Nityananda Sahu

Drama Tragedy Inspirational

3  

Nityananda Sahu

Drama Tragedy Inspirational

ସୁନା ବୋହୂ (ଭାଗ-୧୪)

ସୁନା ବୋହୂ (ଭାଗ-୧୪)

9 mins
242


【ଭାଗ -୧୪】


【ପୂର୍ଵ ଭାଗ ରେ ଆପଣ ମାନେ ପଢିଥିଲେ , ଅନୁସୟା କୁ ବିବାହ କରିଲା ପରେ , ରାମ ନିଜକୁ ଦୋଷୀ ଭାବୁଥାଏ। ମାଆ ଙ୍କ ଠାରୁ ଭଲ ପାଇବା ର ପରିଭାଷା ସହ ସଂସାର ମଧ୍ୟରେ ଜୀବନର ସନ୍ତୁଳତା ବଜାଇ ରଖିବା ର ଶିକ୍ଷା ପ୍ରାପ୍ତ କରେ । ..... ଆଉ ତା ପରେ 】


            (ନିହାରିକା ଆଉ ଅନୁର କଥୋପକଥନ)


ନିହାରିକା :- ଅନୁ , ଟିକେ ଶୁଣିଲୁ !!!

ଅନୁ:- ହଁ , ମାଆ । କଣ କୁହନ୍ତୁ ?

ନିହାରିକା :- ତୋ ଶଶୁର ଆଉ ମୋ ପାଇଁ ରାମ ବସ ଟିକେ ପୁରୀ ଯିବା ପାଇଁ କରିଛି । କାଲି ଆମର ବିବାହ ବାର୍ଷିକ । ସେଥିପାଇଁ ଆମେ ସ୍ଥିର କରିଛୁ , କାଲି ପ୍ରଭାତ ରୁ ବାହାରି ଯିବୁ।

ଆମ ଅନୁପସ୍ଥିତି ରେ ତୋର କିଛି ଅସୁବିଧା ହେବ ନାହିଁ ତ ?


ଅନୁ:- ନାଇଁ ମାଆ' ମୁଁ ସବୁ କିଛି ମ୍ୟାନେଜ କରି ନେବି । ଆପଣ ସେଥିପାଇଁ କିଛି ବ୍ୟସ୍ତ ହୁଅନ୍ତୁନି !!!


ନିହାରିକା:- ବ୍ୟସ୍ତ ମୁଁ ତୁମ ପାଇଁ ହେଉ ନାହିଁ । ମାଆ( ଜେଜେ ମାଆ) ଙ୍କର ଦେହ ଭଲ ନାହିଁ , ତାଙ୍କର ଔଷଧ ଠିକ ସମୟ ରେ ଦେବା କୁ ପଡିବ । ତାହା ସହ ଖାଇବା ଆଉ ପିଇବା ରେ କିଛି ଅସୁବିଧା ହେଲେ , ତାଙ୍କର ବ୍ଲଡ଼ ପ୍ରେସର ଅଛି । ଆଉ ଥରେ କାଳେ ବାହାରି ପଡିବ , ସେଥିପାଇଁ ମୋର ବେଶି ଚିନ୍ତା ।


   ଆମର ଜମାରୁ ଇଛା ନାହିଁ , ତୁମ ମାନଙ୍କୁ ଛାଡି କି ଯିବାକୁ । ରାମ କିଛି ନ ଜଣେଇ ପିଲା ଲୋକ ଟସବୁ ଥର ପରି ଏଥର ବି ଟିକେଟ କରି ଦେଇଛି । ଏୟାଙ୍କର ବି ଛୁଟି ଅଛି । ମୋ ମାଆ(ଅନୁ) ଟା ପରା , ଟିକେ ମାଆ ଙ୍କ ର ଭଲ ମନ୍ଦ ବୁଝୁଥିବୁ ।

  ଆମେ ଦୁଇ ଦିନ ରହି ଫେରି ଆସିବୁ ।


ଅନୁ:- ଆପଣ ମୋ ଉପରେ ପୁରା ବିଶ୍ୱାସ ରଖନ୍ତୁ । ଆପଣ ଆସିଲା ପରେ କାହାରି ମୁହଁ ରୁ ବି କିଛି ଅସୁବିଧା ହେବାର ଶୁଣିବା କୁ ପାଇବେ ନାହିଁ । ନିଶ୍ଚିତ ହୋଇ ପ୍ରଭୁ ଙ୍କର ଦର୍ଶନ ଭଲ ରେ କରି ଫେରି ଆସନ୍ତୁ ।

ନିହାରିକା:- ହଉ , ତୋ ଠାରୁ ମୁଁ ଠିକ ଏହା ହିଁ ଆଶା କରୁଥିଲି। ହଉ ଯା' ଏବେ ଶୋଇବୁ " ରାତି ବେଶି ହୋଇଗଲାଣି ।

ଅନୁ:- ଆଛା ହେଉ ମାଆ" , ଶୁଭ ରାତ୍ରି ।


  ( ନିହାରିକା ଏବଂ ପ୍ରିୟବ୍ରତବାବୁ ଙ୍କ ମଧ୍ୟରେ କଥା ବାର୍ତ୍ତା)


ପ୍ରିୟ:- ଅନୁକୁ ସବୁ ବୁଝେଇ କହି କି ଆସିଛ ତ ?

ନିହାରିକା:- ହଁ , ଦେଖା ଯାଉ କଣ କରୁଛି ସେ !!!

ପ୍ରିୟ :- ନିଜର କାନ୍ଧ ରେ ସେ(ଅନୁ) ଏ ଘର ର ଦାୟିତ୍ୱ ନେବା ଉଚିତ । ତୁମେ ବ୍ୟସ୍ତ ହୁଅନି !! ରାମ ଅଛି ତା ପାଖରେ । ସେ ସବୁ ସମ୍ଭାଳି ନେବ । ବିଶ୍ୱାସ ରଖ । ସବୁ ଜିନିଷ ପତ୍ର ପ୍ୟାକେଜ କରି ଦେଇଛ ତ ??

ନିହାରିକା:- ହଁ , ଆସିଲେ ଯାଇ ଜଣା ପଡିବ । ଅନୁ କେମିତି ଘରକୁ ସମ୍ଭାଳି ନେଇଛି!!!

   

             (ରାମ ଏବଂ ଅନୁର ର  ବାର୍ତାଳାପ )


ରାମ :- କଣ ଏମିତି ହୋଇଗଲା କି ଶୁଣେ ? ମୁହଁ ଟା କୁ ହାଣ୍ଡି କରି ବସିଛ !!!

ଅନୁ:- ନିଜକୁ ଟିକେ ଲାଜ ଲାଗୁନି । ବାପା ବୋଉ ଙ୍କ ପାଇଁ ପୁରୀ ଯିବା ର ଟିକେଟ କରେଇ ପାରିଲ । ଅଥଚ ଆମର ହନୀମୁନ ଯିବାର କଥା ସମ୍ପୁର୍ଣ୍ଣ ଭୂଲି ଗଲ । ସେମାନେ ବି କେମିତି କେଜାଣି ଯିବା ପାଇଁ ଘରୁ ଗୋଡ଼ କାଢ଼ିଛନ୍ତି । ସଂସ୍କାର କଥା ସବୁ ବେଳେ କହୁଛନ୍ତି । ଏ ବୟସ ରେ ଏମିତି କୁଆଡେ ଯଦି ଯାଇ ବୁଲିକି ଆସିବେ ,ଲୋକେ କଣ ଭାବିବେ । ନୂଆ ପୁଅ ବୋହୂ ଘରେ ଅଛନ୍ତି , ତାଙ୍କର କଥା କିଛି ବୁଝିବା ବଦଳ ରେ ,ଏମାନେ ଯାଉଛନ୍ତି ବୁଢା ବେଳେ ରାସ କରି ? ହୁଁ .... କି ସରାଗ ଦେଖ !!!

ରାମ:- ତୁମ ମୁଣ୍ଡ କାମ କରୁଛି ତ ? କଣ ସବୁ ମନ ଇଛା ଗପି ଚାଲିଛ । ଆମେ ଆଜି ନ ହେଲେ କାଲି କି ଯାଇ ପାରିବା ଆହୁରି କେତେ ବୟସ ପଡିଛି । ସେମାନଙ୍କର ଆଉ କଣ ଆଗ ଭଳି ବୟସ ଅଛି । ଏଇ ବୟସରେ ଯାଇ ଭଗବାନ ଙ୍କର ଦର୍ଶନ କରି ଦେଇ ଆସିଲେ , କଣ ଟା ମହାଭାରତ ଅଶୁଦ୍ଧ ହୋଇଯିବ ଶୁଣେ ?? ତା ଛଡା ପ୍ରତି ବର୍ଷ ସେମାନେ ଯାଆନ୍ତି । ଆଉ ମୁଁ ଥିବା ଯାଏଁ ମଧ୍ୟ ଯାଉଥିବେ । ଆଉ ଗୋଟେ କଥା କହୁଛି ମନ ଦେଇ ଶୁଣ । ପରିବାର ରେ ସମସ୍ତ ଙ୍କ ପାଇଁ ମନରେ ପ୍ରେମ ଭାଵ ରହିବା ଦରକାର । ତାଙ୍କର ଯାତ୍ରା ରେ ଖୁସି ହେବା ଦରକାର । ମୁଁ ସିନା ଶ୍ରବଣ କୁମାର ହୋଇ ପାରିବି କି ନାହିଁ ଜାଣି ନି କିନ୍ତୁ ମୋ ନିଃଶ୍ୱାସ ଥିବା ଯାଏ , ତାଙ୍କ ମନରେ କେବେ ବି ମୋ ପାଇଁ କ୍ଷତ ସୃଷ୍ଟି କରି ପାରିବି ନାହିଁ ।


ଅନୁ:- ତୁମେ ତ ସ୍ୱୟଂ କଳି ଯୁଗର ରାମଚନ୍ଦ୍ର । ବାପା ମାଆ ଙ୍କର ଆଜ୍ଞାଧିନ ପୁଅ । ସେମାନେ ଯାହା କହିବେ ଅକ୍ଷରେ ଅକ୍ଷରେ ମାନି ନେବ। ଦରକାର ପଡ଼ିଲେ ବନ ବାସ ଯିବା କୁ ବି ପଛେଇବ ନାହିଁ । ମଣିଷ କି ସ୍ୱପ୍ନ ଦେଖି ଥିଲା ?? ବାହାଘର ପରେ ନିୟୁଜଲ୍ୟାଣ୍ଡ ଯାଇ ବୁଲି ଆସିବ। ହେଲେ ୟାଙ୍କୁ ବାହା ହେଲା ପରେ , ସମସ୍ତେ ମତେ ଘର ର ପୋଇଲି କରିବା କୁ ମନ ଭିତରେ ଭାବିନେଇଛନ୍ତି ।

   ଆରେ ମୁଁ ମୂର୍ଖ କି ବେରୋଜଗାରିଆ ନୁହେଁ ? ହକ୍ ନିଜ ଗୋଡ଼ରେ ଠିଆ ହୋଇଛି । ଆଜି ଗୋଟେ କଥା କହୁଛି ମନ ଦେଇ ଶୁଣ , ମୁଁ ଏ ଘର ର ସବୁ କାମ କରି ପାରିବି ନି ? ଘର ପାଇଁ ଚାକରାଣୀ ଠିକ କରି ଦିଅ । ତା' ଛଡା ମୋର ବି ସମାଜରେ କିଛି ମାନ ସମ୍ମାନ ଅଛି ।


ରାମ:- ହଁ, ତୁମେ ତ ଖାଲି ଏ ଦୁନିଆଁ ରେ ଗୋଟେ ମଣିଷ ଅଛ। ବାକି ସବୁ ପଶୁପକ୍ଷୀ ମାନେ !! ଆଉ କାହାର କିଛି ଅତ୍ମୋସମ୍ମାନ ନାହିଁ । ଜଣେ ଝିଅ , ବୋହୂ ହେଲା ପରେ ଶାଶୁଘର କୁ ମନ୍ଦିର ଭାବିବା ସହ ଶାଶୁ ଶଶୁର ଙ୍କୁ ସେଇ ମନ୍ଦିର ର ଦେବତା ଭାବି ତାଙ୍କର ସେବା ଶୁଶ୍ରୁଷା କରିବା ଆବଶ୍ୟକ କିନ୍ତୁ ତୁମ କ୍ଷେତ୍ର ରେ ତାହା ସମ୍ପୂର୍ଣ୍ଣ ବ୍ୟତିକ୍ରମ । ଆମ ଘରକୁ ଆସିଲା ଦିନ ରୁ , ମାଆ ସବୁ କରି ଦେଉଛି ଆଉ ତୁମେ ପ୍ରଶଂସା ସାଉଁଟି ଖୁସି ରେ ନାଚି ଯାଉଛ । ନିଜକୁ ଟିକେ ବି ହେଲେ ଲଜ୍ୟା ଲାଗୁନି ।

ଅନୁ :- ମୁଁ କଣ ମାଆ ଙ୍କୁ କହିଥିଲି କି ମୋ ଉପରେ ଦୟା କରିବା କୁ । ସେ କଣ ପାଇଁ ନିଜେ ନିଜେ କରି ଦେଉଛନ୍ତି ଆଉ ତୁମ ମାଧ୍ୟମରେ ମତେ ଗାଳି ଶୁଣଉଛନ୍ତି । ହଁ , ଶୁଣିବି ନାହିଁ ବା କେମିତି , ମୋର ତ ପୋଡ଼ା ଭାଗ୍ୟ ।


ରାମ:- ଭାଗ୍ୟ ତୁମର ପୋଡ଼ା ନୁହେଁ କିନ୍ତୁ ତୁମର ବିଚାର ଆଉ ଚିନ୍ତା କରିବା ର ଶକ୍ତି ବହୁତ ଦୁର୍ବଳ । ନିଜକୁ ପରିପକ୍ଵ କରେଇବା କୁ ଚେଷ୍ଟା କର ।


ଅନୁ:- ହଁ , ତୁମେ ବା କେମିତି ଅନ୍ୟ ମାନଙ୍କ ପରି ଭିନ୍ନ ହେବ । ନିଜର ବାପା ମାଆ ଙ୍କୁ ସ୍ତ୍ରୀ ସାମ୍ନାରେ ସବୁ ବେଳେ ବଡ଼ କରେଇ ଦେବା ,ତୁମ ପୁଅ ଜାତିର ସ୍ଵଭାଵ । ତୁମଠୁ ବା ଆଉ କଣ ବେଶି ଆଶା କରି ପାରିବି । ହେଲେ ଗୋଟେ କଥା କହୁଛି ଶୁଣ , କାଲି ଯଦି ଜେଜେ ମାଆ ମତେ କିଛି କହିବେ ,ତାହା ହେଲେ ମତେ ଚିହ୍ନିବ !!

     ମାଆ(ନିହାରିକା) ଙ୍କ ପରି ମୁଁ ଜମା ନୁହେଁ । ତାଙ୍କୁ ଗୋଡେ ଗୋଡେ ଜଗି ବସି ସୁନା ବୋହୂ ପରି ସେବା ଯତ୍ନ କରିବି । ଯେତିକି ଦରକାର ବାସ ସେତିକି ହିଁ କରି ପାରିବି । ତା ନ ହେଲେ ତୁମେ ତାଙ୍କର କଥା ବୁଝିବ !!!


ରାମ:- "କାଲ ଆଗ ରେ ମହାଭାରତ ଶୁଣେଇବା ଯାହା " ତୁମକୁ ଜେଜେ ମାଆ ଙ୍କର ସଂସ୍କାର ଶିକ୍ଷା ଦେବା ସେଇଆ ହିଁ ଥିଲା । ନାତୁଣୀ ବୋହୂ ଠାରୁ ତାର ବୟସ ରେ ଟିକେ ସେବା ଶୁଶ୍ରୁଷା ପାଇବେ ବୋଲି କେତେ ଆଶା ରଖିଛନ୍ତି । ଛାଡ଼ , ଆଉ ବା କଣ ଲାଭ ଅଛି ଭାବି । ବୋହି ଗଲା ପାଣି ଫେରି ଆସେ ନାହିଁ କି ବିତି ଯାଇଥିବା ସମୟ କୁ କେହି କଣ ବଦଳେଇ ପାରିବ । କର୍ମ ନେଇ ଫଳ । ତେଣିକି ଭଗବାନଙ୍କ ର ଇଛା ।

     ହଉ ଶୋଇପଡ , ଶୁଭ ରାତ୍ରି ।


ଅନୁ :- ହଁ ,ନ ଶୋଇକି ତୁମ ସହ କିଏ ବା ଏତେ ବଲବଲ ହେବ । ଶୁଭ ରାତ୍ରି ।


        (ଜେଜେ ମାଆ ଖଟ ରେ ଗଡି ,କଣ ସବୁ ଭାବୁଛନ୍ତି)


ଦୂର ଆକାଶ ର ଜହ୍ନ କୁ ଦେଖି କୋଟି କୋଟି ତାର ଙ୍କ ମେଳ ରେ , ଆଜି ଜେଜେ ମାଆ ଙ୍କର ଆଖି ଲୋତକାପ୍ଳୁତ ।

    ତୁମେ ଆଜି ଥିଲେ ପ୍ରିୟ ର ବାପା , ମତେ ଆଜି ମୋ ଘର ଭିତରେ ଏମିତି ଦୃଶ୍ୟ ଦେଖିବା କୁ ମିଳି ନ ଥାନ୍ତା । ପ୍ରିୟ ର ବା ଦୋଷ କଣ ??? ନିଜର ପୁଅ ର ମନ ଦୁଃଖ ନ ହେବା ପାଇଁ ତା'(ରାମ) ମନକୁ ପସନ୍ଦ ଆସୁଥିବା ଝିଅ ସହ ବିବାହ କରେଇ ଦେଲା ।

    ଭାବିଥିଲି ଝିଅ ଟି ପାଠ ଶାଠ ପଡିଛି , ଘର ର ଭଲମନ୍ଦ ରୀତିନୀତି ବିଷୟ ରେ କିଛି ଜ୍ଞାନ ଥିବ ।

        ହେଲେ :-


              "ଚାଉଳ ର କେତେ ଭାଉ ???

              ଆମେ ତ ମାମୁଁ ଙ୍କ ବସା ରେ ଖାଉ"

ଗୋଟେ ଧାଡି ରେ କହିବା କୁ ଗଲେ ପାଠ ଶାଠ ବେଶି ପଢିଲେ ବି ସମ୍ପୂର୍ଣ୍ଣ ସଂସାର ବିଷୟରେ ତାର ସମ୍ୟକ ବି ଭଲ ଧାରଣା ନାହିଁ ।


     ମୋ ରାମ କୁ ବା କଣ କହିବି , ନାତିଆ ଟା ପ୍ରୀତି ରେ ଏମିତି ଅନ୍ଧ ହୋଇଗଲା ଯେ , ସେ ଝିଅର କିଛି ଭଲ ମନ୍ଦ ଗୁଣ ବିଷୟରେ କିଛି ଜାଣିଥିଲା କି ନାହିଁ ତା" ରୂପ ଦେଖି ମୁଗ୍ଧ ହୋଇଗଲା ।


              "ଅନ୍ଧାର ରାତି ରେ ବଢେ ପୀରତି"

               କେହି ନ ଜାଣେଇ କାହାର ଜାତି "।।


ଏମିତି ପ୍ରେମ ଆଜିର ଟୋକା ଆଉ ଟୋକୀ ସବୁ କରୁଛନ୍ତି ଯେ ପ୍ରୀତି ରେ ଅନ୍ଧ ହୋଇ ଭଲମନ୍ଦ କିଛି ବାରି ପାରୁ ନାହାନ୍ତି ।

   

କଣ ଯେ ଆଉ କହିବି ସେ ଅନୁ କୁ " ବାହାଘର ପୂର୍ବରୁ ନିଜକୁ କେତେ ସଂସ୍କାରୀ ଆଉ ଗୁଣବତୀ ଦେଖେଇ ହେଉଥିଲା ,ହେଲେ ବାହାଘର ପରେ :-

     

               ଓଲେଇ ଚୋରଣୀ ହାଣ୍ଡିରେ ଖାଏ ,

                ଗୋଡ଼ରେ ପଡିଲେ ଗାଧେଇ ଯାଏ "।


  ଅନୁ ଆମ ସମସ୍ତ ଙ୍କ ସାମ୍ନାରେ ସାଧୁ ହେବାର ଅଭିନୟ କରି , ଶେଷ ରେ ଆମ ସମସ୍ତ ଆଶା ଆଉ ଅଭିଳାସା କୁ ଭାଙ୍ଗି ଦେବା କୁ ବସିଛି ।

                 "କଅଁଳ କହି ରାଧା ,

                 ବାଟରେ ଦେଖିଲେ ବଡ଼ ଶରଧା

                 ଘରକୁ ଗଲେ କହେ ନାହିଁ କଥା" ।


ନିଜକୁ ଅନ୍ୟ ମାନଙ୍କ ପାଖରେ ଭଲ ଦେଖେଇ ହୋଇ , ସମସ୍ତ ଙ୍କର ମନ ଜିଣିବା ପରେ ,ଯାଇ ନିଜର ଅସଲି ଚେହେରା ଦୁନିଆଁ କୁ ଦେଖେଇ ଥାନ୍ତି ।

      ଆଉ ବା ବେସି ଭାବି କି ଲାଭ ? ମତେ ହିଁ କିଛି କରିବା କୁ ପଡିବ !!!


        ତହିଁ ଆର ଦିନ ବଢି ଭୋର ରୁ ବାପା ଆଉ ବୋଉ ଙ୍କୁ ନେଇ ବସ ରେ ବସେଇ ଫେରି ଆସିଲି । ପ୍ରଭାତ ରେ ସୁନୀଳ ଅମ୍ବୁରୁ ପ୍ରଭାକର ଧରା କୁ ସ୍ପର୍ଶ କରି ସାରିଲେଣି । ଜେଜେ ମାଆ ଉଠିକି ବାହାରେ ବସି ଦାନ୍ତ ସଫା କରୁଛନ୍ତି ।

     ହେଲେ ମ୍ୟାଡମ ଙ୍କର ଏ ଯାଏଁ ନିଦ ଆହୁରି ଭାଙ୍ଗି ନି !!


ଜେଜେ ମାଆ:- ଆରେ ବାଇଆ ,ମୋ ଔଷଧ ଆଣି ଦେଲୁ । ତୋ ମାଇପ କୁ କଣ ଘଣ୍ଟ ବାଡେଇ ଅରୁଆ ଚାଉଳ ଆଉ ଦ୍ୱୀପ ଧୂପ ଦେଇ ବନ୍ଧେଇ କହିବି ଉଠିବା କୁ ?? ଯା" ତାକୁ ସହଳ ଉଠା , ଘର ର ବାସି କାମ କିଏ କରିବ !!! ମୁଁ ଡାକୁଛି କହି ଶୀଘ୍ର ଉଠା ।

      

ରାମ:- ହଁ, ମାଆ(ଜେଜେ ମାଆ) । ମୁଁ ଉଠେଇ ଦଉଛି ।

 

ଅନୁ :- ଜେଜେ ମାଆ ଏଇ ନିଅନ୍ତୁ, ଆପଣଙ୍କ ର ଔଷଧ । (ନିଦୁଆ ଆଖି ରେ ହାଇ ମାରି ଅନୁ ବଢ଼େଇ ଦିଏ ଔଷଧ ଜେଜେ ମାଆ ଙ୍କ ହାତକୁ )।


ଜେଜେ ମାଆ':-

          

              "ଏମିତି ଚଞ୍ଚଳା ଏ ଘରେ ଥିଲା

               ତୁଚ୍ଛା ଖାଇ ବୁଢା ହାଟ କୁ ଗଲା" ।


            ( ଅର୍ଥ :- ଅଳସେଇ ସ୍ତ୍ରୀ ପ୍ରତି ବ୍ୟଙ୍ଗ )


 ଅନୁ:- ମାଆ କଣ କହିଲେ କି ମତେ ? ମୁଁ କିଛି ବୁଝି ପାରିଲି ନାହିଁ !!!!


ଜେଜେ ମାଆ:- ତତେ କଣ ପାଇଁ କହିବି , ତୁ ବା ଏ ଘର ର ରାଣୀ ମହୁମାଛି । ଆଲୋ ତତେ କିଏ କଣ କହି ପାରିବେ !!!

       

               କ୍ରମଶଃ.........


Rate this content
Log in

Similar oriya story from Drama