ସନ୍ଥ ଏକନାଥ
ସନ୍ଥ ଏକନାଥ
ଏକନାଥଙ୍କ ଗୁରୁଙ୍କ ନାମ ହେଉଛି ଜନାର୍ଜନ ସ୍ୱାମୀ! ସେ ଜଣେ ସ୍ୱଚ୍ଛଳ ବ୍ୟକ୍ତି ଥିଲେ! ନିଜ ବ୍ୟବସାୟର ହିସାବ ନିକାସ କାର୍ଯ୍ୟକୁ ସମ୍ଭାଳିବା ପାଇଁ ସେ ଏକନାଥଙ୍କୁ ବିଶ୍ୱାସରେ ଦାୟିତ୍ୱ ଦେଇଥିଲେ! ଗୁରୁଙ୍କର ଆଦେଶ ମାନି ଏହି କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟ ଏକନାଥ ମନୋନିବେଶ କରଥିଲେ! ଦିନେ ଭୁଲବଶତଃ ହିସାବ କରୁ କରୁ ଏକ ପାହୁଲାର ହିସାବ ସେ ପାଇଲେ ନାହିଁ! ଭୁଲଟି କେଉଁଠି ରହୁଥିଲା ତାହାକୁ ବାରମ୍ବାର ଖୋଜିବାରେ ଲାଗି ପଡିଲେ! ତଥାପି ଭୁଲଟିକୁ ଧରି ପାରୁ ନ ଥାନ୍ତି! ଏମିତି ଚେଷ୍ଟା କରୁ କରୁ ରାତ୍ର ତିନି ପହର ହୋଇଗଲାଣି! ଭାଙ୍ଗି ନ ପଡ଼ି ହିସାବ ନିକାସ କରୁଥାଆନ୍ତି।
. ହଠାତ ଗୁରୁଙ୍କର ନିଦ ଭାଙ୍ଗି ଗଲା! ଦେଖିଲା ବେଳକୁ ପାଖରେ ଏକନାଥ ନାହାଁନ୍ତି! ତାଙ୍କୁ ଖୋଜିବାକୁ ଯାଇ ଦେଖନ୍ତି ଯେ ଏକନାଥ ପାଖ କୋଠରୀରେ ମାଟି ଦୀପଟିଏ ଲଗାଇ ଭୁଲ ହିସାବକୁ ଠିକ କରିବାକୁ ଲାଗିଯାଇଛି,! ଗୁରୁ ସେହି କୋଠରୀରେ ପ୍ରବେଶ କଲା ବେଳକୁ ପାଟି କରି ଏକନାଥ କହୁଥାନ୍ତି, ଭୁଲ ହିସାବ ଠିକ ହୋଇଗଲା।ତାଙ୍କ ଆନନ୍ଦକୁ ଗୁରୁଜୀ ଲକ୍ଷ୍ୟ କରୁଥାନ୍ତି!
ଗୁରୁ ପଚାରିଲେ,ଏକନାଥ, ଏତେ ଆନନ୍ଦ ହେବାର କାରଣ କଣ? ଗୁରୁଙ୍କ ଆଗରେ ସେ ସମସ୍ତ ବୃତ୍ତାନ୍ତ କହିଲେ! ଏ ସବୁ କଥା ଶୁଣି ସାରିବା ପରେ ଗୁରୁ ତାଙ୍କୁ କହିଲେ, ତୁମେ ଯଦି ଏକାଗ୍ରତା ପୂର୍ବକ ଭଗବାନ ଦତ୍ତାତ୍ରେୟଙ୍କ କଥା ଚିନ୍ତା କଲେ, ତେବେ ତାଙ୍କର କୃପା ଲାଭର ବିଳମ୍ବ ଘଟନ୍ତା ନାହିଁ! ଗୁରୁଙ୍କ ଠାରୁ ଏହା ଶୁଣିବା ପରେ ଏକନାଥଙ୍କୁ ଭଗବତ ପ୍ରାପ୍ତିର ପୁଞ୍ଜି ମିଳିଯାଇଥିଲା! ଦିନରାତି ତାଙ୍କର ଚିନ୍ତନ, ପୂଜା ଆରାଧନା କରି ଆରାଧ୍ୟ ଦେବତା ଙ୍କର ସାନ୍ନିଧ ଲାଭରେ ସଫଳ ହୋଇଥିଲେ! ପରବର୍ତ୍ତୀ ସମୟରେ ସେ ମହାନ ସନ୍ଥ ଭାବରେ ଖ୍ୟାତି ଅର୍ଜନ କରିଥିଲେ।
