STORYMIRROR

Maitreyee Kamila

Inspirational

3  

Maitreyee Kamila

Inspirational

ସୁକଦେଇର ଦୁଇଟୋପା ଲୁହ

ସୁକଦେଇର ଦୁଇଟୋପା ଲୁହ

2 mins
444


ସୁକଦେଇ ବାହାହୋଇ ଆସିବା ଦିନୁ ନାକରେ ନାକ ଫୁଲ ନାଇ ଆସିଥିଲା।କଣ୍ଟାପାହାଡ଼ର ରାଜଜେମା ସେ,କାହାକୁ ଭୟ ନାହିଁ, ଦିନଟା ସାରା ଜଙ୍ଗଲରେ ରହି ଅନ୍ୟମାନଙ୍କ ସହ ମିଶି ମହୁଲ ଝୁଣା କେନ୍ଦୁ ଶାଳପତ୍ର ଗୋଟା ନ୍ତି।ଜଙ୍ଗଲର ବଡ଼ ବଡ଼ ହିଂସ୍ର ଜନ୍ତୁ କୁ କେତେଥର ଦେଖିଛି ନିଜ ଆଖିରେ ହେଲେ ନାଇ ଡରିବାର, ଏ ଜଙ୍ଗଲ ସେମାନଙ୍କୁ ସବୁ ଦେଇଛି ,ଏଇ ଗଛ ପାଣିପବନ ଝରଣା ରେ ବୁଲି କେତେ ଗୀତ ଗାଇଛି ,ଧାଡି ଧାଡି ହୋଇ ପର୍ବଦିନ କେତେ ନାଚିଛି।ବର୍ଷା ଝରିଲେ ମେଳି ହୋଇ ଏ ଗଛ ରୁ ସେଗଛ ଯାଏ ଗୀତର ସୁଅ ଛୁଟେ ,ପଦେ ଏ ମୁଣ୍ଡରୁ ତୋ ଆର ପଦକ ଶେଷ ଗଛରୁ ମେଳି ହୋଇଥିବା ସାଥି ଗାଆନ୍ତି।ଜୀବନ କୁ ମନଭରି ଉପଭୋଗ କରନ୍ତି ଏ ଆଦିମ ଅଧିବାସୀ ।ଜଂଗଲ ହି ବାପା ସେ ଇ ମାଆ, ଦୁନିଆ ପଛେ ମଙ୍ଗଳ ଗ୍ରହରେ ଘର କରୁ କି ଚନ୍ଦ୍ରରେ ପହଂଚୁ ସେମାନଙ୍କର କିଛି ଯାଏ ଆସେ ନାହିଁ ।


ନିଜ କାମ ନିଜ ଦୁନିଆ ରେ ନିଜକୁ ବ୍ୟସ୍ତ ରଖିବା ସେମାନେ ଜାଣନ୍ତି।ସୁକଦେଇ ମଧ୍ୟ ନିଜକୁ ସଜାଏ ଭଳିକି ଭଳି ଫୁଲ ପତ୍ର ରେ,ହଳଦୀରଙ୍ଗ ଶାଢ଼ୀ ରେ ନାଲି ଫୁଲଟା ଭାରି ମାନେ ତା ମଥାକୁ ,ଗାଁର ଭେଣ୍ଡିଆ ପୁଅ ମଧ୍ୟ ବୁଲି ଚାହେଁ ତା ରୂପକୂ ,ସେତେବେଳେ ତା ମରଦ ଖାଲି ହାଣ୍ଡିଆ ପିଇ ହୁଳଟୁଳ ହଉଥାଏ। ନାକରେ ଫୁଲ ତା ମୁହଁକୁ ଆହୁରି ସୁନ୍ଦର କରୁଥାଏ। ତାର ପୁଅଟା ଦିନେ କହିଲା ମା ମୁ ପାଠ ପଢିବି, ଆମ ଜାତିର କେହି ପଢିନି ତୋ ତୁ ପଢିବୁ କେନେ।ମା ଏମିତି ପ୍ରଶ୍ନ କଲାନି।ପୁଅକୁ କହିଲା ଠିକ ଅଛି ତୋର ଇଛା ହଉଛି ତୋ ପଢ। ସ୍କୁଲ ପାଖରେ ନାହିଁ।ଦୁଇ ତିନି ଟା ଗାଁ ଟପିଲେ ଆସିବ।ପାଖରେ ଛୋଟ ନଈ ଟେ ଅଛି।ବର୍ଷାକୁ ଭାରି ଭୟ।ପୁଲ ନାହିଁ ଅଣ୍ଟାପର୍ଯ୍ୟନ୍ତ ପାଣିରେ ପଶିକି ଯାଇତେ ହୁଏ।ତଥାପି ସେ ପିଲାଟା ଡରେନି ,ସାଙ୍ଗରେ କେହି ନାହିଁ, ଡରନାହିଁ , ପାଠ ପଢିବା ଝୁଙ୍କ ରେ ମାଡିଯାଏ।ବହୁତ ଦୁଃଖକଷ୍ଟ ରେ ମାଟ୍ରିକ ପାସ କରିଗଲା ।ସାହି ସାରା ଖୁସି ହେଲେ ତାଙ୍କ ବସ୍ତିକୁ ମୋଟରଗାଡିରେ ଟିଭି ରିପୋର୍ଟର ଆସିଲେ ଫୋଟୋ ଉଠେଇ ନେଲେ।ନେତା ଆସିଲେ ମନ୍ତ୍ରୀ ଆସିଲେ ,ଗାଁ ରେ ଉତ୍ସବ ଲାଗିଲା ପରି ଲାଗୁଥାଏ। ଏତିକିରେ ସରିଲାନି।ପୁଅ କହିଲା ମାଆ କଲେଜରେ ପଢିବି। କଲେଜ ଆଉ ତୋ ପାଖରେ ନାହିଁ ,ହଷ୍ଟେଲରେ ରହି ପଢିଟେ ହବ ।ସରକାର ଖୁସି ହୋଇ ସାହାଯ୍ୟ କଲେ । ସବୁ ତୋ ସରକାର ଦେବେନି।ଟଙ୍କା ଦରକାର ହେଲା।ମାଆ କିଛି ନବୁଝି ନିଜ ନାକଫୁଲ ବାହାରକରି ବିକିଦେଲା।


ମହଣ ମହଣ ସ୍ମୃତି ସାଇତା ହୋଇ ରହିଥିଲା ସେ ନାକଫୁଲରେ , ସବୁ ପାସୋରି ଦେଇ ବିକିଦେଲା ପୁଅ ପାଠ ପଢିବ, ଯୋଉଦିନ ତା ପୁଅ +2 ପାସ କଲା ତା ବାପା ଛାତି କୁଣ୍ଡେ କରି କହିଲା ମୋ ପୁଅ ପାସ କରିଗଲା। ତାପରେ ଆହୁରି ପାଠ ପଢି ଚାକିରିଟେ ପାଇଲା। ମାଆଖୁସି ରେ ପୁଣି ନିଜକୁ ସଜେଇଲା ,ଗାଁ ରେ ନାଚ ହବ, ପୁଣି ଜଙ୍ଗଲ ରୁ ଫୁଲ ପତ୍ର ତୋଳି ସଜ ହେଲା ।ହାତଧରା ଧରି ହୋଇ ନାଚୁଥିଲା ସାରା ବସ୍ତି, ସୁକଦେଇର ହାତ ଅଜାଣତରେ ନାକ ଛୁଉଁ ଥିଲା କାରଣ ପୁଅ ତାର ମାଆ ମନ ଜାଣି ନୂଆ ନାକଫୁଲ ହଳେ ଆଣିଦେଇଥିଲା।ତା ଆଖିରୁ ଅଜାଣତରେ ଦୁଇଥପା ଲୁହ ଆସି ଓଠକୁ ଛୁଇଁଗଲା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational