ସଂକଳ୍ପ
ସଂକଳ୍ପ


କଲେଜ ଭିତରର ଘୋ ଘା ଧୀରେ ଧୀରେ ପତଳା ହେଇ ଆସୁଥାଏ। ଲେକଚରର୍ ମିଟିଂ ପାଇଁ କ୍ଲାସେସ୍ ସସପେଣ୍ଡ୍ ହେଇଗଲା। ଧୂ ଧୂ ଖରାବେଳ।ବହ୍ନି ଆଉ ସ୍ନେହା କ୍ଲାସରୁ ବାହାରି ଘର ମୁହାଁ ହେଲେ।ବାହାରେ ଟାଇଁ ଟାଇଁ ଖରା।ଗରଗର ହେଇ ସ୍ନେହା କହିଲା କାଲି ନୋଟିସ୍ ଦେଇ ଦେଲେନି।ଫାଲତୁରେ ଏଇ ଖରାରେ କଲେଜ୍ ଆସିଲୁ।ସେମାନଙ୍କର କ'ଣ ଅଛି? ଏବେ ତ ସେମାନେ ଏ.ସିରୁମ୍ରେ ବସି ମିଟିଂ କରିବେ।ଏଇ ଡହ ଡହ ଖରାରେ ଆମେ ଘରକୁ ଫେରିବୁ। ବହ୍ନି ହସି ହସି କହିଲା ଓଃ! ମାଡାମ୍ ଆଉରାଗି କିଛି ଲାଭ ନାହିଁ ଚାଲ ଯିବା।ସ୍ନେହା କୋଉ ଛାଡିବା ଲୋକ ସେ ସାଙ୍ଗେ ସାଙ୍ଗେ କହିଲା ତୁ ତ ବହ୍ନି ହୁ ହୁ ଜଳୁଛୁ ତତେ କୋଉ ଖରା କାଟିବ ଯେ। ଦୁହେଁ ହସିଲେ।
ବହ୍ନି କହିଲା ହେଉ ଚାଲ୍ ପଛ ଗେଟ୍ ଦେଇ ଚାଲି ଯିବା।ସେପଟେ ତ ଛାଇ ଯାହା କୁ ଯେତେ।ଗଛ ଆଉ ଗଛ। ସେପଟୁ ବାହାରି ସେଇ ପତଳାରୋଡ଼ ଦେଇ ଚାଲିଯିବା।ରାସ୍ତା ଟିକେ ଲମ୍ବା ହେବ ହେଲେ ଖରା ଏତେ ପଡ଼ିବନି।ସେରାସ୍ତା କେତେ ଶୂନଶାନ ଜାଣିଚୁ ତ?? ପୁଣି ସେଇ ବରଗଛ ପଡ଼ିବ। ଏବେ ତ ସେପଟେ ଆଉ କେହି ଯିବା ପରି ଦିଶୁ ନାହାନ୍ତି। ବହ୍ନି କହିଲା ଆରେ ଚାଲ ଆମେ ଦୁଇ ଜଣ ତ ଅଛନ୍ତି।ସ୍ନେହା ଅନିଚ୍ଛା ସତ୍ତ୍ବେ ହଁ ଭିରିଲା।ଦୁହେଁ ଚାଲିଲେ ସେଇରାସ୍ତାରେ।
ଚାରିଆଡ ଶୂନଶାନ।କେହି ଜଣେ ହେଲେ ଦେଖା ଯାଉ ନଥାନ୍ତି। ଦୁହେଁ ହାତ ଧରାଧରି ହୋଇ ଆଗକୁ ବଢ଼ିଲେ।ରାସ୍ତା ଖୁବ୍ ଲମ୍ବା ମନେ ହେଉଥାଏ। ମଝିରେ ମଝିରେ ପବନରେ ପତ୍ର ସହ ପତ୍ର ବାଡ଼େଇ ହୋଇ ଅଜିବ ଶବ୍ଦ ବାହାରୁଥାଏ। ଏମିତି ବି ଲାଗୁଥାଏ ପଛରେ କେହି ଜଣେ ଆସୁଛି। ଶୁଖିଲା ପତ୍ର ଉପରେ ପାଦ ପଡିଲେ ଯେମିତି ଖସ୍ ଖସ୍ ଶବ୍ଦ ହୁଏ ସେମିତି ଶୁଣା ଯାଉଥାଏ। ଦୁହେଁ ବାର ବାର ବୁଲିକି ପଛ କୁ ଅନଉ ଥାଆନ୍ତି।ୟେରାସ୍ତାରେ ସେମାନେ କେବେବି ଆସି ନଥିଲେ ତେଣୁ ୟେରାସ୍ତା ଯେ ୟେତେ ଶୂନଶାନ ସେମାନେ ଜାଣି ନଥିଲେ।ଚାଲି ଚାଲି ସେମାନେ ବରଗଛ ପାଖରେ ପହଞ୍ଚିଲେ। ହଠାତ୍ ବହ୍ନି ଜୋର୍ରେ ଚମକି ପଡ଼ିଲା।ସେଠି ପିଣ୍ଡି ଉପରେ ସୁକନ୍ୟା କୁ ବସିଥିବାର ଦେଖିଲା। ତାଙ୍କରି ଆଡ଼କୁ ଅନେଇ ବସିଥାଏ।ବାଳ ସବୁ ଇତଃସ୍ତିତ ହେଇ ମୁହଁରେ ପଡିଥାଏ।ସେ ଏକ ଅଜିବ ପ୍ରକାରର ଗଁ ଗଁ ଶବ୍ଦ କରୁଥାଏ। ବହ୍ନି ଡରିକି ଆଉ କଥା କହିପାରୁ ନଥାଏ।ଖାଲି ସ୍ନେହାକୁ ସେଇ ଆଡେ ହାତ ଦେଖଉ ଥାଏ। ସେ ଯେତେ ପଚାରିଲେ କ'ଣ ସେ କିଛି ବି କହିପାରୁ ନଥାଏ।ଖାଲି ମୁସ୍କିଲରେ ଏତିକି ଖନେଇ ଖନେଇ କହିଲା ସୁ .....ନା।ସ୍ନେହା ୟେତିକିରୁ ବୁଝି ଗଲା। ଦୁହେଁ ଜୋରରେ ବଜରଙ୍ଗବଲି ବଜରଙ୍ଗବଲି କହି ଶିଘ୍ର ପାଦ ପକେଇଲେ।କେମିତି ପଛ ଗେଟ୍ରୁ ଶିଘ୍ର ବାହାରି ଯିବେ। ସେମାନେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ବହ୍ନି କୁ କେବଳ ଶେଷରେ ଏତିକି ଶୁଭିଲା ତୁମେ ମାନେ ବି ଡରପୋକ।ପଛ ଗେଟ୍ରୁ ବାହାରି ଦୁହେଁ ନିଃଶ୍ୱାସ ନେଲେ। କେମିତି ସେମାନେ ନିଜ ନିଜ ଘରେ ପହଞ୍ଚିଛନ୍ତି ଜଣା ନାହିଁ। ଏକରକମ ଅଣନିଃଶ୍ବାସୀ ହେଇ ଦୌଡ଼ିଛନ୍ତି।
ବହ୍ନି କୁ ମା ପଚାରିଲେ କ'ଣ ଏତେ ଧଇଁସଇଁ ହେଉଛୁ?? କ'ଣ ହେଲା କି??ଆଜି ୟେତେ ଜଲଦି ଫେରିଲୁ। ସେ କହିଲାରୁହ ମୁଁ ଧୁଆଧୋଇ ହେଇ ଆସେ ସବୁ କହିବି।ତୁମେ ମୋ ଖାଇବା ବାଢି ଦିଅ।ତାରୁମକୁ ଯାଇ ଲୁଗାପଟା ବଦଳେଇଲା।ହେଲେ କବାଟ ଖୋଲାରଖିଥିଲା। ମା ଆଶ୍ଚର୍ଯ୍ୟ ହେଲେ କେବେ ତ ସେ ଏମିତି କରେନି। ଯଦିଓ ଏବେ ଘରେ ତା ବାପା କି ଭାଇ କେହି ନାହାନ୍ତି। ତଥାପି ସେ କେବେ ଖୋଲାରଖେନି। ବାଥରୁମକୁ ବି ଗଲା କବାଟ ଆଉଜେଇ କି।ତାକୁ ବି ବନ୍ଦ କଲାନି।ମା ଖାଇବା ବାଢି ତା ପାଖରେ ବସିଲେ। ସେ ଖାଇ ଖାଇ କହିବା ଆରମ୍ଭ କଲା ।
ମା ଆଜି କ୍ଲାସ ସସପେଣ୍ଡ ହେଇଗଲା। ତମକୁ ମୁଁ କିଛି ମାସ ତଳେ ସୁକନ୍ୟା କଥା କହିଥିଲି ନା।ସେଇ ଯୋଉ ଝିଅ ହଷ୍ଟେଲରେରୁହେ। ବହୁତ ବଢିଆ ପଢ଼ୁଥିଲା। ହଠାତ୍ ସୁଇସାଇଡ୍ କରିଦେଲା ପୁଣି କଲେଜର ପଛ ପଟେ ଗୋଟେ ପୁରୁଣାରୁମ୍ରେ।ସେଟା ଆଗରୁ ଲାବୋଟରି ଥିଲା। ସବୁବେଳେ ବନ୍ଦ ଥାଏ। କେବେବି ସେଠିକି କେହି ଯାଆନ୍ତି ନି।ଣୁଣା ହେଲା କି ସେ କୋଉ ପିଲାକୁ ଭଲ ପାଉଥିଲା ଆଉ ସେ ପିଲା ଧୋକା ଦେଲା ତେଣୁ ସୁଇସାଇଡ କରିଦେଲା।ହେଲେ ମା, ସେ ସେମିତି ଜମା ବି ଲାଗେନି। ଏକଦମ୍ ପଢାକୁ ପିଲା।ଆଜି ଆମେ ପଛରାସ୍ତା ଦେଇ ଆସୁଥୁଲୁ ବରଗଛ ପାଖରେ ତାକୁ ଦେଖିଲି।ହେଲେ ସ୍ନେହା ଦେଖି ପାରିଲାନି ତାକୁ।ଆଉ ମା ଜାଣିଚ ସେ କ'ଣ କହିଲା ??ତମେ ସବୁ ଡରପୋକ। ବହ୍ନି ବହୁତ ଜୋର୍ରେ ଥରୁ ଥାଏ।ଏଇ ସମୟରେ ମୋବାଇଲ ବାଜି ଉଠିଲା।ମା କଲ୍ରିସିଭ କରି କହିଲେ ହଁ ଲଲିତା କହ।ଲଳିତା ସ୍ନେହାର ମା। ଶୁଣିଲୁଣି ବହ୍ନି କିଛି କହିଛି କି ନାହିଁ?କନିକା କହିଲେ ହଁ ବହ୍ନି ମୋତେ ସବୁ କଥା କହି ସାରିଲାଣି।ସ୍ନେହା ତ ବହୁତ ଡରିଯାଇଛି।ସେ ତାରୁମକୁ ବି ଏକୁଟିଆ ଯାଉନି।ଏବେ କ'ଣ କରିବା? କନିକା କହିଲେ ବହ୍ନି ବି ତ ଡରୁଛି। କ'ଣ କରିବା ଏବେ? ଲଳିତା କହିଲେ ଏଇ ଆମ ପାଖ ମସଜିଦରେ ଜଣେ ମୌଲବିରୁହନ୍ତି ସେ ଝଡାଫୁଙ୍କା କରନ୍ତି।ତାବିଜ ବି ଦିଅନ୍ତି। ସନ୍ଧ୍ୟାରେ ଏଇ ଦୁଇ ଜଣଙ୍କୁ ଧରି ତାଙ୍କ ପାଖକୁ ଯିବା କି?? କନିକା କହିଲେ ଇୟେ ୟେ ସବୁ ବିଷୟ ବିଶ୍ୱାସ କରନ୍ତିନି।ଯଦି ଜାଣିବେରାଗି ପାରନ୍ତି।ଲଳିତା କହିଲା ଆମେ ସନ୍ଧ୍ୟାରେ ଯିବା ଶିଘ୍ର ଫେରିଆସିବା।ଭାଇନା ଜାଣିବେ କେମିତି। ବହୁତ ଥତମତ ହେଇ ବହ୍ନିର ଅବସ୍ଥା ଦେଖି ହଁ ଭରିଲେ।
ସନ୍ଧ୍ୟାରେ ସେମାନେ ମସଜିଦରେ ପହଞ୍ଚିଲେ।ମୌଲବି ସେଠି ବସିଥାନ୍ତି।କଳା ପୋଷାକ ଲମ୍ବା ବାଳ କୁ ଲମ୍ବା ଦାଢି। ଏମିତି ବି ତାଙ୍କୁ ଦେଖିଲେ ଡର ଲାଗୁଥିଏ। ଚାରି ଜଣ ତାଙ୍କ ସାମନାରେ ବସିଲେ। ଲଳିତା ମାଉସୀ ସଟକଟ୍ରେ ସମସ୍ତ ଘଟଣା କହିଲେ।ସେ ଆଖି ବନ୍ଦ କରି ସବୁ ଶୁଣିଲେ।ସ୍ନେହା ଆଉ ବହ୍ନି କୁ ଆଗକୁ ଡାକିଲେ।ସେ ଧରି ଥିବା ପର ଗୁଚ୍ଛରେ ସେ ଦୁହିଁଙ୍କୁ ଝାଡିଲେ। ତାପରେ ଦୁଇଟି ତାବିଜ ଦେଇ କହିଲେ ଦୁଇ ଜଣଙ୍କୁ ପିନ୍ଧେଇଦେବ। ସେ କିଛି କ୍ଷତି କରିବ ନାହିଁ।ହେଲେ ମୋତେ ଲାଗୁଛି ସେ କିଛି କହିବାକୁ ଆସୁଛି। ତେଣୁ ସେ ପୁଣି ଆସିପାରେ ତୁମେମାନେ ଡରିବନି।ତା କଥା ଶୁଣିବ। ହଁ ଏ ଦୁହିଁଙ୍କୁ ଘରେ ଏକୁଟିଆ ଛାଡିବନି। ଡରିଲେ ଭଲ ନୁହେଁ। ଆଜିକାଲିକା ପିଲା ତୁମେମାନେ ତ ବହୁତ ସାହାସୀ।ଯଦି ସେ ଆସୁଛି ତା କଥା ଶୁଣ ସେ କ'ଣ କହୁଛି।ୟେ ତାବିଜ ଅଛି ସେ ତୁମର କିଛି ବି କ୍ଷତି କରିପାରିବନି।ଏବେ ଯାଅ ଘରକୁ ନିଶ୍ଚିନ୍ତ ହେଇ। ସେମାନେ ଫେରିଲେ।ରାସ୍ତାରୁ କଳା ସୂତା କିଣି ଆଣିଲେ। ଲଳିତା ଆଉ ସ୍ନେହା ତାଙ୍କ ଘରକୁ ଗଲେ। ବହ୍ନି ଆଉ କନିକା ଘରେ ପହଞ୍ଚିଲା ବେଳକୁ ନିଶିକାନ୍ତ ବାବୁ ଘରେ ପହଞ୍ଚି ସାରିଥିଲେ। ପଚାରିଲେ କୁଆଡେ ଯାଇ ଥିଲ?କନିକା କହିଲେ ଏଇ ଲଳିତା ଘରକୁ। ଆଚ୍ଛା ଟିକେ ଚା କର ପିଇବା।ରାତି ଯେତେ ଯେତେ ବଢ଼ି ଚାଲିଥାଏ ବହ୍ନିର ଡର ବି।ସେ ଆସି କନିକା ଙ୍କୁ କହିଲା ମା ତମେ ଆଜି ମୋ ପାଖରେ ଶୋଇବ। ମୋତେ ଡର ଲାଗୁଛି।କନିକା କହିଲେ ହଉ ଶୋଇବି।ହେଲେ ତୋତେ ମନାକଲେ ପା ସେ ମୌଲବୀ ଡରିବନି ବୋଲି।କନିକା ସେ ତାବିଜ ବହ୍ନି କୁ ପିନ୍ଧେଇ ଦେଇ ସାରିଥାଏ।ଖାଇ ପିଇ ସବୁ ଶୋଇବାକୁ ଗଲେ।କନିକା ନିଶିକାନ୍ତ ଙ୍କୁ କହିଲେ ବହ୍ନି କହୁଥିଲା ତା ଦେହ ଟିକେ ଭଲ ଲାଗୁନି ତେଣୁ ତା ପାଖରେ ଶୋଇବା ପାଇଁ। ନିଶିକାନ୍ତ କହିଲେ ଠିକ୍ ଅଛି।ହେଲେ ତା'ର ହେଇଚି କ'ଣ?ନା ମ କିଛି ନାଇଁ କହିଲା ଭଲ ଲାଗୁନି ତ, ଆଜି ମୋ ସହ ଶୋଇବ। ହଉ ଯାଅ। କିଛି ଦରକାର ହେଲେ ଡାକିବ କହି ନିଶିକାନ୍ତ ଶୋଇଗଲେ। ମା ଝିଅ ଏକାଠି ଶୋଇଲେ।
ଠିକ୍ ରାତି ଗୋଟାଏରେ ବହ୍ନି କୁ ଲାଗିଲା ତାରୁମ୍ ରେ କେହିଜଣେ ଚାଲୁଛି।ସେ ଆଖି ଖୋଲି ଅନେଇଲା।ମା ନିଘୋଡ଼ ନିଦରେ ଶୋଇଛନ୍ତି। ହଠାତ୍ରୁମ୍ରେ ଦେଖିଲା ଗୋଟେ ଛାଇ ଖଟ ଚାରିପଟେ ବୁଲୁଛି।ସେ ଭୀଷଣ ଡରିଗଲା। ଆଖି ବନ୍ଦ କରି ଶୋଇବାର ଅଭିନୟ କଲା।ସେ ଛାଇ ହସିବାକୁ ଲାଗିଲା। ପୁଣି ଡରି ଡରି ସେ ଆଖି ଖୋଲିଲା।ଦେଖିଲା ମା ତଥାପି ଶୋଇଛନ୍ତି।ସେ ଛାଇ ତା ସାମ୍ନାକୁ ଆସି ଠିଆ ହେଲା।କହିଲା ନାଁରଖିଛୁ ବହ୍ନି ହେଲେ ଏତେ ଡର ଭିତରେ ସାଇତିରଖିଛୁ। ପୁଣି ହସିବାକୁ ଲାଗିଲା।ଏଥର ଟିକେ ସାହାସ ବାନ୍ଧି ବହ୍ନି ପଚାରିଲା ମୋ ନାଁ କେମିତି ଜାଣିଲ??
ମୁଁ ସବୁଜାଣେ...
ସେ ପୁଣି କହିଲା ଆଜି ଖରାବେଳେ ମୋତେ ଦେଖି କାହିଁକି ଦୌଡ଼ି ପଳେଇଲୁ??
ବହ୍ନି ଟିକେ ନିରବରହି ପଚାରିଲା
ତୁମେ ବାରବାର ମୋ ସାମ୍ନାକୁ କାହିଁକି ଆସୁଛ?? କ'ଣ ଦରକାର ତମର??
ଛାଇ କହିଲା ,ତୋ ସାହାଯ୍ୟ...
ମୁଁ କ'ଣ ସାହାଯ୍ୟ କରିବି ତୁମର??କହି ବହ୍ନି ପୁଣି ଅନେଇଲା ମାଁ ଙ୍କ ଆଡେ। ସେ ସେମିତି ଶୋଇଥିଲେ। ବହ୍ନି ପୁରା ଝାଳରେ ବୁଡି ସାରିଥାଏ।ହେଲେ ସେ ଜାଣି ଥାଏ ୟେ ତା'ର କିଛି କରି ପାରିବନି କାରଣ ତା ପାଖରେ ତାବିଜ ଅଛି।ସେଇ ସାହାସରେ କଥା ହେଇ ଚାଲିଥାଏ।
ଶୁଣ ମୁଁ ଆତ୍ମହତ୍ୟା କରିନି।ମୋତେ ଅତି ଜଘନ୍ୟ ଭାବରେ ହତ୍ୟା କରାଯାଇଛି। ଆଉ ତା ପୂର୍ବରୁ ବଳାତ୍କାର ବି କରା ହେଇଛି।ଜଣେ ନୁହେଁ ତିନି ଜଣ ମିଶି ବଳାତ୍କାର କରିଛନ୍ତି।ମୋର ନ୍ୟାୟ ଦରକାର।ଦେଇ ପାରିବୁ ମୋତେ ନ୍ୟାୟ?? କଲେଜ କମିଟି ବିରୁଦ୍ଧରେ ମୋ ପାଇଁ ଲଢିପାରିବୁ?? ଆଜି ଯଦି ତୁ ଚୁପ୍ରହୁ କାଲି ଆଉ କେହି ଶିକାର ହେବ।ହୁଏତ ତୁ ବି ହେଇ ପାରୁ।ତୋତେ ବ୍ୟବସ୍ଥା ସଙ୍ଗେ ଲଢ଼ିବାକୁ ହେବ।
ହେଲେ ସେମାନେ କିଏ?? ମୁଁ ପ୍ରମାଣ ସବୁ ପାଇବି କୋଉଠୁ?? ବହ୍ନି ଟିକେ ଦ୍ୱନ୍ଦରେ ପଚାରିଲା।
ସବୁ ଆଣି ମୁଁ ଦେବି। ତୁ ଖାଲି କହ ମୋ ସାଥ୍ ଦେବୁ। ମୁଁ ଚାହିଁଲେ ସେମାନଙ୍କୁ ମାରି କୋଉଠି ବି ଫୋପାଡି ଦେଇପାରିବି।ହେଲେ ମୁଁ ଚାହେଁ ସେମାନଙ୍କ ଅସଲି ଚେହେରା ସମାଜ ଆଗରେ ଖୋଲି ଦେବାକୁ। ସେମାନେ ଯେମିତି ମୋ ମୃତ୍ୟୁର ମଜାକ ବନେଇ ମୋ ଚରିତ୍ରକୁ ହନନ କରିଛନ୍ତି। ମୁଁ ସେମିତି ତାଙ୍କର ତମାସା ବନେଇବି।ପୁରା କଲେଜରେ ସମସ୍ତଙ୍କ ଆଗରେ ବନ୍ଧା ହୋଇ ଯିବା ଦରକାର। କାଲି ସକାଳେ କଲେଜ ପଛ ସେଇ ଭଙ୍ଗା ଘରକୁ ଆସିବୁ। ସେଇଠି ସବୁ ପ୍ରମାଣ ଗୋଟି ଗୋଟି କରି ତତେ ମୁଁ ଦେଖେଇବି। କାଲି ସିଧା ପୋଲିସ ଷ୍ଟେସନ ଯିବୁ ପୋଲିସ୍ କୁ ଧରି ସେଠି ପହଞ୍ଚିବୁ। ୟେ ଲଢେଇ ମୋ ପାଇଁ ତୋତେ ଲଢ଼ିବାକୁ ହେବ। ତୋ ନାମ ସାର୍ଥକ ସେତେବେଳେ ହେବ ଯେତେବେଳେ ତୁ ଏଇ ଅନ୍ୟାୟ ବିରୁଦ୍ଧରେ ଲଢିବୁ। ଚୁପ୍ କାହିଁକିରହିଲୁ କହୁନୁ।
ବହ୍ନିର ସବୁ ଡର କୁଆଡେ ଉଭେଇ ଯାଇଥିଲା। ସାହାସର ସହ କହିଲା କାଲି ଦେଖାହେବ ସେଇ ଭଙ୍ଗା ଘରେ........ ତା'ର ଆଖି ଦୁଇଟି ଦପ୍ ଦପ୍ ଜଳୁଥିଲା।ସେ ବେଶ୍ ଭଲ ଭାବରେ ହୃଦୟଙ୍ଗମ କରି ସାରିଥିଲା, ଭୟଙ୍କର ଭୂତ ବା ଆତ୍ମା ନୁହେଁ ପ୍ରକୃତରେ ଭୟଙ୍କର ତ ଏଇ ଭଳି ମଣିଷ ମାନେ... ମୁଁ ସଂକଳ୍ପ କରୁଛି ତୁମକୁ ନ୍ୟାୟ ପ୍ରଦାନ ନ କରିବା ଯାଏଁ ମୁଁ ଶାନ୍ତିରେ ବସିବି ନାହିଁ..........ଏବେ ଏଇ ଲଢେଇ ଆମ ଦୁହିଁଙ୍କର.......