STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ସରପଞ୍ଚବାବୁ

ସରପଞ୍ଚବାବୁ

1 min
413

  ମାଆ ଝିଅ ଦୁହେଁ ପରସ୍ପରକୁ ଧରି କାନ୍ଦୁଥିଲେ ଫୁଲି ଫୁଲି. ହଁ ଝିଅ ବାହାଘର, କାନ୍ଦିବା ସ୍ୱାଭାବିକ, ହେଲେ ଏ ବାହାଘର ସ୍ୱାଭାବିକ ନଥିଲା. ବାପା ଚାଲିଗଲା ପରେ ପୋଲିଓ ପୀଡିତା କନ୍ୟାକୁ ଏଯାଏଁ ଭରସା ହୋଇ ଆସୁଥିଲେ ମାଆ ଗାୟତ୍ରୀ, ଯେଉଁ ବୟସରେ ସୁଖ ସନ୍ତୋଷ ପାଇବା କଥା ପାଇନାହାନ୍ତି ଗାୟତ୍ରୀ ଦେବୀ ବରଂ ଜୀବନ ଜଞ୍ଜାଳ ଭିତରେ ପାଲଟି ଯାଇଛନ୍ତି କନ୍ୟାଟିର ଏକମାତ୍ର ଭରସା, ଆହା ରାହା ଓ ସାହା l

  ଏକୁଟିଆ ସ୍ତ୍ରୀ ଲୋକ କେତେ କରିବେ, ସାହିର ଅନାଥ ବାଳକ ହରିର ସାହାରା ନିଅନ୍ତି, ତାକୁ ଦୁଇ ଅକ୍ଷର ପଢାନ୍ତି, ବହି ଦୋକାନଟିଏ ଖୋଲାନ୍ତି ଦାଣ୍ଡପଟ ଘରେ ଆଉ ହରି ବି ଏଣିକି ପାଠ ଶାଠ ପଢି ବ୍ୟାଙ୍କ ଯାଇ ଗାୟତ୍ରୀ ମାଉସୀଙ୍କ ପେନସନ ଆଣିଦେବା, ଝିଅ ମାନସୀ ପାଇଁ ଔଷଧ ଆଣି ତାକୁ ଠିକ ସମୟରେ ଖୁଆଇବା ଇତ୍ୟାଦି ଏ ଘରର ଅନେକ ଦାୟିତ୍ୱ ତୁଲାଇଲାଣି. ପରସ୍ପର ପରସ୍ପରର ସାହାରାରେ ଦିନ ଆଗକୁ ବଢ଼ୁଥିଲା ସତ ହେଲେ ନିନ୍ଦା ଅପବାଦ କମୁନଥିଲା l

   ଲୋକେ ବୋଲିବେ କଣ, କଥାଟିକୁ ଖାତିର ନକରି ବି ଗାୟତ୍ରୀ ହାରିଗଲେ ରୁଗ୍ଣ ଶରୀରକୁ ବାର୍ଦ୍ଧକ୍ୟ, ତାଙ୍କୁ ହାରିକୁ ବାଦ ଦେଇ ସଂସାର ଚଲେଇବା ସମ୍ଭବ ହେଲାନାହିଁ ସେ ସ୍ଥିର କଲେ, ହରି ବି ରାଜି ହୋଇଗଲା, ମାନସୀକୁ ତା ଜୀବନ ସାଥୀ କରିବାକୁ l

   ମାଆ ଗାୟତ୍ରୀ ଝିଅ ମାନସୀ ଆଖିରୁ ଲୁହ ପୋଛି କହୁଥିଲେ, ଦେଖ ମାଆ ମୁଁ ଚାଲିଗଲା ପରେ ହରି ହିଁ ତୋର ଏକମାତ୍ର ଆସରା ତଥାପି ମାନସୀ ମାଆ ଛାତିରେ ଲୋଟି ପଡି କାନ୍ଦୁଥିଲା କଇଁ କଇଁ. ଆଉ ଏସବୁ ପାଇଁ ଯାହାର ଅକୁଣ୍ଠିତ ସାହାଯ୍ୟ ସହଯୋଗ ପାଇଥିଲେ ଗାୟତ୍ରୀଦେବୀ, ସେ ଥିଲେ ଗ୍ରାମର ଏକମାତ୍ର ପରୋପକାରୀ ସରପଞ୍ଚବାବୁ l


Rate this content
Log in

Similar oriya story from Abstract