ସଂସ୍କୃତ ଗୁରୁମା
ସଂସ୍କୃତ ଗୁରୁମା


ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର; ଗୁରୁ ସାକ୍ଷାର ପରମବ୍ରହ୍ମ ତୈସ୍ମୈସେ ଗୁରବେ ନମଃ'
ଏହାର ଅର୍ଥ ଗୁରୁ ହେଉଛନ୍ତି ସ୍ୱୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ଚଳନ୍ତି ପ୍ରତିମା। ଗୁରୁ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ। ସେହି ଗୁରୁଙ୍କୁ ମୋର ପ୍ରଣାମ। ଯୁଗେ ଯୁଗେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାଆ ହେଉଛିନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ। ଯିଏ ନିଜ ମାଆଙ୍କୁ ସମ୍ମାନ ଦେଇ ଜାଣେ ନାହିଁ ସେ କାହାକୁ ସମ୍ମାନ କରିବା ଶିଖି ପାରେନା।
ମାଆଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି ସେ ହେଉଛନ୍ତି ଶିକ୍ଷା ଗୁରୁ। ସିଏ ଆମକୁ ଶିକ୍ଷା ଦାନ କରନ୍ତି ତାଙ୍କ ସ୍ଥାନ ବି ଅପୂରଣୀୟ।
ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ର ଜୀବନରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସୁନାଗରିକ ଗଠନ କରିବାରେ ଗୁରୁଙ୍କର ଅବଦାନ ଅତୁଳନୀୟ।ଗୁରୁଙ୍କ ଵିନା ଜୀବନରେ କିଛି ମୂଲ୍ୟ ନାହିଁ। ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ଘଢି ତୋଳିବାରେ ଗୁରୁଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ଆମେ ସେମାନଙ୍କର ଶିଷ୍ୟ ହୋଇ ଅନେକ କଥା ଶିକ୍ଷାଲାଭ କରୁ।ଗୁରୁ ପ୍ରେରଣାର ସ୍ରୋତ ଆମ ଜୀବନରେ।ଭୁଲ୍ କାମ କଲେ ତାଗିଦ୍ କରନ୍ତି ଏବଂ ଗାଳି ଗୁଲଜ କରନ୍ତି ମାଡ ବି ଦିଅନ୍ତି।କିନ୍ତୁ ସେଥିରେ ଲୁଚି ରହିଥାଏ ସ୍ନେହ ଶ୍ରଦ୍ଧାର ଭାବ।
ଏମିତି ଜଣେ ଗୁରୁ ହେଉଛନ୍ତି ମୁଁ ପଢୁଥିବା ଗାର୍ଲସ ହାଇସ୍କୁଲର ସ୍କୁଲର ସଂସ୍କୃତ ଗୁରୁମା। ସଂସ୍କୃତ ଗୁରୁମାକୁ ସମସ୍ତେ ଭାରି ଡରନ୍ତି।ଟିକେ ଖଡୁଶ।କିନ୍ତୁ ଅନ୍ତର ଭିତର ଭାରି ନିର୍ମଳ।ଭଲ ପଢାନ୍ତି ମଧ୍ୟ । ଏ ଗୁରୁମା ପରି ସମସ୍ତେ ହେବା ଦରକାର।ପିଲାମାନଙ୍କ ପାଇଁ ତାଙ୍କ ଅବଦାନ ଅତୁଳନୀୟ।ସେ ଗୁରୁମା ଲାଗି ସମସ୍ତଙ୍କର ସଂସ୍କୃତ ଭଲ ହୁଏ।ପ୍ରାୟ ସମସ୍ତେ ସଂସ୍କୃତରେ ପାସ୍ କରନ୍ତି।ଗୁରୁମା ଶ୍ରେଣୀ କକ୍ଷକୁ ଆସିଲାକ୍ଷଣି ସମସ୍ତଙ୍କର ଭାରି ଭୟ।ଯିଏ ଯାହା ସ୍ଥାନରେ ଠିକ୍ ସେ ବସି ଯାଆନ୍ତି।ମୁଁ ସେ ଗୁରୁମାଙ୍କ ବିଷୟରେ ପୂର୍ବରୁ ଟିକେ ଶୁଣିଥିଲି କାରଣ ସେ ଗୁରୁମା ମୋ ନାନୀମାନଙ୍କୁ ସଂସ୍କୃତ ପଢାଇ ଆସିଥିଲେ।ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢିଲି ସେ ଗୁରୁମା ମତେ ବି ସଂସ୍କୃତ ପଢାଇଲେ।ମୋର ସଂସ୍କୃତ ଭାରି ଭଲ ହୁଏ ଏବଂ ମତେ ଭାରି ଭଲ ଲାଗେ ମଧ୍ୟ।ସବୁ ଶବ୍ଦଧାତୁ ପାଟିରେ ମୁଖସ୍ତ ଥାଏ।ପ୍ରଥମେ ଆମକୁ ବାଳକ ଶବ୍ଦଟି ଗୁରୁମା ମୁଖସ୍ତ କରିବାକୁ କହନ୍ତି । ତାପରେ ଅନ୍ୟ ଶଦ୍ଦ ରୂପ। ମୁଁ ବାଳକ ଶବ୍ଦଟି ପୁରା ମୁଖସ୍ତ କରିଦେଇଥିଲି।ଚଟାପଟ କହିଦିଏ ଏବେବି ମୋର ମନେଅଛି ମନେରହିବ ମଧ୍ୟ ଯଥା-
ବାଳକ ବାଳକୌ ବାଳକାଃ,ବାଳକମ୍,ବାଳକୌ,ବାଳକାନ .......ସମ୍ବୋଧନ ହେ ବାଳକ ହେ ବାଳକୌ ହେ ବାଳକାଃ।
ବାଳକ ଶବ୍ଦ ପୁଂଲିଗ ଶବ୍ଦ ଅଟେ।କେଉଂ ବିଭକ୍ତିର କେଉଁ ବଚନ କଣ ହେବ ଚଟାପଟ କହିଦିଏ।ଗୁରୁମା ଆମକୁ ବେଳେବେଳେ ବାଳକ ଶବ୍ଦ ପୁରା ନ କହିବାକୁ କହି ଷଷ୍ଠ ବିଭକ୍ତିର ବହୁବଚନ କଣ ହେବ ଏଭଳି ପ୍ରଶ୍ନମାନ ପଚାରନ୍ତି।ସେଥିପାଇଁ ସବୁବେଳେ ଵିଭିନ୍ନ ବିଭ
କ୍ତି ଠୁ ଆରମ୍ଭ କରି ଏକବଚନ, ଦ୍ବିବଚନ,ବହୁବଚନ ମୁଃଖସ୍ତ କରିବାକୁ ପଡିଥାଏ ।ଖାଲି ବାଳକ ଶବ୍ଦ ନୁହଁ ସବୁ ଧାତୁପ୍ରତ୍ୟୟ ମୁଖସ୍ତ କରିଵାକୁ ମଧ୍ୟ କହନ୍ତି ।
ଦିନେ ସଂସ୍କୃତ ଗୁରୁମା ଦଶମ ଶ୍ରେଣୀର ସଂସ୍କୃତ ପଢାଇବାବେଳେ ବାଳକ ଶବ୍ଦଟି ସେହି ଶ୍ରେଣୀର ଗୋଟିଏ ପିଲାକୁ ପଚାରିଥିଲେ।ସିଏ ଏପଟ ସେପଟ କରି ଭୁଲକହିଦେଇଥିଲା। ତା ପରେ ଗୋଟିଏ ଗୋଟିଏ ପିଲାକୁ ପଚାରି ସମସ୍ତଙ୍କର କିଛି ନା କଛି ଭୁଲ ହେବା ଯୋଗୁ ଭୁଲ ପାଞ୍ଚଟି ଛଅଟି ପିଲାଙ୍କୁ ଲାଇନରେ ଛିଡା କରିଥିଲେ। ସେମାନଙ୍କୁ ଉଚିତ୍ ଶିକ୍ଷା ଦେବାପାଇଁ ଅଷ୍ଟମ ଶ୍ରେଣୀର ଗୋଟିଏ ପିଲାକୁ ଡାକିଥିଲେ।
ଅଷ୍ଟମ ଶ୍ରେଣୀର ପିଲା ହିସାବରେ ମୁଁ ଦଶମ ଶ୍ରେଣୀ କକ୍ଷକୁ ଯାଇଥିଲି।ଗୁରୁମା ମତେ ସମସ୍ତଙ୍କ ଆଗରେ ବାଳକ ଶବ୍ଦଟି କହିବାକୁ କହିଥିଲେ ମୁଁ ପ୍ରାଞ୍ଜଳ ଭାବରେ କହିଦେଇଥିଲି।ମତେ ଗୁରୁମା ପଚାରିଥିଲେ ବାଳକ ଶବ୍ଦର ପଞ୍ଚମ ବିଭକ୍ତିର ବହୁବଚନ କଣ ହେବ ମୁଁ ତାର ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲି।ତାପରେ ଗୁରୁମା ମତେ ପାଖକୁ ଡକାଇ କହିଲେ ଏ ଦଶମ ଶ୍ରେଣିର ପିଲା ପାଞ୍ଚଟିର କାନମୁଡି ଗାଲକୁ ଚଟକଣା ଲଗା।ସେମାନେ ଏଥିରୁ କିଛି ଶିକ୍ଷା ଲାଭ କରିଵେ। ଆଉ କେଵେ ଭୂଲ କରିବେ ନାହିଁ । ମୁଁ ବି ଗୁରୁମାଙ୍କୁ ଦେଖିଲା ମାତ୍ରେ ଡରେ।ଗୋଡହାତ ଟିକେ ଥରି ଉଠେ। ଗୁରୁମା କହିଛନ୍ତି ଦଶମ ଶ୍ରେଣିର ପିଲାଙ୍କୁ ଚାପୁଡା ମାରିବା ପାଇଁ।ଯେତେହେଲେ ମଧ୍ୟ ସେମାନେ ମୋ ବଡ ଦିଦି ,ମୋ ବଡ ଭଉଣୀ ସମାନ । ମୁଁ ଭାବୁଥାଏ କେମିତି ସେମାନଙ୍କର କାନମୁଡିବି ।ଗୁରୁମା ମତେ କହିଲେ ଆଛା ତୁ ତାଙ୍କର ଯଦି କାନ ମୁଡିବୁନି ତ ଆସେ ମୁଁ ତୋ କାନମୁଡି ତୋ ଗାଲକୁ ଦି ଚାପୁଡା ଲଗାଇବି।
ମୁଁ ମନେ ମନେ ଭାବିଲି ଗୁରୁମା ଯାହା କରନ୍ତି ଗୁରୁ ହିସାବରେ ଆମ ସମସ୍ତଙ୍କର ମଙ୍ଗଳ ପାଇଁ।ସେହି ଦଶମ ଶ୍ରେଣୀର ପାଞ୍ଚଛଅଟି ପିଲା ଛିଡା ହୋଇଥିଲେ ମୁଁ ସମସ୍ତଙ୍କର କାନମୁଡି ଗାଲକୁ ଚାପଡା ମାରିଥିଲି ତାହାବି ଧିରେ।ଖାଲି କାନକୁ ଛୁଇଁ ଦେଉଥିଲି।ଗୁରୁମା ଏହା ଦେଖି କହିଲେ ତତେ କଣ ବୁଝୁନି ମୋ ପାଖକୁ ଆସେ ଚାପୁଡା ମାରିବାର ମୁଁ ସିଖାଇଦେବି।
ହଁ ସତରେ ମୁଁ ଦଶମ ଶ୍ରେଣୀର ପିଲାମାନଙ୍କୁ କାନମୋଡିବା ଫଳରେ ସେମାନେ ଉଚିତ୍ ଶିକ୍ଷା ବି ପାଇପାରିଥିଲେ।ଗୁରୁ କାହାର ଅମଙ୍ଗଳ କେଵେ ଚିନ୍ତା କରନ୍ତି ନାହିଁ ।ପିଲାମାନେ କିପରି ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହେବେ ଏହା ଭାବନ୍ତି । ସଂସ୍କୃତ ଏମିତି ଗୋଟିଏ ବିଷୟ ପ୍ରାୟ ସେଥିରେ ଭଲ ନମ୍ବର ଆସିବାର ମୌକାଥାଏ।ଯିଏ ଶଦ୍ଦ ରୂପ ଏବଂ,ଧାତୁ ରୂପ ମୁଖସ୍ତ କରିଦେଲା ତା ପାଇଁ ସବୁ ସରଳ।ଦଶମ ବୋର୍ଡ ପରୀକ୍ଷାରେ ସଂସ୍କୃତ ବିଷୟରେ ମାର୍କ ମିଶିଥାଏ।ସେଥିପାଇଁ ଗୁରୁମା ସବୁବେଳେ କହନ୍ତି ଶବ୍ଦଧାତୁ ମୁଖସ୍ତ କରିବା ପାଇଁ। ଦଶମ ବୋର୍ଡ ପରୀକ୍ଷାରେ ସେ ଦଶମ ଶ୍ରେଣୀର ସବୁ ପିଲାମାନେ ଭଲ ନମ୍ବର ରଖି ଉର୍ତ୍ତିର୍ଣ୍ଣ ହୋଇଥିଲେ।
ଭଲ ଗୁରୁ ହିସାବରେ ଗୁରୁମା ରାସ୍ତା କଡାଇଥିଲେ ସେ ଭଳି ଗୁରୁଙ୍କୁ ମୋର କୋଟି କୋଟି ନମନ।ଆଜି ମଧ୍ୟ ତାଙ୍କୁ ଗୁରୁ ହିସାବରେ ସର୍ମାନ ଜଣାଉଛି ଜଣାଉଥିବି ମଧ୍ୟ।