Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rajesh Kumar Barik

Drama

2  

Rajesh Kumar Barik

Drama

ସ୍ତ୍ରୀ ଙ୍କ ଜନ୍ମ ଦିନ

ସ୍ତ୍ରୀ ଙ୍କ ଜନ୍ମ ଦିନ

2 mins
12.4K


ସ୍ତ୍ରୀ ଙ୍କ ଜନ୍ମଦିନ କମ୍ପାନୀ ଚାକିରିଆଙ୍କ ଗୋଟାଏ ପ୍ରବ୍ଲେମ ଏକରେ ଟାଇମ୍ ଛୁଟି ମିଳିବନି ଯଦି ମିଳି୍ଲା ପୁଣି ସେଥିପାଇଁ ଦୁନିଆ ଏସ୍କୁଜ୍। ଯାହାବି ହେଉ ଆଠ ଦିନ ଆଗରୁ ପ୍ରଗରାମ ଫିଟ୍ କରିଥିଲିଯେ ସେଥିପାଇଁ ପୁଣି ଏସ୍କଟ୍ରା କାମ ଫାଇନାଲି କହିବାକୁ ଗଲେ ଆଜି ଛୁଟିଟା ମିଳିଛି । ହେଲେ କ'ଣ ହେବ ଯାହାପାଇଁ ଆଜି ସକାଳୁ ସକାଳୁ ଉଠି, ଗାଧେଇ ପାଧୋଇ, ମନ୍ଦିରରୁ ଆସିଲି କିନ୍ତୁ ତାଙ୍କରର ଫୋନ୍ ଲାଗୁନି ! କଣ କରିବି ମୁଁ ବିଚରା ପତ୍ନୀ ଛଡା ସ୍ବାମୀ ଟା ।      ଘର ଠାରୁ ଦୂରରେ ରହୁଛି ଯେ କାଡେ ଘର ପାଇଁ ଟାଇମ୍ ଦେଇପାରୁନି। କିଏ ବା କେମିତି ବୁଝିବ ବିଦେଶ ରେ ରହି କାମ କରିବାର ମଜା କି ମଜା! ସହରର ଚାକଚକ୍ୟ ଭଳି ଆମେବି ବାହାରୁ ଖୁବ୍ ସୁନ୍ଦର , କିନ୍ତୁ ଭିତର ଟା ନକହିବା ଭଲ। ଯେତେ ହେଲେ ଗୋଟେ ବୋଲି ସ୍ତ୍ରୀ ନଅଟା ନୁହେଁ କି ଛଅଟା ନୁହେଁ ଚଳିବାକୁ ହେବ.....ଆ..ଉ। ମନ୍ଦିରରୁ ପୂଜା ସାରିଲା ବେଳକୁ ଫୋନ୍ ଆସିଲା ( ରାଗ ମିଶା କର୍କଷ ସ୍ବରରେ )   କ'ଣ କରୁଛ?   ପୂଜା!   ଆଉ ଫୁଲ, ଆରଧନା , ଅର୍ଚ୍ଚନା ?   ସବୁ ଏଇଠି ଅଛି!   ମୁଁ ଠିକ୍ ଜାଣିଥିଲି , ସେମାନେ ସେଇଠି ଥିବେ ( କାନ୍ଦ କାନ୍ଦ ସ୍ବରରେ ସକେଇ ହୋଇ) ତୁମେ ଜାଣିଛ! ଖାଲି ତୁମରି ପାଇଁ ରାତି ୧୨ ରୁ ୧ ପର୍ଯ୍ୟନ୍ତ ଚାହିଁଥିଲି, ପ୍ରଥମେ ତୁମେ ଜନ୍ମଦିନର ଓ୍ବିସ୍ କରିବ ହେଲେ ତୁମେ !(ଅଭିମାନ ଭରା ସ୍ବରରେ ଓଜନ ଭରି ) ତୁମେ ସେଇ ପୂଜା, ଅର୍ଚ୍ଚନା,ଆରଧ୍ଧନା,ଫୁଲ ଙ୍କ ସହ ........... ଛାଡ ..... ମୋ ଭାଗ୍ୟ ଖରାପ ଲୋ .... ମାଁ   ଆରେ ବାବା ତୁମକୁ ତୁମକୁ ଚିଡାଇବା ପାଇଁ ଗୋଟେ କାହାଣୀ କହିଲି ଯେ ..... ତୁମେ ତାକୁ ସତ ମାନିନେଇଛ? ଦେଖ ମୁଁ ସତ କହୁଛି । ତୁମ ଜନ୍ମଦିନରେ ଆଜି ମନ୍ଦିର ଆସିଠି ଏଠି ଠାକୁରଙ୍କ ପୂଜା,ଅର୍ଚ୍ଚନା,ଆରାଧ୍ଧନା ସବୁ ଫୁଲରେ ହେଉଛି। ଜଦି ବିଶ୍ବାସ ନହେଉଛି ଭିଡିଓ କଲିଂ କର ସବୁ ଜଣାପଡିଯିବ ।   ନାହିଁ ବାବା ମୁଁ କଣ ଏତେକଥା ଜାଣିଛି ?ସତରେ ତୁମେ ମୋତେ ଏତେ ଭଲପାଅ ! କାଲି ଫୋନ୍ କଲନି ବୋଲି ଖାଲିଟାରେ କଣ ମାନେ କଣ ସବୁ ଭାବି ଯାଇଥିଲି।    ଦେଖ ମୁଦ୍ରାର ଦୁଇ ଟି ପାର୍ଶ୍ବ ପରି ଆମେ ଦୁହେଁ ଦୁଇଟା ଜୀବ । ମୁଁ ଘରଠାରୁ ବାହାରେ ରହିଲେ କ'ଣ ହେଲା? ତୁମ ପ୍ରତି ରହିଥିବା ପ୍ରତିଟି ଦାଇତ୍ବ ବୋଧ ମୋତେ ଭଲଭାବରେ ଜଣା । ଠିକ୍ ସେମିତି ତୁମେ ମୋ ଫେରିବା ବାଟକୁ ଅନାଇ ଅନାଇ ସଂସାର ଭିତରେ ମୋ ବିନା ଆର୍ଜେଷ୍ଟ କରିବା କେତେ କଷ୍ଟ ମୁଁ ଠିକ୍ ଅନୁଭବ କରିପାରୁଛି।    ( ସ୍ନେହ ମିଶା ଧୀର କଣ୍ଠରେ) ହେଲେ କ'ଣ ହେବ କାଲି ଫୋନ୍ କଲନି କି କେକ୍ କଟା ହେଲାନି ଯେ? ତୁମେ କୁହ ମୁଁ କ'ଣ କରିବି?    ଅଝଟିଆ ହେଲେ କଣ ସବୁ ପ୍ରବ୍ଲେମର ସମାଧାନ ହୋଇଜିବ? ଭାରତିୟ ସଂସ୍କୃତି ଆମର ବିଶ୍ବାସ, ସ୍ନେହ ଭଲପାଇବା ଆଉ ଆର୍ଶୀିବାଦ ରେ ଖୁସି। କେକ୍ କାଟି ଟିକେ ଖାଇ ଟିକେ ଅଇଁଠା ଅନ୍ୟମାନଙ୍କୁ ଦେବାରେ କଣ ଖୁସିଥାଏ? ଜିଏ ତୁମକୁ ଜୀବନ ସାରା ଖୁସି ରଖିବା ପାଇଁ ତୁମକୁ ତୁମ ଘରୁ ନେଇ ଆସିଲା ଏଇ ଛୋଟ କଥା ପାଇଁ ରାଗୁଛ? ଭଗବାନଙ୍କ ଆର୍ଶିୀବାଦ , ଗୁରୁଜନଙ୍କ ଭଲପାଇବା ଠାରୁ ବଡ ଉପହାର କ'ଣ ଅଛି କହିଲ।    ୟାଭିତରେ ଏତେ ସବୁ କଥା! ଆମେ ଖାଲି ଅନ୍ୟମାନଙ୍କୁ ଦେଖି ନିଜେ କରୁ ଏହାର ବିଶେଷତ୍ବ, ଗୃଢତ୍ବ ବିଷୟରେ ଜାଣୁଛି କିଏ ? ଛାଡ ବାବା ଛାଡ.....। ଦିନ ଅନେକ ହେଲାଣି , ତୁମେ ରୁମ୍କୁ ଯାଅ।         


Rate this content
Log in

More oriya story from Rajesh Kumar Barik

Similar oriya story from Drama