ଷଣ୍ଢ ନିଶାପ
ଷଣ୍ଢ ନିଶାପ
ପ୍ରକୃତିର ପ୍ରତିଦାନରେ ଐଶ୍ୱର୍ଯ୍ୟମଣ୍ଡିତ ଗିରିବନ ବେଷ୍ଟିତ ଓଡ଼ିଶାର ଚାଷୀ-ମୂଲିଆ ଅଧୁସିତ ଶାନ୍ତ, କାନ୍ତ ଅଞ୍ଚଳ ବାଲିପାଟଣା। ଆଜି ସାରା ଓଡ଼ିଶାରେ ପ୍ରସାରିତ ତାର ଖବର। ଏ ଖବରରେ ଅଛି କୁମ୍ଭାର ର ମାଟିପାତ୍ର ଓ ଦେବା ଦେବୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ, ତନ୍ତୀର ତନ୍ତ ଓ ଲୁଗାବୁଣା, ହାଟୁଆଙ୍କ ବେପାର ବଣିଜ ଆଉ ଚାଷୀଙ୍କ ଫଳନ୍ତି କ୍ଷେତ ର କାହାଣୀ। ଗ୍ରାମବାସୀଙ୍କ ଚାହାଣି ଓ ଚଳଣିରେ ଅଛି ପ୍ରେମ ଓ ବିଶ୍ୱାସର ଅତୁଟ ବନ୍ଧନ। ସେହି ସାଂସ୍କୃତିକ ଜୀବନଧାରାର ସାମାନ୍ୟ ଝଲକ………….
ପ୍ରତେକ ଅଞ୍ଚଳର ଗ୍ରାମବାସୀଙ୍କ ଚାହାଣି, ଚଳଣି ତଥା ଜୀବନର ଚିତ୍ର ଓ ଚମକରେ ସ୍ୱତନ୍ତ୍ରତା ସ୍ପଷ୍ଟ ବାରି ହୋଇପଡେ। ପୁଣି ଗୋଟିଏ ଅଞ୍ଚଳର ଅଧିବାସୀଙ୍କ ସହିତ ଆଉ ଗୋଟିଏ ଅଞ୍ଚଳର ଅଧିବାସୀଙ୍କ ସଂଯୋଗ, ସମ୍ପର୍କ ତଥା ସାନିଧ୍ୟ ଫଳରେ ଭିନ୍ନ ଭିନ୍ନ ସଂସ୍କୃତି ମଧ୍ୟରେ ସଂଘର୍ଷ ସମନ୍ୱୟ ଏବଂ ସଂକ୍ରମଣ ମଧ୍ୟ ସମ୍ଭବ ହୁଏ। ଫଳରେ ଗୋଟିଏ ଅଞ୍ଚଳର ସଂସ୍କୃତି ନୂତନ ଶକ୍ତିରେ ସମୃଦ୍ଧ ହୁଏ।
ବ୍ରାହ୍ମଣୀ ନଦୀ କୂଳରେ, ବାଲିପାଟଣା ଏକ ବିରାଟ ଗାଁ। ଯେଉଁଠି ବ୍ରାହ୍ମଣ,ଶୁଦ୍ର,ହରିଜନ ଏବଂ ମୁସଲମାନ ଆଦି ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଯାହାକି କେତେଗୋଟି ଛୋଟ ଛୋଟ ଗାଁ, ସାହି ଓ ବସ୍ତି ରେ ବିଭକ୍ତ ହୋଇଅଛି। ଏହି ଗ୍ରାମ ଗୁଡିକର ଉତ୍ପତି ଓ ଆଦିସ୍ଥାନ ସମ୍ପର୍କରେ ବିଶେଷ କୌଣସି ତଥ୍ୟ ବା ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ। କୁହାଯାଏ ବ୍ରାହ୍ମଣୀ ନଦୀର ବାଲି ପାର ହୋଇ ଆସିଲେ ଗ୍ରାମଟି ପଡୁଥିବାରୁ ତା’ର ନାମ ବାଲିପାଟଣା ରଖାଯାଇଛି। ଏଠାକାର ଲୋକେ ମୁଖ୍ୟତଃ ଚାଷବାସ, ବେପାର ବଣିଜ, ମାଛଧରା ଆଦି କାର୍ଯ୍ୟ କରି ପେଟ ପୋଷନ୍ତି। ସମ୍ପୂର୍ଣ ଜନସଂଖ୍ୟାର ଏକତୃତୀୟାଂଶ ଲୋକେ ଗରିବ ଅଟନ୍ତି। ଦରିଦ୍ରତା ର ପକ୍ଷାଘାତ ସହି ସେମାନେ ମଫସଲି ଶୈଳୀର ଜୀବନ ଯାପନ କରନ୍ତି। ହେଲେ, ବାରମାସରେ ତେର ପର୍ବ ଏଠାରେ ହୋଇଥାଏ। ଚାଷୀ-ମୂଲିଆ ପରିବାର ପାଖରେ ଅଧିକ ଟଙ୍କା ନଥାଏ ସତ ଏମାନଙ୍କ ହୃଦୟରେ ବହୁତ ଭଲପାଇବା ଥାଏ। ତେଣୁ ଏଠିକାର ଲୋକଙ୍କ ମଧ୍ୟରେ ସେମିତି କୌଣସି ମତଭେଦ ପରିଲକ୍ଷିତ ହୁଏନାହିଁ। ବହୁ ସମ୍ପ୍ରଦାୟର ଲୋକ ରହୁଥିଲେବି କେବେ ଜାତି ଜାତି ମଧ୍ୟରେ ବିବାଦ ଦେଖାଯାଏ ନାହିଁ। ହିନ୍ଦୁ ମୁସଲମାନ ସମସ୍ତେ ଗୋଟିଏ ଭାତୃତ୍ୱ ବନ୍ଧନରେ ବାନ୍ଧିହୋଇ ରୁହନ୍ତି। ହାଟୁଆ ମାନେ ଗାଁ ହାଟ ମାନଙ୍କରେ ବିଭିନ୍ନ ପ୍ରକାରର ପରିବା, ତେଜରାତି ଜିନିଷ ଆଦି ବିକ୍ରି କରୁଥିବା