STORYMIRROR

Balaram Barik

Comedy

3  

Balaram Barik

Comedy

ସଂଗରୋଧ

ସଂଗରୋଧ

2 mins
186

ହମ୍ବା ....

ହମ୍ବା.....

ହମ୍ବା .....

ଏଇଁ !!!! 

ହେରା ଏତେ ବଡ଼ ମଇଁଷିଟାଯେ ରାତି ଅଧରେ ମୋ ଘର ଆଗରେ କିଆଁ ବୋବୋଉଛି ??

- ହା ହା ହା ସାବୀ ...!!! ସାବୀ !!!

-ହେରା କିଏ ବା ?

-ଚିନ୍ହି ପାରୁନୁ ?

-ହେରା ତୁମେ ମଇଁଷି କଥା କହୁଛ ଯେ ?

-ନାଇଁ ସାବିତ୍ରୀ ମୁଁ ଯମ ।

-ଯମ ନା ଧାନ ଘମ !! ଚୁର କି ତୁ ?? ଜଲ୍ଦି ବାହାରେ ନହଲେ ମୁଣ୍ଡି ପଂହରାରେ ପିଟି ପିଟି ସାବାଡ଼ କରିଦେବି।

-ହା ହା ହା ହା ଅକଡମ୍ ବକଡ଼ମ୍ ତିଗଡ଼ମ୍ !! ହା ହା ହା ।।।ହୋ ହୋ ହୋ ।। ମୁଁ ଯମ ..ମୋ ବାପା ଯମ ...ମୋ ଚଉଦ ପୁରୁଷ ଥିଲା ଯମ।

ଅକଡ଼ମ୍ ବକଡମ୍ ତିଗଡ଼ମ୍ ।।ହେ ହେ ହୋ ହୋ ....


-ଆଲୋ ମା ଲୋ କି ଭୟଙ୍କର ସାଉଣ୍ଡ । ହେରା ବ୍ୟାକଗ୍ରାଉଣ୍ଡ ମ୍ୟୁଜିକରୁ ମୁଁ ଜାଣିଦେଲି ତୁମେ ଯମ ବୋଲି !! କି ପାଇଁ ଆଇଚ ଯେ ? ଆମର ତ ଏଠି ବୁଢ଼ା ବୁଢ଼ୀ କେହି ନାହାଁନ୍ତି ।

ତୁମେ ଦୁସୁନ କିଆଁ ??


-ମୁଁ ଏଥର ଅଦୃଶ୍ୟ ଅଛି। କରୋନା ଭୂତାଣୁ ଭୟରେ ।ଏଠି ସେଠି ମୋ ହାତ ବାଜିଗଲେ ମୋତେ ବି କରୋନା ହେଇଯିବ।ମୋ ବାହାନ ପିଠିରେ ମୁଁ ବସିଛି।


-ହେରା ବଇଥା ସେଇଠି।।ମୁଁ ଯାଉଛି ଶୋଇବି।ସକାଳ ହେଲେ ମୋତେ ବ୍ରତ ପୂଜା କରିବାର ଅଛି।

-ତୁ ତୋ ସ୍ୱାମୀ ଆଶା ଛାଡିଦେ ଲୋ ସାବୀ ।

-ହେରା ଜୁଗୁଣିଖିଆ ଯମ କିରା ହେଲା ଯେ ?

- ତୋ ସ୍ୱାମୀ ଆଳୁ ଟ୍ରକରେ ବସି କଲିକତାରୁ କାଲି ଆଇ ଥିଲାଟି ?

-ହେରା କେମିତି ଆସିଥାନ୍ତା ଯେ କହୁଁନ ? ସବୁ ଗାଡି ମୋଟର ତ ବନ୍ଦ ଥିଲା।

-ତା ଦେହରେ କରୋନା ଭୂତାଣୁ ଅଛି !!

- ହେରା .....ନାଇଁ କଣ କହୁଛନ୍ତି ଯମରାଜ !!


-ମୁଁ ଯାହା କହୁଛି ସତ କହୁଛି ସାବୀ।ସତିଆର ଜୀବନ ଏବେ ମୋ ହାତରେ।ଆଉ କେଇ ଘଣ୍ଟା।

-ତୁ ବି ତା ସାଙ୍ଗରେ ଦୁଇଦିନ ହେଲାଣି ଅଛୁ ତୋତେ ବି କରୋନା ହେଇଥିବ। ତୁ ଜାଣିନୁ ବୋଧହୁଏ କାଶ ଓ ଛିଙ୍କ ଦ୍ୱାରା ବେଶୀ ଏ ଭୁତାଣୁ ମାଡିଯାଏ ।।

-ହେରା ମୁଁ ବି ତୁମକୁ ଛାଡିବିନି ଯମରାଜ ତୁମ ଆଗରେ ମୁଁ ଛିଙ୍କିବି କାଶିବି ....ହେରାରାରା ....ଆଆଆ...ଛୋ !!! 

                 ଆଆଆ...ଛୋ !!!

- ସାବୀ ତୁ ଏମିତି କରିପାରିବୁନି ..ମୋ ପଛେ ପଛେ ଆସେନା କହୁଛି।

-ହେରା ଯମରାଜ ମୁଁ ତୁମକୁ ଛାଡିବିନି !!! ମୋ ସ୍ୱାମୀକୁ ମୋ ଠୁ ତୁମେ ଛଡାଇ ନେଇ ପାରିବନି !! 

-ହଉ ଯା ତୋ ସ୍ୱାମୀର କିଛି ହେବନି !!!!

-ଧନ୍ୟବାଦ ଯମରାଜ ।

-ଏଏଏ ମୁଁ ଏ କଣ କହିଦେଲି ...

-ହେରା ଆପଣ କହିଦେଲେ ଯେ ...ମୋ ସ୍ୱାମୀର ଆଉ କିଛି ହେବନି ବୋଲି।

-ବଡ଼ ଅନର୍ଥ ହେଇଗଲା।।ତୁ ସବୁଥରକ ପରି ଏଥର ବି ମୋ ସାଙ୍ଗରେ ଚଲାଖି କଲୁ ସାବୀ।

-ହି ହି ହି ହି 

-ହଉ ହେଲା... ମୋ କାମଟା ତ ହେଇ ପାରିଲା ନାହିଁ।ତୁ ଗୋଟେ କାମ କର।ସରପଞ୍ଚକୁ ଦେଖାକରି ତୋର ଓ ସତିଆର ନାମ ପଞ୍ଜିକରଣ କର ଓ ସଙ୍ଗରୋଧ କୋଠରୀ ଯାଇ ରୁହ।ଗାଁ ସ୍କୁଲ ଘରେ ସମସ୍ତଙ୍କ ରହିବା ବ୍ୟବସ୍ଥା ହେଇଛି।ଖାଇବା, ପିଇବା, ଡାକ୍ତରୀ ସୁବିଧା ସବୁ ଉପଲବ୍ଧ ଅଛି।ଏଥର ବ୍ରତରେ ନୂଆ ଶାଢ଼ୀ ଓ ଫଳମୂଳ କିଣିବା ଦରକାର ନାହିଁ।ମାସ୍କ ,ସାନିଟାଇଜର ଆଦି କିଣି ରଖିଥା। ସେଇଠି କାମରେ ଆସିବ।ମୋର ଗୋଟେ ଟାର୍ଗେଟ ପୁରା ହେଇ ପାରିଲା ନାହିଁ କିଛି ମନ ଦୁଃଖ ନାହିଁ।।


-ହେରା ଧନ୍ୟବାଦ ଯମରାଜ।

©Balaram Barik


Rate this content
Log in

Similar oriya story from Comedy