STORYMIRROR

Prusty Bilasini

Inspirational

4  

Prusty Bilasini

Inspirational

ଆଜିର ଶ୍ରବଣ କୁମାର

ଆଜିର ଶ୍ରବଣ କୁମାର

2 mins
349


ସକାଳୁ ସକାଳୁ କେତିକା ନାନୀ ଦହି ବଢ଼ା ଧରି ଦାଣ୍ଡ ଅଗଣାରୁ ଡାକ ଛାଡ଼ି ଆସୁଛନ୍ତି ଏ ଭାଉଜ ଭଲ ଦହି ଟିଏ ଆଣିଛି ନିଅ ରଖ ଆଉ ମତେ ଆଜି ଦୁଇଶହ ଟଙ୍କା ଦିଅ ମୁଁ ତମକୁ ଦହି କ୍ଷୀର ଦେଇ ସୁଝି ଦେବି ନାନୀଙ୍କର ହସ ହସ ମୁହଁ ଦେଖି ମୁଁ ପଚାରିଲି କଣ ନାନୀ ଆଜି ତମେ ବେଶ ଖୁସି ଥିଲା ପରି ଲାଗୁଛ, ନାନୀ ହସି ହସି କହିଲେ କଥା କଣକି ସନିଆ ଟା ଗାଡ଼ି ପୁଜା କରିବତ ତାରିଣୀ ମନ୍ଦିର ଜୀବ ଭୋଗ ଟିକେ କରିବ ବୋଲି ମତେ ପଇସା ମାଗିଛି କଣ କରିବି ଯାହା ପଇସା ଥିଲା ମୋ କାନ ସୁନା ଓ ରୂପା ହରଡ଼ ଫାଳିଆ ମାଳ ବିକି ଭାଙ୍ଗି ସବୁ ଗାଡ଼ି ଖଣ୍ଡେ କିଣି ଦେଲି ଛୁଆଟା ଖୁସି ହେବ ଆଉ ଗାଡ଼ି ଚଲେଇ ମତେ ପଇସା ଦେଲେ ମୁଁ ପୁଣି ସୁନା ଗହଣା କରିଦେବି ନାନିର ଖୁସି ଦେଖି ମୋତେ ଭାରି ଖୁସି ଲାଗୁଥିଲା l 

କେତୀକା ନାନୀ ଜନମ ଦୁଃଖି ଟିଏ ଏଇ ଗାଆଁର ଝିଅ ଏଇ ଗାଆଁର ବୋହୂ ନୁରିଆ ଭାଇ ତାର ବରଆଉ ସନିଆ ତାଙ୍କର ଗୋଟିଏ ପୁଅ ନୂରିଆ ଭାଇ କାମ ଧନ୍ଦା କରନ୍ତି ଆଉ କେତିକା ନାନୀ ଗାଈ ଗୋରୁ ଧନ୍ଦା କରନ୍ତି ଓ କ୍ଷୀର ଦହି ବିକି ପରିବାର ଚଳାନ୍ତି ପୁଅ ତ ବାପା ମାଆଙ୍କ ଜୀବନ ସେ ଯାହା ବି ହେଉ ମୁଁ ତ କଥା ହେଉଥିଲେ ହେଉଥିବି ତର ତର ହେଇ ନାନୀଙ୍କୁ ପଇସା ଦେଇ କହିଲି ନାନୀ ତମେ ସନିଆକୁ ପା ପଇସା ଦେଲେ ସେ ଠାକୁରଙ୍କ ପାଖକୁ ଯିବ ଶୀଘ୍ର ଯାଅ ନାନୀ ମତେ କଲ୍ୟାଣ କରି କହିଲେ ଠାକୁର ତମର ମଙ୍ଗଳ କରନ୍ତୁ ଭାଉଜ, ସରଳ ବିଶ୍ୱାସୀ କେତୁକା ନାନୀ ମଣିଷ ହିସାବରେ ବହୁତ୍ ଭଲ ଲାଗେ ମୋ ମନଟା ଭାରି ଖୁସି ହୋଇଗଲା । ଯାହା ହେଉ ସନିଆ ଦି ପଇସା ରୋଜଗାର କଲେ ତା ମାଆର ଦୁଃଖଯିବ।

କିଛଦିନ ପରେ ନୁରୀଆ ଭାଇ ହାତରେ ମିଠା କିଛି ଧରି ଆସିଲେ, ଆଉ ହସି ହସି କହିଲେ ଭାଉଜ ତମ ନାନୀର ଦୁଃଖ ଗଲା ମୁଁ କହିଲି କଣ ହେଲା ଭାଇ ଆଜିତ ଭାରି ଖୁସି ଜଣା ପଡ଼ୁଛ ନୁରିଆ ଭାଇ କହିଲେ ପୁଅ ବାହାଘର ଆସନ୍ତା ମାସରେ ହେବ ସେ ଯାହା ହେଉ ପୁଅ ବାହାଘର ପରେ ସ୍ଵାମୀ ସ୍ତ୍ରୀ ଦୁଇଜଣ ବେଶ୍ କିଛି ଦିନ ଆନନ୍ଦରେ କାଟିଲେ ।

ବାହାଘର କିଛି ଦିନ ପରେ ଶାଶୁ ବୋହୂ ଘରେ ଟିକେ ଟିକେ କଥାରେ ଝଗଡ଼ା ଆରମ୍ଭ କରି ଦେଲେ ନାନୀ କଣ ଟିକେ କହିବାରୁ ଘରେ ଜୋର୍ ଝଗଡ଼ା ହେଲା ଭାଇ ଯେତେ ବୁଝାଇଲେ ସେମାନଙ୍କ ମଧ୍ୟରୁ ଜଣେ କେହି ବୁଝି ପାରିଲା ଭଳି ନଥିଲେ ସନିଆ ତା ସ୍ତ୍ରୀ କଥାରେ ପଡ଼ି ମାଆ ସହିତ ଗଣ୍ଡ ଗୋଳ କରି ଘର ଛାଡ଼ି ଯିବାକୁ କହିଲା ନାନି ତାକୁ ଅଟକାଇବାକୁ ଗଲା ବେଳେ ମାଆ ପୁଅଙ୍କ ଭିତରେ ବଚସା ହେଲାସନିଆ ରାଗରେ ତା ମାଆକୁ ଜୋରରେ ପିଟିଲା ଯାହା ଫଳରେ ନାନୀର ମଝି ପିଠି ହାଡ ଭାଙ୍ଗି ଗଲା କିନ୍ତୁ ସନିଆ ତା ସ୍ତ୍ରୀ ମୋହିନୀ କଥାରେ ପଡ଼ି ଘର ଛାଡ଼ି ଚାଲିଗଲା ସେହଦିନଠାରୁ ଚିନ୍ତା କରି ନୁରିଆ ଭାଇ ଆର ପାରିକୁ ଚାଲିଗଲେ ବାକି ଯାହା ନାନି ବିଛଣାରେ ପଡିଅଛି ଦିନେ ଯଦି କିଏ ମୁଠେ ଖାଇବାକୁ ଦେଲେ ଖାଇଲେ ନ ହେଲେ ନାହିଁ ଧନ୍ୟ ଏହି କଳି ଯୁଗର ଶ୍ରବଣ କୁମାର ଆଜିର ସମାଜର ଆଦର୍ଶ ପ୍ରତିଛବି ପ୍ରତି ପରିବାରରେ ଦେଖିବାକୁ ମିଳୁଛି ମାଆର ମମତା ଆଜି ନିଶ୍ଵ ଆଉ ଭାଇ ଭାଗାରୀଙ୍କ କଥା କିଏ ପଚାରେ ତଥାପି ସମାଜର ପ୍ରତ୍ୟେକ ମାଆ ମାନେ ତାଙ୍କ ପୁଅକୁ ଆଶୀର୍ବାଦ କରି କହୁଛନ୍ତି ହେ ପ୍ରଭୁ ମୋ ପୁଅ ଭଲରେ ଥାଉ ଏହା ବର୍ତ୍ତମାନ ସମାଜର ଜ୍ୱଳନ୍ତ ଉଦାହରଣ ଧନ୍ୟ ଆଜିର ସମାଜର ଅସୁର ରୁପି ଶ୍ରବଣ କୁମାର ମାନଙ୍କୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational