Susant Purohit

Tragedy Inspirational Others

4  

Susant Purohit

Tragedy Inspirational Others

ସ୍ଵର୍ଗରେ ପୁଣିଥରେ

ସ୍ଵର୍ଗରେ ପୁଣିଥରେ

5 mins
248



ଥରେ ନାଇଜେରିଆ ଦେଶର ଅରବପତି ଶିଲ୍ପପତି ଫେମୀ ଓଟେଡୋଳା ( Femi Otedola ) ଙ୍କ ନାଇଜେରିଆ ରେଡିଓ ତରଫରୁ ଏକ ସାକ୍ଷାତ୍କାର ନିଆ ଯାଇଥିଲା । ସେଥିରେ ତାଙ୍କୁ ସ୍ଵାଗତ ସମ୍ଭାଷଣ କରାଯିବା ପରେ କାର୍ଯ୍ୟକ୍ରମର ଉପସ୍ଥାପକ ପ୍ରଶ୍ନ କଲେ , 


“ ମହାଶୟ , ଆପଣ ତ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇ ପାରିଛନ୍ତି , ସଫଳ ବ୍ୟବସାୟୀ , ସଫଳ ଉଦ୍ୟୋଗପତି , ସଫଳ ଆମଦାନୀ ,ରପ୍ତାନି କାରୀ ଆମ ଦେଶର । ଆପଣ ନିଶ୍ଚୟ ଜଣେ ଖୁବ ସୁଖୀ ମଣିଷ ବୋଲି ସମସ୍ତେ ଜାଣନ୍ତି । ଆମ ଶ୍ରୋତାଙ୍କୁ କହିବେ କି ମହାଶୟ , ଆପଣ ଜୀବନରେ ଏପରି କିଛି ଘଟିଛି ଯାହା ଆପଣଙ୍କୁ ଜୀବନରେ ସବୁଠାରୁ ସୁଖୀ ମଣିଷ କରେଇଛି ? “ 

 ଟିକିଏ ମୃଦୁ ହସି , ଟିକିଏ ଅପେକ୍ଷା କରି ଫେମୀ କହିଲେ ତାଙ୍କ ଦୀର୍ଘ ଅନୁଭୂତିର କାହାଣୀ , 


 “ ପ୍ରିୟ ବନ୍ଧୁ ମାନେ , ମୁଁ ଜୀବନରେ ସୁଖର ଚାରିଟି ସ୍ତର ଦେଇ ଗତି କରିଥିଲି । ହେଲେ ପ୍ରଥମ ତିନିତିରେ କୌଣଶୀ ଟି ସ୍ଥାୟୀ ସୁଖ ବା ଖୁସି ଦେଇ ନଥିଲା , ସବୁ କିଛି ସାମୟିକ , ବେସ କିଛି ଦିନ ପାଇଁ ହିଁ । ତେବେ ଅନ୍ତିମ ସ୍ତରରେ ହିଁ ମୁଁ ବୁଝିଲି ପ୍ରକୃତ ଖୁସିର ମୂଲ୍ୟ , ପ୍ରକୃତ ଖୁସିର ଅର୍ଥ , ଯାହା ସବୁ ମନୁଷ୍ୟ ପକ୍ଷରେ ଧ୍ୟାୟ ହେବା ଦରକାର । 


 ଜୀବନର ଯୌବନରେ ଶିକ୍ଷା ଲାଭ ଇତ୍ୟାଦିର ସମାପ୍ତି ପରେ ଯେଉଁ ଧନ ସମ୍ପତ୍ତିର ଆହରଣ କରିବା ପ୍ରକ୍ରିୟା ଦେଇ ମୁଁ ଗତି କରିଥିଲି , ତାହାରୋମାଞ୍ଚକର ନିଶ୍ଚୟ ଥିଲା , ନୂଆ କିଛି କରିବାର ଆନନ୍ଦ ଥିଲା , କିନ୍ତୁ ସେହି ଆନନ୍ଦ ସ୍ଥାୟୀ ନ ଥିଲା । ଧନ ଆହରଣ ଏପରି ଏକ କ୍ରିୟା ଯାହା କେବେ ବି ଯଥେଷ୍ଟ ହୋଇ ନଥାଏ । ଆହୁରି ଆହୁରି ଧନୀ ହେବାର ଲାଳସା ବଢୁଥାଏ । ଏହି ସ୍ତରରେ ପାଇଥିବା ଖୁସି କୁ ମୋ ବିବେକ ଖୁସି ଭାବରେ ନେଇ ପାରୁ ନଥିଲା । “ 


 ଏହା ପରେ ଯେଉଁ ସ୍ତର ଆସିଲା , ତାହା ଥିଲା ଦ୍ଵିତୀୟ ସ୍ତର । ଧନ କିଛି ତ ହୋଇଯାଇଥିଲା । ସାଧାରଣ ମନୁଷ୍ୟର ପ୍ରବୁତ୍ତି , “ଭଲ ଘର ଟିଏ କରିବ , ବଢିଆ ଅତ୍ୟାଧୁନିକ ଗାଡି ଟିଏ ବା ଅଧିକ କିଣିବ , ଆହୁରି କିଛି ମୁଲ୍ଯବାନ ସମ୍ପତ୍ତି ଘରେରଖିବ” , ଏ ସବୁ ଇଚ୍ଛା ତ ମୋର ବି ଥିଲା , ମୁଁ ସେଇ ଇଚ୍ଛା ପୂରଣ କରିବାରେ ଲାଗିଲି । ହଁ , କିଛି ମୂଲ୍ଯବାନ ଜିନିଷ ଟିଏ କିଣିଲେ ନିଶ୍ଚୟ କିଛି ଦିନ ଖୁସି ମିଳୁଥିଲା , କିନ୍ତୁ ବେସୀ କାଳ ନୁହେଁ , ସବୁ ଦେହ ସୁହା ହୋଇଯାଏ , ଆଉ କିଛିରୋମାଞ୍ଚ ନ ଥାଏ ସେଥିରେ ।ମୋର ବି ସେହିପରି ହେଲା । ବଡ ବଡ ଘର , ଗାଡି ଆଦି ସବୁ ସାଧାରଣ ଲାଗିଲା । 


 ତା ପରେ ଉପନୀତ ହେଲା ତୃତୀୟ ସ୍ତର ଜୀବନର । ମୁଁ ପିଲାଦିନୁ ବହୁତ ଉଚ୍ଛାଭିଳାଷୀ ଥିଲି । ସ୍ଵପ୍ନ ବହୁତ ବଡ ଦେଖୁଥିଲି , ନିଜ ପାଇଁ , ଦେଶ ପାଇଁ ମଧ୍ୟ । ଜୀବନ ମଧ୍ୟ ମତେ ନେଇ ଆଦ୍ଯ ଅପରାହ୍ନରେ ପହଞ୍ଚେଇ ଦେବାକୁ ବସିଥାଏ । ତେଣୁ ଏହି ସମୟରେ ସେ ସ୍ଵପ୍ନ ସାକାର କରିବାରେ ଲାଗି ପଡିଲି । ସାଧାରଣ ବ୍ୟବସାୟରୁ ଉଠି ବଡ ବ୍ୟବସାୟ , ଶିଳ୍ପ ଆଦିରେ ନିଜକୁ ନିଯୋଜିତ କଲି । ଦେଖୁ ଦେଖୁ ମୋ ସଫଳତା ବଢି ଚାଲିଲା , ଶୀର୍ଷ କୁ ବି ଛୁଇଁଲା ଯେବେ ମୋ ହାତରେ ନାଇଜେରିଆ ଓ ଆଫ୍ରିକାର ୯୫ ପ୍ରତିଶତ ପେଟ୍ରୋଲିଆମ ପଦାର୍ଥର ବ୍ୟବସାୟରହିବା ସମେତ ମୁଁ ଆଫ୍ରିକା ଓ ଏସିଆର ସର୍ବାଧିକ ସଂଖ୍ୟକ ମାଲବାହୀ ଜାହାଜର ମାଲିକ ହୋଇଗଲି । କିନ୍ତୁ ବନ୍ଧୁ ମାନେ କହିରଖେ ଏହି ସୋପାନରେ ପହଞ୍ଚି ମଧ୍ୟ ମୁଁ ପ୍ରକୃତ ଖୁସି ପାଇ ନଥିଲି , ଯାହା ମୁଁ ପିଲାବେଳେ ସ୍ଵପ୍ନ ଦେଖିଥିଲି । ସବୁକିଛି ଗତାନୁଗତିକ ପରି ହୋଇଯାଇଥିଲା , ପାର୍ଥିବ ଆନନ୍ଦ କେବେ ସ୍ଥାୟୀ ବିକଳ୍ପ ଯେ ନୁହେଁ, ଏହା ମନକୁ ଆସୁଥିଲା ସମୟ ସମୟରେ । 


 ଏହି ପରି ଦିନେ ମତେ ମୋର ଜଣେ ଧର୍ମନିଷ୍ଟ ବନ୍ଧୁ କହିଲେ , “ ବନ୍ଧୁ , ସହରରେ ଏକ ଭିନ୍ନକ୍ଷମ ପିଲାଙ୍କ ପାଇଁ ଦାତବ୍ୟ ପ୍ରତିଷ୍ଠାନ ଟିଏ ଅଛି । ପ୍ରାୟ ସବୁ ପିଲା ଦରିଦ୍ର , କିଛି ଅନାଥ ମଧ୍ୟ । ତୁମର ତ ଧନ ଅଭାବ ନାହିଁ ବନ୍ଧୁ , ସେମାନଙ୍କ ପାଇଁ ଯଦି ଗୋଟିଏ ଗୋଟିଏ ୱ୍ହିଳଚେୟାର ଦେଇ ପାରନ୍ତ , ତାହା ସେମାନଙ୍କ ଅଶେଷ ସୁବିଧା କରି ପାରନ୍ତା । ପିଲା ଦୁଇଶହ ଅଛନ୍ତି । “ ମୁଁ ସଙ୍ଗେ ସଙ୍ଗେରାଜି ହୋଇଯାଇ ତାଙ୍କ ନିକଟକୁ ଦୁଇଶହ ୱ୍ହିଲଚେୟାର ପଠେଇ ଦେବି ବୋଲି କହିଲି । କିନ୍ତୁ ବନ୍ଧୁ କହିଲେ “ ନା ବନ୍ଧୁ , ସେମିତି ହୋଇ ପାରିବ ନାହିଁ । ତୁମେ ନିଜେ ଉପସ୍ଥିତରହି ପ୍ରତିଷ୍ଠାନର ସବୁ ପିଲା ଙ୍କୁ ନିଜେ ତାହା ପ୍ରଦାନ କରିବ ।“ 


 ତାହା ବି ରାଜି ହୋଇଗଲି ଓ ପରଦିନ ଦୁଇଶହ ଟି ୱ୍ହିଲଚେୟାର କିଣେଇ ନିଜେ ଉପସ୍ଥିତ ହେଲି ପ୍ରତିଷ୍ଠାନର ହଲରେ । ଦୁଇଶହ ବିଭିନ୍ନ ବୟସର ଭିନ୍ନକ୍ଷମ ପିଲା ଅପେକ୍ଷାରେ ଥାନ୍ତି ଆତୁରରେ । ମୁଁ ଗୋଟି ଗୋଟି କରି ସମସ୍ତଙ୍କୁ ଚେୟାର ପ୍ରଦାନ କଲି । କି ଖୁସି ତାଙ୍କ ଭିତରେ , ସତେ ଯେମିତି ପର୍ବ ଆସିଗଲା , ସୁନ୍ଦର ଲହର ଆସିଲା , ସମସ୍ତଙ୍କ ମୁହଁରେ ଇଂଦ୍ରଧନୁର ସାତରଙ୍ଗ ପରି ହସ । ହଲ ଭିତରେ ଚାରିଆଡେ ସେମାନେ ୱ୍ହିଲ ଚେୟାର ଗୁଡିକ ଖୁସି ହୋଇ ଗଡେଇ ଚାଲିଲେ । ଭୁଲେଇ ଯାଉଥିଲେ ତାଙ୍କ ଭିନ୍ନକ୍ଷୟମତ୍ଵ ଦ୍ଵାରା ଗତି କରିବାର ବାଧା କୁ ।ଆଉ କାହାର ସାହାରା ଦରକାର ନଥିଲା ଗତି କରିବାକୁ । 


 ମୁଁ ବନ୍ଧୁ ଓ ପ୍ରତିଷ୍ଠାନର ପରିଚାଳକ ମାନଙ୍କ ସହିତ କିଛି ସମୟ ଖୁସିରେ ହଲ ଭିତରେ ବୁଲିଚାଲିଥାଉଁ । ପିଲାଙ୍କ ସହିତ କିଛି ସୁଖ ଦୁଖ ବି ହଉଥାଉ । ମୋ ତରଫରୁ ନିଆ ଯାଇଥିବା ମିଷ୍ଠାନ୍ନ ପୁଡିଆ, ପୋଷାକ ଆଦି ସବୁ ବି ପିଲାଙ୍କୁ ଦିଆ ଯାଊଥାଏ । ମୁଁ ଫେରିବାକୁ ବସିଥାଏ । କିନ୍ତୁ ହଲରୁ ଆସିଲା ବେଳେ ହଠତ୍ ଅନୁଭବ କଲି କିଏ ମୋ ଗୋଡ କୁ ଜାବୁଡି ଧରିଛି । ଚକିତ ହୋଇ ତଳକୁ ଦେଖିଲି । ଏକ ସାନ ଛୁଆ ଟିଏ , ବୟସ ହୁଏତ ୮,୯ ବର୍ଷ ହେବ । ଭିନ୍ନ କ୍ଷମ , ଗୋଡ ଦୁଇଟି ତାର ଅଚଳ । ୱ୍ହିଲ ଚେୟାରରେ ବସିଛି , କିନ୍ତୁ ମୁଁ ତା ପାଖ ଦେଇ ଗଲା ବେଳେ ମୋ ଗୋଡ କୁ ଧରିଛି । ତଳକୁ ନଇଁ ତାକୁ ଆଦରରେ ପଚାରିଲି , “ ପୁଅ , ତୋର ଆଉ କଣ ଦରକାର କି ? ନିର୍ଭୟରେ କୁହ , ସବୁ ଯୋଗାଡ କରିଦିଆ ଯିବ । “ 


  ସେଇ ସାନ ପିଲାଟି ସେଦିନ ଯାହା କହିଲା ବନ୍ଧୁ ବାନ୍ଧବୀ ମାନେ , ତାହା ମୋ ଜୀବନର ଗତିପଥ କୁ ସମ୍ପୂର୍ଣ ବଦଳେଇ ଦେଲା , ଜୀବନର ଅସଲ ଦୃଷ୍ଟିଭଙ୍ଗୀ ମତେ ମିଳିଗଲା ସେହି ଠାରେ ....... ପ୍ରକୃତ ଆନନ୍ଦ କଣ ଜାଣିନେଲି ସେହି ମୁହୂର୍ତରେ !


 ପିଲାଟି ହସ ହସ ମୁହଁରେ କହିଲା , “ ନା , ନା , ମୋର ଆଉ କିଛି ଦରକାର ନାହିଁ , ମୁଁ କେବଳ ଆପଣଙ୍କ ମୁହଁ କୁ ଆଉ ଥରେ ପକ୍ଷରୁ ଭଲ କରି ଦେଖି ନେବାକୁ ଚାହୁଛି ଆପଣଙ୍କୁ କେବେ ସ୍ଵର୍ଗରେ ଭେଟିଲେ ଚିହ୍ନି ପାରିବି ବୋଲି , ସେଇଠି ଆପଣଙ୍କୁ ପୁଣି ଥରେ ଧନ୍ୟବାଦ ଦେବାର ଅଛି , ଏତେ କିଛି ଖୁସି ଯେ ଦେଲେ ଆଜି । “ 


 ବନ୍ଧୁ , ବାନ୍ଧବୀ ମାନେ , ଆପଣ ମାନେ ଜାଣି ପାରୁଥିବେ ମୋ ମନର ଆନନ୍ଦ ସେ ସମୟରେ , ଲୋତକାପୃତ ନିଶ୍ଚୟ ହୋଇଥିଲା , ମୋର , ବନ୍ଧୁଙ୍କର , ପ୍ରତିଷ୍ଠାନର ସମସ୍ତଙ୍କର .......  ତାହା ହିଁ ମୋର ପଚରାଯାଇଥିବା ପ୍ରଶ୍ନର ଉତ୍ତର , ଏହି ଘଟନା ହିଁ ମତେ ଚିରନ୍ତନ ଆନନ୍ଦ ଦେଇ ଆସୁଛି ଆଜି ଯାଏ ,ଜୀବନର ଗତିଧାରକୁ ବି ବଦଳେଇ ନେଇଛି ଓ ଜୀବନର ଶେଷ ମୁହୂର୍ତ ଯାଏ ଶାନ୍ତି ଦଉଥିବ । “ 


 ପାର୍ଥର ନିଜସ୍ଵ ପଦେ .... 


 ବନ୍ଧୁ ବାନ୍ଧବୀ ମାନେ , ଏ ତ ଥିଲା ଅନ୍ୟର ଅନୁଭୂତି କୁ ନେଇ ଭାବାନୁବାଦ ବା ମର୍ମାନୁବାଦ । ତେବେ ଆମେ ଯେ କୌଣଶୀ କ୍ଷେତ୍ରରେ ଥାଉ ନା କାହିଁକି କର୍ମ ଏପରି କିଛି କରିଯିବା ଦରକାର ଯେ କେହି ନା କେହି ସେଥି ପାଇଁ ପରେ ଦେଖିଲେ ଆଉଥରେ ଧନ୍ୟବାଦ ଦେବାକୁ ବି ଚାହି ବସିଥିବେ , ସ୍ଵର୍ଗରେ ବି !


 


Rate this content
Log in

Similar oriya story from Tragedy