Jyotiranjan Dash

Romance Others

4.5  

Jyotiranjan Dash

Romance Others

ସପନ ର ନାୟିକା

ସପନ ର ନାୟିକା

2 mins
220


ମୁଁ ବସି କଣ୍ ଗୋଟେ ଭାବୁଥାଏ, କିଛି ସମୟ ପରେ ତମେ ଆସି ପହଁଚିଲ ଆଉ ପଚାରିଲ ଏଠି ବସି କଣ ଭାବୁଛ, ମୁଁ ତମକୁ କେତେ ଆଡେ ଖୋଜିଲଣି ।

ମତେ ଖୋଜୁଥିଲ! କାଇଁ କଣ୍ କାମ ଥିଲା କି ମୁଁ ପଚାରିଲି ।

ମୋ ପାଖରେ ବସି ପଡ଼ି ତମେ କହିଲ କେବଳ କାମ ଥିଲେ ହିଁ ଖୋଜିବି ତମକୁ ଅନ୍ୟ ବେଳେ ଖୋଜିଲେ କଣ୍ ଭୁଲ୍ । ଓଃ ନାକ କୁ ଫୁଲେଇ, ହାତ କୁ ଛାଟି କଥା କହିବା ର ଶୈଳୀ ମୋର ଭାରି ପସନ୍ଦ । ମୁଁ କହିଲି ମୁଁ କଣ ମନା କଲି । ଆଛା ଛାଡ କଣ୍ ପାଇଁ ଖୋଜୁଥିଲ କୁହ । ନାଇଁ ମନେ ପଡୁଥିଲା ତମ କଥା ଦେଖିବାକୁ ଇଚ୍ଛା ହେଲା ତ ସେଥିପାଇଁ ତମେ ମୁରୁକେଇ କି କହିଲ ।

ମୁଁ କିଛି ନକହି ହସି ଦେଲି। ତମର ଏମିତି ଅନେକ କଥାରେ ମୁଁ କିଛି ନକହି ହସିଦିଏ କିନ୍ତୁ ଏ ହସରେ ଭରି ରହିଥାଏ ଅସୁମାରୀ ଭଲପାଇବା । କିଛି ସମୟ ବସିଲା ପରେ ତମେ ମୋ ହାତ ଉପରେ ହାତ ରଖି କହିଲ ଆଜି ତମ ଜନ୍ମ ଦିନ ନା ହେଲେ ମତେ ତ କହିନା ହଉ ଛାଡ଼ happy birthday my କହି ନିରବୀ ଗଲ ତମେ । ମୁଁ ପଚାରିଲି my ପରେ, ହସିଦେଲ ତମେ । ତମ କୁ କିଏ କହିଲା ଆଜି ମୋ ଜନ୍ମଦିନ ବୋଲି ମୁଁ ପଚାରିଲି। ତମେ ହାତ ଛାଡ଼ି ଦେଇ କହିଲ ଯିଏ କହୁ ତମେ ତ କହିନା ନା, ହଁ କାହିଁକି ବା କହିବ, ନିଜର ଭାବିଲେ ସିନା କହିବ । ସବୁ କଥା ରେ ଋଷିଯିବା ତମର ଏ ଅଭ୍ୟାସ ମୋର ଭାରି ପସନ୍ଦ । ତା ପରେ ମୁଁ ତମ ହାତ କୁ ଧରି କହିଲି ଆଛା ହେଉ sorry, ଛାଡ଼ ସେ କଥା । ତମର ସତରେ ମୋ କଥା ମନେ ପଡୁଥିଲା, କାହିଁକି ବା?? ତା ପରେ ପୁଣି ହସିଦେଲ ତମେ । ହାଏ କି ହସ ତମର ଯାହା ହୃଦୟ କୁ ଆନ୍ଦୋଳିତ କରିଦିଏ । ବ୍ୟାଗ୍ ରୁ ଗୋଟେ ଗିଫ୍ଟ ବାହାର କରି ମୋ ହାତ ରେ ରଖି କହିଲ happy birthday again my ପୁଣି ନିରବୀ ଗଲ । Thanks my ମୁଁ ବି ରହିଗଲି କିଛି ସମୟ, ହସି ହସି କହିଲ ଖୋଲିକି ଦେଖୁନା କଣ୍ ଅଛି ସେଥିରେ । ମୁଁ ତମ କଥା ରେ ଖୋଲେ ତ ସେଥିରୁ ବାହାରେ ଗୋଟେ ଘଣ୍ଟା । ବହୁତ୍ ସୁନ୍ଦର ହେଇଚି ମୁଁ କହିଲି, ପୁଣି ମୁରୁକି ହସି ମୋ ହାତ ରେ ଘଣ୍ଟା ବାନ୍ଧୁ ବାନ୍ଧୁ କହିଲ I love you

ଠିକ୍ ସେତିକି ବେଳେ ବାଜି ଉଠିଲା ମୋବାଇଲ୍ ର alarm । ମୋ ନିଦ ଭାଙ୍ଗି ଗଲା । ଧେତ୍ ସ୍ବପ୍ନ ଟେ ଆଖି ମଳି ମଳି କହିଲି । ଭାବିଲି ଏ ସବୁ ସ୍ବପ୍ନ ରେ ହିଁ ଭଲ ଲାଗେ, ନହେଲେ ସତ ରେ କଣ୍ ଏସବୁ ହୁଏ ନା କଣ? ମୋ ଜନ୍ମଦିନ ରେ ତ କେହି ଚକୋଲେଟ ଟେ ବି ଦେଇନାହାନ୍ତି ଆଉ ଘଣ୍ଟା ଆସିବ କୁଆଡୁ । ତମେ ତ ସପନ ର ନାୟିକା ସତରେ ଆସିବ କୁଆଡୁ । ସକାଳ ସ୍ବପ୍ନ ସତହୁଏ ବୋଲି ମନ କୁ ବୁଝେଇ Alarm ବନ୍ଦ କରି ପୁଣି ଶୋଇପଡ଼ିଲି ।


Rate this content
Log in

Similar oriya story from Romance