STORYMIRROR

Prusty Bilasini

Inspirational

3  

Prusty Bilasini

Inspirational

ଯୌଥ ପରିବାର

ଯୌଥ ପରିବାର

2 mins
224

ଜାଣିଛ ପିଲେ ଯୌଥ ପରିବାର କାହାକୁ କୁହାଯାଏ ? ଯେମିତି କି ଆମ ପରିବାର। ମୁଁ ଆମ ପରିବାର ବିଷୟରେ କହୁଛି, ଆଶା କରୁଛି ଭଲ ଲାଗିବ l ଯେଉଁ ଘରେ ଜେଜେ ଜେଜେମା ବାପା ବଡବାପା ଦାଦା ବଡ ମା ବୋଉ ଖୁଡ଼ି ଆଉ ଆମେ ଭାଇ ଭଉଣୀ ମିଶି ବାର ଜଣ , ସେତେବେଳେ ଆମ ପରିବାର କହିଲେ ଲୋକେ କହୁଥିଲେ ପୃଷ୍ଟି ଘର ଭିତରକୁ ପଶିଗଲେ ଡର ଲାଗୁଛି l ତାଙ୍କର କେତେ ବଡ଼ ପରିବାର ଲୋ ମାଆ l ଲୋକେ ଆମ ପରିବାରକୁ ଦେଖିଲେ ଡରୁ ଥିଲେ l ସବୁଠୁ ବଡ଼କଥା ଆମର ଚାରି ଗୌଣିଆ ହାଣ୍ଡିରେ ଚାଉଳ ପଡ଼େ ରୋଷେଇ ସରିଲେ ଆଗ ଜେଜେବାପାଙ୍କ ସହିତ ବାପା ବଡବାପା ଦାଦା ମାନେ ଖାଇ ବସନ୍ତି ଆଉ ଆମେ ସବୁ ତାଙ୍କ ଚାରିକଡେ ଖାଇ ବସୁଥିଲୁ ଓ କାହିଁକି କହୁଛ ସେଥିରେ ଯୋଉ ଆନନ୍ଦ, କିଏ କା ତରକାରୀ ନେଇ ଗଲାଣି କିଏ ଭଜା ଖାଇଦେଲା ଖାଉ ଖାଉ ଗଣ୍ଡଗୋଳ ଆମ ଭାଇ ଭଉଣୀଙ୍କ ଭିତରେ, ଜେଜେମା ଗାଳି କରିଲେ କେତେ ୠଷି ଯାଉଥିଲୁ ପୁଣି ଟିକେ ପରେ ଯୋଉ ଆନନ୍ଦକୁ ସେହି ଖୁସି, ଭାରି ମଜା ଲାଗୁଥିଲା । ଖରା ଦିନେ ଆମ୍ବ ତୋଟାରେ ଥିବା ଗଛ ମୂଳେ ବସି ଗପର ପେଡ଼ି ଜମୁଥିବା ବେଳେ ଶୀତ ଦିନେ ଖଜୁରୀ ଚଟେଇ ବିଛେଇ, ଦାଣ୍ଡରେ ବସିବା ମଜା, ବର୍ଷା ହେଲେ ମୁଡ଼ି ନଡ଼ିଆ ଖାଇବାର ମଜା ତ ଆହୁରି ନିଆରା ଲାଗୁଥିଲା । ଘରେ ସବୁବେଳେ ହସ ଖୁସି ଭରି ରହିଥିଲା । ବାହାର ଲୋକେ କିଛି କହିଲେ ପରିବାର ଲୋକେ ଏକାଠି ଉଠି ଯାଉଥିଲେ । ଲୋକଙ୍କ ମନରେ ଶଙ୍କା ରହୁଥିଲା ଏବେ ଆମେ ଭାଇ ଭଉଣୀ ବାହାହୋଇ ସାରିଲୁଣି ଆଉ ଆଗ ପରି ନାହିଁ । ସମସ୍ତେ ଘର ଛାଡ଼ି ବାହାରେ ରହିଛନ୍ତି କିନ୍ତୁ ଆମ ପରିବାରର ଲୋକେ କାମ କାର୍ଯ୍ୟ ପଡିଲେ ଏକାଠି ହେଉଛୁ । କିନ୍ତୁ ସେ ଦିନ ଗୁଡା ଆଜି ବି ମନେ ପଡ଼େ ପରିବାର ରେ ଏକତା ହସ ଖୁସି ମା ବଡ ମାଙ୍କ ଆକଟ ଜେଜେଙ୍କ ସ୍ନେହ, ଘରର ସଂସ୍କାର, ପରସ୍ପର ପ୍ରତି ଭଲ ପାଇବା ଯୌଥ ପରିବାରରୁ ମିଳୁଥିଲା ଆଜି ସେଦିନ ଖୋଜିଲେ ବି ମିଳୁନାହିଁ । ଦୁଃଖ ପଡିଲେ କହି ହେଉନି କି ସୁଖ ବେଳେ ପାଖାରେ କେହି ନାହାନ୍ତି । ଭାରି ନିଃସହାୟ ଲାଗୁଛି ବଡ ପରିବାରର ଏକତା ନିଆରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational