ଏକ ତରଫା ପ୍ରେମ
ଏକ ତରଫା ପ୍ରେମ
କଲେଜ୍ ଆଡ଼ମିଶନ ର ସେ ଦିନ, ପୁଣି ମଝି ରଜରେ । ବିରକ୍ତ ହେଇ କଲେଜ୍ ରେ ପହଞ୍ଚିଥାଏ, କିନ୍ତୁ କିଏ ଜାଣିଥିଲା ମୋର ସେ ଦିନ ଏତେ ମିଠା ହେବ ଖାସ୍ ତୁମରି ପାଇଁ ।
ଆଡ଼ମିଶନ ହଲ୍ ରେ ପଶିଗଲି ତ ପ୍ରଥମ ଝଲକ ତୁମ ଉପରେ ପଡ଼ିଲା ଆଉ କିଛି କ୍ଷଣ ପାଇଁ ସେଇଠି ଲାଖିଗଲା । ମନ କୁ ବୁଝାଇଲି ଆରେ ଆମେ ଆଡ଼ମିଶନ ପାଇଁ ଆସିଛେ, କିନ୍ତୁ ସେ କଣ ଶୁଣୁଥାଏ, ବାରମ୍ବାର ତୁମ ଆଡକୁ ଆକର୍ଷିତ ହେଉଥାଏ । କିଛି ସମୟ ପରେ ତୁମେ ଆଡ଼ମିଶନ ସାରି ଚାଲିଗଲ, କିନ୍ତୁ ସେତେବେଳେ ହୃଦୟରେ ଜାଗାଟିଏ କିଣି ସାରିଥିଲ ।
ତା ପରେ +୨ ର କ୍ଲାସ୍ ଆରମ୍ଭ ହେଲା, ପ୍ରଥମ ଦିନ ରେ ତୁମ ଦେଖା ପାଇଲିନି, ଦୁଇ ତିନି ଦିନ ପରେ college ରେ ତୁମ କୁ ଦେଖିଲି । କ୍ଲାସ୍ କଲା ପରେ ଜାଣିଲି ଆମର ତ ଗୋଟିଏ ସେକ୍ସନ । ତାପରେ ଠାକୁର ଙ୍କୁ ଗୋଟିଏ ପ୍ରଶ୍ନ ତମର ବି ଏଥିରେ ଇଣ୍ଟ୍ରେଷ୍ଟ୍ ଅଛି ନା, thank you thank you ପ୍ରଭୁ, thank you so much । ତୁମ ନାଆ ଜାଣିବାକୁ ମତେ ବର୍ଷେ ଲାଗିଗଲା, ଆଉ ଗୋଟେ କଥା ବି ଜାଣିବାକୁ ପାଇଲି କି ଆମର ସବଜେକ୍ଟ ସବୁ ବି ସମାନ୍ । ଆ ହା କି ଖୁସି କହିଲେ ନ ସରେ ।
କଲେଜ୍ ରେ ତମର ମତେ କଣେଇ କଣେଇ ଚାହିଁବା, ମୋ ନେମ (name) ଆଉ ରୋଲ ନମ୍ବର ମନେ ରଖିବା, ତୁମର ବ୍ୟବହାର ଇତ୍ୟାଦି ମତେ ତମ ପ୍ରତି ଆହୁରି ଆକର୍ଷିତ କରୁଥିଲା । ଯେତେବେଳେ ବି କଲେଜ୍ ଆସୁଥିଲି ପ୍ରଥମେ ତମ ସାଇକଲ ଖୋଜୁଥିଲି । ଯେତେବେଳେ ତମେ କେଉଁ ପୁଅ ଙ୍କ ସହ କଥା ହେଉଥିଲ, ମୁଁ ମୋ ମନକୁ ବୁଝୋଉଥାଏ, ଧେତ୍ ସେମାନେ କେବଳ ସାଙ୍ଗ।
ଏମିତିରେ +2 2nd year ପରୀକ୍ଷା ଶେଷ ହେଲା +3 ର ପ୍ରଥମ କିଛି ଦିନ ମାନଙ୍କ ରେ ତମ କୁ ଦେଖିବାକୁ ନ ପାଇ ମନେ ମନେ ବହୁତ ଦୁଃଖ କରିଥିଲି, କିନ୍ତୁ କିଛି ଦିନ ପରେ ତମେ ପୁଣି କଲେଜ ଆସିବାକୁ ଲାଗିଲ । ଭାବିଲି ଯାହା ହେଉ ପ୍ରଭୁ ପୁଣି ଥରେ ମୋ ଡାକ ଶୁଣିଲେ ।
କିନ୍ତୁ... କିନ୍ତୁ... କିନ୍ତୁ...
କାହାଣୀ ରେ ଆସିଲା ଗୋଟେ ଟ୍ଵିଷ୍ଟ ଗୋଟେ ବଡ଼ ଟ୍ଵିଷ୍ଟ
କୋଭିଡ ୧୯! ଲକଡାଉନ୍ ହେଲା, କଲେଜ ବନ୍ଦ ହେଲା, କିନ୍ତୁ ହଁ ତମ କଥା ମୁଁ ସବୁବେଳେ ଭାବୁଥାଏ, ତୁମକୁ ସୁରକ୍ଷିତ ରଖିବାକୁ ପ୍ରାର୍ଥନା କରୁଥାଏ, ମୋ ପ୍ରାର୍ଥନା ରେ ବୋଧେ ସେତିକି ଶକ୍ତି ଥିଲା ଯୋଉଥିପାଇଁ ତମେ କରୋନା ମହାମାରୀ ରେ ମଧ୍ୟ ସୁରକ୍ଷିତ ଥିଲ ।
ଯେମିତି ଅମାବାସ୍ୟା ସବୁବେଳେ ନଥାଏ, ଖରାପ ପରେ ଭଲ ବି ଆସେ, ସେପରି ଲକଡାଉନ୍ ଶେଷ ହେଲା, କଲେଜ ଖୋଲିଗଲା, ଆଉ ତୁମକୁ ଦେଖିଲି ଗୋଟେ ନୂଆ ରୂପରେ, ଆଗଠୁ ଆହୁରି ଚୁଲବୁଲି, ଆହୁରି ସୁନ୍ଦର ।
କିନ୍ତୁ ଏବେ ପୁଣି ଲକଡାଉନ୍, ପୁଣି କଲେଜ ବନ୍ଦ । ବାସ୍ ଯାହା ବି ହେଉ ତୁମର କିଛି କ୍ଷତି ନହେଉ ।
ଆରେ ଆରେ ଆହୁରି କିଛି କଥା ରହିଗଲା ଯେ,
ତୁମେ ଯଦି ଏ ଲେଖା କେବେ ପଢିଲ, ଆଉ ଆଉ ଜାଣିପାରିଲ କି ଏଇ ଲେଖା ତୁମ ପାଇଁ, ଆଉ ତମ ମନରେ ପ୍ରଶ୍ନ ଉଠିଲା କି ମୁଁ ଏ କଥା କେତେ ପିଲା ଙ୍କ ଆଗରେ କହିଥିବି, କିନ୍ତୁ ନା ଏ କଥା ମୋ ଛଡା ମୁଁ ଆଉ କାହାକୁ ବି କହିନି, ଏମିତି କି ତମକୁ ବି ନୁହଁ, କାରଣ ମତେ ଝିଅ ମାନଙ୍କ ସହ କଥା ହେବା କୁ ଲାଜ ଲାଗେ, ଏ କଥା ଆଉ ବୋଧେ କେବେ ବି କହି ପାରିବିନି, କିନ୍ତୁ ହଁ ଏତିକି ଗର୍ବ ରେ କହିବି ତମ କୁ ବଦନାମ୍ କରିନି, ଆଜି ବି ଏ ଲେଖା ରେ ତୁମ ନାଆ ନାହିଁ ।
ପ୍ରଥମ ଥର ତୁମକୁ ଦେଖିଲା ପରେ କବିତା ଟେ ଲେଖିଥିଲି ତାହା ମଧ୍ୟ କବିତାରେ ରହିଯିବ । କିନ୍ତୁ ଏ ଏକ ତରଫା ପ୍ରେମ ମୋ ତରଫ ରୁ ସର୍ବଦା ଜୀବିତ ଥିବ ।
ରହିଲି ପାଠକେ, ଯାଉ ଯାଉ କବିତା ଟି ଲେଖିଦେଇ ଯାଉଛି ଯଦି ଭଲ ଲାଗିଲା ନିଶ୍ଚିନ୍ତ ଜଣାଇବେ ।
ମନ ମୋର ଉଡା ପକ୍ଷୀ, ତୁମ ପାଖେ ଗଲା ଲାଖି
ପ୍ରଥମ ଦେଖା ରେ ପ୍ରେମ ହେଇଗଲା, କହିବା ରହିଲା ବାକି ।
।। ଆଉ ବୋଧେ କେବେ ବି କହି ପାରିବିନି ।।
