STORYMIRROR

Debasmita jena

Inspirational

3  

Debasmita jena

Inspirational

ବିଶ୍ୱ ମାତୃତ୍ୱ ଦିବସ ର ଅନୁଚିନ୍ତା

ବିଶ୍ୱ ମାତୃତ୍ୱ ଦିବସ ର ଅନୁଚିନ୍ତା

2 mins
210

ଆଜି ଭାରି ଖୁସି ଲାଗିଲା ସାମାଜିକ ଗଣ ମାଧ୍ୟମ ରେ ସେଇ ସବୁ ମହାନ ମହିଳା ମାନଙ୍କୁ ଦେଖି,ଯାହା ପାଇଁ କି ଆମେ ଏ ଧରା ପୃଷ୍ଠ କୁ ଆସି ପାରିଛୁ । ସ୍ରଷ୍ଟା ଙ୍କ ସୃଷ୍ଟି ର ସବୁଠାରୁ ଅନନ୍ୟ ଅତୁଳନୀୟ ଆଉ ଏକ ବିସ୍ମୟ ସୃଷ୍ଟି ହେଉଛନ୍ତି ସେ । ଖୁବ ଛୋଟିଆ ଶବ୍ଦ ଟିଏ,ନାଁ ନାଁ ଶବ୍ଦ ନୁହେଁ ମାତ୍ର ଅକ୍ଷର ଟିଏ କିନ୍ତୁ ତାର ମହିମା,ଅବଦାନ ଆଉ ପ୍ରେରଣା ଅବର୍ଣ୍ଣନୀୟ । ସେ ଆଉ କେହି ନୁହେଁ ସେ ହେଉଛନ୍ତି "ମାଆ" । ଆଃ ଖୁବ ଆତ୍ମସନ୍ତୋଷ ଦିଏ ଏହି ଶବ୍ଦ ଟିଏ । ମନରେ ଭରି ଦିଏ ଭୟ ଭିତରେ ଅଭୟ ର ଅଦେଖା ଆବରଣ ଟିଏ ପୁଣି ଆଣିଦିଏ ମନରେ ଆକାଶ ଠାରୁ ଅଧିକ ସାହସ ଶକ୍ତି ଆଉ ବିଶ୍ୱାସ । ମଧୁର ତାର ସ୍ପରସ ଆଉ ଅମୃତ ସମ ତାର ସେଇ ପ୍ରେମ ଯାହା କି ଚିର ଶାଶ୍ୱତ, ଆଉ ନିସ୍ୱାର୍ଥ । ଦୁନିଆରେ ସେ ହିଁ ଏକ ମାତ୍ର ବ୍ୟକ୍ତି ଯିଏ କି ବିନା କିଛି ସ୍ୱାର୍ଥ ରେ ନିଜର ସବୁ କିଛି ସମର୍ପି ଦିଏ କହିବାକୁ ଗଲେ ଜଣେ ଉସ୍ଛର୍ଗୀକୃତ ମଣିଷ ଟିଏ । 


 ଆଜି ବିଶ୍ୱ ମାତୃତ୍ୱ ଦିବସ । ସମସ୍ତେ ନିଜ ନିଜ ମା ପାଇଁ ଲେଖା ଫୋଟୋ ଫେସବୁକ ଠାରୁ ଆରଂଭ କରି ହ୍ଵାଟ୍ସଆପ, ଇଂସ୍ଟଗ୍ରାମ, ପେପର ସବୁଠି ଛାଡିଛନ୍ତି । ମୋର ବି ମୋ ବୋଉ ପାଇଁ କିଛି ଲେଖିବାକୁ ଇଛା ହେଲା କିନ୍ତୁ ଲେଖି ପାରିଲି ନାହିଁ । ଲେଖିବାକୁ ଯେତେ ଭାବିଲି ମୋ ବୋଉ କରିଥିବା ଆମ ପାଇଁ ଏତେ ତ୍ୟାଗ ଆଉ ସେବା ପାଇବା ପରେ ବି ଆମେ କେମିତି ତା ଉପରେ ଅଭିମାନ ଆଉ ଅଭିଯୋଗ କରୁଥିଲୁ ସେଇ କଥା ସବୁ ମନେ ପଡ଼ିଲା ଆଉ ମତେ ଧିକ୍କାର ବି ଲାଗିଲା । ଏବେ ମୁଁ ବି ମାତୃତ୍ୱ ର ସ୍ୱାଦ ଚାଖିଛି ଆଉ ଅନୁଭବ କରିଛି ହୃଦୟ ର ଅତି ଅନ୍ତର ରୁ ମୋ ବୋଉ ର ସେଇ କଷ୍ଟ କୁ । ସେଇ ନିଷ୍ଠା ଆଉ ଅଦେଖା ଯନ୍ତ୍ରଣା କୁ । ସେଇ ଭୋକିଲା ପେଟରେ ଆମ ଭୋକ ମେଣ୍ଟାଉ ଥିବା ମଣିଷ କୁ ।

କିଂତୁ ଏଭଳି ଜଣେ ମହାନ ଆତ୍ମା ପାଇଁ କଣ ଏଇ ଗୋଟେ ଦିନ ଯଥେଷ୍ଟ କି ? ସେ ବି କିଛି ଲୋକଙ୍କ ପାଇଁ ସାମାଜିକ ଗଣମାଧ୍ୟମ ରେ ଚର୍ଚ୍ଚା ର ପରିସର ଭୁକ୍ତ ହେବା ପ୍ରୟାସ ରେ ଏହି ପ୍ରଚେଷ୍ଟା କରିଥାନ୍ତି । ଲାଇକି କମେନ୍ଟସ ପାଇ ସେ କୃତ୍ୟ କୃତ୍ୟ ହୁଅନ୍ତି କିନ୍ତୁ ଏସବୁ କରିବା କଣ ଠିକ କି ?

 ଯଦି ସତରେ ସେମାନେ ନିଜ ମା ପାଇଁ କିଛି କରିଥାନ୍ତେ ତ ଆଜିର ଏ ଜରାଶ୍ରମ ଲୋଡ଼ା ହେଇ ନଥାନ୍ତା । ହୃଦୟ ରୁ ଗୋଟେ ଘଣ୍ଟା ତାଙ୍କୁ ଯଦି ଆମେ ଦବା ସେମାନେ ବହୁତ ଖୁସି ହେବେ କାହିଁକି ନା ଆମେ ସାତ ଜନ୍ମ ରେ ବି କେବେ ବି ମା ର ଋଣ ସୁଝି ପାରିବା ନାହିଁ । ସେ ଆମର ଅମୂଲ୍ୟ ସମ୍ପଦ ଟିଏ ଆଉ ନିରାପଦ ଆଶ୍ରୟ ଟିଏ ।


 ମରଣଶୀଳ ଦୁନିଆ ରେ ଆମେ ସମସ୍ତେ ଦିନେ ନା ଦିନେ ମରିବା କିଂତୁ ତ୍ୟାଗ,ସେବା ଆଉ ସମର୍ପଣ କେବେ ମରିବନି କି ଏ ପବିତ୍ର ମା ଶବ୍ଦ ରେ ଥିବା ମଧୁର୍ଯ୍ୟତା କେବେ କମିବନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational