STORYMIRROR

Jyotirmayee Panda

Romance

3  

Jyotirmayee Panda

Romance

ସଂପର୍କ ନୁହେଁ ଖେଳଘର (ଭାଗ -୫୩)

ସଂପର୍କ ନୁହେଁ ଖେଳଘର (ଭାଗ -୫୩)

2 mins
206

ହେଲେ ହଠାତ୍ ଏମିତି କ'ଣ ଘଟିଗଲା ଯେ ବିବାହର କିଛି ଦିନ ପରେ ସେ ଆମକୁ ସୀକୃତି ଦେବାପାଇଁ ଏଇଠି ଆସି ପହଞ୍ଚିଛନ୍ତି ଏବଂ ଆମ ପବିତ୍ର ସମ୍ପର୍କ ନିକଟରେ ହାରି ଯାଇଛନ୍ତି ବୋଲି କହିଛନ୍ତି । ଏକଥା ଆମ ଉଭୟଙ୍କୁ ଖୁସି ତ କରି ଦେଉଛି ହେଲେ ହଠାତ୍ ଏତେ ପରିବର୍ତ୍ତନ ସତରେ ଆଶ୍ଚର୍ଯ୍ୟଜନକ ଅନୁଭବ ହେଉଛି । 


ଲାଗୁଚି ଏଇଟା କେଉଁ ଚକ୍ରାନ୍ତ ନୁହେଁ ତ ଆମକୁ କେଉଁ ନା କେଉଁ ଉପାୟରେ ଅଲଗା କରିବା ପାଇଁ ?? । ହଁ ସେ ଯାହା ହେଉ ନା କାହିଁକି ଯଦି ତାଙ୍କର ସେମିତି କିଛି ଉଦ୍ଦେଶ୍ୟ ଥାଏ ତେବେ ବନ୍ଦନାଙ୍କର ଏବଂ ମୋର ସମ୍ପର୍କ ଏତେ ବି କମଜୋର୍ ନୁହେଁ ଯେ ସେ ହଠାତ୍ ଭାଙ୍ଗିଯିବ । ହଁ ଅବଶ୍ୟ କେତେଟା କ୍ଷେତ୍ରରେ ବନ୍ଦନାଙ୍କର ପିଲାଳିଆମୀ ଏବେ ବି ଯାଇନି । ହେଲେ ତଥାପି ମୁଁ ଆମର ସଂପର୍କକୁ ନେଇକି ସେତିକି ମଜବୁତ୍ ରହିବି, ଯେମିତିକି କେହି ଆମକୁ ଅଲଗା କରି ପାରିବେ ନାହିଁ । ତେବେ ଯାହା ହେଉ ନା କାହିଁକି ଯେହେତୁ ବନ୍ଦନାଙ୍କର ବାପା ପ୍ରଥମ ଥର ପାଇଁ ଆମ ଘରକୁ ଆସିଛନ୍ତି ସେ ଆମର ଅତିଥି ହେଲେ, ତେଣୁ ପ୍ରଥମେ ଆମେ ତାଙ୍କର ସମ୍ମାନ କରିବା ଉଚିତ୍ । ଏତିକି ଭାବିବା ପରେ ବିକାଶ ଡାକ ପାକେଇକି କହିଛନ୍ତି ବନ୍ଦନା ପ୍ରଥମେ ବାପାଙ୍କ ପାଇଁ କିଛି ଖାଇବାର ବ୍ୟବସ୍ଥା କର । 


ରାୟ ବାବୁ ବିକାଶଙ୍କର ବ୍ୟବହାର ଏବଂ ଅତିଥିଚର୍ଚ୍ଚାକୁ ଦେଖିବା ମାତ୍ରେ, ବହୁତ୍ ଖୁସି ହେଇଯାଇଛନ୍ତି । ଏବଂ ସେଇଠି ସେ ସବୁ କିଛି ଖୋଲିକି ସ୍ପଷ୍ଟ ଭାବରେ କହିଛନ୍ତି ଯେ ପ୍ରକୃତରେ କଥା କ'ଣ ଥିଲା, ସେ କାହିଁକି ବିବାହ ପାଇଁ ଅରାଜି ହେଇଥିଲେ, ଆଉ ବନ୍ଧୁଙ୍କ କଥା ସହିତ ସ୍ଵରାଜଙ୍କ ବୁଝେଇବା ପରେ ସେ କେମିତି ପରିବର୍ତ୍ତନକୁ ଆପଣେଇ ପାରିଛନ୍ତି ସେଇଟାକୁ ସେ ମଧ୍ୟ ସ୍ୱୀକାର କରିଛନ୍ତି । ସବୁ ପରେ ରାୟ ବାବୁ ବିକାଶଙ୍କ ପରି ଜଣେ ଜ୍ୱାଇଁ ପରି ପୁଅ ପାଇଥିବାରୁ ବହୁତ୍ ଖୁସି ବୋଲି ଜଣାଇଛନ୍ତି । ସାଙ୍ଗରେ ଆଣିଥିବା ଉପହାର ସବୁକୁ ଦେଇ ଖୁସିରେ ରୁହ ବୋଲି ଆଶୀର୍ବାଦ ଦେଇ ବାହାରିବା ପାଇଁ କହିଛନ୍ତି । ଏତିକି କଥା ଭିତରେ ବିକାଶ ଅନୁଭବ କରି ପାରିଛନ୍ତି ଯେ ରାୟ ବାବୁ ପ୍ରକୃତରେ ନିଜର କାର୍ଯ୍ୟକୁ ନେଇକି ଅନୁତପ୍ତ ଅଛନ୍ତି, ଯେଉଁଥିପାଇଁ ସେ ପୁଣି ଝିଅକୁ ଦେଖିବାକୁ ଏତେ ବାଟରୁ ଚାଲି ଆସିଛନ୍ତି । 



କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Romance