Suchismita Sahoo

Tragedy Inspirational

3  

Suchismita Sahoo

Tragedy Inspirational

ସରଂକ୍ଷଣ

ସରଂକ୍ଷଣ

5 mins
213


ସମୟ ପ୍ରାୟ ଅପରାହ୍ନ ୪ଟା। ଦମ କରି ଉପରୁ କଣ ଗୋଟିଏ ତଳେ ପଡିବାର ଶବ୍ଦ ପାଖ ଉଚ୍ଚ ଅଟ୍ଟାଳିକରୁ ବହୁତ ଜୋରରେ ଶୁଭିଲା। ଲୋକମାନେ ଧାଇଁ ଗଲେ ସେ ଅଟ୍ଟାଳିକା ପାଖକୁ ଦେଖିବାକୁ। ଦେଖିଲେ ଗୋଟିଏ ୨୯-୩୦ ବର୍ଷର ଝିଅ ପଡିଛି ତଳେ ଆଉ ପାଖରେ ଧାର ଧାର ରକ୍ତର ସୁଅ। କଣ ହେଲା, ହେଇ ହେଇ ପଡିଗଲା ପଡିଗଲା, କେମିତି ପଡିଲା, ଆତ୍ମହତ୍ୟା ନା ମର୍ଡର, କିଏ ତାକୁ ହସ୍ପିଟାଲ ନିଅ, ଏମିତି ସବୁ ହେଉଥାନ୍ତି ସେ ଝିଅ ପାଖେ ରୁଣ୍ଡ ହେଇ, କିଏ କିଏ ତ ମୋବାଇଲରେ ଫଟୋ ଓ ଭିଡିଓ କରୁଥାଆନ୍ତି ବୋଧହୁଏତାଙ୍କ ସୋସିଆଲ ସାଇଟରେ ଦେବାକୁ, ହେଲେ କେହି ଟିକେ ଯାଇ ଦେଖୁନାହାନ୍ତି ଝିଅଟି ବଞ୍ଚିଛି କି ନାହିଁ। ଠିକ୍ ସେହି ସମୟରେ ଜଣେ ଭଦ୍ରଲୋକ ଝିଅର ପାଖକୁ ଗଲେ, ସେ ଡାକ୍ତରୀ ପାଠ ପଢ଼ିଛନ୍ତି କି ନାହିଁ ଜଣାନାହିଁ ହେଲେ ନାଡୀ କିଛି ସମୟ ଚିପି ଧରି ଘୋଷଣା କଲେ ସେ ମୃତ। ସମସ୍ତେ ଖାଲି ହାଏ ହାଏ ହେଇଥାନ୍ତି। ତା ବାପା ମାଆଙ୍କୁ କେମିତି ଲାଗିବ ଏ କଥା ଶୁଣି। ଏତେ ବଡ଼ ଝିଅଟାକୁ ହରେଇଲେ, ଆହା। ଏ ବି କେମିତିକା ଝିଅ, ସିଧା ଆତ୍ମହତ୍ୟା, ନିଶ୍ଚୟ କିଛି ଭୁଲ କରିଥିବ, ଆଜିକାଲିର ମର୍ଡନ ଝିଅ ଏମାନେ, ନିଶ୍ଚୟ ଲିଭଇନ ରିଲେସନରେ ଥିବ ଆଉ....ତାଙ୍କ କଥା ନ ସରୁଣୁ କିଏ ଜଣେ ଭଦେଲୋକ ପଛପଟୁ ଚିତ୍କାର କରି କହିଲେ ରୁହନ୍ତୁ, କିଛି ନ ଜାଣି ପର ଝିଅ ନାଆଁରେ ଏମିତି ମିଛ ଅପବାଦ ଦିଅନ୍ତୁନି। ଏତକ କହି ଭିଡକୁ ଏଡାଇ ଯାଇ ପହଞ୍ଚିଲେ ଝିଅ ପାଖେ ସେଇ ଭଦ୍ରଲୋକ ଜଣଙ୍କ। ଝିଅର ପାଖରେ ପହଞ୍ଚିବା କ୍ଷଣି ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା। ସେ ନିଜ ଆଖିକୁ ଵିଶ୍ଵାସ କରି ପାରୁନଥିଲେ। ଏ ତ ତାଙ୍କର ଅଲିଅଳି ଗୋଟିଏ ଝିଅ ରେଖା, ଆଉ ସେ। ଆଉ ବେଶୀ କିଛି ନ ଭାବି ସଙ୍ଗେ ସଙ୍ଗେ ଗାଡ଼ିରେ ହସ୍ପିଟାଲ ନେଇଗଲେ। ଭଗବାନ ବଡ଼ଲୋକ, ଯଦିଓ ବହୁତ ରକ୍ତ ବୋହି ଯାଇଥିଲା ରେଖା ଦେହରୁ, ହେଲେ ସେ ତାକୁ ବଞ୍ଚେଇଦେଲେ। ହସ୍ପିଟାଲରୁ ଭଲ ହେଇ ରେଖା ଘରକୁ ଫେରିଲା। ଧୀରେ ଧୀରେ ସେ ସୁସ୍ଥ ହେଉଥାଏ, ଟିକେ ଟିକେ ଖାଲି ଦୁର୍ବଳ ଯା ଅନୁଭବ କରୁଥିଲା ସେ। ସେଦିନ ସେ ଲକ୍ଷ୍ୟ କଲା ତା ଦୁଆର ପାଖରେ ଯେମିତି କିଏ ଗୋଟିଏ ଆସୁଛି ଆଉ ଯାଉଛି। ଦୁଆର ପରଦାରେ ସେ ଛାଇକୁ ସ୍ପଷ୍ଟ ଭାବେ ଦେଖି ପାରୁଥିଲା। କିଏ ଏତେ ଥର ଦୁଆର ପାଖକୁ ଆସି ଫେରି ଯାଉଛି ବୋଲି ଦେଖିବାକୁ ସେ କଷ୍ଟେ ମଷ୍ଟେ ଉଠି ଦୁଆର ପାଖକୁ ଆସି ଦେଖିଲା ତା ବାପା ଫେରିଯାଉଛନ୍ତି। ସେ ଡାକ ପକେଇ ଅଟକିବାକୁ ଅନୁରୋଧ କଲା। ବାପାଙ୍କ ଅଙ୍ଗଭଙ୍ଗୀରୁ ବୁଝିଗଲା ସେ କିଛି କହିବାକୁ ଚାହୁଁଛନ୍ତି। ସଙ୍ଗେ ସଙ୍ଗେ ପଚାରିଲା, ବାପା ତୁମେ କିଛି କହିବାକୁ ଚାହୁଁଛ ବୋଧହୁଏ? କିଛି ପଚାରିବ ମତେ? କୁହ କଣ କହିବାର ଅଛି? ବାପା ଖାଲି ତାକୁ ଚାହିଁ ରହିଲେ, ବାପା ଆଉ କିଛି ପଚାରିବାରୁ ରେଖା କହି ଉଠିଲା, ବାପା ମୁଁ ଜାଣେ ତୁମେ କଣ ପଚାରିବ, ମୁଁ ଏମିତି ଗୋଟେ ବଡ଼ ଭୁଲ କେମିତି କରି ବସିଲି ଆଉ କାହିଁକି କଲି। ମୁଁ ଆଉ ପାରିଲିନି ବାପା। ତୁମ ଆଦର୍ଶ, ସତ୍ୟ ଧର୍ମ ନ୍ୟାୟ ପଥରେ ଚାଲି ଚାଲି ମୁଁ କେବଳ ବିଫଳତାର ସ୍ୱାଦ ଚାଖୁଛି ବାପା। ଏଠି ସତ୍ୟର ସ୍ଥାନ ନାହିଁ। ଆଉ ରହିଲା ମୋ ଜାତି, ଲାଗୁଛି ଯେମିତି ବ୍ରାହ୍ମଣ ଘରେ ଜନ୍ମ ହେଇ ମୁଁ ମସ୍ତବଡ ପାପ କରିଦେଇଛି, ବ୍ରାହ୍ମଣ ଜାତିର ହେବା ଗୋଟିଏ ଅଭିଶାପ। ଲାଗୁଛି ପୂର୍ବେ ବ୍ରାହ୍ମଣ ମାନେ ନୀଚ୍ଚ ଜାତିର ଲୋକଙ୍କ ଉପରେ ଯେଉଁ ସବୁ ଜୁଲୁମ କରୁଥିଲେ ଏବେ ସେମାନେ ତାର କଡା ଗଣ୍ଡା ହିସାବ ନେଉଛନ୍ତି। ବାପା କହିଲେ ଏମିତି କଣ କହୁଛୁରେ ମାଆ, ବାପାଙ୍କ କଥାକୁ କାଟି ରେଖା କହି ଉଠିଲା, ମୁଁ ଠିକ କହୁଛି ବାପା, ସରକାରଙ୍କର ଏ ସରଂକ୍ଷଣ ବ୍ୟବସ୍ଥା ମତେ ସତେ ଅଣନିଃଶ୍ୱାସୀ କରିଦେଉଛି ବାପା। ମୁଁ ପିଲାଟି ଦିନରୁ ଶ୍ରେଣୀରେ ପ୍ରଥମ, ଖାଲି ପାଠ ପଢା ନୁହେଁ ଖେଳକୁଦ, କବିତା ଲିଖନ ସବୁଥିରେ ଥିଲି ଆଗୁଆ, ତେଣୁ ଆଦର୍ଶ ଛାତ୍ରୀ ଭାବେ ସାର୍ଟିଫିକେଟ ବି ପାଇଛି। ନା କେବେ ଚୋରି କରି ବିଦ୍ୟା ଶିଖିଛି ନା ଚୋରି କରି ମାର୍କ ରଖିଛି। ସବୁବେଳେ ନିଜ କର୍ମରେ ସଫଳତା ପାଇଁ ମୁଁ ଶତ ଚେଷ୍ଟା କରୁଥାଏ। ଯୋଉଠି ସାଙ୍ଗ ମାନେ ସମ୍ପର୍କୀୟମାନଙ୍କର ବିବାହ, ବ୍ରତ ସବୁଥିରେ ମଜି ରହୁଥିଲେ ମୁଁ ଗଢିବାକୁ ଚେଷ୍ଟା କରୁଥିଲି ମୋ ସ୍ୱପ୍ନ। ହେଲେ ମତେ ମିଳିଲା କଣ ବାପା। IIT-JAMରେ ମୁଁ ୩୨ ନମ୍ବର ରଖି ବି clear କରି ପାରିଲିନି ହେଲେ ମୋର ସାଙ୍ଗ ଯିଏ SC category ର ମାତ୍ର ୮ ନମ୍ୱର ରଖି clear କରିଗଲା ଆଉ IITରେ ସିଧା admission। ବାପା ମୁଁ କାହାକୁ ଛୋଟ କରି କହୁନି ହେଲେ ତାର ସ୍ନାତକୋତ୍ତରେ ସବୁ ସେମିଷ୍ଟରରେ ବ୍ୟାକ। କପି କରି ଆଉ ସାରଙ୍କୁ ଅନୁରୋଧ କରି ସେ ପାଶ୍ କରିଥିଲା ସ୍ନାତକୋତ୍ତର। ଆଉ ଏବେ ସେ IITର ଛାତ୍ର। ତାପରେ ଚାକିରର ପାଇଁ entranceରେ ବି ସେମାନେ କମ ମାର୍କ ରଖିବି ଉତ୍ତୀର୍ଣ୍ଣ ହେଇ ଯାଆନ୍ତି। କିଛି ମାତ୍ର ମାର୍କ ରଖି ସେ interview ପାଇଁ select ହେଇଗଲା। ମୋର ଏବେ ବି ମନେ ଅଛି ସେ interview ରୁମରୁ ବାହାରି ଜୋରରେ କାନ୍ଦିଥିଲା ମତେ ଧରି, କାହିଁକି ନା ସେ ଗୋଟିଏ ବି ଉତ୍ତର ଦେଇ ପାରିନଥିଲା। କିନ୍ତୁ କିଛିଦିନ ପରେ ତାର କଲ ଆସିଲା ସେ IITର faculty ହେଇଗଲା କାହିଁକି ନା SC/ST ପାଇଁ ତ ଚାକିରୀରେ ଅଲଗା ସରଂକ୍ଷଣ। ଆଉ ମୁଁ ସବୁ ପ୍ରଶ୍ନର ଉତ୍ତର ଦେଇ ବି .... । ତୁମେ କୁହ ବାପା, ଯିଏ ନିଜେ କଷ୍ଟେ ମଷ୍ଟେ ଟାଣି ଟୁଣି ହେଇ ପାଶ୍ କରିଛି ସେ ତାର ଛାତ୍ରକୁ କଣ ପଢେଇବ? କଣଟା ଶିକ୍ଷା ଦେବ? ଛାଡ଼, କାହାର କଣ ହେଲା ମୁଁ ସେ ନେଇ କହୁନି ବାପା, ମୁଁ ଏମିତି ବି କହୁନି ଯେ ସମସ୍ତେ ମୂର୍ଖ, ହେଲ ମୋର କହିବା କଥା ଅନେକ ଜଣଙ୍କର ଯୋଗ୍ୟତା ନ ଥାଇ ବି ସେ ସରଂକ୍ଷଣ ଦ୍ୱାରା ଆଗକୁ ମାଡି ଯାଉଛନ୍ତି। ବୁଝୁଛି, ସମସ୍ତଙ୍କୁ ସମାନତା ଦେବାକୁ ଏ ସରଂକ୍ଷଣ ବ୍ୟବସ୍ଥା ଥିଲା। ହେଲେ ଆଜି କେବଳ ତେଲିଆ ମୁଣ୍ଡରେ ତେଲ। ଏବେବି ନୀଚ୍ଚ ଜାତିର ଲୋକ ଅଶିକ୍ଷିତ ଓ ପଛୁଆ ହେଇ ଅଛନ୍ତି। ସରକାର ସେ ବିଷୟରେ କେବେ ତର୍ଜମା କରିଛନ୍ତି? ଦ୍ଵାଦଶ ଯାଏଁ ସରକାର ଏମିତି ସରଂକ୍ଷଣ ନିୟମ ରଖନ୍ତୁ, ହେଲେ ଉଚ୍ଚ ଶିକ୍ଷାରେ ଏମିତି ରଖି ସେ ଶିକ୍ଷା ବ୍ୟବସ୍ଥାକୁ ଖରାପ କରୁଛନ୍ତି, ଏଇଟା ବି ସରକାରଙ୍କର ବୁଝିବା ଦରକାର। ଛାଡ଼, ସେସବୁ କଥା। ହେଲେ ମୁଁ ଭାଙ୍ଗି ପଡିଲିଣି ବାପା। ଝିଅଟିଏ ବୋଲି କିଏ କେତେ କଥା ତୁମକୁ କହିଗଲେ। ଝିଅଟିର ପଢ଼ାରେ ପଇସା ସାରୁଛୁ ପୁଣି ତାର ବାହାଘର କେମିତି କରିବୁ। ଏମିତି କେତେ କଥା। ହେଲେ ସଭିଙ୍କ ମୁହଁକୁ ଚୁପ କରାଇ ତୁମେ କହିଥିଲ, ମୋ ଝିଅ ପାଠ ପଢି ଉଚ୍ଚ ଶିକ୍ଷିତା ହେବ, ଆଉ ଚାକିରୀ କରି ମୋ ଘରର ଦାୟିତ୍ୱ ନେବ, ନିଜ ବାହାଘରର ଖର୍ଚ୍ଚ ନିଜେ ଉଠେଇବ। ହେଲେ ମୁଁ ତୁମର କିଛି ବି କଥା ରଖିପାରୁନି ବାପା। ଜାଣି ପାରୁନି କୋଉଠି ମୋର ଭୁଲ। ସବୁ ବେଳେ ମୁଁ ସତ୍ୟ, ନ୍ୟାୟର ପଥରେ ଚାଲିଛି, କର୍ମ ପ୍ରତି ନିଷ୍ଠା ଆଉ ସମାୟାନୁବର୍ତ୍ତିତା ରଖିଛି, କଠିନ ପରିଶ୍ରମ କରିଛି। ତଥାପି ସବୁବେଳେ ମୋର ପରାଜୟ। ହେଲେ ଅନ୍ୟାୟ ପଥରେ ଚାଲୁଥିବା ଲୋକ ସଫଳତାର ଶୀର୍ଷରେ। ଅନ୍ୟକୁ ଦେଖି ଇର୍ଷା କରିବା ଠିକ ନୁହେଁ ଜାଣେ ବାପା ହେଲେ ଯେବେ ବୋଉର ଫଟା ଶାଢ଼ୀ ଦେଖୁଛି, ସ୍ୱାଭିମାନରେ ବଞ୍ଚିଥିବା ମୋ ବାପାଙ୍କୁ ଯେବେ ଅନ୍ୟକୁ ପଇସା ମାଗି ଲଜିତ ହେବାର ଦେଖୁଛି, ମୋ ଅନ୍ତର ଆତ୍ମା କାନ୍ଦି ଉଠୁଛି ବାପା। କୁହ କାହାର ଭୁଲ, ସଂରକ୍ଷଣ ବ୍ୟବସ୍ଥାର, ନା ଝିଅ ଜନ୍ମର ନା ମୋ ଭାଗ୍ୟର?। ବାପା ତ ମୋ କଥା ଶୁଣି ନିରୁତ୍ତର ରହିଲେ, ହେଲେ ଆପଣଙ୍କ ଉତ୍ତର କଣ?

*ବି.ଦ୍ର.: କୌଣସି ଜାତି କଥା ଉଠେଇବା କିମ୍ବା କାହାକୁ ଉଚ୍ଚ ନୀଚ୍ଚ କହିବା ମୋର ଲକ୍ଷ୍ୟ ନୁହେଁ। ଯଦି ସେପରି ପ୍ରତିଫଳିତ ହେଉଥାଏ ତେବେ ମୁଁ କ୍ଷମାପ୍ରାର୍ଥୀ। ମୁଁ କେବଳ ସରଂକ୍ଷଣ ବ୍ୟବସ୍ଥାର side effect ଦେଖେଇବାକୁ ଚେଷ୍ଟା କରିଛି।*



Rate this content
Log in

Similar oriya story from Tragedy