ଦୁହିତା
ଦୁହିତା
କେଜାଣି ଆଜି ଲକ୍ଷ୍ମୀ ନାନୀଙ୍କର କଣ ହେଲା ; ସେ ଆନମନା ହେଇ ଘର ପାଖରେ ବସି କଣ ଯେମିତି ଗୋଟେ ହାତରେ ଧରି ଆସ୍ତେ ଆସ୍ତେ ମୋ ବାପାଙ୍କ ପାଖକୁ ଆସି ଭାରି ମନଦୁଃଖରେ କହୁଛନ୍ତି ଆରେ କାନୁଆ କାଲି ରାତିରୁ ବୋହୁଟା ଡାକ୍ତର ପାଖକୁ ଯାଇଛି ଜେ ଏ ପର୍ଯ୍ୟନ୍ତ ଫୋନ୍ ଟିକେବି କରିନି। ତୁ ଗୋଟେ କାମ କରିପାରିବୁ ତୋ ଫୋନରୁ ଟିକେ ପଚାରିଲୁ କଣ ପାଇଁ ମତେ ଫୋନ୍ କରିନି। ଲକ୍ଷ୍ମୀ ନାନୀ କଥା ଶୁଣି ବାପା ପଚାରିଲେ ନାନୀ କାହିକି ଏତେ ବ୍ୟସ୍ତ ହେଉଚୁ, କଣ ହେଲା କି ? ଲକ୍ଷ୍ମୀ ନାନୀ କହିଲେ ବୋହୂର ପିଲା ପିଲି ହେବ ଟାଇମ ହେଲାଣି । ଡାକ୍ତର ପାଖକୁ ବସନ୍ତ କାଲିଠୁ ନେଲାଣି କିଛି ଖବର ଦେଇନି ମନଟା ଭାରି ଗୋଳେଇ ଘାଣ୍ଟି ହେଉଚି । ମତେ ଲାଗୁଚି ବୋଧେ ଝିଅ ହେଇଚି କି କଣ ସେଇତି ନାଗି ମନଦୁଃଖ କରିକି ବସନ୍ତ ଫୋନ କରି ନାଁଇ l ବାପା ପଚାରିଲେ ନାନୀ ଝିଅ ହେଲେ କଣ ଖରାପ ? ଆଜିକାଲି ପରା ଝିଅମାନେ କେତେ କଣ କଲେଣି, ଆଉ ସେ ଆଗ ଯୁଗ ନାହିଁ, ଏବେ ଝିଅମାନେ ବେଶି ବାପା ମାଙ୍କୁ ଦେଖାଶୁଣା କରୁଛନ୍ତି। ହଉ ତୁ ଛାଡ଼େ ସେକଥା ମୁଁ ବସନ୍ତକୁ ଫୋନ୍ କରେ ତାପରେ ବାପା ବସନ୍ତ ଦାଦାଙ୍କୁ ଫୋନ୍ କଲେ ସତ ସତୁକା ବସନ୍ତ ଦାଦାଙ୍କର ଗୋଟିଏ ଝିଅ ହେଇଚି। ସେଇଥି ପାଇଁ ଦାଦା ମନ ଦୁଃଖରେ ଅଛନ୍ତି ଏବଂ ଘରକୁ କିଛି ଜଣେଇ ନାହାଁନ୍ତି।
ସକାଳ ପ୍ରାୟ ସାଢେ଼ ଆଠଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଲକ୍ଷ୍ମୀ ନାନି ବସନ୍ତ ଦାଦାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି କିନ୍ତୁ କିଛି ଖୋଜ ଖବର ନାହିଁ । କିଛି ସମୟ ପରେ ନାନି ବାପାଙ୍କୁ ଆସି କହିଲେ ଆରେ କାନୂଆ ଯା ଟିକେ ଦେଖିବୁ କାହିଁ ସେମାନେ ଫେରିଲେନି ଲକ୍ଷ୍ମୀ ନାନୀଙ୍କ କଥାଶୁଣି ମୋ ବାପା ତର ତର ହୋଇ ଡାକ୍ତର ଖାନାକୁ ଗଲେ ସେଠି ଯାହା ଦେଖିଲେ ବାପାଙ୍କ ମୁଣ୍ଡ ଆଉ କାମ କଲାନି ଖୁଡିଙ୍କୁ ଆଉ ଝିଅକୁ ଛାଡ଼ି ଦେଇ ବସନ୍ତ ଦାଦା କୁଆଡେ ପଳେଇ ଯାଇଛନ୍ତି । ବାପା ଗୋଟିଏ ଗାଡ଼ି କରି ସେମାନଙ୍କୁ ଘରକୁ ଧରି ଫେରିଲେ। ସେହଦିନଠାରୁ ଦାଦାଙ୍କର ଦେଖା ନାହିଁ ଏଣେ ଲକ୍ଷ୍ମୀ ନାନି ବାର ଦୁଆରେ କାମ ଧନ୍ଦା କରି ଖୁଡି ଆଉ ଝିଅକୁ ବହୁତ୍ କଷ୍ଟରେ ପାଳିଲେ। ଝିଅର ନାଁ ରଖିଛନ୍ତି ସିଲା ସେ ଖୁବ୍ ସୁନ୍ଦର ହେଇଛି। ଠିକ୍ ବସନ୍ତ ଦାଦାଙ୍କ ପରି । ଝିଅକୁ ମଣିଷ କରିବା ପାଇଁ ଏବେ ଖୁଡ଼ିବି କାମ ଧନ୍ଦା କରନ୍ତି। କ୍ରମସ ସିଲା ବଡ ହୋଇଗଲାଣି। ଏବେ ସେ ବହୁତ ଭଲ ପାଠ ପଢି ଲାଣି। ସବୁଥିରେ ପ୍ରଥମ ହେଉଛି ବୋଲି ସରକାର ତାକୁ ସାହାଯ୍ୟ କରୁଛନ୍ତି। ସିଲାବି ଖୁବ୍ ପରିଶ୍ରମ କରି ସମାଜରେ ନିଜକୁ ଏକ ଭଲ ଡାକ୍ତର ଭାବେ ପରିଚିତ। ବହୁତ ଦିନ ପରେ ବସନ୍ତ ଦାଦାଙ୍କ ଘରକୁ ଖବର ଆସିଛି ଜେ ବସନ୍ତ ଦାଦାଙ୍କ ଦେହ ବହୁତ ଖରାପ ସେ ଏବେ ବଲାଙ୍ଗୀରରେ ଅଛନ୍ତି ଖବର ପାଇ ସିଲା ତା ବାପାଙ୍କୁ ଆଣିବାକୁ ଗଲା ଓ ବାପାଙ୍କୁ ଆଣି ଖୁବ୍ ସେବା କରୁଥିଲା ଏବେ ତା ବାପାଙ୍କ ଦେହ ଟିକେ ସୁସ୍ଥ ହୋଇ ଆସିଲାଣି କିନ୍ତୁ ବସନ୍ତ ଦାଦା ସିଲା ପାଖରେ ଛୋଟ ହୋଇ ଯାଇଛନ୍ତି। ଆଉ ଦାଦା ସିଲାକୁ କ୍ଷମା ମାଗିଛନ୍ତି, କହୁଛନ୍ତି ମାଆରେ ମୁଁ ତୋ ପାଖରେ ଛୋଟ ହୋଇଯାଇଛି ଆଜି ମୁଁ ମୋ ଭୁଲ୍ ବୁଝି ପାରିଛି। ପ୍ରକୃତରେ ଯାହାର ଝିଅଟିଏ ଅଛି ସେ ଦୁନିଆଁ ରେ ସବୁଠାରୁ ଭାଗ୍ୟବାନ ତୋ ପରି ଦୁହିତାଟେ ପାଇ ମୋ ଜୀବନ ସାର୍ଥକ ହୋଇଯାଇଛି ।
