STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ସଂସ୍କାର ରଙ୍ଗ କଥା

ସଂସ୍କାର ରଙ୍ଗ କଥା

2 mins
206

  ଏଥର ବୁଲୁ ବାବୁଙ୍କୁ ଯୋଉ ବ୍ୟାଚ ପିଲାମାନେ ବନ୍ଧୁମିଳନ ତଥା ଗୁରୁ ପୂଜା ପାଇଁ ଡାକିଥିଲେ, ସେମାନେ ସମସ୍ତେ ଢେର ବଡ଼ ହୋଇଯାଇଥିଲେ, ଚିହ୍ନି ହେଉନଥିଲା ସହଜେ କାହାକୁ, କିନ୍ତୁ ପୁରୁଣା ସହକର୍ମୀ ମାନଙ୍କୁ ଦେଖି ବୁଲୁ ସାର ଖୁବ୍ ଖୁସି ଥିଲେ। ଦୁଃଖ ସୁଖ ଭିତରେ ପରସ୍ପର ପରସ୍ପରଙ୍କୁ ପଚାରୁଥିଲେ, ଆଉ କଣ ନୂଆ ଖବର କିଛି ? ତ କିଏ କହୁଥିଲେ ଜୀବନ ଗାଡ଼ି ଚାଲିଛି ମାଡ଼ି ତ କିଏ ପୁଣି କହୁଥିଲେ ଦୁଃଖ ସୁଖ ତ ଲାଗି ରହିବ ଆଉ କଣ, ପୁଣି କିଏ କିଏ ରାଜନୀତି କଥା ତ କିଏ ଯୁଦ୍ଧ କଥା ତ କିଏ ପୁଅ ବୋହୁ ପୁଣି କିଏ ନାତି ନାତୁଣୀଙ୍କ କଥା କହୁଥିଲେ।

ଏପଟେ ସାର ମାନେ ଆସିବା ପରେ ସେତେବେଳେ ଝିଅ ଥିବା ସମସ୍ତ ଛାତ୍ରୀଗଣ ଏବେ ମାଆ ହୋଇଯାଇ ଥିବାରୁ ଟିକେ ଟିକେ ଲାଜ ଓ ସମ୍ଭ୍ରମ କରୁଥିବା ଭିତରେ ସୁପ୍ରଭାର ନିଆରା ଢଙ୍ଗଢାଙ୍ଗ ବେଶୀ କୌତୁହଳ ସୃଷ୍ଟି କରୁଥିଲା, ବିଶେଷ କରି ବୁଲୁ ସାର ଆସିବା ପରଠାରୁ।

ସୁପ୍ରଭା ଥିଲା ତାଙ୍କ ଭିତରେ ପ୍ରସ୍ତାବକ ତଥା ଆୟୋଜକ ତାର ହଠାତ୍ ଏପରି ପରିବର୍ତ୍ତନ ଖାଲି ତା ବ୍ୟାଚ୍ ସାଙ୍ଗ ଝିଅ ପୁଅ ମାନେ ନୁହେଁ, ସାର ଗୁରୁମା ମାନଙ୍କ କାନକୁ ବି କଥାଟା ପ୍ରଚାରିତ ହୋଇଗଲା। କାରଣ ବୁଲୁ ସାରଙ୍କୁ ଚନ୍ଦନ ସିନ୍ଦୁର ପିନ୍ଧେଇବା ତଥା ପୁଷ୍ପଗୁଛ ପ୍ରଦାନ ଓ ଉତ୍ତରୀୟ ପ୍ରଦାନ ପାଇଁ ପ୍ରତିଭା ରାଜି ହୋଇନଥିଲା। ସମସ୍ତେ ଯେବେ କାରଣ ଖୋଜିବସିଲେ ସେ କହୁଥିଲା ବୁଲୁ ସାର ତା ଦେଢ଼ଶୁର ତ ହସ ରୋଳ ବ୍ୟାପି କଥାଟା ଯେବେ ବୁଲୁ ସାରଙ୍କ ଯାଏଁ ଆସି ଫିଟି ଚହଟିଲା ବୁଲୁସାର ପରିଚୟ ମାଗି ଜାଣିପାରିଲେ ପ୍ରତିଭା ତାଙ୍କ ମାମୁଁ ପୁଅ ଭାଇର ସ୍ତ୍ରୀ।

ବୁଲୁ ସାରଙ୍କ କିଛି କହିବା ପାଳି ଆସିଲା ତ ସେ କହୁଥିଲେ ସମସ୍ତେ ପଚାରୁଥିଲେ ସହକର୍ମୀମାନେ ଯେ ନୂଆ ଖବର କିଛି ଅଛି କୁହନ୍ତୁ ନୂଆ ଖବର ହେଲା ଆମେ ଗୁରୁମାନେ ଯେଉଁ ସଂସ୍କାର ଦେଇ ପିଲାମାନଙ୍କୁ ଶିକ୍ଷା ଦେଇଥିଲେ ତାହା ଆଜି ପ୍ରତିଭା ମୁଣ୍ଡର ଓଢଣା ଭିତରେ ସ୍ପଷ୍ଟ ହେବା ସଙ୍ଗେ ଏହି ଵ୍ୟାଚ ପିଲାମାନଙ୍କ କଥା ଓ କାମରେ ପ୍ରତିଫଳନ ଏହାଠୁ ବଡ଼ ଦୃଷ୍ଟାନ୍ତ ଆଉ କଣ ହୋଇପାରେ, ବୁଲୁସାର୍ ଙ୍କ ବକ୍ତବ୍ୟରେ ଘନଘନ କରତାଳି ଶୁଭୁଥିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract