STORYMIRROR

Jyotirmayee Panda

Romance

3  

Jyotirmayee Panda

Romance

ସଂପର୍କ ନୁହେଁ ଖେଳଘର (ଭାଗ -୩୧)

ସଂପର୍କ ନୁହେଁ ଖେଳଘର (ଭାଗ -୩୧)

2 mins
135

ଆଉ ଯଦି ବା ତାଙ୍କର କିଛି ଅସୁବିଧା ହେଲା ତେବେ ସେ ମତେ ଫୋନ୍ କିମ୍ବା ମେସେଜ କରି ଏବେଯାଏଁ ଜଣେଇ ପାରିଲେନି କଣ ପାଇଁ ?? । ଏମିତି ଅନେକ କିଛି ପ୍ରଶ୍ନ ମୋ ମନକୁ ଘାଣ୍ଟି ଚକଟି ହେଉଥାଏ । ପରେ ନିରାଶ ହେଇ ଭାବିଥିଲି ପଳେଇଯିବି । କିନ୍ତୁ କାହିଁକି କେଜାଣି ଏ ଅବୁଝା ମନ ଟିକେ ବି ମାନୁ ନଥାଏ । ଖାଲି ଅପେକ୍ଷା ଅପେକ୍ଷା ଏବଂ ଅପେକ୍ଷାର ମତକୁ ନେଇ କହୁଥାଏ, ସେ ଆସିଯିବେ, ସେ ନିଶ୍ଚିନ୍ତ ଆସିଯିବେ । 


ଶେଷରେ ମୁଁ ଅପେକ୍ଷା କରି କରି, ପାଖ ଆଖରେ ବୁଲି ବୁଲି ହାଲିଆ ହେଇ ପଡ଼ିଥିଲି । ଭୋକ ଜୋର୍ସେ ଲାଗୁଥାଏ, ଆଖିରେ ନାଚି ଉଠୁଥିଲା ବନ୍ଦନାଙ୍କ ପ୍ରିୟ ରେଷ୍ଟୁରାଣ୍ଟ, ଆଉ ବିଳମ୍ୱ ନକରି ସିଧା ପହଞ୍ଚିଗଲି ସେ ରେଷ୍ଟୁରାଣ୍ଟ ଭିତରକୁ ଏବଂ ଖାଇବା ପାଇଁ ଅର୍ଡର୍ କରିଦେଲି, ଖାଇବା ପରେ ବାହାରକୁ ଆସି ଦେଖେ ତ ବନ୍ଦନା ଜଣେ ପୁଅ ସହିତ କାରରେ ବସି ଗପୁଛନ୍ତି, ପଛରେ କିଏ ଠିକ୍ ସେ ଜାଣି ତ ହେଉନି, ଯାଏ ଡାକେ ବନ୍ଦନାଙ୍କୁ, ସିଏ କଣ ମୋ ସହିତ ଖେଳିଲେ ??? କଣ ଦୋଷ କରିଥିଲି ମୁଁ ତାଙ୍କର, କଣ ପାଇଁ ମୋ ସହିତ ସେ ଏମିତି କରିଲେ, ଯଦି ବାପାଙ୍କ କଥା ଶୁଣିବାର ଥିଲା, ତେବେ ସେଥିପାଇଁ ମୁଁ ତ ତାଙ୍କୁ ବିରୋଧ କରି ନଥିଲି, ବରଂ ଏଇଟା କହିଥିଲି, ତୁମର ଯାହା ଇଚ୍ଛା ତୁମେ ସେଇଟା କର, ଯୋଉଟା ତୁମେ ଠିକ୍ ଭାବିବ ସେଥିରେ ମୋର କିଛି ବି ଆପର୍ତ୍ତି ନାହିଁ, ତେବେ ମୁଁ ରାଜି ହେବା ପରେ ମଧ୍ୟ ସେ ମତେ କହିଥିଲେ କି ନା ସେ ମୋ ସହିତ ରହିବାକୁ ବାଛିଛନ୍ତି, ପୁଣି ହଠାତ୍ ଏମିତି ମତେ ନ କହି ଏସବୁ କରିବାରେ କଣ ମିଳିଲା ତାଙ୍କୁ ?? 


ସେ ତ ମତେ ସବୁକିଛି ଜଣେଇ ପାରିଥାନ୍ତେ, ମତେ ଜଣାଇଥିଲେ ମୁଁ କଣ ତାଙ୍କୁ ମନାକରିଥାନ୍ତି କି, ବରଂ ମୁଁ ତ ପ୍ରତିଶୃତି ଦେଉଥିଲି କି ଯାହାବି ତୁମେ ଚିନ୍ତା କରିବ ମୁଁ ସେଇଟା ସ୍ୱୀକାର କରିନେବି, ହେଲେ ସେ ପୁଣି ଏମିତି କାହିଁକି କଲେ । ଯାଏ ମୁଁ ଡ଼ାକିକି ତାଙ୍କୁ ପଚାରେ ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance