STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ସୁଭଦ୍ରା

ସୁଭଦ୍ରା

1 min
608

ମୁଁ ତାକୁ ଖୋଜୁଥିଲି, କ୍ଲାସ ରେ ପ୍ରାଥନା କ୍ଲାସ ରେ, ହେଲେ ପାଉନଥିଲି ସୁଭଦ୍ରା କୁ, ପୁଣି ସ୍କୁଲ ଗଲା ଆସିଲା ବେଳେ ଗଟେ ପାଖେ ଚାଁହୁଥିଲି, ଯୋଉଠି ସେ ମତେ ଅପେକ୍ଷା କରିଥାଏ ସ୍କୁଲ ଆସିଲାବେଳେ ତୁଳସୀ ଟିକେ ଦେଇ ପାଦ ଛୁଇଁବାକୁ ଓ ଗଲାବେଳେ ମୋ ସଙ୍ଗେ ମୋ ଘରଦେଇ ତା ଘରକୁ ଯାଇଥିବା ରାସ୍ତା ପର୍ଯ୍ୟନ୍ତ. ଦିବ୍ୟାଙ୍ଗ ବାଳିକା ସୁଭଦ୍ରା ମନଖୋଲି ସବୁ କହେ, ତ ଟୀଫିନ ଆଣିଥିନଲେ ମୁଁ ପଇସା ଦିଏ, ତାକୁ ବହୁ ଖୋଜିଲା ପରେ ଵି ତାରା ଠିକଣା ମିଳିଲା ନାହିଁ, ଭଡା ଘର ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି ତା ପରିବାର. ବାଲେଶ୍ୱର ରୁ ନିମନ୍ତ୍ରଣ ଟିଏ ପାଇ କବିସମ୍ମିଳନୀ ରେ ଯୋଗ ଦେବାକୁ ଯାଇ କ୍ଷୀରଚୋରା ଗୋପୀନାଥ ମନ୍ଦିର ରେ ଦୀପ କିଣୁଥିବା ବାଳିକା କୁ ଦେଖି ଚମକି ପଡିଲି ମୁଁ, ତା ପରିବାର ସହ ଯୋଗାଯୋଗ କରି ପୁଣି ତାକୁ ସଙ୍ଗରେ ଧରି ଫେରିଥିଲି ସ୍କୁଲକୁ, ସେ ଯେବେ ମତେ କହୁଥିଲା ମୋର ପଢିବାକୁ ବହୁତ ଇଛାଥିଲା, ତ ମୁଁ ତାକୁ କୁଣ୍ଢେଇ ପକେଇ ହାତ ଯୋଡ଼ୁଥିଲି ଗୋପୀନାଥ ଙ୍କ ଉଦେଶ୍ୟରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract