ଝିଅ ପସନ୍ଦ ଆସିଲା କି ନାହିଁ ପଚାରିବ, କିନ୍ତୁ????

---------ଝିଅର ନାଆଁ କ'ଣ "ଆଲକହଲ " !! ନା ଆଉ କିଛି ? ନିହାରିକା ମତେ ହସି ହସି କହୁଥିଲେ ।

--------- ଅନସୂୟା । 

-------ବାଃ ବହୁତ ସୁନ୍ଦର ନାଆଁ ହୋଇଛି । ନାଆଁରୁ ଜଣା ପଡୁଛି ଝିଅଟି ନିଶ୍ଚିତ ସଂସ୍କାରୀ ହୋଇଥିବ ।

------ ସେମିତି ନୁହେଁରେ ବୋହୂ । ନାଆଁ ରଖିଦେଲେ କେହି ସ୍ଵଭାଵ କି ସଂସ୍କାରରେ ଭଲ ହୋଇ ଯାଏନି । ସେମିତି ହୋଇଥିଲେ, ରାମ, କୃଷ୍ଣ, ଶିବ, ବିଷ୍ଣୁ, ନାଆଁ ରଖି ଥିବା ପିଲାମାନେ ଚରିତ୍ରବାନ ହୋଇଯିବେ ଆଉ ସୀତା,ଅହଲ୍ୟା,ସାବିତ୍ରୀ ରଖି ଦେଲେ ଝିଅମାନେ ପତିବ୍ରତା ହୋଇଯାଇଥାନ୍ତେ । ତାହେଲେ ସମାଜରେ ଆଉ ଘରେଇ ହିଂସା, କଳହ ସବୁ ଦେଖିବାକୁ ମିଳିନଥାନ୍ତା । ପରିବାରର ସଂସ୍କାର, ନୀତି ଶିକ୍ଷା ଆଉ ମୌଳିକ ତାକୁ ଯିଏ ସମାଜିକ ହୋଇ ବୁଝେ, ନିଜର କର୍ତ୍ତବ୍ୟ ଆଉ ଦାୟିତ୍ୱକୁ ଠିକ ରୂପେ ନିର୍ବାହ କରେ, ଦାନ ଧର୍ମରେ ବିଶ୍ୱାସ ରଖେ । ସେ ହିଁ ପକୃତ ଚାରିତ୍ରବାନ ପିଲା ହୋଇଥାଏ । 

  ଏବେ କେମିତି ଗୋଟେ ଥର ଦେଖାରେ କାହାକୁ କହିପାରିବ, ସେ ଭଲ ପିଲା ବୋଲି ??? ସମୟ ସହ ତାର ଚାଲି ଚଳନ, ବ୍ୟବହାର ଆଉ ଘରେଇ ଜୀବନକୁ ଦେଖିଲା ପରେ, ଜଣା ପଡିବ,ଝିଅ ହେଉ କି ପୁଅ,ତାର ଗୁଣ କେମିତି ??

   ହଁ ସୁନ୍ଦରତା ଅପେକ୍ଷା ଅନେକାଂଶରେ ଗୁଣବତୀ ଝିଅଟିଏ ପାଇଲେ, ସଂସାର ସୁଖରେ ଅତିବାହିତ ହୋଇଯାଏ । ସୁନ୍ଦର ସହ ଗୁଣ ଥିବା ଝିଅ ମିଳିବା ଭାରି କଷ୍ଟ । ରାମର ଭାଗ୍ୟରେ ଯାହା ଥିବ, ଅବଶ୍ୟ ମିଳିବ । କଥାରେ କୁହାଯାଏ, "ଯିଏ ଯାହାର ହାଣ୍ଡିରେ ଚାଉଳ ପକେଇଥିବ", ସେ ହିଁ ତାକୁ ମିଳିବ ।

  ଭଗବାନ ଦୁଇଟି ମନର ମିଳନକୁ ଉପରେ ଥାଇ ଲେଖିଛନ୍ତି। ଆମେ ତ ମାତ୍ର ଆଶାର ବନ୍ଧନରେ ବନ୍ଧା କିନ୍ତୁ ପକୃତ ପବିତ୍ର ବନ୍ଧନ ଉପରବାଲା ଆଗରୁ ଗଢ଼ି ସାରିଛି । 


    ଝିଅଟିର ନାଆଁ ସହ ରୂପ କ୍ରାନ୍ତିରେ ସୁନ୍ଦରତା ଅଛି କିନ୍ତୁ ସବୁ ପରେ ବି ମତେ ଝିଅର ଗୁଣ ଭଲ ହେବା ଦରକାର । 


 ମାଆଙ୍କର କଥା ଶୁଣି ମତେ ବି ଖୁସି ଲାଗିଲା । ଝିଅର ସ୍ଵଭାଵ କି ଗୁଣ ତ, ଗୋଟେ ଥର ଦେଖାରେ କହି ହେବ ନାହିଁ।

  ରାମ ବି ଅଫିସରୁ ଫେରି ଆସି ପାଖରେ ଠିଆ ହୋଇ ସବୁ ଶୁଣୁଥାଏ । କିନ୍ତୁ କିଛି କହୁନଥିଲା ।

   ---- ନିହାରିକା ଘର ଭିତରକୁ ଡାକୁଥିଲେ, ବୋଧହୁଏ କଣ କହିବେ । ମୋ ପାଇଁ ତ ସବୁ ଘଟଣା ରହସ୍ୟମୟ ଲାଗୁଥାଏ । 


---------କଣ ହେଲା, କାହିଁକି ଡାକିଲ !!କଣ କହିବାର ଥିଲା ସେଠି ସମସ୍ତଙ୍କର ସାମ୍ନାରେ କହିଲନି ???

----- ତୁମେ ରାଗିଛ ନା, ମୋ ଉପରେ !!! ଆରେ ଯଦି ସେମିତି ଭାବୁଥାଅ, ରାମର କୌଣସି ହାତ ଅଛି ଏଥିରେ,ତା ହେଲେ ତୁମେ ଭୁଲ ବୁଝୁଛ । ତାର ଏଥିରେ କୌଣସି ହାତ ନାହିଁ ।

  ମୁଁ ଥରେ ରାମର ପୋଷାକ ସଫା କରିବା ବେଳେ, ତା ପର୍ସରେ ଝିଅର ଫଟୋ ପାଇଥିଲି । ମୋବାଇଲରେ ଫୋଟ ଉଠେଇ ରବିକୁ ପଠେଇ ସବୁ କହିଥିଲି । ସେ ବୁଝା ବୁଝି କରି କହିଲା ପରେ, ତୁମର ପସନ୍ଦ ଆସିଲେ ଯାଇ ମୁଁ ସବୁ କହିବି ବୋଲି ଠିକ କରିଥିଲି । ପ୍ଲିଜ ମତେ ବିଶ୍ୱାସ କର । 

---------ସବୁ ଠିକ ଯେ, ରାମ କଣ ପାଇଁ ଲୁଚଉ ଥିଲା ତା ମନ ଭିତରର କଥା । ଆମେ ଦୁହେଁ ପଚାରିଲା ପରେ ବି, ସେ କଣ ପାଇଁ କହିଲା ନି, ସେ ଝିଅକୁ ଭଲ ପାଏ ଏବଂ ପସନ୍ଦ କରେ ବାହା ହେବା ପାଇଁ ?? ମୁଁ କଣ ତାକୁ ମନା କରି ଥାନ୍ତି ?? ତା ଖୁସିରେ ତ ମୁଁ ଖୁସି । 

 କିନ୍ତୁ,  ମୁଁ ତ କିଛି ବୁଝି ପାରୁନି ???

---------ତା"କୁ ଏବେ କିଛି କୁହନି । ସେମାନେ କହିଛନ୍ତି ନା, ଶନିବାର ଦିନ ଆସିବେ ବୋଲି । ରାମକୁ ସରପ୍ରାଇଜ ଦେବା, ଦେଖିବା ସେଇ ଦିନ ରାମ ମନରେ କଣ ଚାଲିଛି । 

  ------ ଝିଅ ପକ୍ଷ ଆସିବାକୁ ଯାହା ଅପେକ୍ଷା କରିବା କଥା । ତା ସହ ପୁଅର ମନର କଥା ବି ଜାଣିବାକୁ ପଡିବ ?????

    ହଉ ତୁମେ ଧୁଆ ଧୋଇ ଆସ, ଗରମ ପକୁଡି ଛାଣିଛି, ରବି ତୁମକୁ ଡରି, ସେପଟ ଘରେ ଚୁପ ବସିଛି । 

  ---- ତୁମେ ରବି କି ରାମକୁ କିଛି ପଚାରି ବ ନି, ପ୍ଲିଜ ମୋ ରାଣ। ଦୁହେଁ ଭାବି ଚିନ୍ତି, ଯାହା ରାମ ପାଇଁ ଠିକ ହେବ କରିବା। ଯାହା ହେଲେ ବି ତାର ଭବିଷ୍ୟତର କଥା ????? 


     ରାଣ ପକେଇ ନିହାରୀକା ରୋଷେଇ ଘରକୁ ଚାଲି ଗଲେ ଆଉ ମୁଁ ଫ୍ରେସ ହେବା ପାଇଁ । 

   

     ଆଉ ତା ପରେ ...........

       

           କ୍ରମଶଃ .........

    To be continued.......

 

       



Rate this content
Log in

Similar oriya story from Tragedy