Nityananda Sahu

Tragedy Inspirational

3  

Nityananda Sahu

Tragedy Inspirational

ସୁନା ବୋହୂ - ଭାଗ-୨୭

ସୁନା ବୋହୂ - ଭାଗ-୨୭

6 mins
170


【ଭାଗ- ୨୭】 


【ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ, ହାଜତରୁ ଖଲାସ ହେବା ପାଇଁ ଯେତେ ଚେଷ୍ଟା କଲା ପରେ ମଧ୍ୟ ସଫଳ ହୋଇପାରିଲି ନାହିଁ । ଶେଷରେ ବାପା (ଅନୁଙ୍କର ବାପା)ଙ୍କର ପ୍ରୟାସ ଅସଫଳ ହେଲା ପରେ, ରାଜ ସାକ୍ଷୀ ହୋଇ ଯାହା ବି ସତ୍ୟ ଜାଣିଛି କହିବାକୁ ରାଜି ହୋଇଗଲି।..ଆଉ ଏବେ ଆଗକୁ】


ପ୍ରଥମ ଥର ପାଇଁ ଆଜି ମୋ (ଅନୁ) ଆଖିରେ ଲୁହ । କାହିଁକି ମୁଁ ଅନୁତପ୍ତ ହେବାକୁ ଚାହୁଁଛି । ଆଜି ଜେଲର ଚାରିକାନ୍ଥ ମଧ୍ୟରେ ରହି ମତେ ଅଣନିଶ୍ୱାସୀ ଲାଗିଲାଣି । ହାଏରେ ବିଧାତା ଆଜି ମୁଁ କଣ ଏମିତି କରି ଦେଲି ଯେ, ସମାଜ ମତେ ଦୋଷୀର ଆଖ୍ୟା ଦେଇ ଦେଲା ?

 ସମାଜରେ ଯେତେବେଳେ ନାରୀ ମାନେ ଶୋଷଣ ଆଉ ଅବହେଳିତ ହୁଅନ୍ତି। ସମସ୍ତେ ଆହାଃ ପଦେ କହୁନ୍ତି ସିନା କେବେ କିନ୍ତୁ ସାହାଯ୍ୟର ହାତ ବଢ଼େଇବାକୁ କେହି ଆଗେଇ ଆସନ୍ତି ନାହିଁ । ମୋର ବା ଭୁଲ କଣ?? ନିଜକୁ ଆତ୍ମୋନିର୍ଭରଶୀଳ କରାଇ ନିଜ ଇଛା ଅନୁସାରେ ବଞ୍ଚିବା କଣ ପାପ ! 

 ହଁ ମାନୁଛି ମୁଁ ଗର୍ବୀ ଆଉ ଅହଙ୍କାରୀ,ତା ମାନେ କଣ ମୋ ସ୍ୱାଭିମାନକୁ ଛାଡି ଦେବି ! ହଁ ଛାଡ଼ିବି ଯଦି କେଉଁଥି ପାଇଁ । ଆଉ କାହା ପାଇଁ !! ଭଲ ପାଉଥିବା ମଣିଷର କଣ ଦାୟିତ୍ୱ ନୁହେଁ, ବେଦିର ହୋମ ନିଆଁରେ ସାତ କଳସ ଆଉ ଆଠ ଦ୍ୱୀପକୁ ସାକ୍ଷୀ ରଖି ଯେଉଁ ବଚନ ନେଇଥିଲେ ମୋର ଭଲ ମନ୍ଦକୁ ସହି ମୋ ସାଥିରେ ରହିବେ, ସେ କଣ ତାଙ୍କର ଦାୟିତ୍ୱ ଠିକ ସେ ପାଳନ କରି ଛନ୍ତି ? 


ବୋହୂ ଯଦି କିଛି ନ କରି ଘରେ ରୁହେ, ସେ ଅଳସୋଇ ! ବୋହୂ ଯଦି ଶିକ୍ଷାଗତ ଯୋଗ୍ୟତାରେ କମ୍ ଥାଏ ତେବେ ସେ ଅଶିକ୍ଷିତ, ମୂର୍ଖ ପରି ବ୍ୟବହାର ପାଏ । ବୋହୂ ଯଦି ନିଜ ଇଛାରେ କାହା ସହ କିଛି ନ କଥା ହୋଇ କାମ କରେ, ତେବେ ସେ ଆହଙ୍କାରୀ ! ଦୁନିଆଁରେ ସମସ୍ତେ ଉଚ୍ଚ ଶିକ୍ଷିତ ସଂସ୍କାରୀ ଆଉ ପରମ୍ପରା ସମ୍ପର୍ଣ୍ଣ ବୋହୂ ଖୋଜୁଛନ୍ତି । ଆଉ ଯଦି କିଛି ବି ପ୍ରକାର ପାରିବାରିକ ବାଧା ଉପୁଜେ, ତତକ୍ଷଣାତ ବୋହୂ ହିଁ ସବୁ ଦୋଷରେ ଦୋଷୀ ହୋଇଯାଏ । 


 ମୋ ଚରିତ୍ରକୁ ମୁଁ ଭଲ କି ଖରାପ କହୁ ନାହିଁ । କେବଳ ଏତିକି କହିବି ମୁଁ ବି ଗୋଟେ ଝିଅ । ସ୍ୱାଧୀନତାରେ ବଞ୍ଚିବାର ମୋର ବି ଅଧିକାର ଅଛି । ତେବେ କାହିଁକି ସେମାନେ ମତେ ଭୁଲ ବୁଝୁଛନ୍ତି । 


ଅବସାଦ ଭରା ଜୀବନରେ ଆଜି କୋହର ମେଘ ହୃଦୟ ଆକାଶରେ ଘନୀଭୂତ ହୋଇ ସାରିଥିଲା । ବାପା ବୋଉ, ସ୍ୱାମୀଙ୍କୁ ଝୁରି ଜେଲର କଠୋରି ଭିତରେ ଆଜି ନିଜକୁ ଅସହାୟ ଭାବୁଛି । ପର ଆପଣାର ଭେଦ ଭାଵ ଭିତରେ ଆଜି ମୁଁ ଏମିତି ଛନ୍ଦି ହୋଇଯାଇଛି । ଯାହାକି ମୁକୁଳିବା ଭାରି କଷ୍ଟ । କିନ୍ତୁ ସବୁ ପରେ ବି ମତେ ମୁକୁଳିବାକୁ ହେବ । ନା ଏ କେସରେ ମୋର କିଛି ସଂଶ୍ଳିଷ୍ଟ ଅଛି ନା ମୁଁ କିଛି ଟଙ୍କା ଖାଇଛି । ତଥାପି ଆଜି କଣ ପାଇଁ ମୁଁ ଦୋଷୀ ହେବି । 

ଶେଷ ନିଷ୍ପତ୍ତି ମୁଁ ନେଇ ସାରିଥିଲି । ଏହା ଭିତରେ ରାତି ପାହି ଭୋର ହୋଇ ଆସୁଥାଏ । ରାତି ସାରା ନାନାଦି ଚିନ୍ତାରେ ମୁଁ ଛଟପଟ ହେଉଥିଲି । ସକାଳୁ ଇନ୍ସପେକ୍ଟର ସାରଙ୍କୁ ରାଜ ସାକ୍ଷୀ ହେବା ପାଇଁ ରାଜି ହୋଇଗଲି। 


ଦିନେ ଦୁଇ ଦିନ ଭିତରେ ଆଉ ଥରେ କେସ ପିଟିସନ କୋର୍ଟରେ ହେଲା ପରେ ପୋଲିସ ମୋ ବିରୁଦ୍ଧରେରେ କୌଣସି ପ୍ରମାଣ ପାଇ ନ ଥିବା ସହ ମୁଁ ଯାହା ବି ଘଟିଥିଲା ବ୍ୟାଙ୍କରେ ସବୁ ଖୋଲି କି କହିଲା ପରେ, ମାନ୍ୟବର କୋର୍ଟ ମତେ ନିର୍ଦ୍ଦୋଷରେ ଖଲାସ କଲେ । 

        **********************

ଜେଲରୁ ଖଲାସ ହୋଇ ଆସିଲା ପରେ ପ୍ରଥମ ଥର ବାହାରର ସୂର୍ଯ୍ୟ ଆଲୋକରେ ମୋ ଦେହ ଭିତରେ ପରିବର୍ତ୍ତନର ଏକ ନୂଆ ଉର୍ଜା ଖେଳି ଯାଉଥିଲା । ବାପା ମତେ ଜେଲ ବାହାରୁ ଋଷିଭ କରି ଘରକୁ ଆଣିଲେ । ଭାବିଥିଲି ରାମ ଏତେ ଭଲ ପାଆନ୍ତି ମତେ, ନିଶ୍ଚିତ ମୋର ଖଲାସ ହେବା କଥା ଶୁଣିଲା ପରେ ଆସିଥିବେ ଦେଖା କରିବାକୁ କିନ୍ତୁ ମୋ ଧାରଣା ଭୁଲ ଥିଲା । 


 ଘରେ ମୁଁ ପହଁଚିଲା ପରେ ବୋଉ ମତେ ଜାବୁଡି ଧରି କାନ୍ଦିଲା ସିନା ପ୍ରତ୍ୟକ୍ଷ୍ୟରେ ମୋ ଶାଶୁଘର ଲୋକଙ୍କୁ ଦୋଷ ଦେବା ସହ ଖରାପ କରି କହି ହେଉଥିଲା । ସବୁ ଶୁଣି ବି ମୁଁ ଚୁପ ଥିଲି । 


 ଅନେକ ଦିନ ହେଲା ଫୋନକୁ ବ୍ୟବହାର କରିନଥିବାରୁ ଚାର୍ଜ ସରି ଯାଇଥିଲା ଆଉ ଚାର୍ଜ ବସେଇ ମୁଁ ଫ୍ରେସ ହେବ ପାଇଁ ବାହାରିଗଲି । ମନେ ମନେ ବହୁତ ରାମଙ୍କୁ ଝୁରି ହେଉଥିଲି । ଏତେ ଦିନ ଭିତରେ ରାମ ମତେ କେତେ କଣ ମେସେଜ କରିନଥିବେ । ମୁଁ ଜାଣେ ଯାହା କିଛି କଲେ ବି ସେ ମତେ ବହୁତ ଭଲ ପାଆନ୍ତି । ପ୍ରଥମ କିଛି ଦିନ ରାଗିଲେ ବି ପରେ ମତେ ବୁଝେଇବା ପାଇଁ ଚେଷ୍ଟା କରନ୍ତି । ଆଉ ଏ ଥର ବି ସେ ନିଶ୍ଚିତ ସେମିତି କିଛି ମୋ ମନକୁ ଖୁସି କରିବା ପାଇଁ କରିଥିବେ । 


   ଗାଧେଇ ଆସିଲା ପରେ ମୋ ମନପସନ୍ଦର ଖାଇବା ବୋଉ ପ୍ରସ୍ତୁତ କରି ସାରିଥିଲେ । ଖାଇବା ପାଖରେ ବସି ବୋଉକୁ ପଚାରିଲି, ରାମ କିଛି ଖବର ଦେଇ ନାହାନ୍ତି !!

:-କଣ କହିବ ମତେ ! କେତେ ବିଶ୍ୱାସ ମୁଁ କରିଥିଲି କିନ୍ତୁ ସେ ସବୁ ବିଶ୍ୱାସକୁ ମୋର ଭାଙ୍ଗି ଦେଲା । ଭାବିଥିଲି ତତେ ନେଇ ସହରରେ ରଖିବ । ତୁମେ ଦିହେଁ ଭଲରେ ଚଳିବ କିନ୍ତୁ ବାପା ବୋଉଙ୍କ ପ୍ରେମରେ ଏମିତି ଅନ୍ଧ ଯେ ଜୁଆଇଁ ପୁଅ, ଶେଷରେ ତୋ ପାଖକୁ ଟିକେ ବି ଆସିଲେ ନାହିଁ । କି ଭଲ ପାଉଛ ବା ତୁମେ ଦିହେଁ । ଆଜି ଦେଖ ତୋ ବାପା ମତେ ଏତେ ଭଲ ପାଆନ୍ତି ବୋଲି ମୁଁ ଯାହା ବି କୁହେ ସେ ହସି ହସି କରି ଦିଅନ୍ତି କେବେ କିଛି ପ୍ରତିବାଦ କରନ୍ତି ନାହିଁ । ଆଉ ତୁ ସ୍ୱାମୀଟାକୁ କାନିରେ ବାନ୍ଧି କି ରଖି ପାରିଲୁ ନାହିଁ !

  ଆମର ସେ ଘରକୁ ଆଉ କେହି ଯିବାର ନାହିଁ .... କଣ କହିଲି ଶୁଣିଛ ନା ନାହିଁ ଅନୁର ବାପା ! 

:- ହଁ ଶୁଣିଲି ।ହେଲେ ସେ ଘର ତୁମ ଝିଅର । ଏଠି ବାପ ଘରେ କେତେ ଦିନ ବା ସେ ପଡିକି ରହିବ । ଲୋକେ କଣ କହିବେ ଆମକୁ !!

:- ତୁମକୁ ଲୋକଙ୍କର କଥା କଣ ପାଇଁ ଏତେ ପଡିଛି ମୁଁ କିଛି ବୁଝି ପାରୁନି ଅନୁର ବାପା । ମୋ ଝିଅ ଯେତେ ଦିନ ଚାହିଁବ ମୋ ପାଖରେ ରହିବ । ତୁମର ପେନସନ ମିଳୁଛି ଝିଅର ଦରମା ଅଛି। ଆମର ଆଉ ଅସୁବିଧା କଣ ହେବ । ହେଲେ ଗୋଟେ ସର୍ତ୍ତରେ ମୁଁ ଛାଡି ପାରେ ଅନୁକୁ ।ଯଦି ରାମ ଆସି ମୋ ଝିଅକୁ ଭୁଲ ମାଗିବ, ତା ହେଲେ ଯାଇ । ମୋ ଝିଅ ପାଠଶାଠ ପଡିଛି, ସେ କଣ ପାଇଁ ମୁଣ୍ଡ ନୁଆଇଁବ । କେବେ ନୁହେଁ । ସେମାନେ ତାଙ୍କ ଜିଦିରେ କେତେ ଦିନ ରହିବେ ମୁଁ ବି ଦେଖିବି ? ଆଜି କାଲିର ଲୋକଙ୍କୁ ଏତେ ସହଜରେ ଛାଡିବା କଥା ନୁହେଁ ! ହାଁ "। 


ବୋଉର ସବୁ କଥାକୁ ଚୁପଚାପ ଶୁଣୁଥାଏ । କଣ ଆଉ ବା କହିବି, ମୋର ବି ତ ଇଜ୍ଜତ ବାହାରେ ପଡିଛି । ସେଥିପାଇଁ ବୋଉ ବି କିଛି ଭୁଲ କହି ନାହାନ୍ତି । ରାମ ଆସି ମତେ ନ ନେବା ଯାଏ ମୁଁ ତାଙ୍କ ଘରକୁ ଆଉ ଯିବି ନାହିଁ । 

 ଚାର୍ଜରୁ ମୋବାଇଲ ଆଣି ଓପେନ କରି ଦେଖିଲି ରାମଙ୍କର କୌଣସି ବି ମେଶଜ ମୋ ପାଖକୁ ଆସି ନାହିଁ । କି ମୁଁ ଏତେ ସମୟ ହେଲା ଘରକୁ ଆସିଲେଣି ଗୋଟେ ଫୋନ କଲ ବି ନାହିଁ । ହ୍ଵାଟ୍ସଆପକୁ ଯାଇ ଷ୍ଟାଟସ ଦେଖିବାରୁ ରାମ ଫ୍ୟାମିଲ ସହ ଯାଇ କୁଆଡେ କୁଆଡେ ବୁଲି ଫଟୋ ଛାଡିଛନ୍ତି । କେହି ବି ଟିକେ ମୋ ପାଇଁ ଚିନ୍ତାରେ ଥିଲା ପରି ଲାଗୁ ନ ଥିଲେ । ଷ୍ଟାଟସ ଦେଖିବା ଭିତରେ ଗୋଟେ ଫଟୋରେ ଜେଜେ ମାଆ ଆଉ ରାମଙ୍କୁ ଦେଖି ମୋ ତଣ୍ଟି ଶୁଖି ଆସୁଥିଲା । ଜେଜେ ମାଆ ସୁସ୍ଥ ହୋଇ ସାରିଲେଣି ! ଅରୁ ଆଉ ରାମଙ୍କର ଗୋଟେ ଫୋଟ ପାଖାପାଖି ଦେଖି ମୋ ରକ୍ତ ଗରମ ହୋଇଗଲା । ବୋଉକୁ ଆସି ସବୁ କହିଲି । ବୋଉ ରାଗିକି କହିଲା, ମୁଁ ଜାଣିଥିଲି ପରା, ସେମାନେ ଯେତିକି ଭଦ୍ର ଆଉ ସରଳ ଦେଖେଇ ହେଉ ଛନ୍ତି ବାହାରକୁ, ସେତିକି ଭିତରୁ ଜମାରୁ ନୁହଁନ୍ତି । ନାଁ କି ଗାଁ ଠିକ ସେ ଜଣା ନ ଥିବା ସେ ଝିଅକୁ ଆଣି ଘରେ ରଖି ଗୋଟେ ପାଲା ଚଲେଇଛନ୍ତି । 

:-ରାମକୁ ମୁଁ କେତେ ଭଲ ପାଏ । ହେଲେ ମୋ ଦୁଃଖ ସମୟରେ ସମସ୍ତଙ୍କ ସହ କେମିତି ବାହାରେ ଯାଇ ବୁଲା ବୁଲି କରି ପାରୁଛନ୍ତି । ଛି, ମତେ ଏ ସବୁ ଦେଖିଲେ ବହୁତ ଖରାପ ଲାଗୁଛି !

:- ବୁଝିଲୁରେ ମାଆ, ତୋ ଖୁସି ପାଇ ସିନା ମୁଁ ରାମକୁ ଜୁଆଇଁ କରିବା ପାଇଁ ରାଜି ହୋଇଗଲି କିନ୍ତୁ ସେ ଜମାରୁ ମୋର ଟିକେ ବି ପସନ୍ଦ ଆସି ନ ଥିଲା । ଆଉ ତୋ ଜିଦିକୁ ବି ମୁଁ କାଟି ପାରିଲି ନାହିଁ । ଆଜି ଯଦି ଆଉ କେଉଁ ପୁଅକୁ ବିବାହ କରି ଥାନ୍ତୁ, ଆମକୁ ହୁଏତ ଏ ଦିନ ଆଉ ଦେଖିବାକୁ ପଡି ନ ଥାନ୍ତା । ମୁଁ ତ କହୁଛି,ରାମ ଆଉ ତାର ପରିବାରକୁ ପୋଲିସରେ ନିର୍ଯ୍ୟାତନାର କେସ ଦେଇ ଭିତରେ କରି ଦେବା । ତା" ପରେ ଦେଖିବା ନି କେମିତି ସେମାନେ ଆମ ଗୋଡ଼ ତଳେ ଆସି ନ ପଡିବେ । ନା" କଣ କହୁଛୁ ମାଆ ! ତୁ ଚିନ୍ତା କର ନି, ଆଜି କାଲିର ଦୁନିଆରେ ବହାଘର ପରେ ଅନେକ ମତାନ୍ତର ହୋଇ, ଅନ୍ୟତ୍ର ବି ବିବାହ ହୋଇ ପାରୁଛି । ପରସ୍ପର ଡିଭୋର୍ସ ହେଲା ପରେ । ତୁମର ବି ବିବାହର ଛ" ମାସରୁ ଉର୍ଦ୍ଧ୍ୱ ହୋଇ ସାରିଲାଣି । ତୋ ଭବିଷ୍ୟତ ପାଇଁ ଯାହା ବି ନିଷ୍ପତ୍ତି ନେବୁ ଝିଅ( ଅନୁ), ଆମେ ସବୁ କରିବାକୁ ରାଜି ଅଛୁ । 


ଠିକ ଏତିକି ବେଳେ ମତେ ବାନ୍ତି ଆସିବାରୁ ଦୌଡ଼ି ଯାଇ ପାଣି କଳ ପାଖରେ ବାନ୍ତି ହୋଇଗଲା । ବୋଉ ବି ମୋ ପଛେ ପଛେ କଣ ହେଲା ଜାଣିବା ପାଇଁ ଦୌଡ଼ି ଆସିଲା । 

   

ମୋ ବାନ୍ତି ହେବାର ଦେଖି ବୋଉର ସନ୍ଦେହରେ ଆଖିର ଭାଷା ବହୁତ କିଛି କହୁଥିଲା । ମୋର ମୁଣ୍ଡ ବୁଲେଇବାରୁ ତଳେ ପଡ଼ିଗଲି । ଡାକ୍ତରଖାନାକୁ ବାପା ଗାଡି କରି ନେଇ ଗଲା ପରେ ଜାଣିବାକୁ ପାଇଲି ମୁଁ ମାଆ ହେବାକୁ ଯାଉଛି । 

ଚେକ ଅପ ସାରି ଘରକୁ ଆସିଲା ପରେ ବୋଉର ରାଗ ଦେଖି ମୁଁ ପୁରା ଟେନ୍ସନ ହୋଇ ଗଲି । 


  ଠିକ ଏତିକିବେଳେ ଘର ବାହାରେ କଲିଂ ବେଲ ବାଜି ଉଠିଲା । ବାପା ଯାଇ ବାହାରେ ଦେଖିବାରୁ ଜାଣିଲେ,କୋର୍ଟରୁ କିଛି କାଗଜ ଆସିଛି । ଖୋଲିକି ଦେଖେ ତ ରାମ ମତେ ଡିଭୋର୍ସ ଦେବା ପାଇଁ ଅପିଲ କରିଛନ୍ତି । 

  ସେ କାଗଜକୁ ଧରି ମୁଣ୍ଡରେ ହାତ ଦେଇ ବସି ପଡ଼ିଲି ।

ଆଉ ବୋଉ କହି ହେଉଥିଲେ .......


   କ୍ରମଶଃ .......


   



Rate this content
Log in

Similar oriya story from Tragedy