ସନ୍ତାନ
ସନ୍ତାନ
ସନ୍ତାନ ନହେବାରୁ ବାପାମାଆ ପୁଅଝିଅ ପାଇଁ ମହାପ୍ରଭୁଙ୍କ ପାଖରେ ବାର ଓଷା ବ୍ରତ ପାଳନ କରିଥାନ୍ତି l ଯଦି ପୁତ୍ର କନ୍ୟା ଭଲ ହୁଅନ୍ତି ତ ବାପା ମାଆଙ୍କ ଦୁଃଖ ଦୂର ହୋଇଯିବ l ଯଦି ପିଲା ଖରାପ ରାସ୍ତାରେ ଗଲେ ତେବେ ସେହି ଘରେ ଅଶାନ୍ତି ଲାଗି ରହିଥାଏ, ଏଣୁ ହେ ପ୍ରଭୁ ଆଜିର ସମାଜର ଚରିତ୍ର ଗଠନ ପାଇଁ ସୁପୁତ୍ରଟିଏ ଦାନ କରନ୍ତୁ ଯିଏ ସମାଜର ମଂଗଳ କାର୍ଯ୍ୟ ସହ ପିତା ମାତାଙ୍କ ସେବା କରୁଥିବ l
ସକାଳର ସୂରୁଜ ସୁନେଲି କିରଣ ଘାସ ଗାଲିଚ୍ଚାରେ ବିଛୁଡ଼ି ହୋଇ ଗଲାଣି l ଘର ପାଇଟି ସାରି ତରତର ହୋଇ କୁନିବାହାରି ପଡ଼ିଲା ନଦୀକୁ ଗାଧୋଇବାକୁ ବାଟରେ ବୁଧେଶ୍ୱରମନ୍ଦିର ପ୍ରତ୍ୟେକ ଦିନ ପରି କୁନି ଗାଧୁଆ ସରିବାପରେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କଲା ଓ ସେଦିନ ସେ ବହୁତ୍ ଜୋରରେ ମୁଣ୍ଡ ପିଟି କହୁଥାଏ ହେ ଠାକୁରେ ନିତି ନିତି ସମସ୍ତଙ୍କ କଥା ଶୁଣିବା ଅପେକ୍ଷା ଆଜି ମୁଁ ନିଶ୍ଚୟ ଜୀବନ ହାରିବି l ମୋର ସବୁପାପ ତୁମକୁ ଲାଗିଵ, କୁନିର ବିକଳିଆ କାନ୍ଦ ଦେଖି ହରି ନନା ପଚାରିଲେ ଆଜି ତମର କଣ ହେଲା, ମା ତମେ କାନ୍ଦୁଛ କାହିଁକି ହରି ନନ ଙ୍କ କଥା ଶୁଣି କୁନି କାନ୍ଦି କାନ୍ଦି କହିଲା ନନା ବାହାଘରକୁ ବାର ବର୍ଷ ହେଲା କିନ୍ତୁ ଆଜି ପର୍ଯ୍ୟନ୍ତ ମୋ କୋଳ ଖାଲି ପଡ଼ିଛି l ରାସ୍ତାରେ ମୁଁ ଯିବା ଆସିବା କରିବାକୁ ଡର ଲାଗୁଛି ସମସ୍ତେ ମୋତେ ବାଂଝ ବୋଲି ଡାକୁଛନ୍ତି l କେତେ ସହିବି ସମସ୍ତଙ୍କ ଦାଉ ପ୍ରଭୂ ମୋ ଡାକ ଶୁଣିବେନି ନନା ହରି ନନା କୁନିର ଦୁଃଖ ଦେଖି ଭାରି ମନ ଦୁଃଖ କଲେ; ଆଉ କହିଲେ ମା ମୋର ଗୋଟିଏ କଥା ମାନିବୁ,
କୁନି କାନ୍ଦି କାନ୍ଦି କହିଲା ନନା ଆପଣ ଯାହା କହିବେ ମୁଁ ସବୁ ମାନିବି l ହରି ନନା କୁନିକୁ କହିଲେ କାଲି ଠାରୁ ଠାକୁରଙ୍କ ପାଖରେ ଅଧିଆ ପଡ଼ିବୁ ବିନା ଈଶ୍ୱର ଆଜ୍ଞା ନ ଦେବା ଯାଏ ନିଷ୍ଠାର ସହିତ ଡାକୁଥିବୁ l ଠାକୁରେ ନିଶ୍ଚୟ ତୋ ଡାକ ଶୁଣିବେ l ନନାଙ୍କ କଥା ମାନି କିଛି ନ ଖାଇ ନ ପିଇ ଅଧିଆ ପଡ଼ିଲା ପାଞ୍ଚ ଦିନ ହୋଇଛି କି ନାହିଁ ଭୋଳା ଶଙ୍କର କୁନିକୁ କହିଲେ ଘରକୁ ଜା କୁନି ମୁଁ ତୋ ପୁଜା ନିଷ୍ଠାରେ ସନ୍ତୁଷ୍ଟ କିଛି ଦିନ ପରେ କୁନିର ଗୋଟିଏ ପୁଅ ହେଇଛି କୁନିର ଦୁଃଖ ଗଲା ତାର ଖୁସି ଦେଖେ କିଏ l
କୁନି ତା ପୁଅର ନାଁ ଦେଇଛି ଶାନ୍ତନୁ l
ଶାନ୍ତନୁ ଦିନୁକୁ ଦିନ ବଡ ହୋଇ ପାଠ ପଢିବା ପାଇଁ ସ୍କୁଲ ଗଲାଣି l ଭଲ ପାଠ ପଢି ସେ ଏବେ ଗୋଟିଏ ଆର୍ମୀ ଅଫିସର ଶାନ୍ତନୁର ବାପା ତା ପାଇଁ ଗୋଟିଏ ସୁନ୍ଦର ଝିଅଟିଏ ବାଛିଛନ୍ତି l ଝିଅଟି ବହୁତ୍ ସୁନ୍ଦର ଆର ଗାଁ ରଘୁ ବାବୁଙ୍କ ଝିଅ ପୁଅ ବାହାଘର ପରେ ଶାନ୍ତନୁ ବାହାରିଲା ତା ଚାକିରି କ୍ଷେତ୍ରକୁ ବୋହୁ ମଧ୍ୟ ସାଙ୍ଗରେ ଗଲା l କିଛିଦିନ ବେଶ୍ ହସ ଖୁସିରେ କଟିଗଲା ହଠାତ୍ ଦିନେ ଫୋନ୍ ଆସିଲା ଶାନ୍ତନୁ ଆଉ ନାହିଁ ସେ ଦେଶ ପାଇଁ ଶହୀଦ ହୋଇ ଯାଇଥିଲା l ଏକଥା ଶୁଣି ଅଜଣା ଆଶଙ୍କାରେ କୁନି ଅଚେତ୍ ହୋଇ ଯାଇଥିଲା l କିନ୍ତୁ ତା ପୁଅ ଦେଶ ପାଇଁ ଶହୀଦ ହୋଇ ଯାଇଥିଲା ଏ କଥା ଚିନ୍ତା କରି କୁନି ନିଜକୁ ଭାଗ୍ୟବାନ ମନେ କଲା l ଆଉ ଆଖିରୁ ଲୁହଧାର ପୋଛି ବଡ ପାଟିରେ କହୁଥାଏ ଧନ୍ୟ ଜୀବନ ଆମର ମାତୃଭୂମି ଲାଗି ମୋ ସନ୍ତାନ ପ୍ରାଣ ବଳି ଦେଲା l ସେ ନିଜେ ଅମର ହେବା ସହିତ ଆମକୁ ବି ଅମର କରିଦେଲା l ଲୁହ ଭିଜା ଆଖି ଯନ୍ତ୍ରଣାର କୋହରେ ସେ କହି ଉଠୁଥାଏ
ବନ୍ଦେ ଉତ୍କଳଜନନୀ
ବନ୍ଦେ ଉତ୍କଳଜନନୀ
ଜୟ ହିନ୍ଦ୍
