ମାଆ ଓ ମମତା
ମାଆ ଓ ମମତା
ଜୟ ଜଗନ୍ନାଥ
ଜନନୀ ଜନ୍ମ ଭୂମିଶ୍ଚ ସ୍ଵର୍ଗଦାପି ଗରୀୟଶି
ମାଆର ମମତା - ଯାହାର ସ୍ନେହ ମମତାର ପରିଭାଷା ସ୍ଵୟଂ ଭଗବାନ ବିଷ୍ଣୁ ବର୍ଣ୍ଣନା କରି ପାରିନାହାନ୍ତି ମୁଁ ତ ଛାର ମାତର, ସେହି ମମତା ମୟୀର ପାଦ ତଳେ କୋଟି ପ୍ରଣାମ ଜଣାଇ ମୁଁ ଗୋଟିଏ କ୍ଷୁଦ୍ର ଗଳ୍ପଟିଏ ଲେଖୁଛି l
ଯାହାର ନାମ ଉଚ୍ଚାରଣ ମାତ୍ରେ ଜେ ଜାଣିପାରେ ତା ସନ୍ତାନର କଷ୍ଟ , ଯିଏ ଧରିତ୍ରୀ ଠାରୁ ବି ମହାନ୍ ସ୍ଵର୍ଗଠାରୁ ଗରୀୟସି ପାତାଳ ଠାରୁ ବି ଗଭୀର ତାର ଗୁଣ ବର୍ଣ୍ଣନା କରିବାକୁ ସାରା ସଂସାରରେ କାହାରି ଶକ୍ତି ନାହିଁ l କେତେବେଳେ ସେ ସନ୍ତାନ ଟେ ଲାଗି ମଙ୍ଗଳମୟୀ ମଙ୍ଗଳା କେତେବେଳେ ସେ ତାରିଣୀ ତ କେତେବେଳେ ମହାକାଳୀ ସାଜିଥାଏ ତା ବିଷୟରେ ଯେତେ ବର୍ଣ୍ଣନା କଲେବି ମୋ ମାଆର ପଣତ କାନିଠାରୁ ଛୋଟ ପଡ଼ିଯିବ l ଆଜି ସେହି ମାଆର ମମତା ବିଷୟରେ ପଦେ ଲେଖିବି ମୋତେ ଆଶୀର୍ବାଦ କରିବୁ ବୋଉ
ମାତୃତ୍ୱ ଆଗରେ ସଂସାରର ସବୁ ସୁଖ ଛୋଟ ପଡ଼ିଯିବ ପିଲା ଯେତେ ଦୂରରେ ରହିଥିଲେ ମଧ୍ୟ ଯଦି ଟିକେ ଝୁଣ୍ଟି ପଡ଼େ ପ୍ରଥମେ ମାଆକୁ କଷ୍ଟ ହୁଏ ମୁଁ ତ ସସାଗରା ପୃଥିବୀ ପରି ମୋ ମାଆ ବିଷୟରେ କିଛି ଲେଖିବାକୁ ଚାହୁଁଛି ଯଦି ମୋର କିଛି ଦୋଷ ତ୍ରୁଟି ଥାଏ ମୋତେ କ୍ଷମା କରିଦେବୁ ବୋଉ କରୁଣା ମୟି ତୋ ବିଷୟରେ ଯେତେ ଲେଖିଲେ ବି ମୋ କାଗଜର ପୃଷ୍ଠା ଛୋଟ ପଡ଼ିଯିବ ଏ କଲମ ଓ କବିର ପ୍ରତିଭା ସବୁ ତୋରି ଆଶୀର୍ବାଦ ତୁ ଯଦି ମୋତେ ଏ ଧରା ପୃଷ୍ଠରେ ନୂତନ ସୂର୍ଯ୍ୟର ଆଲୋକ ନ ଦେଖାଇ ଥାନ୍ତୁ ମୋର ପରିଚୟ ବୋଲି କିଛି ନ ଥାଆନ୍ତା l
ଗୋଟିଏ ଦିନର କଥା ସେଦିନ ଫେବୃଆରୀ ମାସ ଚଉଦ ତାରିଖ ହଠାତ୍ ବାବି ଫୋନ୍ କରି କହିଲା ନାନୀ ଶୀଘ୍ର ଆସେ ବାପାଙ୍କ ଦେହ ବହୁତ୍ ଖରାପ ମୋ ସାନ ଭାଇ ବାବିର ଫୋନ୍ ଶୁଣି ମୋ ପାଦ ତଳୁ ମାଟି ଖସି ଯାଉ ଥିଲା କାରଣ ମୁଁ ସକାଳେ ବାପାଙ୍କ ସହ କଥା ହେଇଛି ବାପାଙ୍କର ହଠାତ୍ କଣ ହେଲା!
ଆଉ କାଳ ବିଳମ୍ୱନକରି ଘରକୁ ବାହାରିଲି ଘରେ ପହଞ୍ଚି ଯାହା ଦେଖିଲି ପ୍ରଥମେ ମୁଁ ହତବାକ ହୋଇଗଲି ସେତେ ବେଳକୁ ମୋ ବାପା ଆଉ ଦୁନିଆଁରେ ନଥିଲେ ପାଖରେ ମୋ ବୋଉ ବସି ଥାଏ ତାର କରୁଣ ନେତ୍ରରୁ ଲୋତକର ଧାର ଛୁଟି ଚାଲିଥାଏ l ମୁଁ ମୋ ବୋଉ ପାଖରେ ବସି ପଡ଼ିଲି ମୋ ବୋଉ ମୋ ଆଖିରୁ ଲୁହଧାର ପୋଛି ପକେଇଲା ଓ ବାପାଙ୍କୁ ଡାକ୍ତର ପାଖକୁ ନେଇ ଫେରିଲା ପର୍ଯ୍ୟନ୍ତ ସବୁ ଦୁଃଖ କାହାଣୀ ମତେ କହିଲା l ଵାବି କହିଲା ନାନୀ ବାପା ଆଉ ନଥିଲେ ଡାକ୍ତର କହି ସାରିଲେଣି କାଳେ ମୁଁ ଭାଙ୍ଗି ପଡ଼ିବି ବୋଉ ସବୁ ଜାଣି ମଧ୍ୟ ମୋତେ କଛି କହିଲାନି ହଠାତ୍ ମତେ କହିଲା ନାନୀକୁ ଭାଇକୁ ଫୋନ୍ କରି କହିଦେ ବାବା ସେମାନେ ଶୀଘ୍ର ଆସନ୍ତୁ ବୋଉର ଧୌର୍ଯ୍ୟ ପାଖରେ ଆମେ ଭାଇ ଭଉଣୀ କୋଟି ପ୍ରଣାମ କରୁଥିଲୁ ଆମ ପାଇଁ ଆମ ବୋଉ ପଥର ପାଲଟି ଯାଇଛି ସେହଦିନଠାରୁ ଆମେ ବୁଝିପାରିଛୁ ପିଲାଙ୍କ ପାଇଁ ମାଆର ମମତା କଣ କାମ ତ ଭଲରେ ଭଲରେ ହୋଇ ଯାଇଥିଲା ବୋଉର ଧୌର୍ଯ୍ୟ ପାଖରେ ଆମେ ଭାଇ ଭଉଣୀ ଅଟକି ଯାଇଛୁ ସନ୍ତାନ ବିପତ୍ତିରେ ପଡିଲେ ମାଆ ଜଣେ ଦେବୀ ପରି ସାହାସ ଶକ୍ତି ଯୋଗାଇ ଦିଅନ୍ତି ଧନ୍ୟ ଆମ ବୋଉ ଧନ୍ୟ ତାର ମମତା।
