STORYMIRROR

Sunanda Mohanty

Abstract Others Children

3  

Sunanda Mohanty

Abstract Others Children

ସ୍ଥାନ

ସ୍ଥାନ

2 mins
376


ସେଦିନ ଦିଲ୍ଲୀରେ ପହଂଚୁ ପହଂଚୁ ପୁଅ କହିଲା ସ୍ୱାମୀ ନାରାୟଣଙ୍କ ମନ୍ଦିର କୁ ଯିବା, ଆଉ ପହଂଚିବା ପରେ ଲାଇଟଶୋ ଦେଖିବାକୁ ଟିକେଟ ବି କଟା ସରିଗଲା, ହେଲେ, ସବୁ ଚେକିଂ ପରେ ବି ମୋ ବ୍ୟାଗ ଟି ଅଡୁଆ ହେଲା, ତ ପୁଣି କାଉଣ୍ଟର ଯାଇ ଟୋକନ କରି, ଲେଡୀସ ଧାଡିରେ ପୁଣି ଚେକିଂ ର ସମ୍ମୁଖୀନ ହେବା ପରେ, ପହଂଚିଗଲୁ l

   ସେତେବେଳକୁ ଆମ ଶାଶୁ ବୋହୁଙ୍କୁ ଖୋଜି ବାପା ପୁଅ ରାଗ ତମତମ, ଡ଼େରିର କାରଣ ଜାଣିଲା ପରେ ବି ରାଗ କମୁନି,କାରଣ ଗହଳି ବଢିଲେ ଲାଇଟ ଶୋ ଦେଖିବାକୁ ଉପଯୁକ୍ତ ସିଟ ମିଳିବନି, ହେଲେ ଆମକୁ ସ୍ୱାମୀ ନାରାୟଣଙ୍କ କରୁଣାରୁ ବଢିଆ ସିଟ ମିଳିଗଲା ଆଉ ଶୋ ବି ଆରମ୍ଭ ହୋଇଗଲା l

   କି ସୁନ୍ଦର ଲାଇଟ ଓ ପାଣିର ଖେଳ, ଜମିଗଲା ଭଳି ଦୃଶ୍ୟ, ସ୍ୱାମୀ ନାରାୟଣ ଙ୍କ ମୂର୍ତ୍ତୀ ଥିବା କାରୁକାର୍ଯ୍ୟପୂର୍ଣ୍ଣ ଅଟ୍ଟାଳିକା ତଥା ମନ୍ଦିର ଟି ଲାଇଟର ସାଜସଜ୍ଜା ରେ କେବେ ବରୁଣ, କେବେ ଇନ୍ଦ୍ର, କେବେ କୁବେର ତ କେବେ ଯମଦେବ ତ କେବେ ସୂର୍ଯ୍ୟଦେବତା ଙ୍କ ଚମତ୍କାର ଉଆସ ସବୁ,ଆଉ ଥରକୁ ଥର ସେମାନଙ୍କ ଭିତରୁ ଜଣେ ଜଣେ ବାହାରି, ତଳେ ଲାଇଟ ଓ ପାଣିର ବର୍ଣ୍ଣାଳି ଭିତରେ ଖେଳୁଥିବା ପିଲାମାନଙ୍କସହ ଟକ୍କର ଦେଇ ତାଙ୍କ ଆଲୋକବର୍ଣ୍ଣାଳି କୁ ଧ୍ବଂସ କରିବାକୁ ଯାଇ ପରାସ୍ତ ହେଉଥାନ୍ତି ଥରକୁ ଥର ତ ନିଜ କ୍ରୋଧରେ ନିଜ ଉଆସ ଧୂଳିସାତ ହେଉଥାଏ ପରକୁ ପର l

   ଏ ସବୁ ଦୃଶ୍ୟରାଜି ଆଲୋକ ଓ ପାଣିର ମିଶ୍ରିତ ଚମତ୍କାରିତାରେ, ଆମେ ଦର୍ଶକ ବିଭୋର, ଦର୍ଶକ ଗ୍ୟାଲେରୀରେ ଥିବା କିଛି କିଛି କୁନି ପିଲା ବି ଅଣାୟତ୍ତ ରୁ ଆୟତ୍ତ ଭିତରେ ରହିଥାନ୍ତି ଚୁପଚାପ, ଆଉ ଦୃଶ୍ୟରାଜି ର ଅଙ୍କ ପରେ ଅଙ୍କ ର ସମାପ୍ତି ସହିତ ଶେଷକୁ ସମସ୍ତଙ୍କ ଅନୁରୋଧରେ ବିଷ୍ଣୁ ବୁଝାଇଛନ୍ତି ଅଂହଙ୍କାର ଓ କ୍ରୋଧ ମଣିଷଙ୍କର ପରମ ଶତ୍ରୁ ଆଉ କୋମଳମତି ନିଷ୍ପାପ ଶିଶୁମାନଙ୍କ ନିଷ୍ପାପପୂର୍ଣ୍ଣ ସରଳତାକୁ କେହି ବି କ୍ରୋଧ ଦ୍ୱାରା ଛୀର୍ଣ୍ଣ କରିପାରିବେ ନାହିଁ, ତ ହଠାତ ଆଲୋକ ର ବର୍ଣ୍ଣାଳି ଭିତରେ ଜଙ୍ଗଲୀ ବାଘର କୁଦି ପଡିବା ଦୃଶ୍ୟ ସହ ଆଲୋକ ଓ ପାଣିର ଫୁଲ ଓ ଫୁଲଝରୀ ଦୃଶ୍ୟ ର ସମାପ୍ତି ରେ ମନ୍ତ୍ରମୁଗ୍ଧ ହେଲାବେଳେ ମୋର ଟିକି ନାତୁଣୀ ଟି କଥା ମନେପଡ଼ୁଥିଲା ଓ ଅକ୍ଷରାଧାମ ସ୍ଥାନଟିର ମାହାତ୍ମ୍ୟରେ ମନ ପୁରିଯାଇଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract