STORYMIRROR

Prusty Bilasini

Inspirational Others

3  

Prusty Bilasini

Inspirational Others

ବାପା

ବାପା

2 mins
162


ବାପା ଯିଏ ସ୍ବର୍ଗଠୁ ମହାନ୍ , ପ୍ରତ୍ୟେକ ସନ୍ତାନ ଲାଗି ବାପା ଆଦର୍ଶ, ବିପଦ ସମୟରେ ସାହାସ ଶକ୍ତି ଯୋଗାଇ ଦିଅନ୍ତି l ସନ୍ତାନକୁ ମା ଧରା ପୃଷ୍ଠକୁ ଆଣିଥାଏ ସିନା ଲାଳନ ପାଳନ ର ଦାୟିତ୍ଵ ବହନ କରିଥାନ୍ତି ବାପା, ନାରିକେଳ ପରି ବାହାର ଶକ୍ତ କିନ୍ତୁ ଅନ୍ତରରେ ଅମୃତ ଭରିଥାଏ l ଯେତେ ଦୁଃଖ ଆସିଲେ ଆମେ ନିଶ୍ଚିତ ଭାବରେ ଥାଉ, କାରଣ ବାପାଙ୍କ ଲାଗି ପ୍ରତ୍ୟେକ ସନ୍ତାନ ସାହାସ ଶକ୍ତି ଓ ପ୍ରେରଣା ଉତ୍ସାହ ପାଇ ପାରନ୍ତି ସେହି ବାପାଙ୍କ ପାଦ ଯୁଗଳରେ ମୋର ହୃଦୟରୁ ଅନନ୍ତ କୋଟି ପ୍ରଣାମ l ଆଜି ମୁଁ ଗୋଟିଏ ଦିନର କଥା ବ୍ୟକ୍ତ କରିବାକୁ ଇଚ୍ଛା କରିଛି ମୋତେ ଆପଣ ଆଶୀର୍ବାଦ କରନ୍ତୁ l

ସେଦିନ ରବିବାର ଥିଲା ମୁଁ ମୋ ଶାଶୁ ଘରେ ଥାଏ l ମୋ ସାନ ଦିଅର ବାହାଘର ପାଇଁ କିଛି ଭଦ୍ର ଲୋକ ଘରକୁ ଆସିଥାନ୍ତି l ସେମାନଙ୍କ ପାଇଁ ଆମେ ସର୍ବେ ଖାଇବା ପିଇବା ଯୋଗାଡ଼ରେ ଲାଗିଥାଉ ବନ୍ଧୁ ଚର୍ଚ୍ଚା ସରିଲା ପରେ ସେମାନେ ଖୁବ୍ ଖୁସି ହେଲେ, ଆଉ ଆମ ପରିବାର ଲୋକେ ତାଙ୍କ ଘରକୁ ଯିବା ପାଇଁ ନିମନ୍ତ୍ରଣ ମଧ୍ୟ କରି କହିଗଲେ l ସେମାନେ ଗଲାପରେ ମୋ ଦିଅର ହଠାତ୍ ରାଗି ମୁଁ ସେଠି ବାହା ହେବିନି କହି ଚାଲିଗଲେ , ମୁଁ ଯେତେ ବୁଝାଇଲେ ମଧ୍ୟ ସେ ନାରାଜ କିଛି ସମୟ ପରେ ଘରକୁ ଫେରିଲେ ଆଉ ମତେ ରାଗି ଯାହା ଇଚ୍ଛା ତାହା ଗାଳି କରିଲେ ମୋ ମନ ବହୁତ୍ କଷ୍ଟ ଲାଗିଲା , ମୁଁ କିଛି ତାଙ୍କୁ ସିନା କହି ପାରିଲିନି କିନ୍ତୁ ବିବ୍ରତ ହୋଇପଡ଼ିଥିଲି l ମୁଁ ମନରେ ଭାବୁଥାଏ ଏ ପରିବାର ଲାଗି ମୋ ଜୀବନକୁ ଉତ୍ସର୍ଗ କରି ଦେଲି ପ୍ରତି ବଦଳରେ ଖାଲି ଗାଳି ମୋ ଭାଗ୍ୟରେ କଣ ଲେଖା ଅଛି l ମୋ ମନ ମଧ୍ୟରେ ଚିନ୍ତା ଦେଖି ମୋ ଶାଶୁ କହିଲେ ତୁ ଗୋଟେ କାମ କର ଯା ତମ ଘର ଆଡୁ ବୁଲି ଆସିବୁ l ତହିଁ ଆରଦିନ ମୁଁ ଆମ ଘରକୁ ଗଲି, ହଠାତ୍ ମତେ ଦେଖି ମୋ ବାପା ବୋଉ ଆଶ୍ଚର୍ଯ୍ୟ ହୋଇଗଲେ, ମୁଁ ମିଛ ହସ ହସି କହିଲି କଣ ମତେ ଦେଖୁଛ ମନଭଲ ଲାଗିଲାନି ସେଥିଲାଗି ଆସିଛି l କିଛି ସମୟ ପରେ ମୁଁ କଥା ହେଉ ହେଉ ଶୋଇ ପଡ଼ିଛି ମୋ ଆଖି ଖୋଲିଲା ବେଳକୁ ମୋ ବାପା ଜଣେ ଡ଼ାକ୍ତରଙ୍କୁ ଡାକିଛନ୍ତି ଆଉ କହୁଛନ୍ତି ସାର୍ ମୋ ଝିଅ ଦେହ ଭାରି ଖରାପ ଆପଣ ଭଲ ଭାବେ ପରୀକ୍ଷା କରି କୁହନ୍ତୁ କଣ ପାଇଁ ସେ ଏତେ ରୋଗିଣା ଦିଶୁଛି ଡାକ୍ତର କହିଲେ ତାଙ୍କର କିଛି ରୋଗ ନାହିଁ ମୁଁ ଭିଟାମିନ ବଟିକା ଲେଖି ଦେଇଛି ଦୁର୍ବଳ ଓ ଥକ୍କା ଦୂର ହୋଇଯିବ, ଡାକ୍ତର ତ ଔଷଧ ଦେଇ ଚାଲି ଗଲେ ମୁଁ କିନ୍ତୁ ଚିନ୍ତା କରୁଥାଏ ମୋ ବାପାଙ୍କ କଥା, ମୋ ଚିନ୍ତା ମୋ ବାପାଙ୍କୁ ଖୋଲି କହି ପାରିଲିନି କହିଲେ ମୋ ବାପା ବୋଉ ଭାଙ୍ଗି ପଡ଼ିବେ ଏମିତି ଅନେକ ପ୍ରଶ୍ନ ମୋ ମନରେ ଚାଲିଥାଏ l ଏହି ସମୟରେ ବାପା ମୋ ମୁଣ୍ଡ ପାଖରେ ବସି ମୋ ମୁଣ୍ଡକୁ ଆଁଉସି ଦେଇ କହିଲେ ମାଆ ତୋ ବାପା ରାଣ ତୋତେ ତୋର କଣ ହେଇଛି ମୋତେ କହ, ବାପାଙ୍କ କଥା ଶୁଣି ମୋ ଆଖିରୁ ଧାର ଧାର ଲୁହ ଛୁଟି ଚାଲିଥାଏ ଆଉ ମୋ ବାପା ମତେ କହୁଥାନ୍ତି ଯଦି ତୋର କିଛି ହେଇଯିବ ତାହାହେଲେ ପ୍ରଥମେ ମୋର ଯିବ ସେମାନଙ୍କର ନୁହେଁ, ତତେ ତୋ ବାପା ରାଣ ମତେ ତୁ କଥାଦେ ଜୀବନରେ କେବେ ଆଖିରୁ ଲୁହ ଗଡାଇବୁ ନାହିଁ l ତୋର ଯାହା କିଛି କହିବାର ଅଛି ମୋତେ ଖୋଲିକି କହ ମୁଁ ସବୁ ସମସ୍ୟାର ସମାଧାନ ପାଇଁ ରାସ୍ତା ଦେଖାଇବି l ସେହି ଦିନୁ ମୋ ବାପା ମୋ ସାଙ୍ଗ ମୋ ଜୀବନ ଜୀବନର ସବୁ ଖୁସି ମୋ ବାପା ମୋ ଲାଗି ସାଇତି ଦେଇ ଆର ପାରିକୁ ଚାଲିଗଲେ, ମୁଁ ଆଜି ନିଶ୍ୱ କିନ୍ତୁ ମୋର ବିଶ୍ବାସ ମୋ ବାପା ମୋ ସହିତ ଅଛନ୍ତିl 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational