STORYMIRROR

Prusty Bilasini

Inspirational

3  

Prusty Bilasini

Inspirational

ମାଆ ଓ ଶାଶୁ

ମାଆ ଓ ଶାଶୁ

2 mins
178

ମାଆ ପବିତ୍ର ପାପନାସିନି ଗଙ୍ଗା, ସହନଶୀଳତା ଉଦାରତା ଜ୍ଞାନଦାତ୍ରୀ ସାରଦା, ମାଆ ବସୁଧା ତାର କୋଳରେ ସ୍ଥାନ ଦେଇ ତା ଦେହର ରକ୍ତ ମାଂସ ଦେଇ ଆମକୁ ଅନ୍ଧାରରୁ ଆଲୋକର ସନ୍ଧାନ ଦେଇଥାଏ। ମାଆର ମମତା ବିଷୟରେ ଯେତେ ଲେଖିଲେ ବି ଭାଷା କମ୍ ପଡ଼ିଯିବ ।ମା ଦେବକୀ ଶାଶୁ ଯଶୋଦା ଉଭୟେ ସନ୍ତାନଙ୍କ ପାଇଁ ସମାନ । ସର୍ବ ପ୍ରଥମେ ମୁଁ ମୋ ଲେଖନୀ ମୁନରେ ଉଭୟଙ୍କ ପାଦ ତଳେ କୋଟି ପ୍ରଣାମ ଜଣାଉଛି ।

ପ୍ରତ୍ୟେକ ପରିବାରରେ ମାଆର ଭୂମିକା ରହିଛି। ମା ଘରର ମେରୁଖୁଣ୍ଟ । ଆଜି ମୁଁ ଦୁଇ ମାଆଙ୍କ ଉଦ୍ଦେଶ୍ୟରେ ଏକ କାହାଣୀ ଅର୍ପଣ କରୁଛି। ଆଶା କରୁଛି ମୋ ଲେଖାଟି ଆପଣମାନଙ୍କ ହୃଦୟସ୍ପର୍ଶୀ ହେବ। ମାଆ ପିଲାଟି ସଞ୍ଚୁରିଲା ଦିନଠୁ ଭୂମିଷ୍ଠ ହେଲା ପର୍ଯ୍ୟନ୍ତ ସବୁ ଦୁଃଖ ସହି ପୃଥିବୀ ପୃଷ୍ଠକୁ ଆଣି ନୂତନ ସୂର୍ଯ୍ୟର ଆଲୋକ ଦେଖାଇ ଥାଆନ୍ତି ଓ କେତେ ସ୍ନେହ ଶ୍ରଦ୍ଧା ଅଜାଡ଼ି ଦେଇ ଲାଳନ ପାଳନ କରିଥାନ୍ତି । ଯଦି ଆମେ ଝୁଣ୍ଟି ପଡନ୍ତି ଆମକୁ କଷ୍ଟ ହେବା ପୂର୍ବରୁ ଆମ ମାଆକୁ କଷ୍ଟ ହୁଏ । ଗୋଟିଏ ସନ୍ତାନର ସବୁ ଅଳି ଅର୍ଦ୍ଦଳି ସହି ତାକୁ ଛୋଟରୁ ବଡ ପର୍ଯ୍ୟନ୍ତ ମାଆ ବିନା ଦ୍ୱିଧା ବିନା ବାଧା ବିନା ସଙ୍କୋଚରେ ବଡ କରିଥାନ୍ତି, ତା ପରେ ପୁଅ କିବା ଝିଅ , ସେମାନଙ୍କ ପାଇଁ ନିଜେ ନ ଖାଇ ନ ପିଇ ପାଠ ପଢା ସମୟରେ ରାତି ଅନିଦ୍ରା ରହି ମଣିଷଟିଏ ଗଢି ସମାଜ ଗଠନ ଦିଗରେ ସଂସ୍କାର ଦେଇ ଗଢ଼ି ତୋଳିଦେଇଥାନ୍ତି ଓ ପରେ ସେମାନଙ୍କୁ ବିବାହ ଦେଇ ସମାଜରେ ସେମାନଙ୍କୁ ପତିପତ୍ନୀର ଆଖ୍ୟା ଦେଇ ଆଗକୁ ବଢ଼ାଇବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି। ବାପା ତ ସ୍ୱର୍ଗ ଠାରୁ ବଡ କିନ୍ତୁ ମାଆ ବସୁଧା ପରି ଜଣେ ଶାଶୁ ଓ ଆଉ ଜଣେ ମାଆ ସେମାନଙ୍କର ଭୂମିକା ସବୁଠାରୁ ଶ୍ରେଷ୍ଠ।


 ମନୋରମା ଦେବୀଙ୍କ ପୁଅ ଝିଅ ପାଞ୍ଚଜଣ ସେମାନଙ୍କୁ ପାଠ ପଢା ସହିତ ଘର କରଣା ଏବଂ ସମସ୍ତଙ୍କୁ ସର୍ବଗୁଣ ସମ୍ପନ୍ନ କରି ସମାଜରେ ସେମାନଙ୍କର ପରିଚୟ ସୃଷ୍ଟି କରିପାରିଛନ୍ତି। ଏକୁ ଆରକ ବଳି କେହି କାହାଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ଜଣେ ଲେଖକ ଆଉଜଣେ ସମାଜସେବୀ ଏହିପରି ଭାବରେ ପିଲାମାନଙ୍କୁ ଗଢି ଦେଇଛନ୍ତି । ଦୁଃଖ ହେଉ କି ସୁଖ ସବୁ ସମାନ କାରଣ ମାଆର ଶିକ୍ଷା ଉପଯୁକ୍ତ ବ୍ୟବହାର, ଭଲ ମନ୍ଦ, ସମାଜ ସଂସ୍କାର, ପରସ୍ପର ପ୍ରତି ଭଲପାଇବା ସବୁ ଭରିଦେଇଛନ୍ତି। ଯାହା ଫଳରେ ପିଲାମାନେ ଜୀବନରେ ସବୁ ସମସ୍ୟାର ସମାଧାନ କରିପାରିବେ। ମନୋରମା ଦେବୀଙ୍କ ବଡ଼ଝିଅ ସନ୍ଧ୍ୟାର ବାହାଘର ସେହି ଗାଆଁର ନିଶି ସହିତ। ମନୋରମା ଦେବୀ ବଡ ଧୁମ୍ ଧାମରେ କରିଲେ ସନ୍ଧ୍ୟା ଯେତେବେଳେ ପ୍ରଥମେ ଶାଶୂ ଘରେ ପାଦ ଦେଲା ବହୁତ୍ ଖୁସିଥିଲା। କିଛିଦିନ ପରେ ସେ ଯାହା କରୁଥିଲା ଟିକେ ଟିକେ କଥାରେ ତାର ଶାଶୁ ଚିଡ଼ି ଉଠୁଥିଲେ ଏବଂ ସନ୍ଧ୍ୟା କିଛି ନ କହି ଚୁପ୍ ଚାପ୍ ଘର ଭିତରେ ବସି ପଡୁଥିଲା । କିଛି ଦିନ ପରେ ଶାଶୁଙ୍କର ଗାଳିରେ ସନ୍ଧ୍ୟା ଅତିଷ୍ଠ ହୋଇ ପଡୁଥିଲା। ତଥାପି ଶାଶୁଙ୍କ ଠାରୁ ଜୀବନର ମାନେ ସଂଘର୍ଷ ବୁଝି ପାରିଥିଲା । ଶାଶୁ ଗାଳି ଦେଲେ ତାଙ୍କ ଗାଳି ପଛରେ ବହୁତ ମହତ ଉଦ୍ଦେଶ୍ୟ ଥିଲା, ଯାହା ଆଜି ସମାଜରେ ମଣିଷ ପରି ମଣିଷଟିଏ କରି ସମାଜରେ ନିଜକୁ ପ୍ରତିପାଦିତ ସେ କରିପାରିଛି ।

 ମାଆ ହୁଅନ୍ତୁ କି ଶାଶୁ ସେମାନେ ସବୁବେଳେ ସନ୍ତାନର ମଙ୍ଗଳ କାମନା କରି ଥାଆନ୍ତି । ସନ୍ଧ୍ୟା ଏ କଥା ଜାଣି ଥିଲା ଯେ ଆମେ ଆମର ନିଜ ଦୃଷ୍ଟି ବିଚାରରେ ଦେଖିଲେ ହେଲା । ଆମମାନଙ୍କ ପାଇଁ ଉଭୟଙ୍କ ଆଶୀର୍ବାଦ ଦରକାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational