Jyotiranjan Dash

Others

3.5  

Jyotiranjan Dash

Others

ବ୍ୟାକୁଳ ମନ

ବ୍ୟାକୁଳ ମନ

1 min
110



କେଜାଣି କାଇଁ ଆଜି ଏ ମନ କାହା ପାଇଁ ବ୍ୟାକୁଳ ହୋଇ ଉଠୁଛି । ସତେ ଯେମିତି କାହାକୁ ଖୋଜୁଛି, କାହା ପାଇଁ ଅପେକ୍ଷା କରିଛି, ଆଉ ତାକୁ ଦେଖିବାକୁ ବ୍ୟାକୁଳ ହେଉଛି । ହେଲେ କିଏ ସେ!!! କଣ୍ ଏଯାଏ ବୁଝି ପାରୁନା ବା ତୁମରି କଥା କହୁଛି, କାହିଁକି କେଜାଣି ତୁମ କଥା ଆଜି ବହୁତ୍ ମନେ ପଡୁଚି, ତୁମକୁ ଦେଖିବାକୁ ବି ଇଚ୍ଛା ହଉଛି, ଆଉ ତୁମ ଭାବନା ପ୍ରତି ମୁହୁର୍ତ୍ତରେ ମୋ ମନକୁ ଆନ୍ଦୋଳିତ କରୁଛି । ହେଲେ କଣ୍ ହବ ଆମେ ଯାହା ଚାହୁଁ ତାହା ସବୁବେଳେ ହୁଏନି, ଯଦି ସେମିତି ହେଇଥାନ୍ତା ତାହାଲେ ତୁମେ ଆଜି ମୋ ପାଖରେ ଥାଆନ୍ତ।ବହୁତ୍ ଦିନ ହେଲା ଦେଖିନି ବୋଲି ବିଭିନ୍ନ ପ୍ରକାର ଭାବନା ମନ ଭିତରକୁ ଆସୁଛି, ବେଳେ ବେଳେ ତ ଏମିତି ବି ଲାଗୁଛି କି lockdownରେ ଘର ଲୋକ ଆଉ କାହା ସହ ଜବରଦସ୍ତି ବାହା କରିଦେଇ ନାହାନ୍ତି ତ ।ଏମିତି ବହୁତ୍ କଥା ମନ ଭିତରକୁ ଆସୁଛି, ଆସିବନି ବା କାହିଁକି, ଚାରି ମାସ ତଳେ ଯାଇ ତମକୁ ଦେଖିଥିଲି ।

 College ଖୋଲିଲେ ତୁମ ଦେଖା ମିଳନ୍ତା, କିନ୍ତୁ ତା ବି ହଉନି। ମୁଁ ଆଉ ଏଥିରେ କଣ୍ ବା କରି ପାରିବି । ବାସ୍ ଏତିକି ଚାହେଁ ଯେମିତି ଅଛ ଭଲରେ ଥାଅ । ଆଚ୍ଛା ଶୁଣ ନା, ଏ one sided love କଣ୍ two sided ହବନି । ମୁଁ ଶୁଣିଥିଲି ପ୍ରେମରେ ପଥର ତରଳେ ବୋଲି, ତୁମେ କେବେ ତରଳିବ । ଶୁଣିଥିଲି ପ୍ରେମରେ ଦୁଇ ମନର ମିଳନ ହୁଏ , ଆମର କେବେ ମିଳନ ହବ । ଆରେ ତମେ ତ ଚିନ୍ତାରେ ପଡ଼ି ଗଲଣି । ମୁଁ ତ ବାସ୍ ଏମିତି ଆଚ୍ଛା ରହୁଛି bye ଖୁସିରେ ଥାଅ।



Rate this content
Log in