STORYMIRROR

Debasmita jena

Others

5  

Debasmita jena

Others

ଓମେନ୍ସ ଡେ - ଏକ ଆଲୋକପାତ

ଓମେନ୍ସ ଡେ - ଏକ ଆଲୋକପାତ

4 mins
330

ମାଳତୀ....

ଏ ମାଳତୀ.... ( ଡ୍ରଇଂ ରୁମ ରୁ ଡାକ ପକୋଉଥାନ୍ତି ଶଶିକଳା ଦେବୀ ) ।

ଆଜ୍ଞା ମାଆ, ଯାଉଛି କହି ବାରି ପଟରୁ ଦୌଡ଼ି ଆସିଲା ମାଳତୀ ( ଶଶିକଳା ଦେବୀଙ୍କ ଘର ର ଚାକରାଣୀ) ।


   ଏଇ ନେ ମାଳତୀ, ଆଜି ପାଇଁ ତୋର ଏଇ ଛୋଟିଆ ଉପହାର ମୋ ତରଫରୁ ।

ଉପହାର! ଆଜି କଣ କି ମାଆ, ଏମିତି ତ ମୁଁ ଯେତିକି ଜାଣିଛି ଆଜି ତମ ଜନ୍ମଦିନ ନୁହେଁ କି ତମ ମେରେଜ ଉନିଭରସି ନୁହେଁ, ଆଜି କୋଉ ଖୁସି ରେ ମାଆ ଏ ଉପହାର ।


ହା ହା ହା ହା..... ମାଳତୀ କଣ ସେସବୁ କହୁଚୁ । ମେରେଜ ଉନିଭରସି ନୁହେଁ ସେଇଟା ହେଉଛି ମ୍ୟାରେଜ ଏନିଭରସାରି ।


ହଁ ହଁ ଲୋ ମାଆ ସେଇଆ ସେଇଆ । ମୁଁ ମୁରୁଖ ଲୋକ ସେସବୁ ମୁଁ କି ମୋ ଗେରସ୍ତ କିଛି ଜାଣିନୁ । ତାଛଡା ମୋ ଭଳି ଗରିବ ଲୋକ ର ସବୁଦିନ ସମାନ । ଖଟିଲେ ଖାଇବୁ ।


ହଉ ହଉ ନେ, ଆଜି ଓମେନ୍ସ ଡେ, ବଜାର କୁ ଯାଇଥିଲି, ମୋ ପାଇଁ କିଛି କିଣିଲି ଆଉ ତୋ ପାଇଁ ବି ଖଣ୍ଡେ ଶାଢ଼ୀ ଟେ ନେଇ ଆସିଲି କହି ଶାଢ଼ୀ ବ୍ୟାଗ ଟା କୁ ମାଳତୀ ହାତକୁ ବଢ଼େଇ ଦେଲେ ଶଶିକଳା ଦେବୀ ।


ଆଁ...... ଅମେନ୍ସ ଡେ, ସେଇଟା ପୁଣି କଣ ? ସ୍ତ୍ରୀ ଲୋକ ଙ୍କ ମସିକିଆ ଧରମ ହେଲେ ତାକୁ ଇଂଗିଲିସ ରେ ମେନ୍ସ କୁହନ୍ତି ବୋଲି ମୁଁ ଏତିକି ଜାଣିଛି, ଛି ଛି କି ଯୁଗ ହେଲା ଲୋ ମାଆ ଆକୁ ବି ଖୋଲା ଖୋଲି କହିଛନ୍ତି । ଛି ଛି ଛି ।

ଓଃ ମାଳତୀ, ଏସବୁ କିଛି ନୁହେଁ । ତୁ ଜାଣିନୁ ବୋଧେ, ଆଜି ବିଶ୍ୱ ମହିଳା ଦିବସ । ମହିଳା ମାନଙ୍କୁ ସମ୍ମାନ ଦେବା, ସେମାନଙ୍କ ତ୍ୟାଗ, ବଳିଦାନ, ସମର୍ପଣ କଷ୍ଟ ପାଇଁ ଆଜି ଏ ଦିନ ଟି ଉସ୍ଛର୍ଗୀକୃତ କରାଯାଇଛି । ବୁଝିଲୁ ? 


ପାଟିଟାକୁ ଆଁ କରି ମୁଣ୍ଡରେ ହାତ ମାରି ଅବୁଝା ଅବୁଝା ଭଙ୍ଗୀ ରେ ହଁ ମାରି ବୁଝିଗଲା ବୋଲି କହିଲା ମାଳତୀ ।

ହଉ ଲୋ ମାଆ ମୁଁ ଯାଉଛି, ବାବୁ ଆଉ ସାନ ବାବୁ ଆସିବାର ସମୟ ହେଲାଣି ମୁଁ ଝଅଟି ପାଇଟି ସାରି ଘରକୁ ଯିବି । ଘରେ ମୋର ଦୁଇଟି ଝିଅ କୁ ବେଡି ରେ ବାନ୍ଧି ଆଇଛି । ପୁଣି ତାଙ୍କ କଥା ବୁଝିବାକୁ ହେବ ।


କଣ କହୁଛୁ ମାଳତୀ??? ପିଲା ଦି ଟା ଙ୍କୁ ତୁ ଘରେ ଏକା ଛାଡି ଆସିଛୁ ସେ ବି ପାଦରେ ବେଡି ପକେଇ ! ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଶଶିକଳା ଦେବୀ ।


କଣ ଆଉ କହିବି ମାଆ, ଗରିବ ମାଇପ ସଭିଙ୍କ ଶାଳୀ । ଆ ପୂରୁବ ରୁ ଆଉ ଜଣେ ବାବୁ ଙ୍କ ଘରେ କାମ କରୁଥିଲି, ସେଠି ସେ ବାବୁ ଆଉ ବାବୁଆଣି ମତେ ଭାରି ଭଲ ପାଉଥିଲେ । ମୋ ଝିଅ ଦୁଇଟା ର ବି ଭଲ ମନ୍ଦ ଟିକେ ଟିକେ ବୁଝୁଥିଲେ । ଦିନେ ଝଡି ବରଷା ରେ ବାବୁ ମଦ ପିଇ ମତେ ଟଣା ଘୋଷରା କଲେ, ତାଙ୍କ ବାବୁଆଣି ମୋ ମୁଣ୍ଡରେ ଦୋଷ ଲଦି ମତେ ଚାକିରୀ ରୁ ବାହାର କରିଦେଲେ । ହାତ ଗୋଡ଼ ଜାକି ବସିଲେ କୋଉଠୁ ଖାଇବୁ । ଗେରସ୍ତ ବି ମୋର ଟ୍ରଲି ଟାଣେ । ଯେତିକି ମିଳେ ସେଇଥିରେ ଗୁଜୁରାଣ ମେଣ୍ଟେନି । ଦୁଇ ଦୁଇ ଟା ମାଇକିନିଆ ଝିଅ ଗୁଡା । କାହା ପଖରେ ଛାଡ଼ିବି ।

 ସରକାର ସିନା ଯୋଜନା ସବୁ ବଡ଼ ବଡୁଆ ଙ୍କ ପାଇଁ କରିଛି ଆମ ଦୁଃଖ କିଏ ବୁଝୁଛି । 

କହିଲ ଦେଖି ମାଆ, ଆଜି ଯୋଉ ମହିଳା ଦିବସ କଥା କହୁଛ ସେଇଟା ର ମାନେ କଣ । ମୁଁ ପାଇଁ ସେଇଟା ମହିଳା ନୁହେଁ ମଇଳା ଦିବସ । 

ସମାଜ ରୁ ଆଗେ ମଣିଷ ରୂପୀ ସୈତାନ ଙ୍କ ମଇଳା ସଫା କରନ୍ତୁ ଏ ସରକାର । ତାପରେ ମହିଳା କଥା ଭାବିବେ ।

ମହିଳା ଦିନ ଆରମ୍ଭ ରୁ ଦିନ ସରିବା ଯାଏଁ ଖଟିବେ, ସେଇ ମାନେ ଆମରି ଠାରୁ ଜୀବନ ପାଇ ଆମ ପାଇଁ ବଡ଼ ହେଇ ପୁଣି ଆମ ଇଜ୍ଜତ ଲୁଟିବେ । 

ରାସ୍ତା ରେ ବୁଲା କୁକୁର ର ଲମ୍ବା ଲମ୍ବା ଲୋଲୁପ ଜିଭ ପରି ସେମାନଙ୍କ ଶରୀର ଖାଲି ଆମକୁ ଝିଣିବା ପାଇଁ ଚାହଁ ରହିଥାଏ, ସେସବୁ ରେ ଏ ଗୋଟେ ଦିନ ର ମହିଳା ଦିବସ କଣ ପାଇଁ ମାଆ ?? 


 ବାକ୍ୟ ଶୂନ୍ୟ ହେଇ ମାଳତୀ ର ଯୁକ୍ତି ଶୁଣୁଥାନ୍ତି ଶଶିକଳା ଦେବୀ । ମାଳତୀ ସିନା ମୂର୍ଖ ଲୋକ ଟା ହେଲେ ତା ଯୁକ୍ତି ପୁରା ଉପଯୁକ୍ତ ।


ପୁଣି ମାଳତୀ କହୁଥାଏ, ଆମେ ଦୁଇଜଣ କାମକୁ ଗଲେ ଝିଅ ଦୁଇଟା ପାଇଁ ବିପଦ । ନକଲେ ନହୁଏ । ସେଥିପାଇଁ ବାହାରୁ କବାଟ ଦେଇ ତାଙ୍କ ପାଦରେ ବେଡି ପକେଇ ମୁଁ କାମକୁ ଆସେ । ଆମେ ସିନା ଗରିବ ଲୋକ ହେଲେ ଆମ ଇଜ୍ଜତ ଆମ ପାଇଁ ବଡ଼ । 


ତାଳି ମାରି ଖୁସି ଗଦଗଦ ହେଇଯାଉଥାନ୍ତି ଶଶିକଳା ଦେବୀ । ସତରେ ସେ ବି ଗୋଟେ ନାରୀ ନା, ନିଜ ଝିଅ ଦୁଇଟା କୁ ଯନ୍ତ୍ରଣା ରେ ଛାଡି ସେ ବି କରିଚାଲିଛି ତା କର୍ତ୍ତବ୍ୟ ।


ଛଳ ଛଳ ହେଇଯାଉଥାଏ ମାଳତୀ ର ଆଖି । ଯାହା ବି ହେଲେ ସେ ଜଣେ ମାଆ ।

ଶଶିକଳା ଦେବୀ କଥା ଟା କୁ ବୁଲେଇ ଦେଇ କହିଲେ, ଥାଉ ମାଳତୀ । ଆଜି ତୋର ବେସି କାମ ନାହିଁ । ସେତିକି ଥାଉ । ଆଜି ବାବୁ ଆସିଲେ ଆମେ ସବୁ ବାହାରକୁ ଜିବୁ ଖାଇବାକୁ । ତେଣୁ ତୋର କାମ ବନ୍ଦ । ଆଉ ହାତରେ କିଛି ଟଙ୍କା ଗୁଂଜି ଦେଇ ମାଳତୀ ହାତରେ କହିଲେ ଜା ତୋ ପିଲା ମାନଙ୍କ ପାଇଁ କଣ କିଣି ନେଇଯିବୁ ଆଉ ହଁ କାଲି ଆସିଲା ବେଳକୁ ତୋ ଦୁଇଟା ପିଲାକୁ ଧରି ଆସିବୁ । ସେମାନେ ଆଜିଠୁ ମୋ ପାଖରେ ରହିବେ ।


ମାଳତୀ ଖୁସିରେ ବିଭୋର ହେଇଗଲା ଆଉ କହିଲା ମାଆ" ସବୁ ଯଦି ତମ ପରିକା ହେଇଯାନ୍ତେ ତ ଏଇ ଯୋଉ ମହିଳା ଦିବସ କଥା କହୁଛ ସେଇଟା ଆଉ ମଇଳା ହୁଅନ୍ତା ନାହିଁ ।

ଠୋ ଠୋ କରି ହସୁଥାନ୍ତି ଶଶିକଳା ଦେବୀ । ଆଉ ମନେ ମନେ ଭାବୁଥାନ୍ତି ମାଳତୀ ପରି ଜୀବନ କାଟୁଥିବା ମହିଳାଙ୍କ ପାଇଁ ଆଜି ର ଏଇ ଓମେନ୍ସ ଡେ ର ମୂଲ୍ୟ କଣ ?


Rate this content
Log in