Nityananda Sahu

Tragedy Inspirational

3  

Nityananda Sahu

Tragedy Inspirational

ସୁନା ବୋହୂ - ଭାଗ-୨୯

ସୁନା ବୋହୂ - ଭାଗ-୨୯

12 mins
170



【ଭାଗ-୨୯】 


【 ପୂର୍ଵ ଭାଗରେ ଆପଣମାନେ ପଢିଥିଲେ, ସମୟ ଆଜି ମୋ ବିପକ୍ଷରେ ଚାଲିଛି । ବାପା ଆଉ ବୋଉଙ୍କ ଭିତରେ ମୋ ପାଇଁ ଭୁଲ ବୁଝାମଣା । ସବୁଠି ଆଜି ମୁଁ ହିଁ ଆଲୋଚନାର ବିଷୟ ବସ୍ତୁ । ମୋ ଗର୍ଭର ସନ୍ତାନକୁ ଆଜି ରାମ ମିଛ ବୋଲି ବିଶ୍ୱାସ କରି ସାରିଛନ୍ତି । ଭବିଷ୍ୟତ ଆଜି ମତେ ଝାପ୍ସା ଦିଶିଲାଣି।.....  ଆଉ ଏବେ ଆଗକୁ】


ରାମଙ୍କର ପଛେ ପଛେ ଦୌଡ଼ି ଯାଇ ଅଟକାଇବାକୁ ଚେଷ୍ଟା କଲେ ବି, ସେ ତାଙ୍କ କଥାରେ ଅଟଳ ଥିଲେ । ଦୁଆର ବନ୍ଧ ନିକଟରେ ରାମଙ୍କର ଚାଲିଯିବର ବାଟକୁ ଆଖି ସମ୍ନାରେ ଦେଖୁଥାଏ । ଲୁହ ବି ଆଜି ଅମାନିଆ ହୋଇ ଆଖିରୁ ଝରି ଚାଲିଛି । 


 ଯେଉଁ ଅଭିମାନ ଆଉ ଅଂହକାରକୁ ନିଜର ଆତ୍ମୋ ବଡିମା ଭାବି, ଭୁଲ କି ଠିକର ତର୍ଜମା କରି ପାରୁ ନ ଥିଲି । ଆଜି ନିଜକୁ ବି ମୋ ପାପର ଭାର କେତେରେ ତଉଲାଇ ପାରୁ ନାହିଁ। 


:- ଦେଖ ମାଆ, ତୁ ଆଉ ଏମିତି ବସି ଲୁହ ଗଡେଇଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ । ନିଜକୁ ଦୋଷ ଦେଇ ମଥା ପିଟିଲେ, ରାମ ଆଉ ଫେରି ଆସିବେ ନାହିଁ । ତୋ ବାପା କହୁଛି, ଏବେ ବି ଜୀବନର ଯୁଦ୍ଧ ଲଢ଼ିବା ସରି ଯାଇ ନାହି । ବାହାଘର ପରେ ଗୋଟେ ଭଲ ପରିବାର ପାଇବା, ଯେକୌଣସି ଝିଅ ପକ୍ଷେ ଭାଗ୍ୟବାନର କଥା । ଆଜି କାଲିକା ଦୁନିଆଁରେ ବଧୂ ନିର୍ଯ୍ୟାତନା ବଢି ଚାଲିଛି । ରାମଙ୍କର ପରିବାରରେ ତତେ ଯେଉଁ ସ୍ନେହ ଶ୍ରଦ୍ଧା ଆଉ ଭଲପାଇବା ମିଳିଛି, ତାହା ବାସ୍ତବିକ ବହୁତ ଭଲ କଥା । ମୁଁ ତ କହୁଛି, ନିଜର ଭୁଲକୁ ସୁଧାରିବାକୁ ଚେଷ୍ଟା କର । ଦେଖିବୁ ଟିକେ କଷ୍ଟ ଲାଗିଲେ ବି ସବୁ ଠିକ ହୋଇଯିବ । ଆଉ ତୁ ଯଦି କହିବୁ, ମୁଁ ନିଜେ ଯାଇ ତୋ ଶାଶୁଘରେ ସମସ୍ତଙ୍କର ପାଦ ଧରି ତୋ ପାଇଁ ଭୁଲ ମାଗିନେବି । 


:- ହଁ ଲୋ ମାଆ, ତୋ ବାପା ଠିକ କହୁଛନ୍ତି । ଆଜି ପର୍ଯ୍ୟନ୍ତ ପରିବାର ମୂଲ୍ୟ କେତେ ମୁଁ ବୁଝି ପାରିନ ଥିଲି । ରାମ ନିଜର ସବୁ ଖୁସିକୁ ଜଳାଞ୍ଜଳି ଦେଇ ଆଜି ପରିବାର ପାଇଁ ତତେ ତ୍ୟାଗ କରିବାର କଠୋର ନିଷ୍ପତ୍ତି ନେଇ ଗଲେ । 

  ଯେଉଁ ପରିବାର ତାଙ୍କର ଭଲ ମନ୍ଦ ଏତେ ଦିନ ଯାଏ ବୁଝି ଆସୁଥିଲେ,ଆଜି କ୍ଷଣକ ମଧ୍ୟରେ ତାଙ୍କର ଭଲ ପାଇବାକୁ ବଳିଦାନ କରିଦେଲେ ।ଆଉ ମୁଁ ଅଭାଗିନୀ ମାଆ ହୋଇ ବି ଝିଅର ଖୁସିକୁ ବୁଝି ପାରିଲି ନାହିଁ । ଗର୍ବ ଅହଂକାରରେ ଵଶ ହୋଇ, ଆଜି ତତେ ଠିକ ବାଟ ବି ଦେଖେଇ ପାରିଲି ନାହିଁ । ମୋ କଥା ମାନେ, ଏ ବୟସରେ ତୋ ବାପାଙ୍କୁ ଛାଡି ମୁଁ ଏକା ରହିବା ସମ୍ଭବ ନୁହେଁ । ଆଉ ତୋ ସ୍ୱାମୀଙ୍କ ବିନା, ତୁ କେମିତି ବଂଚିବୁ ।

 ନିଜର ଲୁହକୁ ପୋଛି, ଆଉ ଥରେ ଏ ଅଗ୍ନି ପରୀକ୍ଷାରେ ପାସ ହେବାପାଇଁ ଚେଷ୍ଟା କର । ଦେଖିବୁ ନିଶ୍ଚିତ ସଫଳତା ପାଇବୁ । 


:- ସତରେ ଆଜି ଯଦି ମୋ ମନ ଦୁଃଖ ହୋଇ ନଥାନ୍ତା । ତେବେ ବାପା ବୋଉଙ୍କର ପ୍ରଥମ ଥର ଦୁହିଁଙ୍କର ନିଷ୍ପତ୍ତିରେ ଏକ ହେବା,ମୋ ପାଇଁ ଖୁସିର ଦିନ ହୋଇଥାନ୍ତା ।

  -- ସବୁ ପରେ କଣ ସେମାନେ(ଶାଶୁଘର) ମତେ କ୍ଷମା କରି ଦେବେ!

--- ରାମ କଣ ଡିଭୋର୍ସ କ୍ୟାନସେଲ କରିଦେବେ !!

----ସେମାଙ୍କର ଆପମାନ ଆଉ ଇଜ୍ଜତକୁ ଭୁଲି କଣ ମତେ ଆଉ ଥରେ ତାଙ୍କ ଘରର ବୋହୂ ହେବାର ସମ୍ମାନ ଦେଇ ପାରିବେ !!

---- ରାମ କଣ ସବୁ ଦୋଷା ଦୋଷ କ୍ଷମା କରିଦେବେ ମୋର!!

-----ଜେଜେମାଆଙ୍କୁ କେଉଁ ମୁହଁ ନେଇ କ୍ଷମା ମାଗିବି !!! 


ଆଉ ଯଦି ସେମାନେ ମତେ କ୍ଷମା କରିଦେବେ, ତେବେ ନିଶ୍ଚିନ୍ତ ଯେତେ ଯାହା ବାଧା ବିଘ୍ନ ଆସିଲେ ମୁଁ ଅଗ୍ନିପରୀକ୍ଷା ଦେଇ ନିଜର ଭୁଲକୁ ସଂଶୋଧନ କରିବାକୁ ପ୍ରସ୍ତୁତ ଅଛି ।

  ଆଜି ମୋ ପାଇଁ ଆପଣ ମାନେ ଦୁଃଖ ପାଇଲେ । ମତେ କ୍ଷମା କରି ଦିଅନ୍ତୁ !! ପ୍ଲିଜ ..... 


ବାପା ବୋଉଙ୍କର ଗୋଡ଼ ଧରି ଅନୁତପ୍ତର ଲୁହରେ ପାଦକୁ ପୋଛି ଆଉ ଥରେ ନିଜର ପ୍ରେମ ଆଉ ପରିବାରକୁ ଫେରି ପାଇବା ପାଇଁ ପ୍ରତିଜ୍ଞା ନେଲି ।

  ବାପା ଆଉ ବୋଉ ଆଶୀର୍ବାଦ ମଧ୍ୟ ଦେଲେ । 


ଦେଖ ମାଆ ଝିଅ ଜନମ ପର ଘରକୁ । ବିବାହ ପରେ ନିଜର ସିନ୍ଦୂର ଆଉ ଶଙ୍ଖାର ମର୍ଯ୍ୟାଦା ରକ୍ଷା କରିବା ସହ,ନିଜ ଶାଶୁଘରର ଇଜ୍ଜତ ଆଉ ସମ୍ମାନର ଭାର ତା'ର କାନ୍ଧରେ ଦାୟିତ୍ୱର ସହ ରହିଥାଏ ।

 ଜୀବନର ଯୁଦ୍ଧରେ ପୁରାଣ ଶାସ୍ତ୍ରରେରେ କେତେ ସତୀ ଆଉ ତେଜସ୍ୱୀ ଦେବୀ ମାନେ ଧରାରେ ଜନମ ନେଇ ନିଜର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ସବୁ ବାଧା ବିଘ୍ନକୁ ଆଡେଇ, ସଫଳ ହୋଇଛନ୍ତି । ନାରୀ ହେଉଛି ସ୍ୱୟଂ ଆଦି ଶକ୍ତି । ପୃଥିବୀ ମାଆ ପରି ଧର୍ଯ୍ୟ ଶୀଳ । ସବୁ କ୍ଳେଶକୁ ସହିଯିବାର ଶକ୍ତି ତା'ପାଖରେ ଅଛି । ଆଉ ମୋର ବିଶ୍ୱାସ ବି ତୋ ଉପରେ ଅଛି । ଯେଉଁ ସଂସାରର ନାବକୁ ମଝି ଦାରିଆରେ ଭସେଇ ଦେଇ ଆସିଛୁ, ନିଜର ଅସଜଡ଼ା ଜୀବନ ବାଟରେ । ଆଜି ଆଉ ଥରେ ପ୍ରଚେଷ୍ଟା କର କୂଳରେ ଲଗେଇବା ପାଇଁ । କଣ ଘଟିବ କିମ୍ବା ଘଟିବାକୁ ଯାଉଛି, ସେ ସବୁ ମନରୁ କାଢି ଦେ । ଦେଖିବୁ, ପରିବର୍ତ୍ତନ ହିଁ ସବୁ କିଛିକୁ ଆଉ ଥରେ ସୁଧାରୀ ନେବ ।

 ଆମେ ଦୁହେଁ ତୋ ସହ ସବୁବେଳେ ଅଛୁ । 


:-ସତରେ ଯଦି ଜୀବନର ବାଟକୁ ଠିକ ନିର୍ଦେଶନା ନ ମିଳେ,ଯେ କେହି ବି ପଥ ଭୁଲି ଯାଆନ୍ତି । ଆଜି ନିଜର ଗୋଡ଼ରେ ମୁଁ କୁରାଢ଼ୀ ମାରି ସାରିଛି । ସେଥିପାଇଁ ମତେ ହିଁ ଭୁଲର ପ୍ରାୟଶ୍ଚିତ କରିବାକୁ ପଡିବ ।

  ରାତିରେ କିଏ କଣ ଖାଇଛୁ, ଠିକ ସେ କହି ପାରୁନି । ମୋବାଇଲରେ ବାହାଘର ବେଳର ଫଟୋ ଖଟରେ ଶୋଇ ରହି ଦେଖୁଥାଏ । 

  ବାହାରେ ଅମାବାସ୍ୟାର ଅନ୍ଧକାର । ଆଉ ମୋ ଜୀବନର ଫଗୁଣ ବି ରଙ୍ଗ ହୀନ ହୋଇଯାଇଛି । ଭୁଲି ଯାଇଥିଲି, ପ୍ରେମର ମହତ୍ତ୍ୱ ଆଉ ନିଜର ଦାୟିତ୍ୱ । 

  ସତରେ ସେମାନେ ମତେ କେତେ ଭଲ ପାଉ ନ ଥିଲେ । ନିଜର ଝିଅ ପରି ମୋର ସବୁ ଭୁଲକୁ କ୍ଷମା କରି ଚାଲିଥିଲେ ।

 ମୋ ପରି ବୋହୂ ପାଇଁ ହିଁ ସୁନାରର ସଂସାର ଭାଙ୍ଗି ଯାଏ । 

କାଳ ବୈଶାଖୀ ହୃଦୟରେ ଅସ୍ଥିର କରି ଚାଲିଥାଏ । ରାତିର ନିଦ ବି ହଜି ଯାଇଥିଲା । ରାମଙ୍କର ଫଟୋକୁ ଧରି କାନ୍ଦୁଥିଲି ।

   ଅସ୍ଥିର ହୃଦୟରେ ବିତିଯାଇଥିବା ରଙ୍ଗୀନ ଜୀବନର ସ୍ମୃତି ଆଜି ନିଆଁରେ ଘିଅ ଢାଳିଲା ପରି, ରାମଙ୍କର ବିଛେଦର ଘାଆରେ ଚୂନ ମାରିଲା ପରି ଅନୁଭବ ହେଉଥିଲା ।

ନିସ୍ତବ୍ଧ ପ୍ରହର ସରି ଆସୁଥାଏ । ଆଶାର କିରଣ ମନରେ ଆଉ ଏକ ଉଲ୍ଲାସ ଭରି ଦେଉଥାଏ । ରାତିର ନିଦ ହଜି ଯାଇଥିଲା । ସକାଳର ପହିଲି କିରଣ ଧରାକୁ ଛୁଇଁବାର କିଛି କ୍ଷଣ ଭିତରେ, ନିଜକୁ ଟିକେ ପ୍ରସ୍ତୁତ କରି, ବାପା ବୋଉଙ୍କୁ କିଛି ନ କହି, ସ୍କୁଟି ଧରି ବାହାରି ଆସିଲି, ନିଜର ହଜିଲା ସଂସାର ନିକଟକୁ । 


     ***************************** 


ପାଖାପାଖି ଚାଳିଶ କିଲୋମିଟର ଗାଡି ଅନିଦ୍ରା ଆଖିରେ ଚଳେଇ ଆସି ଘର ନିକଟରେ ପହଞ୍ଚି ଗଲି । ବାପା(ଶଶୁର) ବାରଣ୍ଡାରେ ବସି ପେପର ପଢୁଥିଲେ । ବୋଉ(ଶାଶୁ) ବୋଧ ହୁଏ ଘର ଭିତରେ କାମ କରୁଛନ୍ତି । 

   ଶଶୁରଙ୍କର ପାଖକୁ ଯାଇ ମୁଣ୍ଡିଆ ମାରି ଦେଇଥିବା କଷ୍ଟ ପାଇଁ କ୍ଷମା ପାର୍ଥନା କରିବାରୁ, ବାପା ଘର ଭିତରକୁ ଯିବା ପାଇଁ ଅନୁମତି ଦେଲେ । ବୋଉଙ୍କ ଉଦ୍ଦେଶ୍ୟରେ ...

  ଆରେ କୁଆଡେ ଗଲ କି ? ଅନୁ ଆସିଛି ...... ଶୁଣା ଯାଉଛି ନା ନାହିଁ!!!

 ବୋଉ ବୋଧ ହୁଏ ଭିତରେ କେଉଁଠି ବ୍ୟସ୍ତ ଅଛନ୍ତି । ସେଥିପାଇଁ ଉତ୍ତର ଆସିବା ଡେରି ହେବା କାରଣ ରୁ, ମତେ ଘର ଭିତରକୁ ଯିବା ପାଇଁ କହିଲେ ।

   ପ୍ରଥମ ଥର ପାଇଁ ଶାଶୁ ଘର ଭିତରକୁ ନିଜର ଦାୟିତ୍ୱର ନିର୍ବାହ କରିବାର ଇଚ୍ଛା ରେ, ଗର୍ବ ଆଉ ଅହଂକାର ଭୁଲି, ଘର ଏରୁଣ୍ଡି ବନ୍ଧ ଡେଇଁ କି ଯିବାକୁ ବାହାରେ ତ ....... 


:- "ରହି ଯା" ସେଇଠି; ମୋ ଘର ଏରୁଣ୍ଡି ଯେମିତି ନ ଡେଉଁ ଖବରଦାର ".....!!!!

  

   "ପାଣି ଆଉଟୁ ପାଣି ଆଉଟୁ,

     ପାଣି କି ଆଉଟି ହୋଇବ !!

  ସାତ ଥର କରି ତୁହାଇ କହିଲେ,

     ପର କି ଆପଣ ହୋଇବ" ।

     (ପର ସର୍ବଦା ପର)

ଜେଜେମାଆ କହି କହି ମୋ ଆଡ଼କୁ ଆସୁଥିଲେ । 


ଆରେ କିଏ କୁଆଡେ ଗଲ ଦେଖରେ ...... 


   :- ମୋ ଅଲିଅଳି, ଭାରି ସୁକୁମାରୀ, ନାତୁଣୀ ବୋହୂ ଆସିଛିରେ ........ କିଏ କୁଆଡେ ଆସରେ ଦୁଵ ବରକୋଳି ପତ୍ର ନେଇ, ଧୂପ ଦ୍ୱୀପ ଚନ୍ଦନ ଦେଇ ବନ୍ଧାଇ ନିଅରେ !!!! 


ଖବରଦାର, ତୋ ପରି ବିଷଧର ନାଗୁଣୀକୁ ଆଉ କ୍ଷୀର ଭାତ ଦେଇ ଏ ଘରେ କେହି ବଢ଼େଇବେ ନାହିଁ । ଦୁହିତା ଦୁଇ କୂଳକୁ ହିତା । ହେଲେ ତୁ, ମୋ କୂଳ ପାଇଁ ପିତା ହୋଇଗଲୁ । 

 ଆରେ କେତେ ଆଶା ନେଇ, ତତେ ଏ ଘରକୁ ଝିଅ କରି ଆଣି ଥିଲି । ହେଲେ ତୁ ପୋଡ଼ା ମୁହିଁ ଶେଷରେ ମୋ ଘରକୁ ଭାଙ୍ଗିବାକୁ ବସି ଥିଲୁ ।

  ଆଜି ଯାଏ ଏ ଘର ଭାଙ୍ଗିବାକୁ କେବେ ମୁଁ ଦେଇନି । କି ମୋ ପରିବାରରେ କାହା ମନରେ ଦୁଃଖର ଛାୟା ଦେଖିବାକୁ ଦେଇ ନ ଥିଲି । ହେଲେ ତୁ ଏମିତି ଝଡ଼ ହୋଇ ବହିଗଲୁ ଯେ, ଆଜି ତୋ ଧ୍ୱଂସର ତାଣ୍ଡବରେ ମୋ ନାତିଆର ମନ ଭାଙ୍ଗି ଯାଇଛି ।

    ଆଲୋ ଆଉ କେଉଁ ମୁହଁ ନେଇ, ଆସିଛୁ ବା । ଯା....ଚାଲି ଯାଆ !! ଏ ଘରେ ଆଜି ଠାରୁ ଆଉ ତୋର କୌଣସି ଅଧିକାର ନାହିଁ । ହଁ ଯଦି ତୋ ଜିନିଷ ପତ୍ର ନେବା ପାଇଁ ଆସିଥିବୁ, ତେବେ ...... 


 ରାମ... ଏ ରାମ..., ଆରେ କୁଆଡେ ଗଲୁ ? ଅନୁର ସମସ୍ତ ଜିନିଷ ନେଇ ତଳକୁ ଆସେ । ସେ ଆସିଛି ନେବା ପାଇଁ । 


ଜେଜେମାଆଙ୍କର ଗାଳି ମତେ ବହୁତ କଷ୍ଟ ଦେଉଥିଲା । ଆଉ କିଛି କହିବା ଆଗରୁ, ଜେଜେମାଆଙ୍କର ଗୋଡ଼ ତଳେ ପଡି ଯାଇ, ମୋର ଭୁଲ ହୋଇଯାଇଛି ମାଆ(ଜେଜେ) ମତେ ଏଇ ଶେଷ ଥର ପାଇଁ କ୍ଷମା କରି ଦିଅନ୍ତୁ।

 ଆଉ କେବେ ବି ଆପଣଙ୍କର ମନରେ ଦୁଃଖ ଦେବି ନାହିଁ । 

 ପ୍ଲିଜ... ହାତ ଯୋଡି ନେହୁରା ହୋଇ କହି ହେଉଥିଲି । 


ଆଲୋ ଏ କି କଥା ଆଜି ମୁଁ ଶୁଣିଲି । ସୁଫନାଖି ଆସିଛି, ଭୁଲ ମାଗିବାକୁ । ଆଲୋ ତୋ ଭୁଲ ମାଗିବା ଦେଖି, ମୋ ହୃଦୟ ତରଳି ଯିବ ବୋଲି ଭାବୁଛୁ କି ?????? 


   "ତୁଚ୍ଛାକୁ ଏତେ 

 ମୁଦି ନାହିଁ ଗୋଡ଼ କଚାଡୁ କେତେ,

 ପିତ୍ତଳ ଗୁଣାକୁ ନାକ ଟାଉଁ ଟାଉଁ,

 ସୁନା ଗୁଣା ଥିଲେ ହୁଅନ୍ତା କେତେ" ??? 


 (ଅଯଥା ଫୁଲେଇ ହୋଉ ଦେଖେଇ ହେବା) 


ଥାଉ ଲୋ ମାଆ, ତୁ କୁଆଡେ ଶିକ୍ଷିତ । ଚାକିରୀ କରିଛୁ । ନିଜ ଗୋଡ଼ରେ ଠିଆ ହୋଇଛୁ । କାହିଁ କୁଆଡେ ଗଲା ତୋର ଭାଉ। 

 ଆମ ସମସ୍ତଙ୍କୁ କୁଆଡେ ପୁଲିସି ପାଖରେ ଦେଖି ଦେବୁ କହି ହେଉଥିଲୁ । କି ଜାଣେ ଲୋ ମାଆ, ଆଲୋ ରାମ ଦେଖିଲୁ ଦେଖିଲୁ,ତୋ ଇସ୍ତିରୀ କାଳେ କୁମେରା କୁଆଡେ ଲୁଚେଇ ଆସି ନାଟକ କରି ପ୍ରମାଣ ନେବା ପାଇଁ, ମିଛ ଲୁହ ଗଡେଇ ପୁଲିସିରେ ଦେଇ ଦେବନି ତ ???? ଆଜି କାଲିର ପାଠୁଆ ବୋହୂଙ୍କୁ ଭାରି ଡର ଲୋ ମାଆ ।

- ଇଲୋ ମାଆ ଲୋ ମୋ ଅଣ୍ଟା !!! ଆଜି ବି ବହୁତ ଯନ୍ତ୍ରଣା ହେଉଛି । 


   ପ୍ଲିଜ ଜେଜେମାଆ, ମୋର ସେମିତି କିଛି କରିବାର ଉଦ୍ଦେଶ୍ୟ ନାହିଁ । ଥରୁଟିଏ ଖାଲି ସୁଯୋଗ ଦିଅନ୍ତୁ, ଦେଖିବେ ମୋ ନିଜକୁ ପ୍ରମାଣ କରିବାରେ ଟିକେ ବି ଅବହେଳା କରିବି ନାହିଁ ।

   ପ୍ଲିଜ ........(ହାତ ଯୋଡି) 


  ଆଲୋ ସତେ କି ??????

ତୁ ଆଉ ଥରେ,ନିଜକୁ ପ୍ରମାଣ କରିବୁ ..... ମୁଁ ମରି ଯାଉ ନ ଥିଲି କାହିଁକି ? 


  "ଓଧ ଖାଇଗଲା ପାଣି କଖାରୁ ଲୋ,

    ଗଧ ଖାଇଗଲା ପାନ 

  ଭୁଆ ଖାଇଗଲା କୋଡ଼ି କୋଦାଳ ଲୋ 

    ଏ କଥା ଶୁଣିଲା କାନ" ।। 


  (ଅବାସ୍ତବ ପରିକଳ୍ପନା କରିବା) 


ଜେଜେମାଆକୁ ଯେତେ ଚେଷ୍ଟା କରୁଥିଲି ବୁଝେଇବା ପାଇଁ, ସେ ମତେ ବିଶ୍ୱାସ କରି ଥରୁ ଟିଏ ବି ପ୍ରାୟଶ୍ଚିତ କରିବାର ସୁଯୋଗ ଦେବା ପାଇଁ ରାଜି ନ ଥିଲେ ।

  ଏହା ଭିତରେ ବୋଉ(ଶାଶୁ) ରାମ ଆଉ ଅରୁ ଆସିବାରୁ, ସମସ୍ତଙ୍କ ପାଖକୁ ଯାଇ ଭୁଲ ମାଗୁଥିଲି । ବୋଉ(ଶାଶୁ) କିଛି କହି ଆସୁଥିଲେ .....

  ଏତିକି ବେଳେ ଆଈ କହିବାରୁ ...., ବୋଉ ଚୁପ ହୋଇଗଲେ । 


  କଣ ଭାବୁଛୁ ଅନୁ, ବୁଢ଼ୀ ହୋଇଯାଇଛି ବୋଲି ଏମାନେ ତତେ ଏ ଘର ଭିତରେ ମୋ ବିନା ଅନୁମତିରେ ରହିବାକୁ କହିଦେବେ । ସେ କଥା ମନରୁ ପାସୋରି ଦେ .... 


    "ଅଖାଇ ନାନୀ ଖାଏ ନାହିଁ 

   ଖାଇଲେ ଦେହରେ ଯାଏ ନାହିଁ "

  

     (ଛଳନା କରିବା)

     

ତୁ କଣ ଭାବୁଛୁ, ମୁଁ କିଛି ବୁଝି ପାରୁନି । ଆଲୋ ତୋ ଛଳନା ମତେ ଭଲ ଭାବରେ ଜଣା । ଏ ଯେଉଁ ନାକ ସୁଂ ସୁଂ କରି ହେଉଛୁ । ଏ ଘରେ ରହିବାକୁ କହିଦେଲେ, କିଏ ଜାଣେ ପ୍ରତିଶୋଧ ନେବା ପାଇଁ ଆମକୁ ଖାଇବାରେ ବିଷ ଦେଇ ମାରି ଦେବୁ । 


  ନା ଲୋ ମାଆ ନା .... 


   ଆଉ ନୁହେଁ । ତୁ ଯାଆ ତୋ ବାପ ଘରେ ସେଇଠି ତୋ ମାଆ ପାଖରେ କୁଁ କୁଁ ହେବୁ । 


ଜେଜେମାଆଙ୍କର ଗୋଡ଼ ଧରି ଆଉ ଥରେ ରାଣ ନିୟମ ପକେଇ, ପ୍ରାୟଶ୍ଚିତ କରିବା ପାଇଁ ସୁଯୋଗ ଦେବାକୁ କହି ହେଉଥିଲି ।

   ଆପଣ ଯଦି ମତେ ଏ ଘରେ ବୋହୂ ହେବାର ସମ୍ମାନ ଦେବାକୁ ରାଜି ନାହାନ୍ତି, ତେବେ ଠିକ ଅଛି ମୁଁ ରାମଙ୍କର ଡିଭୋରର୍ସ ପେପରରେ ଦସ୍ତଖତ କରି ଦେଉଛି । ତାଙ୍କ ଜୀବନରେ ନ ରହିଲି ନାହିଁ, ହେଲେ ଏ ଘରର ଚାକରାଣୀ ହେବାର ସୁଯୋଗ ଦିଅନ୍ତୁ ମତେ । ମୋର ସମସ୍ତ ଭୁଲର ପ୍ରାୟଶ୍ଚିତ କରି ଚାଲିଯିବି । ହେଲେ ତା ପୂର୍ବରୁ ମତେ ଏ ଘର ଛାଡ଼ି ଯିବା ପାଇଁ ବାଧ୍ୟ କରନ୍ତୁ ନାହିଁ । 

  ହାତ କାଟି ପେପରେ ବି ଲେଖି ଦେଉଛି। ଆପଣ ମାନେ ଯାହା ବି ଶାସ୍ତି ଦେବେ, ମୁଁ କୌଣସି ବି ସ୍ଥାନରେ ପ୍ରକାଶ କରିବି ନାହିଁ । ପୋଲିସକୁ ବି ନୁହେଁ ।

  ଦାସୀ ହୋଇ ଆପଣଙ୍କର ସେବା କରିବାର ସୁଯୋଗ ଦିଆନ୍ତୁ ମାଆ ଥରେ .....ପ୍ଲିଜ !!! 


:- ଆଚ୍ଛା, ତା ହେଲେ ଏମିତି କଥା । ଭାବି କି କହୁଛୁ ତ ? ଚାକରାଣୀ ହୋଇ ପାରିବୁ ତ ? ତୋ କଥା ଉପରେ ମୋର କାହିଁ ବିଶ୍ୱାସ ହେଉ ନାହିଁ । 

   କହ ତୋ ମନରେ କିଛି ବିଷ କାହିଁକି ନ ଥିବ । ତୁ ଯେ ଆଉ ଥରେ ମୋ ପରିବାର ସହ ଏମିତି କିଛି ନ କରିବୁ, ଏହାର ଜିମା ତୋ ପାଇଁ କିଏ ନେବ କହ । ଯଦି କିଏ ତୋ ପାଇଁ ସାକ୍ଷୀ ପଡିବ, ତେବେ ମୁଁ ଭାବିବି । 


:-ମୁଁ ପ୍ରସ୍ତୁତ ଅଛି, ମୋ ଝିଅର ସପକ୍ଷରେ ସାକ୍ଷୀ ରହିବା ପାଇଁ । ଆପଣଙ୍କର ଘର ଭିତରର କଥା, ଅନୁ ଦ୍ୱାରା କି ମୋ ପରିବାର ଦ୍ୱାରା ବାହାରକୁ ଆସିବ ନାହିଁ । ଏ କଥା ମୁଁ ଲିଖିତ ଆକାରେ ଦେବା ପାଇଁ ପ୍ରସ୍ତୁତ ଅଛି । ବାପାଙ୍କୁ ଦେଖି ମୋ ଲୁହ ଆଜି ଆଖିର ସୀମା ଡେଇଁ ବନ୍ୟାର ରୂପ ନେଇ ସାରିଥିଲା । 


:-ତେବେ ଠିକ ଅଛି ବାବୁ, ମୋ ସହ ଘର ଭିତରକୁ ଆସ । ସାଧା ବଣ୍ଡ ପେପର ଅଛି । ନିଜର ଦସ୍ତଖତ କରିଦିଅ । ଅନୁ ସହିତ ଯାହା ବି ଜୁଲମ କଲେ, ତୁମର କି ତୁମ ଝିଅ ଯେମିତି କିଛି ଆପତ୍ତି ରହିବ ନାହିଁ । ତା" ଛଡା,ଘରର ସମସ୍ତ କାମ କରିବାକୁ ହେବ । ରେଷ୍ଟ ନାହିଁ ଜମାରୁ । ଖାଇବାକୁ ଦୁଇ ଟାଇମ ମିଳିବା ସହ ଶୋଇବା ପାଇଁ ବାହାରେ ଥିବା ଗ୍ୟାରେଜ ଘର ଦିଆଯିବ । ରାମ ସହ ତାର କୌଣସି ସମ୍ପର୍କ ରହିବ ନାହିଁ ।ଏ ଘରର ବୋହୂ ବୋଲି ସେ ଆମ ବିନା ଅନୁମତିରେ କାହା ସାମ୍ନାରେ ପ୍ରକାଶ କରିବ ନାହିଁ । ହଁ,ଚାକିରୀ କି ତାର ଯାଇପାରେ । ଆମର କିଛି ଅସୁବିଧା ନାହିଁ । ଯଦି ଘରର ସବୁ କାମ ଠିକ ସମୟରେ ସାରି କି ଯାଏ,ତେବେ ? 


 କଣ କହୁଛୁ ଅନୁ,ଏ ସର୍ତ୍ତରେ ରାଜି ତ ?

:- ହଁ,ମୁଁ ରାଜି ମାଆ । ଲୁହକୁ ପୋଛି କହିଲି । 


:-ହେଲେ ମାଆ, ଅନୁ ବାହାରେ ଗ୍ୟାରେଜରେ ନ ଶୋଇ, ଗେଷ୍ଟରୁମରେ ଘର ଭିତରେ ରହି ପାରିବ । ଶାଶୁ ମାଆ କହୁଥିଲେ .....

:- ତୋର ମତାମତ ମୁଁ ଲୋଡିଲି କି ?? ଯାଆ ମୋ ପାଇଁ ଗରମ କ୍ଷୀର ଗିଲାସେ ଆଣେ । ମୁଁ ପିଇବି । 

  ଆଜି ଠାରୁ, କାହାରି ମୁହଁରୁ ଯେମିତି କିଛି ଅନୁକୁ ନେଇ ମୁଁ ନ ଶୁଣେ । ଆଉ ସେମିତି ଯଦି କେହି କରିବ, ତେବେ ତାର ଏ ଘରେ ରହିବାର ଅଧିକାର ନାହିଁ । ଏହା ମୋ ଶେଷ ନିଷ୍ପତ୍ତି । 


 ବାପା (ଶଶୁର)ବି ବାହାରେ ଠିଆ ହୋଇ ଚୁପ ଚାପ ଶୁଣୁଥିଲେ । 


ବାପାଙ୍କୁ ଡାକି ଜେଜେମାଆ ଘର ଭିତରକୁ ନେଇ ଯାଇ କଣ କଥା ହେଲେ କେଜାଣି,

   ବାହାରି ଆସି କହିଲେ...... 


ବାପା ହୋଇ ଆଜି ମୁଁ ତତେ ନିରାଶ କରୁଛି । ଶାଶୁଘରକୁ ନିଜର ଘର ଭାବି ସବୁ କରିବୁ । ମୋ ଆଶୀର୍ବାଦ ତୋ ଉପରେ ସଦା ସର୍ବଦା ଅଛି । ଆଶା ଅଛି ମୋର,ତୁ ନିଶ୍ଚିତ ସଫଳ ହେବୁ ।

    ମୁଁ ଆସୁଛିଲୋ ମାଆ,ତୋ ନିଜର ଯତ୍ନ ନେବା ସହ ପେଟରେ ବଢୁ ଥିବା ଛୁଆର ବି ଯତ୍ନ ନେବୁ । 

  ତେଣିକି ଭଗବାନଙ୍କର ଇଚ୍ଛା । 


 ଏତିକି କହି ବାପା ଚାଲି ଯାଉଥିବା ସମୟରେ ଶାଶୁ ମାଆ ପଛରୁ ଡାକି ଆଜିକ ରହି ଯିବାପାଇଁ କହିବାରୁ,

 ନାଇଁ ସମୁଦୁଣୀ, ଯେଉଁ ଦିନ ମୋ ଝିଅ ସ-ସମ୍ମାନରେ ବୋହୂର ମର୍ଯ୍ୟାଦା ଫେରି ପାଇବ ଆଉ ତା ନିଜ ହାତରେ ମତେ ରୋଷେଇ କରି ଖାଇବା ଦେବ । ସେ ଯାଏ ମୁଁ ପାଣି ବୁନ୍ଦେ ବି ପିଇବି ନାହିଁ । କନ୍ୟା ଦାନ କରିଛି । ଅନ୍ନ ଜଳ ଝିଅର ଶାଶୁ ଘରୁ ସ୍ପର୍ଶ କରିବା ମୋ ପକ୍ଷେ ସମ୍ଭବ ନୁହେଁ । ଆସୁଛି, ମୋ ଝିଅକୁ ଏ ଘରେ ରହିବାର ଆଉ ଥରେ ସୁଯୋଗ ଦେଇଥିବାରୁ, ଆପଣ ସମସ୍ତଙ୍କ ନିକଟରେ ମୁଁ ଋଣୀ ।

 ବାପା ଚାଲିଯାଉଥିଲା ବେଳେ ରାମ ଯାଇ ପାଦ ଛୁଇଁ ପ୍ରଣାମ କଲେ । 

  

ମୁଣ୍ଡ ଉପରେ ବାପାଙ୍କର ଆଶୀର୍ବାଦ ଆଉ ଶାଶୁଘରେ ରହିବାର ସୁଯୋଗର ହାତ ଛଡା କରିବାକୁ ମୁଁ ପ୍ରସ୍ତୁତ ନ ଥିଲି ।

 ଜେଜେମାଆଙ୍କର ନିର୍ଦ୍ଦେଶ ଅନୁସାରେ,ଘର ବାହାରେ ଗ୍ୟାରେଜକୁ ନିଜର ବାସସ୍ଥାନରେ ବଦଳେଇ ଦେଲି । ସ୍ୱାମୀଙ୍କର ସହ ରହିବାର ସୁଯୋଗ ନ ଦେଲେ ବି ତାଙ୍କୁ ତ ଆଖି ସମ୍ନାରେ ଦେଖି ପାରିବି । ସବୁ ପରେ ନିଜକୁ ବୁଝେଇ ଫ୍ରେସ ହୋଇ ଆସି ଆଉ ବିଳମ୍ବ ନ କରି ଘରର କାମ କରିବାକୁ ଆରମ୍ଭ କରି ଦେଲି । 


   କ୍ରମଶଃ ............ 



Rate this content
Log in

Similar oriya story from Tragedy