STORYMIRROR

Debasmita jena

Inspirational

3  

Debasmita jena

Inspirational

ସ୍ତ୍ରୀ-ଏକ ନିର୍ଯ୍ୟାତିତ ଚେହେରା

ସ୍ତ୍ରୀ-ଏକ ନିର୍ଯ୍ୟାତିତ ଚେହେରା

3 mins
180

ତମେ ସ୍ୱାଧୀନ ତୁମେ ସର୍ବ ପ୍ରଥମ କହୁଥିବା ମଣିଷ ମାନେ ହିଁ ମତେ ବାଷ୍ପରୁଦ୍ଧ କରି ରଖନ୍ତି ନିବୁଜ କୋଠରୀର ଚାରି କାନ୍ଥ ଭିତରେ । ଘରୁ ପଦାକୁ ଗୋଡ଼ କାଢ଼ିଲେ ମୁଁ ହେଇଯାଏ ଉଦ୍ଧଣ୍ଡି ଆଉ ନଷ୍ଟ ଚରିତ୍ର । ଓଜନିଆ ଶାଢ଼ୀର ଆବରଣ କାଢି ଯଦି ଚୁଡ଼ିଦାର କିମ୍ବା ନାଇଟୀ ପିନ୍ଧେ ତ ମୁଁ ହେଇଯାଏ ଅଲାଜୁକି । ସରମ ବିହୀନ ଉଗ୍ର ଆଧୁନିକତାର ଆଢୁଆଳରେ ସଂଯମ ବିହୀନ ଆଉ ସମ୍ମାନ ହୀନା । ମୁଣ୍ଡରୁ ସାମାନ୍ୟ ଓଢଣା ଖସିଲେ ହେଇଯାଏ ସଂସ୍କାର ବିହୀନ ବାପା ମାଙ୍କର ଔଧତ୍ୟ ଶିକ୍ଷାରେ ପାଳିତା । ତୁମେ ଆରମ୍ଭ,ତୁମେ ସର୍ବାଗ୍ରେ କହି କହି ପ୍ରାତଃ ରୁ ଉଠି ସବୁ ଖାଇ ପିଇ ଶୋଇ ସାରିଲା ପରେ ମୁଁ ବିଛଣାକୁ ଯାଏ । ହଁ ଯାଏ ତ ସବା ଶେଷରେ ଆଉ ଉଠେ ସବୁଠୁ ଆଗରେ । ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତି ଠୁ ଆରମ୍ଭ କରି ପରସି ସାରିଲା ପରେ ଯାହା ବଞ୍ଚେ କି ନବଞ୍ଚେ ସେଥିରେ ହିଁ ମୁଁ ସନ୍ତୁଷ୍ଟି କରେ ମୋ ଉଦରର କ୍ଷୁଧାକୁ । ଶୈଶବ ଠୁ ଆରମ୍ଭ କରି ଶବ ହେବା ପର୍ଯ୍ୟନ୍ତ ମୁଁ ଅବିଶ୍ରାନ୍ତ ଚାଲିଥାଏ ମୋ କର୍ମ ମୟ ଜୀବନକୁ ନେଇ ନାଁ ଥାଏ କିଛି ପ୍ରତ୍ୟାଶା ନାଁ ଥାଏ ଲାଳସା ନାଁ ମୁଁ ପାଏ କେବେ ପ୍ରଶଂସା । ହଁ ମୁଁ ହେଉଛି "ସ୍ତ୍ରୀ" । ଏକ ଯନ୍ତ୍ରଚାଳିତ ମାନବ ।


 ଜନ୍ମ ରୁ ଆରମ୍ଭ ହୋଇଯାଏ ମୋ ଜୀବନର ଯନ୍ତ୍ରଣା । ଏ ହେ, ଝିଅ ହେଇଛି, ପୁଅଟିଏ ହେଇଥିଲେ ଭଲ ହେଇଥାନ୍ତା,କୂଳ ଉଦ୍ଧାର ହେଇଥାନ୍ତା ଶୁଣି ମୋର ଜୀବନ ର ଯାତ୍ରା ପ୍ରାରମ୍ଭ ହୁଏ । ଝିଅ ପିଲା ଟିଏ କହି କହି ମତେ ସବୁବେଳେ ଶିକ୍ଷା ଦିଆଯାଏ ନିଜକୁ ସଂଯତ, ଆବଦ୍ଧ ଆଉ ନିଜ ମନ ର କଥା କୁ ଚାପି ଦେବାର କୌଶଳ କୁ । ତୁ ଝିଅ ଟେ, ମାଟି ହାଣ୍ଡି ସହିତ ସମାନ, ଥରେ ଦାଗ ଲାଗିଗଲେ କେବେ ଛାଡିବନି ବୋଲି ନିଜକୁ ଆୟତ୍ତ ରଖିବାକୁ କଡା ତାଗିଦ କରାଯାଏ । କୁଆଡେ ବୁଲିବାକୁ ଇଛା କଲେ ଦୁନିଆ ଖରାପ ଆଉ ତୁ ଝିଅ ପିଲା ଏତେ କଣ ଅଣ୍ଡିରି ଚଣ୍ଡୀ ପରି ବୁଲିବୁ ଯା ଘରେ ରହ ବୋଲି ଅନୁଶାସନର ରଜ୍ଜୁରେ ମତେ ବାନ୍ଧି ଦିଆଯାଏ । ପୁଣି କେବେ ସେ ପୁଅ ଆଉ ତୁ ଝିଅ ବୋଲି ମୋ ସହ ବହୁତ କ୍ଷେତ୍ରରେ ପାତର ଅନ୍ତର ବି କରାଯାଏ । ପୁଣି ବୟସ କ୍ରମେ ଆସିଯାଏ ଯୌବନ ଯୋଉଟା କି ଆହୁରି ଜଟିଳ ସମୟ । 

 ବୟସ ଟିକେ ବଢ଼ିଗଲେ ଯଦି ଋତୁଚକ୍ର ପ୍ରକ୍ରିୟା ଆରମ୍ଭ ହେଇନି ତ ସେଥିପାଇଁ ଅନେକ ଚିନ୍ତା ଥାଏ ଜେଜି ମା ଠୁ ଆରମ୍ଭ କରି ମାଆ ପର୍ଯ୍ୟନ୍ତ । କେତେ ତୁଟୁକା ଚିକିତ୍ସା ।


 କେତେବେଳେ ନାଲି ଅକାଣ୍ଡିଆ ଉସୁନା ଚାଉଳର ପେଜ ଦିଅନ୍ତି ତ ପିଇବାକୁ ପୁଣି କେବେ ଗୂଡ଼ ଦିଅନ୍ତି ଖାଇବାକୁ, ସେଥିରେ ଯଦି ନହେଲା ପୁଣି ଡାକ୍ତରଙ୍କ ପରାମର୍ଶ ଚାଲେ ଆଉ ଯଦି ସବୁ କିଛି ଠିକ ଠାକରେ ଥାଇ ଚାଲେ ତ ଆହୁରି ଅନୁଶାସନ ବଢିଯାଏ । ଦେହ କଷ୍ଟକୁ ଏ ଆବଦ୍ଧର ସୀମା ଲଙ୍ଘିଯାଏ ସବୁ କଷ୍ଟର ସୀମାକୁ । ପୁଣି ଯଦି ମଝିରେ କେବେ କିଛି ବ୍ୟତିକ୍ରମ ଦେଖାଯାଏ ତ ଆରମ୍ଭ ହେଇଯାଏ ଅସହ୍ୟ ପ୍ରଶ୍ନ ଯାହାର କି କିଛି ଯଥାର୍ଥ ନଥାଇ ବି ସନ୍ଦେହର ବୀଜଟି ରୋପଣ ହେଇଯାଏ ମନର ବଗିଚାରେ ବାପା ମାଆ ତଥା ପରିବାର ବର୍ଗଙ୍କର ।


ପୁଣି ଆସିଯାଏ ବିବାହର ବୟସ । ଯେନ ତେନ ପ୍ରକାର ବିବାହ କରି ବୋଝ ହାଲୁକା କରିବା ପାଇଁ ବାପା ମା ଭାରି ବ୍ୟସ୍ତ ଥାନ୍ତି, ସେଥିପାଇଁ ଆରମ୍ଭ ହୁଏ ପାତ୍ର ଖୋଜା । ହଁ ଏଇ ବିବାହ ପରେ ବୋଧ ହୁଏ ଆରମ୍ଭ ହେଇଯାଏ ସ୍ତ୍ରୀ ଜୀବନ ର ସବୁଠାରୁ କଠିନ ଅଗ୍ନି ପରୀକ୍ଷା ର ସମୟ


 ନିଜର ସବୁ ଇଚ୍ଛା ଅଭିଳାଷକୁ ଜଳାଞ୍ଜଳି ଦେଇ ଯାଏ ସେଇ ବାହା ବେଦୀର ହୋମ ନିଆଁରେ ଆଉ ସମର୍ପିତ ହେଇଯାଏ ସେଇ ନୂଆ ପରିବାର ପାଇଁ । ନିଜର ସମୟ ସେବା ଆଉ ସହାନୁଭୂତିକୁ ସମର୍ପି ଦିଏ ସେମାନଙ୍କ ପାଇଁ । କେବେ ପ୍ରଶଂସା ତ ମିଳେନି ଖାଲି ମିଳେ ପୁଞ୍ଜା ପୁଞ୍ଜା ଅଭିଯୋଗ ଆଉ କାର୍ଯ୍ୟ ଭାର । ସେଥିରେ ପୁଣି ସ୍ୱାମୀ ସଂସାର ଶାଶୁ ଶ୍ୱଶୁରଙ୍କ ମନ ଭିତରର ଗୂଢ କଥାକୁ ବି ଅବ୍ୟକ୍ତ ଭାବେ ବୁଝି କାମ କରିବାକୁ ହୁଏ । ଶରୀରରେ କଷ୍ଟ ହେଲେ ତାକୁ ଅଣଦେଖା କରାଯାଏ "ହେ ଛାଡ଼ ଖାଉଛୁ,ପିଉଛୁ ଘରେ ରହୁଚୁ ତୋର କଣ ହେବ,ମିଛ ଅଭିନୟ ଖାଲି କରୁଛୁର ହେୟଜ୍ଞାନ ବି କରାଯାଏ ।କେବେ କିଛି ଇଛା କରିବାର ଅଧିକାର ହରେଇ ବସେ ସେ । ମନ ବୋଲି ଗୋଟେ ଶବ୍ଦକୁ ଭୁଲିବାକୁ ପଡେ । " ସ୍ତ୍ରୀ"... ମାତ୍ର ଗୋଟେ ଅକ୍ଷର କିନ୍ତୁ କାର୍ଯ୍ୟ ଆଉ ସେବା ତାର ନିରନ୍ତର । ତଥାପି ଦୁନିଆ ଆଖିରେ ସେ.....

 ଏକ ନିର୍ଯ୍ୟାତିତ ଚେହେରା ।


Rate this content
Log in

Similar oriya story from Inspirational