ସତର୍କତା
ସତର୍କତା
ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ସଡ଼କ ପରିବହନ ବିଭାଗର ମନ୍ତ୍ରୀ ମହୋଦୟ ମିତବ୍ୟୟିତା ଏବଂ ସଚ୍ଚୋଟତା ଅସ୍ତ୍ର ମାଧ୍ୟମରେ ଦୁର୍ନୀତି ରାକ୍ଷସର ବଧ କରିବା ସକାଶେ ଆହ୍ବାନ ଦେଉଥିଲେ ଉପସ୍ଥିତ କର୍ମଚାରୀଙ୍କୁ। କରତାଳି ଓ ଜୟ ଜୟକାର ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଥିଲା ପ୍ରେକ୍ଷାଳୟ।
ସଭା ସମାପନାନ୍ତେ ଆଗାମୀ ନିର୍ବାଚନ ନିମନ୍ତେ ପାଣ୍ଠି ଯୋଗାଇବାକୁ କର୍ମଚାରୀ ସଂଘ ସଭାପତିଙ୍କୁ ତାଗିଦ୍ କରୁଥିଲେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ। ସଭାର ଆୟୋଜକମାନେ "ସତର୍କତା ସଚେତନତା ସପ୍ତାହ" ବ୍ଯାନର ବ୍ଯାନରକୁ ସଯତ୍ନେ ସାଇତି ରଖୁଥିଲେ ଆସନ୍ତା ବର୍ଷ ପାଇଁ.... ।
